Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ୩୨ତମ ଅନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞ ସମ୍ମିଳନୀ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ଆଜି ୩୨ତମ ଅନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞ ସମ୍ମିଳନୀ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

August 3, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ପ୍ରାୟ ୯:୩୦ ସମୟରେ ନୂଆଦିଲ୍ଲୀର ଜାତୀୟ କୃଷି ବିଜ୍ଞାନ କେନ୍ଦ୍ର (ଏନ୍‌ଏଏସ୍‌ସି) ପରିସରରେ ହେବାକୁ ଥିବା ୩୨ତମ ଅନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞ ସମ୍ମିଳନୀ (ଆଇସିଏଇ)ର ଉଦ୍‌ଘାଟନ କରିବେ। ଏହି ଅବସରରେ ଆୟୋଜିତ ସମାରୋହକୁ ମଧ୍ୟ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ।

ଅନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞ ସଂଘ ଦ୍ୱାରା ଆୟୋଜିତ ଏହି ତ୍ରିକୋଣୀୟ ସମ୍ମିଳନୀ ୨ରୁ ୭ ଅଗଷ୍ଟ ୨୦୨୪ ମଧ୍ୟରେ ଅନୁଷ୍ଠିତ ହେବ। ୬୫ ବର୍ଷ ପରେ ଭାରତରେ ଆଇସିଏଇ ଅନୁଷ୍ଠିତ ହେଉଛି।

ଚଳିତ ବର୍ଷ ଏହି ସମ୍ମିଳନୀ ପାଇଁ ବିଷୟବସ୍ତୁ ହେଉଛି ‘ସ୍ଥାୟୀ କୃଷି-ଖାଦ୍ୟ ପ୍ରଣାଳୀରେ ପରିବର୍ତ୍ତନ’ । ଏହାର ଉଦ୍ଦେଶ୍ୟ ହେଉଛି ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ସମ୍ପଦର ଅବନତି, ଉତ୍ପାଦନ ମୂଲ୍ୟ ବୃଦ୍ଧି ଏବଂ ଦ୍ୱନ୍ଦ ଭଳି ବିଶ୍ୱସ୍ତରୀୟ ଆହ୍ୱାନର ସମ୍ମୁଖୀନ ହୋଇ ନିରନ୍ତର କୃଷି ପାଇଁ ଏହାର ଆବଶ୍ୟକତାକୁ ମୁକାବିଲା କରିବା । ଏହି ସମ୍ମିଳନୀରେ ବିଶ୍ୱ କୃଷି ଆହ୍ୱାନ ପାଇଁ ଭାରତର ସକ୍ରିୟ ଆଭିମୁଖ୍ୟ ଉପରେ ଆଲୋକପାତ କରାଯିବା ସହ କୃଷି, ଅନୁସନ୍ଧାନ ଏବଂ ନୀତିରେ ଦେଶର ଅଗ୍ରଗତିର ପ୍ରଦର୍ଶନ କରାଯିବ ।

ଆଇସିଏଇ ୨୦୨୪ ଯୁବ ଅନୁସନ୍ଧାନକାରୀ ଏବଂ ଅଗ୍ରଣୀ ବୃତ୍ତିଗତମାନଙ୍କ ପାଇଁ ସେମାନଙ୍କର କାର୍ଯ୍ୟ ଓ ନେଟୱାର୍କକୁ ବିଶ୍ୱସ୍ତରୀୟ ସାଥୀମାନଙ୍କ ସହିତ ଉପସ୍ଥାପନ କରିବା ନିମନ୍ତେ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ । ଏହାର ଲକ୍ଷ୍ୟ ହେଉଛି, ଗବେଷଣା ପ୍ରତିଷ୍ଠାନ ଓ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ସହଭାଗିତାକୁ ମଜବୁତ କରିବା, ଉଭୟ ଜାତୀୟ ଏବଂ ବିଶ୍ୱସ୍ତରରେ ନିତି ନିର୍ଦ୍ଧାରଣକୁ ପ୍ରଭାବିତ କରିବା ତଥା ଡିଜିଟାଲ୍ କୃଷି ଏବଂ ସ୍ଥାୟୀ କୃଷି-ଖାଦ୍ୟ ପ୍ରଣାଳୀରେ ଅଗ୍ରଗତି ସହିତ ଭାରତୀୟ କୃଷି କ୍ଷେତ୍ରର ଅଗ୍ରଗତି ମଧ୍ୟ ପ୍ରଦର୍ଶନ କରିବା । ଏହି ସମ୍ମିଳନୀରେ ୭୫ଟି ଦେଶର ପ୍ରାୟ ୧୦୦୦ ପ୍ରତିନିଧି ଅଂଶଗ୍ରହଣ କରିବେ ।

ଜାତୀୟ କୃଷି ବିଜ୍ଞାନ କେନ୍ଦ୍ର ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.