
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଅଗଷ୍ଟ ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ୧୬ ମାସ ଜେଲରେ ଅଛନ୍ତି ବୋଲି ଦର୍ଶାଇ ସିସୋଦିଆ ଜାମିନ ଦାବି କରିଥିଲେ। କୋର୍ଟ କହିଛନ୍ତି ଯେ, ସିବିଆଇର ଜବାବ ଦାଖଲ କରାଯାଇଛି, ଇଡିର ଜବାବ ବିଚାରାଧୀନ ଅଛି। ଏଥିପାଇଁ ଆମେ ଅଗଷ୍ଟ ୧ ତାରିଖ ଯାଏଁ ପର୍ଯ୍ୟନ୍ତ ସମୟ ଦେଉଛୁ।
ବାସ୍ତବରେ ଦିଲ୍ଲୀର ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ସହ ଅର୍ଥ ହେରଫେର ମାମଲାରେ ମନୀଷ ସିସୋଦିଆ ଜାମିନ ଆବେଦନ କରିଛନ୍ତି। ଏହି ଆବେଦନରେ ସିସୋଦିଆ ପକ୍ଷରୁ ଯୁକ୍ତି କରାଯାଇଛି ଯେ, ସେ ୧୬ ମାସ ଜେଲରେ ଅଛନ୍ତି ଏବଂ ଗତ ବର୍ଷ ଅକ୍ଟୋବରରୁ ତାଙ୍କ ବିରୋଧରେ ଏହି ମାମଲାରେ କୌଣସି ଅଗ୍ରଗତି ହୋଇନାହିଁ।