Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଇଆଇଟି ଭୁବନେଶ୍ୱରରେ ନୂତନ ବ୍ୟାଚ୍ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ
ଜାତୀୟ ଖବର

ଆଇଆଇଟି ଭୁବନେଶ୍ୱରରେ ନୂତନ ବ୍ୟାଚ୍ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

August 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ନୂତନ ବ୍ୟାଚ୍ ଛାତ୍ରଛାତ୍ରୀମାନଙ୍କୁ ବହୁତ ଉତ୍ସାହର ସହିତ ସ୍ୱାଗତ କରିଛି। ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଆଡମିଶନ ପ୍ରକ୍ରିୟା ପରେ ପ୍ରତ୍ୟେକ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ପାଇଁ ପୃଥକ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଏବଂ ଅନୁଷ୍ଠାନ ଦ୍ୱାରା ଏକ ପ୍ରେରଣାଦାୟକ ସେମିନାର ଆୟୋଜିତ ହୋଇଥିଲା।

ଓରିଏଣ୍ଟେସନ୍ ପ୍ରୋଗ୍ରାମ ସମୟରେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କରମଲକର କ୍ୟାମ୍ପସର ନୂତନ ସଦସ୍ୟମାନଙ୍କୁ ଆଇଆଇଟି ଭୁବନେଶ୍ୱରର ଅନନ୍ୟ ବୈଶିଷ୍ଟ୍ୟ ସହିତ ପରିଚିତ କରାଇଥିଲେ। ୯୩୬ ଏକରରୁ ଅଧିକ ଜମିରେ ବିସ୍ତାରିତ, ୫୦,୦୦୦ ଵୃକ୍ଷ ବିଶିଷ୍ଟ ସୁଦୃଶ୍ୟ କ୍ୟାମ୍ପସ୍ ୨୩ଟି ଆଇଆଇଟି ମଧ୍ୟରେ ତୃତୀୟ ବୃହତ୍ତମ। ଏହି କ୍ୟାମ୍ପସ ଐତିହାସିକ ବରୁଣେଇ ପାହାଡର ପାଦଦେଶରେ ଅବସ୍ଥିତ, ଯାହାକି ବ୍ରିଟିଶ୍ ବିରୁଦ୍ଧରେ ୧୮୧୭ ପାଇକ ବିଦ୍ରୋହର ସ୍ଥାନ ଥିଲା। ପ୍ରଶାସନିକ ଭବନରେ ଭିନ୍ନ ଆକାରର ଦୁଇଟି ଅର୍ଦ୍ଧବୃତ୍ତ ସହିତ ଥିବା ଗମ୍ବୁଜଟି ଲୋକମାନଙ୍କ ମଧ୍ୟରେ ପାର୍ଥକ୍ୟକୁ ଗ୍ରହଣ କରିବାର ଅନୁଷ୍ଠାନର ନୀତିକୁ ସୂଚିତ କରେ। ଆଇଆଇଟି ଭୁବନେଶ୍ୱର ଆଇଆଇଟି ଜ୍ଞାନ ସୃଜନ ଏବଂ ଜ୍ଞାନ ବିସ୍ତାର ଠାରୁ ଆଗକୁ ବଢ଼ି ଜ୍ଞାନ ପ୍ରୟୋଗ, ଷ୍ଟାର୍ଟ ଅପ୍ ଏବଂ ଉଦ୍ୟମିତା ବିକାଶ ଦ୍ୱାରା ସାଧନ ସୃଷ୍ଟି ଏବଂ ଗୁଣାତ୍ମକ ଶିକ୍ଷକ ସୃଷ୍ଟି କରିବାରେ ଅଗ୍ରଗତି କରିଛି ବୋଲି ପ୍ରଫେସର କରମଲକର ସୂଚନା ଦେଇଛନ୍ତି। ପ୍ରତିଷ୍ଠାନର ଡିନ୍ ଏବଂ ବରିଷ୍ଠ ଅଧ୍ୟାପକବୃନ୍ଦ ଆଇଆଇଟି ଭୁବନେଶ୍ୱରର ବିଭିନ୍ନ ଏକାଡେମିକ୍ ଏବଂ ଅଣ-ଏକାଡେମିକ୍ ସୁବିଧା ବିଷୟରେ ନୂତନ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦେଇଥିଲେ। ଏହି ଅଧିବେଶନରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପ୍ରଶ୍ନ ଓ ଚିନ୍ତାର ସମାଧାନ କରାଯାଇଥିଲା।

ଓରିଏଣ୍ଟେସନ କାର୍ଯ୍ୟକ୍ରମରେ, ଅବସରପ୍ରାପ୍ତ କମାଣ୍ଡର ଭି.କେ. ଜେଟଲୀଙ୍କ ଦ୍ୱାରା ଏକ ପ୍ରେରଣାଦାୟକ ସମ୍ବୋଧନ ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ଅଗଷ୍ଟ ୨ ତାରିଖରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ଆଇଆଇଟି ଭୁବନେଶ୍ୱରରେ ଆଗାମୀ ୪ ବର୍ଷରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ରୂପ ନିର୍ଦ୍ଧାରଣ’ ଉପରେ ବକ୍ତବ୍ୟ ପ୍ରଦାନ କରି ବକ୍ତା ଛାତ୍ରଛାତ୍ରୀମାନଙ୍କୁ ‘ଉତ୍ସର୍ଗୀକୃତ ଉଦ୍ୟମ, ନିଷ୍ଠା ଏବଂ ଅନୁଶାସନ’ ସହିତ ଭିନ୍ନ ଢଙ୍ଗରେ କାର୍ଯ୍ୟ କରି ପରିବର୍ତ୍ତନକାରୀ ଭାବେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଉତ୍ସାହିତ କରିଥିଲେ। ପ୍ରଫେସର-ଇନ୍-ଚାର୍ଜ (ସେମିନାର୍) ଡକ୍ଟର ବିଜୟକୃଷ୍ଣ କରୀ ଏହି ସେମିନାରର ସଂଯୋଜନା କରିଥିଲେ।

