Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ହିନ୍ଦୁସ୍ଥାନ ପାଇଁ ରକ୍ତରେ କାବ୍ୟ ରଚନା
ଜାତୀୟ ଖବର

ହିନ୍ଦୁସ୍ଥାନ ପାଇଁ ରକ୍ତରେ କାବ୍ୟ ରଚନା

August 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଡକ୍ଟର ସତ୍ୟ ଷଡ଼ଙ୍ଗୀ

ହିନ୍ଦୁସ୍ଥାନର ମୁକ୍ତି ସଂଗ୍ରାମ ପାଇଁ ନିଜ ରକ୍ତରେ କାବ୍ୟ ଲେଖିଥିଲେ ଇଂଲଣ୍ଡର ଜଣେ କାରାବନ୍ଦୀ ଇଂରେଜ କବି। ଏପରି ଗମ୍ଭୀର ଐତିହାସିକ ତଥ୍ୟର ସନ୍ଧାନ ଦେଇଛନ୍ତି ବିଶିଷ୍ଟ ସାହିତ୍ୟ ଗବେଷକ ପ୍ରଫେସର ଦେବେନ୍ଦ୍ର କୁମାର ଦାଶ।

ସେହି ବିସ୍ମୃତ ଇଂରେଜ କବି ହେଉଛନ୍ତି ଆର୍ଣ୍ଣଷ୍ଟ ଚାର୍ଲ୍ସ ଜୋନ୍ସ (୧୮୧୯-୧୮୬୯) ଆଉ ତାଙ୍କ କାବ୍ୟର ନାମ ‘ଦି ରିଭୋଲ୍ଡ ଅଫ୍ ଦି ହିନ୍ଦୁସ୍ଥାନ’। ଏହାର ବିଷୟବସ୍ତୁ ଭାରତୀୟ ସ୍ଵାଧୀନତା ସଂଗ୍ରାମ ଉପରେ ଆଧାରିତ।

ଆର୍ଣ୍ଣଷ୍ଟ ଚାର୍ଲ୍ସ ଜୋନ୍ସ ସାଧାରଣ ବର୍ଗଙ୍କ ହକ୍ ପାଇଁ ସଂଗ୍ରାମ କରି କାରରୁଦ୍ଧ ଥିଲାବେଳେ ଲିଖନ ସାମଗ୍ରୀର ବାରଣ ସତ୍ତ୍ଵେ ବାଇବେଲର ଟୁକୁରା ପୃଷ୍ଠା ଉପରେ ଆପଣା ରକ୍ତରେ ରଚନା କରିଥିଲେ ‘ଦି ଭିଭୋଲ୍ଡ ଅଫ୍ ଦି ହିନ୍ଦୁସ୍ତାନ’ କାବ୍ୟ – ଠିକ୍ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ‘ସିପାହୀ ବିଦ୍ରୋହ’ର (୧୮୫୭) ଅବ୍ୟବହିତ ପୂର୍ବରୁ। ତେଣୁ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଗ୍ରନାୟକ ଭାବରେ ଜୋନ୍ସଙ୍କୁ ଗ୍ରହଣ କରାଯାଇ ପାରେ।

ରବୀନ୍ଦ୍ରନାଥ ସମକାଳୀନ ଇଂରେଜ ଜାତିକୁ ଦୁଇ ଭାଗରେ ବିଭକ୍ତ କରିଥିଲେ – ଛୋଟ ଇଂରେଜ ଓ ବଡ଼ ଇଂରେଜ। ଛୋଟ ଇଂରେଜ ସୁନାର ଭାରତକୁ ନାରଖାର କଲାବେଳେ ବଡ଼ ଇଂରେଜ ସୁନାର ଭାରତ ପ୍ରତିଷ୍ଠା ପାଇଁ ସାଧନା କରୁଥିଲେ। ସେମାନଙ୍କ ଭିତରୁ ଜଣେ ଥିଲେ ଆର୍ଣ୍ଣଷ୍ଟ ଜୋନ୍ସ। ଶ୍ରମଜୀବୀ ମଣିଷକୁ ରାଜନୈତିକ ଅଧିକାର ଦେବା ପାଇଁ ସଂଗ୍ରାମ କରି ଊନବିଂଶ ଶତାବ୍ଦୀର ଚତୁର୍ଥ ଦଶନ୍ଧିରେ ଯେଉଁ ଚାର୍ଟିଷ୍ଟ ଆନ୍ଦୋଳନ (୧୮୩୬-୪୮) ଚାଲିଥିଲା, ଆର୍ଣ୍ଣଷ୍ଟ ଜୋନ୍ସ ତହିଁରେ ସଦସ୍ୟ ଥିଲେ ଓ ସେଥିପାଇଁ କାରାଦଣ୍ଡ ଭୋଗୁଥିଲେ।

