କେନ୍ଦ୍ରକୁ ଝଟକା: ଏହି ମାମଲାରେ ରାଜ୍ୟ ସପକ୍ଷରେ ରାୟ ଦେଲେ ସୁପ୍ରିମକୋର୍ଟ

Published: Jul 25, 2024, 1:11 pm IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ଏକ ବଡ ନିଷ୍ପତ୍ତି ଦେଇଛନ୍ତି। ସୁପ୍ରିମକୋର୍ଟର ନଅ ଜଣ ବିଚାରପତିଙ୍କ ଖଣ୍ଡପୀଠ ୮: ୧ ର ବହୁମତ ସହିତ କହିଛନ୍ତି ଯେ, ସମ୍ବିଧାନ ଅନୁଯାୟୀ ରାଜ୍ୟଙ୍କୁ ଖଣି ଏବଂ ଖଣିଜ ପଦାର୍ଥ ଥିବା ଜମି ଉପରେ ଟିକସ ଲାଗୁ କରିବାର ଅଧିକାର ରହିଛି।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଉତ୍ତୋଳିତ ଖଣିଜ ପଦାର୍ଥ ଉପରେ ଦିଆଯାଉଥିବା ରୟାଲଟି ଟିକସ ନୁହେଁ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଏବଂ ଅନ୍ୟ ୭ ଜଣ ବିଚାରପତିଙ୍କ ସହ ବହୁମତ ସାବ୍ୟସ୍ତ ହୋଇଥିବାବେଳେ ଜଷ୍ଟିସ୍ ବି.ଭି ନାଗରତ୍ନା ଏଥିରେ ଅସହମତି ପ୍ରକାଶ କରିଛନ୍ତି ଏବଂ ଏହା ବିରୋଧରେ ରାୟ ଦେଇଛନ୍ତି।

ଜଷ୍ଟିସ ନାଗରତ୍ନା ତାଙ୍କ ରାୟ ଶୁଣାଇ କହିଛନ୍ତି ଯେ, ଖଣି ଏବଂ ଖଣିଜ ସମ୍ପଦ ଜମି ଉପରେ ଟିକସ ଲାଗୁ କରିବାକୁ ରାଜ୍ୟମାନଙ୍କର ଆଇନଗତ ଦକ୍ଷତା ନାହିଁ। ସେ କହିଛନ୍ତି ଯେ, ଖଣିଜ ପଦାର୍ଥ ଉପରେ ଦିଆଯାଉଥିବା ରୟାଲଟି ମାଇନ୍ସ ଆଣ୍ଡ ମିନେରାଲ୍ସ (ଡେଭଲପମେଣ୍ଟ ଆଣ୍ଡ ରେଗୁଲେସନ) ଅଧିନିୟମ, ୧୯୫୭ ଅନୁଯାୟୀ ଏକ ଟିକସ ଅଟେ, ନା ଏହି ପୁନରୁଦ୍ଧାର ପାଇଁ କେବଳ କେନ୍ଦ୍ରର କ୍ଷମତା ଅଛି, ନା ରାଜ୍ୟଗୁଡ଼ିକର ମଧ୍ୟ ଅଧିକାର ଅଛି? ତଥାପି, ସଂଖ୍ୟାଗରିଷ୍ଠତା ଅଭାବରୁ ତାଙ୍କ ରାୟ କାର୍ଯ୍ୟକାରୀ ହୋଇପାରିଲା ନାହିଁ।

ସିଜେଆଇ ଚନ୍ଦ୍ରଚୁଡଙ୍କ ବ୍ୟତୀତ ଜଷ୍ଟିସ ନାଗରତ୍ନା, ଜଷ୍ଟିସ ହ୍ରିକିକେଶ ରୟ, ଜଷ୍ଟିସ ଅଭୟ ଏସ ଓକା, ଜଷ୍ଟିସ ଜେ.ବି ପାରଦୀୱାଲା, ଜଷ୍ଟିସ ମନୋଜ ମିଶ୍ର, ଜଷ୍ଟିସ ଉଜ୍ଜଲ ଭୂଇୟାଁ, ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମା ଏବଂ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ୯ ଜଣ ବିଚାରପତିଙ୍କ ସମ୍ବିଧାନ ପୀଠରେ ସାମିଲ ଥିଲେ।

Related posts