Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭୁବନେଶ୍ବରରେ ଖୋଲିଲା ଭାରତର ପ୍ରଥମ ଚାଉଳ ଏଟିଏମ, ସୁଇଚ ଟିପିଲେ ବାହାରୁଛି ଶସ୍ୟ
ଜାତୀୟ ଖବର

ଭୁବନେଶ୍ବରରେ ଖୋଲିଲା ଭାରତର ପ୍ରଥମ ଚାଉଳ ଏଟିଏମ, ସୁଇଚ ଟିପିଲେ ବାହାରୁଛି ଶସ୍ୟ

August 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ଖୋଲିଲା ଭାରତର ପ୍ରଥମ ଚାଉଳ ଏଟିଏମ, ସୁଇଚ ଟିପିଲେ ବାହାରୁଛି ଶସ୍ୟ

ଭୁବନେଶ୍ୱର: ଓଡ଼ିଶାରେ ଖୋଲିଛି ଭାରତର ପ୍ରଥମ ୨୪ ଘଣ୍ଟିଆ ଅନ୍ନପୂର୍ତ୍ତି ‘ଶସ୍ୟ ଏଟିଏମ୍‌’।ଏହାକୁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱରଠାରେ ଏହି ‘ଶସ୍ୟ ଏଟିଏମ୍‌’କୁ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରାଜ୍ୟ ସରକାର ଓ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ସହଯୋଗରେ ଆୟୋଜିତ ହୋଇଛି । ଏହି ଏଟିଏମ୍‌ ମାଧ୍ୟମରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଅନ୍ତର୍ଗତ ହିତାଧିକାରୀମାନେ ଯେକୌଣସି ସମୟରେ ସେମାନଙ୍କର ଶସ୍ୟ ପାଇପାରିବେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ ଜାତୀୟ ଖାଦ୍ୟ ନିରାପତ୍ତା ଅଧିନସ୍ଥ ହିତାଧିକାରୀମାନେ ଯେକୌଣସି ସମୟରେ ସେମାନଙ୍କର ଶସ୍ୟ ପାଇପାରିବେ ଏବଂ ଏହି ଏଟିଏମ୍‌ ରାଜ୍ୟର ସମସ୍ତ ଜିଲ୍ଲାରେ ଖୋଲିବା ପାଇଁ ବ୍ୟବସ୍ଥା କରାଯାଉଛି। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଦୀର୍ଘ ୬ ଦଶନ୍ଧି ଧରି ଉତ୍ତମ ସହଭାଗିତା ଜାରି ରହିଛି ଏବଂ ଏହା ଦ୍ୱାରା ତୃଣମୂଳ ସ୍ତରରେ ଗରିବ ଲୋକଙ୍କୁ ସେମାନଙ୍କର ଉପଯୁକ୍ତ ନାର୍ଯ୍ୟ ପ୍ରଦାନ କରାଯାଇପାରିବ।

ଏହି ଅବସରରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଡେପୁଟି କଣ୍ଟି୍ର ଡାଇରେକଫର ନୋଜୋମି ହାସିମୋଟୋ କହିଲେ ଯେ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ଏକ ମୂଲ୍ୟବୋଧଭିତ୍ତିକ ଦୃଷ୍ଟାନ୍ତ ସୃଷ୍ଟି କରିଛି ଏବଂ ରାଜ୍ୟର ହିତାଧିକାରୀମାନଙ୍କ ନିମନ୍ତେ ସେମାନଙ୍କୁ ଖାଦ୍ୟଶସ୍ୟ ଯୋଗାଇଦେବାରେ ନିଜସ୍ୱ ବ୍ୟବସ୍ଥାକୁ ସୁଦୃଢ଼ କରିପାରିଛି ।

ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବା ସହ ରାଜ୍ୟ ସରକାର ବ୍ୟବସ୍ଥାଭିତ୍ତିକ ସମାଧାନ କରିବାରେ ସଫଳ ହୋଇଛନ୍ତିି । ଏହି ‘ଶସ୍ୟ ଏଟିଏମ୍‌’କୁ ଦୀର୍ଘ ଏକ ବର୍ଷ ଧରି ପରୀକ୍ଷାନିରୀକ୍ଷା କରିବା ପରେ ଏହାକୁ ରାଜ୍ୟରେ ପ୍ରତିଷ୍ଠା କରାଯାଇଛି ।

