Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନିଶା ନିବାରଣ ବିରୋଧରେ ଦେଶବ୍ୟାପୀ ‘ଗଣ ଶପଥ’ ପାଠ କରାଇଲେ କେନ୍ଦ୍ର ମନ୍ତ୍ରୀ ଡ. ବୀରେନ୍ଦ୍ର କୁମାର
ଜାତୀୟ ଖବର

ନିଶା ନିବାରଣ ବିରୋଧରେ ଦେଶବ୍ୟାପୀ ‘ଗଣ ଶପଥ’ ପାଠ କରାଇଲେ କେନ୍ଦ୍ର ମନ୍ତ୍ରୀ ଡ. ବୀରେନ୍ଦ୍ର କୁମାର

August 12, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ନିଶା ନିବାରଣ ବିରୋଧରେ ଦେଶବ୍ୟାପୀ ‘ଗଣ ଶପଥ’ ପାଠ କରାଇଲେ କେନ୍ଦ୍ର ମନ୍ତ୍ରୀ ଡ. ବୀରେନ୍ଦ୍ର କୁମାର

ନୂଆଦିଲ୍ଲୀ: କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଡ. ବୀରେନ୍ଦ୍ର କୁମାର ଆଜି ନୂଆଦିଲ୍ଲୀର ବଡ଼ଖମ୍ବା ରୋଡ୍ ମଡର୍ଣ୍ଣ ସ୍କୁଲରେ ନିଶା ମୁକ୍ତ ଭାରତ ଅଭିଯାନ (ଏନ୍ ଏମ୍ ବିଏ) ଅଧୀନରେ ନିଶା ନିବାରଣ ବିରୋଧରେ ଦେଶବ୍ୟାପୀ ‘ଗଣ ଶପଥ’ ପାଠ କରାଇଛନ୍ତି। ଏହି ଅବସରରେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମଦାସ ଆଠୱାଲେ ଉପସ୍ଥିତ ଥିଲେ। ଏଥିସହିତ ଶ୍ରୀ ବି.ଏଲ୍ ବର୍ମା ଭିଡିଓ କନଫରେନ୍ସିଂ ମାଧ୍ୟମରେ କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସମେତ ମଡର୍ଣ୍ଣ ସ୍କୁଲର ପ୍ରାୟ ୨୭୦୦ ଛାତ୍ରଛାତ୍ରୀ, ଶିକ୍ଷକ ଉପସ୍ଥିତ ଥିଲେ। ଦେଶର ପ୍ରାୟ ୧୦ ହଜାର ସ୍ଥାନରୁ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ରାଜ୍ୟ/ଜିଲ୍ଲା ପ୍ରଶାସନ ଇତ୍ୟାଦି ବିଭିନ୍ନ ଅଂଶୀଦାର ଭର୍ଚୁଆଲ ମାଧ୍ୟମରେ ଏହି କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ କାର‌୍ୟ୍ୟକ୍ରମରେ ଦେଶବ୍ୟାପୀ ୧ କୋଟିରୁ ଅଧିକ ଲୋକ ଅଂଶଗ୍ରହଣ କରିବା ସହ ଶପଥ ଗ୍ରହଣ କରିଥିଲେ ।

ଉଚ୍ଚ ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟ କ୍ୟାମ୍ପସ, ବିଦ୍ୟାଳୟ ଇତ୍ୟାଦି ଉପରେ ଧ୍ୟାନ ଦେଇ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ଏବଂ ମାଦକ ଦ୍ରବ୍ୟ ବ୍ୟବହାର ବିଷୟରେ ସଚେତନତା ସୃଷ୍ଟି କରିବା ଦିଗରେ ନିଶା ମୁକ୍ତ ଭାରତ ଅଭିଯାନ (ଏନଏମବିଏ) କାର୍ଯ୍ୟ କରୁଛି । ଏହାର ଉଦ୍ଦେଶ୍ୟ ନିର୍ଭରଶୀଳ ଜନସଂଖ୍ୟା ନିକଟରେ ପହଞ୍ଚିବା ଏବଂ ଚିହ୍ନଟ କରିବା, ଡାକ୍ତରଖାନା ଓ ଥଇଥାନ କେନ୍ଦ୍ରରେ ସେମାନଙ୍କ ପରାମର୍ଶ ଏବଂ ଚିକିତ୍ସା ସୁବିଧା ଉପରେ ଧ୍ୟାନ ଦେବା ସହିତ ସେବା ପ୍ରଦାନକାରୀଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ।

