ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ ହଇଚଇ ସୃଷ୍ଟି କରିଛି। କାରଣ ହେଲା କାମ୍ବଲି ଏହି ଭିଡିଓରେ ଠିକ ଭାବେ ଚାଲିପାରୁ ନାହାଁନ୍ତି। ସେ ଚାଲିବା ପାଇଁ ବହୁ ଲୋକଙ୍କର ସାହାଯ୍ୟ ନେବାକୁ ପଡୁଛି। ଗୋଡ ଦୁଇଟି ସିଧା ହୋଇପାରୁ ନ ଥିବାର ଏହି ଭିଡିଓରୁ ସ୍ପଷ୍ଟ ହୋଇଛି।
ତେବେ ଏହି ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ଲୋକ କମେଣ୍ଟ ଦେବାରେ ଲାଗିଛନ୍ତି। ଅନେକ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଛି। ସେ ସ୍ନାୟୁ ରୋଗରେ ପିଡିତ ଅଛନ୍ତି ବୋଲି ଅନେକ ମତ ଦେଇଛନ୍ତି। ଅନ୍ୟ କେତେକ ସେ ଅତ୍ୟଧିକ ମଦ ପିଇଥିବାରୁ ଚାଲିପାରୁ ନାହାଁନ୍ତି ବୋଲି ମତାମତ ଦେଇଛନ୍ତି। ତେବେ ପ୍ରକୃତରେ ତାଙ୍କର କଣ ହୋଇଛି ସେ ନେଇ କାମ୍ବିଲଙ୍କ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।
Tags: ବିନୋଦ କାମ୍ବଲି