 

ଆଇଆଇଟି ଭୁବନେଶ୍ୱରରେ ବିଭିନ୍ନ ପାଠ୍ୟକ୍ରମରେ ଆଡମିଶନ ୯ ଜୁଲାଇ ୨୦୨୪ ରୁ ପିଏଚଡି ନାମଲେଖା ସହିତ ଆରମ୍ଭ ହୋଇଥିଲା। ଛାତ୍ରମାନେ ବି.ଟେକରେ ୪୫୧ ଜଣ ଛାତ୍ରଛାତ୍ରୀ, ଏମଟେକରେ ୨୪୦, ଏମଏସସିରେ ୧୦୭, ଏମଏସ (ରିସର୍ଚ୍ଚ) ରେ ୬ ଜଣ ଏବଂ ୧୧୫ ଜଣ ଛାତ୍ରଛାତ୍ରୀ ପିଏଚଡି ପାଠ୍ୟକ୍ରମରେ ଯୋଗ ଦେଇଛନ୍ତି। ‘ଷ୍ଟଡି ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଚଳିତ ବର୍ଷ ୩ ଜଣ ବିଦେଶୀ ଛାତ୍ର ନାମ ଲେଖାଇଛନ୍ତି। ପ୍ରତିଷ୍ଠାନ ପକ୍ଷରୁ ଇଞ୍ଜିନିୟରିଂ ଫିଜିକ୍ସ ନାମକ ଏକ ନୂତନ ଷ୍ଟ୍ରିମ୍ ଆରମ୍ଭ କରିବା ସହ ସେମିକଣ୍ଡକ୍ଟର ଟେକ୍ନୋଲୋଜି ଏବଂ ଚିପ୍ ଡିଜାଇନ୍, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ରୋବୋଟିକ୍ସ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବିଷୟରେ ଏମଟେକ ଏବଂ ‘ଆଡ଼ଭାନ୍ସଡ଼ ମେଣ୍ଟେନାନ୍ସ ଟେକ୍ନୋଲୋଜି’ ଶୀର୍ଷକ ବ୍ଲେଣ୍ଡେଡ-ମୋଡ୍ ଏମଟେକ ଡିଗ୍ରୀ ପାଠ୍ୟକ୍ରମ ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ କରିଛି। ଆହୁରି ମଧ୍ୟ, ଖୁବ୍ ଶୀଘ୍ର, ୫୦ ଜଣ ଛାତ୍ରଛାତ୍ରୀ ୪ ବର୍ଷିଆ ଇଣ୍ଟିଗ୍ରେଟେଡ୍ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ (ITEP) ର ଦ୍ୱିତୀୟ ବ୍ୟାଚ୍ ରେ ନାମ ଲେଖାଇବାକୁ ଯାଉଛନ୍ତି।

IIT Bhubaneswar orientation programme ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ
Share. Facebook Twitter LinkedIn Email WhatsApp Copy Link

Related Posts

ହସ୍ତତନ୍ତ କ୍ଷେତ୍ରରେ ଉତ୍କୃଷ୍ଟ ଯୋଗଦାନ ପାଇଁ ୫ ଜଣ ପାଇବେ ସନ୍ଥ କବୀର ପୁରସ୍କାର

July 22, 2025

ପୁରୀ ହୋଟେଲ ବୁକିଂ ଜାଲିଆତି ଘଟଣା: ରାଜସ୍ଥାନର ଦୁଇ ଅପରାଧୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

July 22, 2025

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ମାନସ ରଞ୍ଜନ ପାଠକ

July 22, 2025

ନାବାଳିକା ଦେହରେ  ନିଆଁ ଲଗାଇଦେବା ଘଟଣା: ବଳଙ୍ଗା ପୁଲିସଠାରୁ ସମସ୍ତ ତଥ୍ୟ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ

July 22, 2025
Latest News

ହସ୍ତତନ୍ତ କ୍ଷେତ୍ରରେ ଉତ୍କୃଷ୍ଟ ଯୋଗଦାନ ପାଇଁ ୫ ଜଣ ପାଇବେ ସନ୍ଥ କବୀର ପୁରସ୍କାର

July 22, 2025

ପୁରୀ ହୋଟେଲ ବୁକିଂ ଜାଲିଆତି ଘଟଣା: ରାଜସ୍ଥାନର ଦୁଇ ଅପରାଧୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

July 22, 2025

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ମାନସ ରଞ୍ଜନ ପାଠକ

July 22, 2025

ନାବାଳିକା ଦେହରେ  ନିଆଁ ଲଗାଇଦେବା ଘଟଣା: ବଳଙ୍ଗା ପୁଲିସଠାରୁ ସମସ୍ତ ତଥ୍ୟ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ

July 22, 2025

ପେଟ୍ରୋଲିୟମ୍‌ ସଂଘର ଆଲୋଚନା ପରେ ବଡ଼ ନିଷ୍ପତ୍ତି: ସମ୍ପୂର୍ଣ୍ଣ ନିଷେଧ ହେଲା ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ କରିବା

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.