କାରାଗାରର ଅମାନବିକ ପରିବେଶ ମଧ୍ୟରେ ଆପଣା ରକ୍ତର କାଳିରେ The Revolt of Hindostan କାବ୍ୟଟିକୁ ରଚନା କରିଥିଲେ। ମୁଖବନ୍ଧରେ ସେ ଲେଖିଛନ୍ତି – Book Written in prison, with my own blood, on the loose leaves of a torn prayer book in 1849, while denied the use of writing materials by the prison-authorities. (The Revolt of Hindostan, Dedication)

ଆଶ୍ଚର୍ଯ୍ୟର କଥା ଭାରତକୁ ସର୍ବପ୍ରଥମେ ବିଶ୍ୱଗୁରୁ ହେବାର ସ୍ୱପ୍ନ ଦେଖିଥିବା ଏହି ବିଦେଶୀ ମହାନୁଭବ ଜୋନ୍ସଙ୍କ ଜନ୍ମ ଓ ଦେହାନ୍ତ ହୋଇଥିଲା ଜାନୁଆରୀ ୨୬ ତାରିଖରେ – ଯାହାକି ଭାରତର ସାଧାରଣତନ୍ତ୍ର ଦିବସ।

କୋଟବିଦ୍ୟାଧରପୁର, ବାଣପୁର
ମୋ- ୯୪୩୮୩୬୦୫୧୬

ଆର୍ଣ୍ଣଷ୍ଟ ଚାର୍ଲ୍ସ ଜୋନ୍ସ କାବ୍ୟ ରଚନା କାରାବନ୍ଦୀ ଇଂରେଜ କବି ଦେବେନ୍ଦ୍ର କୁମାର ଦାଶ ମୁକ୍ତି ସଂଗ୍ରାମ ହିନ୍ଦୁସ୍ଥାନ
Share. Facebook Twitter LinkedIn Email WhatsApp Copy Link

Related Posts

ଶେଷ ପର୍ଯ୍ୟନ୍ତ ଲଢ଼ିଲା ନେଦରଲ୍ୟାଣ୍ଡ: ୧୭ ରନ୍ ରେ ଜିତିଲା ଭାରତ

February 18, 2026

ଏଆଇ ଦାୟିତ୍ୱବୋଧ ସଂକଳ୍ପରେ ଭାରତର ବିଶ୍ୱରେକର୍ଡ: ୨୪ ଘଣ୍ଟାରେ ୨.୫ ଲକ୍ଷ ସଂକଳ୍ପ

February 18, 2026

ରାଞ୍ଚି ଦୂରଦର୍ଶନ କେନ୍ଦ୍ରରେ ‘ବିକଶିତ ଭାରତ ୨୦୪୭’ ଉପରେ ଆଲୋଚନା

February 18, 2026

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

February 18, 2026
Latest News

ଶେଷ ପର୍ଯ୍ୟନ୍ତ ଲଢ଼ିଲା ନେଦରଲ୍ୟାଣ୍ଡ: ୧୭ ରନ୍ ରେ ଜିତିଲା ଭାରତ

February 18, 2026

ଏଆଇ ଦାୟିତ୍ୱବୋଧ ସଂକଳ୍ପରେ ଭାରତର ବିଶ୍ୱରେକର୍ଡ: ୨୪ ଘଣ୍ଟାରେ ୨.୫ ଲକ୍ଷ ସଂକଳ୍ପ

February 18, 2026

ରାଞ୍ଚି ଦୂରଦର୍ଶନ କେନ୍ଦ୍ରରେ ‘ବିକଶିତ ଭାରତ ୨୦୪୭’ ଉପରେ ଆଲୋଚନା

February 18, 2026

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

February 18, 2026

ପଶ୍ଚିମ ଓଡ଼ିଶା ଯୋଗାଯୋଗକୁ ବୃଦ୍ଧି କରିବ ହାଓଡ଼ା–ଜୁନାଗଡ଼ ରୋଡ୍ ଇସ୍ପାତ ଏକ୍ସପ୍ରେସ୍ ସମ୍ପ୍ରସାରଣ

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.