Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଜ୍ୟ ଅଭିଲେଖାଗାରରେ ପାଳିତ ହେଲା କ୍ରାନ୍ତୀ ଦିବସ, ଜାଣନ୍ତୁ କଣ କହିଲେ ସାମ୍ବାଦିକ ପ୍ରଭୃ କଲ୍ୟାଣ ମହାପାତ୍ର
ଜାତୀୟ ଖବର

ରାଜ୍ୟ ଅଭିଲେଖାଗାରରେ ପାଳିତ ହେଲା କ୍ରାନ୍ତୀ ଦିବସ, ଜାଣନ୍ତୁ କଣ କହିଲେ ସାମ୍ବାଦିକ ପ୍ରଭୃ କଲ୍ୟାଣ ମହାପାତ୍ର

August 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟ ଅଭିଲେଖାଗାରରେ ପାଳିତ ହେଲା କ୍ରାନ୍ତୀ ଦିବସ, ଜାଣନ୍ତୁ କଣ କହିଲେ ସାମ୍ବାଦିକ ପ୍ରଭୃ କଲ୍ୟାଣ ମହାପାତ୍ର

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ କ୍ରାନ୍ତି ଦିବସ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ଶ୍ରୀଯୁକ୍ତ ପ୍ରଭୁକଳ୍ୟାଣ ମହାପାତ୍ର । ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଲୀପ ରାଉତରାଏ।

ସମ୍ମାନନୀୟ ଅତିଥି ତଥା ସଭା ପରିଚାଳନା କରିଥିଲେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ମଧୁସୂଦନ ଦାଶ। ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ଶ୍ରୀମତୀ ବନାନୀ ମହାପାତ୍ର । ଏହି ଅଗଷ୍ଟ କ୍ରାନ୍ତି ଦିବସ ପାଳନ ଅବସରରେ ଏକ ଅଭିଲେଖ ପ୍ରଦର୍ଶନୀ ସହ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା।

ଆଲୋଚନା ଚକ୍ରର ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ପ୍ରଭୁକଲ୍ୟାଣ ମହାପାତ୍ର କହିଥିଲେ ଭାରତର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନ ଅତୁଳନୀୟ। ଯେତେବେଳେ ଭାରତର ସ୍ୱାଧୀନତା ପାଇଁ ସାରା ଭାରତରେ ଆନ୍ଦୋଳନ ଚାଲିଥିଲା ସେ ସମୟରେ ଓଡ଼ିଶା ଦୁଇ ଗୋଟି ସଂଗ୍ରାମ ଚଳାଇଥିଲା, ଗୋଟିଏ ନିଜ ମାତୃଭୂମି ଓ ମାତୃଭାଷାର ଲଢ଼େଇ ଏବଂ ଅନ୍ୟଟି ଭାରତର ସ୍ୱାଧୀନତା ସଂଗ୍ରାମ ପାଇଁ ଲଢ଼େଇ।

ଏହି ଅବସରରେ ଓଡ଼ିଶାର କେତେଜଣ ଅନାଲୋଚିତ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ସେ ଆଲୋଚନା କରିଥିଲେ। ବିଶେଷକରି ଚୌଧୁରୀ ଭଗବତ ସାମନ୍ତରାୟ ମହାପାତ୍ର ଏବଂ ତାଙ୍କ ପରିବାର ସଦସ୍ୟ- କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ନିତ୍ୟାନନ୍ଦ ମହାପାତ୍ର, ସୀତାକାନ୍ତ ମହାପାତ୍ର, କମଳାକାନ୍ତ ମହାପାତ୍ର, କୋକିଳା ଦେବୀ, ଜାହ୍ନବୀ ଦେବୀ, ମୁକୁନ୍ଦ ପ୍ରସାଦ ଦାସ, ନିର୍ମାଳା ଦେବୀ ଏବଂ କୁମୁଦିନୀ ଦେବୀଙ୍କ ପରି ସ୍ୱାଧୀନତା ସଂଗ୍ରାମୀଙ୍କ ଓଡ଼ିଶାର ସାହିତ୍ୟ, ସଂସ୍କୃତି, ସମାଜ ସେବା ସହିତ ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରକୁ ଅବଦାନ ବିଷୟରେ ବର୍ଣ୍ଣନା କରିଥିଲେ।

ସମ୍ପାନର ସମ୍ମାନନୀୟ ଅତିଥି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ମଧୁସୂଦନ ଦାଶ କହିଥିଲେ ଯେ ପ୍ରତିବର୍ଷ ଅଗଷ୍ଟ ୯ ତାରିଖରେ ଆନୁଷ୍ଠାନିକ ଭାବରେ କ୍ରାନ୍ତି ଦିବସ ପାଳନ କରିବା ସହ ଆତ୍ମ ସମୀକ୍ଷା ଏବଂ ଆତ୍ମ ଚିନ୍ତନ କରିବାର ଆବଶ୍ୟକତା ଅଛି ଏବଂ ଦେଶର ଯଶ କିର୍ତ୍ତୀ ଆଗକୁ ବଢ଼ିପାରିବ ସେ ବିଷୟରେ ଯତ୍ନବାନ ହେବା ଆବଶ୍ୟକ।

ଅଭିଲେଖାଗାର ଓଡ଼ିଶା ରାଜ୍ୟ ଅଭିଲେଖାଗାର କ୍ରାନ୍ତି ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026
Latest News

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.