ସଂସଦ ବାହାରେ ଇଣ୍ଡି ମେଣ୍ଟର ବିକ୍ଷୋଭ, ଜାଣନ୍ତୁ କାରଣ

Published: Aug 6, 2024, 10:12 pm IST

ନୂଆଦିଲ୍ଲୀ: ଆଜି ସଂସଦ ଅଧିବେଶନ ଚାଲିଥିବା ବେଳେ ବାହାରେ ଚାଲିଛି ବିକ୍ଷୋଭ। ଏହି ବିକ୍ଷୋଭ କରିଛନ୍ତି ଇଣ୍ଡି ମେଣ୍ଟ। ଏଥିରେ ସାମିଲ ହୋଇଛନ୍ତି ବିରୋଧୀ ଦଳର ନେତା ରାହୁଳ ଗାନ୍ଧୀ। ତେବେ ଲୋକସଭା ଚାଲିଥିବା ବେଳେ ଏହି ମେଣ୍ଟ କଣ ପାଇଁ ବିକ୍ଷୋଭ କଲେ ସେ ନେଇ ପ୍ରଶ୍ନ ଉଠିଛି।

ବିକ୍ଷୋଭ କରିବାର କାରଣ ହେଲା ଯେ, କେନ୍ଦ୍ର ସରକାର ଏଲଆଇସି ଏବଂ ମେଡିକାଲ ବୀମା ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରିଛନ୍ତି। ଯାହା ଠିକ ନୁହେଁ ବୋଲି ଇଣ୍ଡି ମେଣ୍ଟର ସାଂସଦଗଣ ଚିନ୍ତା କରିଛନ୍ତି। ଏ ନେଇ ଗୃହରେ ହାଙ୍ଗାମା କରାଯାଇଛି। ଜଣେ ଗରିବ ଲୋକ ପ୍ରିୟିମିୟମ ଉପରେ ଜିଏସଟି ଦେବା କଷ୍ଟକର ବୋଲି ଦାବୀ କରାଯାଇଛି। ସରକାର ଏହାକୁ ତୁରନ୍ତ ପ୍ରତ୍ୟାହର କରନ୍ତୁ ବୋଲି ବିରୋଧୀ ଦଳ ଦାବୀ କରିଛି।

Related posts