ଭାରତ ୭୮ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ୨୦୨୦ରେ ଏହାର ଶୁଭାରମ୍ଭ ପରଠାରୁ ଏନଏମବିଏ ପଞ୍ଚମ ବର୍ଷରେ ପ୍ରବେଶ କରିଛି। ଏହି ମାଇଲଖୁଣ୍ଟକୁ ସ୍ୱୀକୃତି ଦେବା ପାଇଁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗ (ଡିଓଏସଜେଇ) ପକ୍ଷରୁ ସମଗ୍ର ଦେଶରେ ଗଣ ଶପଥ/ଶପଥ ଗ୍ରହଣ ସମାରୋହ ର ଆୟୋଜନ କରାଯାଇଥିଲା ।

ଡକ୍ଟର ବୀରେନ୍ଦ୍ର କୁମାର ତାଙ୍କ ଅଭିଭାଷଣରେ ଉପସ୍ଥିତ ଜନତାଙ୍କୁ ମନେ ପକାଇ ଦେଇ କହିଥିଲେ ଯେ ୨୦୨୦ ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲା ପ୍ରାଚୀରରୁ ନିଶା ମୁକ୍ତ ଭାରତ ପାଇଁ ଆହ୍ୱାନ ଦେଇଥିଲେ। ତାଙ୍କ ଆହ୍ୱାନକୁ ଗ୍ରହଣ କରି ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ନିଶା ଦ୍ରବ୍ୟ ସେବନ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ଦେଶର ୨୭୨ଟି ଜିଲ୍ଲାକୁ ଚିହ୍ନଟ କରି ନିଶା ମୁକ୍ତ ଭାରତ ଅଭିଯାନ ଆରମ୍ଭ କରିଛି। ପରବର୍ତ୍ତୀ କାଳରେ ଅଗଷ୍ଟ ୨୦୨୩ରୁ ଭାରତର ସମସ୍ତ ଜିଲ୍ଲାକୁ ଏହି ଅଭିଯାନରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଆଜି ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ନିଶା ମୁକ୍ତ ଭାରତ ଅଭିଯାନ ଅଧୀନରେ ୩.୫୫ କୋଟିରୁ ଅଧିକ ଯୁବକ ଓ ୨.୩୫ କୋଟି ମହିଳାଙ୍କ ସମେତ ୧୧.୨୬ କୋଟିରୁ ଅଧିକ ଲୋକଙ୍କୁ ନିଶା ଦ୍ରବ୍ୟ ସେବନ ସମ୍ପର୍କରେ ସଚେତନ କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ। ୩.୪୦ ଲକ୍ଷରୁ ଅଧିକ ଶିକ୍ଷାନୁଷ୍ଠାନର ଅଂଶଗ୍ରହଣ ଦ୍ୱାରା ଏହି ଅଭିଯାନର ବାର୍ତ୍ତା ଦେଶର ଶିଶୁ ଓ ଯୁବକମାନଙ୍କ ପାଖରେ ପହଞ୍ଚିପାରିବ ବୋଲି ସେ କହିଛନ୍ତି।

