ଆଜି ସଂସଦରେ ହେବ ବିରୋଧ, NITI ଆୟୋଗ ବୈଠକକୁ ଆସିବେ ନାହିଁ ବିରୋଧୀ ଦଳର ସିଏମ

Published: Jul 24, 2024, 8:46 am IST

ନୂଆଦିଲ୍ଲୀ: ବିରୋଧୀ ଦଳ ମୋଦୀ ସରକାର ୩.o ର ପ୍ରଥମ ବଜେଟକୁ ଭେଦଭାବ ବୋଲି କହିଛନ୍ତି। ଏହି କ୍ରମରେ ଆଜି ସକାଳ ୧୦.୩୦ ସମୟରେ ବିରୋଧୀ ଦଳର ଇଣ୍ଡିଆ ଆଲାଇନ୍ସର ନେତାମାନେ ସଂସଦରେ ବିରୋଧ କରିବେ। ଇଣ୍ଡିଆ ଆଲାଇନ୍ସ ଅଭିଯୋଗ କରିଛି ଯେ, କେନ୍ଦ୍ର ବଜେଟରେ ରାଜ୍ୟଗୁଡିକର ଅଧିକାର ଉଲ୍ଲଂଘନ କରାଯାଇଛି ଏବଂ ସେମାନଙ୍କୁ ଭେଦଭାବ କରାଯାଇଛି।

ମଙ୍ଗଳବାର ଦିନ ବିରୋଧୀ ଦଳ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ଏକ ବୈଠକ କରିଥିଲେ ଏବଂ ଏହି ସମୟରେ ସମସ୍ତ ନେତା ଏକତ୍ରିତ ହୋଇଥିଲେ। ଏହି ବୈଠକରେ ରାହୁଲ ଗାନ୍ଧୀ, ଶରଦ ପାୱାର, ଜୟରାମ ରମେଶ, ପ୍ରମୋଦ ତିୱାରୀ, ସଞ୍ଜୟ ସିଂ, ଡେରେକ ଓ’ବ୍ରାଇନ୍, କଲ୍ୟାଣ ବାନାର୍ଜୀ, ଟିଆର ବାଲୁ, ତିରୁଚି ଶିବା, ସନ୍ତୋଷ କୁମାର, ସଞ୍ଜୟ ରାଉତ, ମହମ୍ମଦ ବଶୀର, ହନୁମାନ ବେନିୱାଲ ଅଂଶଗ୍ରହଣ କରିଥିଲେ। ତେବେ ଏହି ବୈଠକରେ କୌଣସି ସମାଜବାଦୀ ପାର୍ଟିର ନେତା ଯୋଗ ଦେଇନଥିଲେ।

NITI ଆୟୋଗ ବୈଠକକୁ ବର୍ଜ୍ଜନ କରିବେ କି?:

କେନ୍ଦ୍ର ବଜେଟରେ ଅସନ୍ତୁଷ୍ଟ ହୋଇ ବିରୋଧୀ ଦଳର ସମସ୍ତ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକ ବର୍ଜ୍ଜନ କରିପାରନ୍ତି। ପ୍ରକାଶ ଯେ, ଜୁଲାଇ ୨୭ ତାରିଖରେ NITI ଆୟୋଗର ବୈଠକ ଅନୁଷ୍ଠିତ ହେବ। ମଙ୍ଗଳବାର ଅନୁଷ୍ଠିତ ଇଣ୍ଡିଆ ଆଲାଇନ୍ସର ବୈଠକରେ ଏହା ଉପରେ ଆଲୋଚନା କରାଯାଇଥିଲା ଯେଉଁଥିରେ ଅଧିକାଂଶ ଦଳ NITI ଆୟୋଗକୁ ବର୍ଜ୍ଜନ କରିବା ସପକ୍ଷରେ ଅଛନ୍ତି। ତେବେ ମମତା ବାନାର୍ଜୀ କେବଳ ଜୁଲାଇ ୨୬ ତାରିଖରେ ଏହି ବୈଠକ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି।

Related posts