ବ୍ୟାଙ୍କିଂ ଏଟିଏମ୍‌ ଭଳି ଏଠାରେ ମଧ୍ୟ ୨୪ ଘଣ୍ଟିଆ ଶସ୍ୟ ଉପଲବ୍ଧ ହେବ ବୋଲି ସେ ସୂଚନା ଦେଇଛନ୍ତି । ଭାରତବର୍ଷର ଯେକୌଣସି ରାଜ୍ୟର ବାସିନ୍ଦା ବୈଧ ଥିବା ରାସନ୍‌ କାର୍ଡ଼ ମାଧ୍ୟମରେ ଏଠାରୁ ଚାଉଳ ସଂଗ୍ରହ କରିପାରିବେ ।

ଏହି ଏଟିଏମ୍‌ ୫ ମିନିଟ୍‌ରେ ନିର୍ଭୁଲ ଭାବରେ ୫୦ କିଲୋଗ୍ରାମ ଶସ୍ୟ ବାହାର କରିପାରିବ । ହିତାଧିକାରୀମାନେ ପ୍ରଥମେ ବାୟୋମେଟିକ୍‌ ଅଙ୍ଗୁଳି ଛାପ ପ୍ରକ୍ରିୟା ଶେଷ କରିବା ପରେ ଏଟିଏମ୍‌ ମାଧ୍ୟମରେ ସେମାନଙ୍କ ଖାଦ୍ୟଶସ୍ୟ ପାଇପାରିବେ । ଏହା ଦ୍ୱାରା ଶକ୍ତି ଓ ସମୟର ସଞ୍ଚୟ କରାଯାଇପାରିବ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାଲଲହଡ଼ା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ମହାକାଳପଡ଼ା ବିଧାୟକ ଶ୍ରୀ ଦୁର୍ଗାପ୍ରସନ୍ନ ନାୟକ, କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ରନାରାୟଣ ମହାନ୍ତି, ପରିଚାଳନା ନିର୍ଦ୍ଦେଶକ, ଓଏସ୍‌ସିଏସ୍‌ସି ଶ୍ରୀ ଶୁଭମ୍‌ ସାକ୍ସେନା, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଓଡ଼ିଶା ମୁଖ୍ୟ ଶ୍ରୀ ହିମାଂଶୁ ବାଲ୍‌, ସାମାଜିକ ନିରାପତ୍ତା ଓ ଯୋଗାଣ ଶୃଙ୍ଖଳ ମୁଖ୍ୟ ଅଙ୍କିତ୍‌ ସୁଦ୍‌, ନିଶାନ୍ତ ଅଗ୍ରୱାଲ, ନୀତିଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

କୃଷ୍ଣ ଚନ୍ଦ୍ର ପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

May 17, 2026

ଶିକ୍ଷା ବିକାଶ ସମିତି ପକ୍ଷରୁ ମେଧାବୀ ଅଭିନନ୍ଦନ ୨୦୨୬ ଉତ୍ସବ

May 17, 2026

ନିମାପଡ଼ା ପଥ ଉତ୍ସବ ଓ ଉତ୍କର୍ଷ ନିମାପଡା ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

May 17, 2026

ଯୋଗାଣ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ: ୫୦୫ ଲିଟର ଡିଜେଲ ଜବତ

May 17, 2026
Latest News

ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

May 17, 2026

ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆନୁଷ୍ଠାନିକ ଆଲୋଚନା

May 17, 2026

ଡଚ୍ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

May 17, 2026

ଶିକ୍ଷା ବିକାଶ ସମିତି ପକ୍ଷରୁ ମେଧାବୀ ଅଭିନନ୍ଦନ ୨୦୨୬ ଉତ୍ସବ

May 17, 2026

ନିମାପଡ଼ା ପଥ ଉତ୍ସବ ଓ ଉତ୍କର୍ଷ ନିମାପଡା ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.