ନିଶା ନିବାରଣରେ ସମଗ୍ର ସମାଜର ଗୁରୁତ୍ୱ ଉପରେ ଆଲୋକପାତ କରି ମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଏହି ଆହ୍ୱାନ ପାଇଁ ସମାଜର ସମସ୍ତେ ଏକାଠି ହୋଇ ଏହି ସାମାଜିକ ଉଦ୍ଦେଶ୍ୟ ଲାଗି ଲଢ଼ିବା ଆବଶ୍ୟକ। ଏହାବ୍ୟତୀତ ଯୁବପିଢିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ଏବଂ ନିଶା ଦ୍ରବ୍ୟର ଶୀଘ୍ର ଚିହ୍ନଟ ଓ ନିରାକରଣ ଅତ୍ୟନ୍ତ ଜରୁରୀ ବୋଲି ମନ୍ତ୍ରୀ କହିଛନ୍ତି। ଛାତ୍ରମାନେ ହିଁ ଦେଶର ଭବିଷ୍ୟତ ଏବଂ ନିଶାଦ୍ରବ୍ୟ ବିରୋଧରେ ଅଭିଯାନର ନେତୃତ୍ୱ ନେବା ଉଚିତ ବୋଲି ସେ କହିଛନ୍ତି। ଅଧିକ ସତର୍କ ରହିବା ସହ ନିଶା ଦ୍ରବ୍ୟ ବ୍ୟବହାର ବିରୋଧରେ ସମାଜରେ ବାର୍ତ୍ତା ପହଞ୍ଚାଇବାକୁ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରାଯାଇଥିଲା।

ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମଦାସ ଆଠୱାଲେ କହିଥିଲେ ଯେ ନିଶା ନିବାରଣ ପାଇଁ ସରକାର ମିଶନ ମୋଡରେ କାମ କରୁଛନ୍ତି । ସେ ନିଶାମୁକ୍ତ ଭାରତ ଅଭିଯାନର ସଫଳତା ଉପରେ ଆଲୋକପାତ କରିଥିଲେ ଏବଂ ଏହା କିପରି ନିଶାଦ୍ରବ୍ୟର ଚାହିଦା ହ୍ରାସ କରିବାରେ ସାହାଯ୍ୟ କରିଛି ସେ ବିଷୟରେ ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବାରୁ ଛାତ୍ରଛାତ୍ରୀଙ୍କୁ ମନ୍ତ୍ରୀ ପ୍ରଶଂସା କରିଥିଲେ।

ମନ୍ତ୍ରଣାଳୟର ସଚିବ ଶ୍ରୀ ଅମିତ ଯାଦବ କହିଥିଲେ, ନିଶାମୁକ୍ତ ଭାରତ ଲକ୍ଷ୍ୟ ହାସଲ କରିବାରେ ଏହି କାର‌୍ୟ୍ୟକ୍ରମର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ମାଦକ ଦ୍ରବ୍ୟ ର ବ୍ୟବହାର ଜାତୀୟ ଅର୍ଥବ୍ୟବସ୍ଥା ଉପରେ ଏକ କୁପ୍ରଭାବ ପକାଉଛି ବୋଲି ସେ ଜୋର ଦେଇ କହିଥିଲେ । ନିଶା କାରବାର ଦେଶ ଉପରେ ଉଭୟ ସାମାଜିକ ଓ ଆର୍ଥିକ ପ୍ରଭାବ ପକାଇଥାଏ ଏବଂ ସାମୂହିକ ପ୍ରୟାସ ଦ୍ୱାରା ଏହି ବିପଦକୁ ଦୂର କରାଯାଇପାରିବ ବୋଲି ସେ କହିଛନ୍ତି।

‘ଏକ ପେଡ୍ ମା କେ ନାମ’ ଅଭିଯାନ ଅଧୀନରେ ସଚିବ, ମଡର୍ଣ୍ଣ ସ୍କୁଲର ପ୍ରଧାନ ଶିକ୍ଷକ, ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ମଡର୍ଣ୍ଣ ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଘରେ ରୋପଣ ପାଇଁ ଚାରା ବଣ୍ଟନ କରାଯାଇଥିଲା।

କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ନିଶାନିବାରଣ ଶପଥ ପାଠ
Share. Facebook Twitter LinkedIn Email WhatsApp Copy Link

Related Posts

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

‘ଭାରତରେ ନିର୍ବାଚନ ଚୋରି ହେଉଛି’: ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ ଧର୍ମେନ୍ଦ୍ର ପ୍ରଧାନ କଲେ ପାଲଟା ଆକ୍ରମଣ

July 23, 2025

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତୃତୀୟ ଦିନରେ ମଧ୍ୟ ଚାଲିପାରିଲା ନାହିଁ ରାଜ୍ୟସଭା ଓ ଲୋକସଭା, ଜାଣନ୍ତୁ କଣ ଘଟିଲା

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.