Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପରାଧୀନତାର କଷାଘାତରେ ଜର୍ଜରିତ ଜନତା!
ଜାତୀୟ ଖବର

ପରାଧୀନତାର କଷାଘାତରେ ଜର୍ଜରିତ ଜନତା!

August 15, 2024No Comments6 Mins Read
Share Facebook Twitter LinkedIn Email WhatsApp Copy Link
ରାଜସ୍ଥାନରୁ ISI ଏଜେଣ୍ଟ ଗିରଫ: ପାକିସ୍ତାନକୁ ପଠାଉଥିଲେ ସାମରିକ ସୂଚନା 
ରାଜସ୍ଥାନରୁ ISI ଏଜେଣ୍ଟ ଗିରଫ: ପାକିସ୍ତାନକୁ ପଠାଉଥିଲେ ସାମରିକ ସୂଚନା 

ସୁବାସ କୁମାର ତାରଣିଆଁ

ଗତ ଦୁଇବର୍ଷ ଧରି ସାରା ଦେଶରେ ଖୁବ୍ ଧୂମଧାମରେ ପାଳିତ ହୋଇଯାଇଛି ଆମ କଷ୍ଟଲବ୍‌ଧ ସ୍ୱାଧୀନତା ପ୍ରାପ୍ତିର ୭୭ବର୍ଷ ପୂର୍ତ୍ତି ସମାରୋହ ‘ଆଜାଦୀ କି ଅମୃତ ମହୋତ୍ସବ।’ ଏହି ଐତିହାସିକ ଦିବସ ଅବସରରେ ଦେଶର ପ୍ରତ୍ୟେକଟି ନାଗରିକ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାମିଲ୍ ହୋଇ, ଘରେ ଘରେ ଜାତୀୟ ପତାକା ଉଡ଼ାଇ ଦେଶ ପାଇଁ ପ୍ରାଣବଳୀ ଦେଇ ବ୍ରିଟିଶ ଶାସନ କବଳରୁ ଦେଶକୁ ସ୍ୱାଧୀନତା ଆଣି ଦେଇଥିବା ସଂଗ୍ରାମୀମାନଙ୍କ ବଳିଦାନକୁ ସ୍ମରଣୀୟ କରାଇବା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ।

ଏହି ମହୋତ୍ସବ ଦେଶବିଦେଶରେ ଭାରତୀୟ ନାଗରିକମାନେ ବିଭିନ୍ନ ପ୍ରକାର ଉତ୍ସବ ମନାଇ ସ୍ୱାଧୀନତା ପ୍ରାପ୍ତିର ଜୟଗାନ କରିଛନ୍ତି। ଆଜିକୁ ଠିକ୍ ୭୭ ବର୍ଷ ପୂର୍ବେ ୧୯୪୭ ଅଗଷ୍ଟ ୧୪ ତାରିଖ ମଧ୍ୟରାତ୍ରିରେ ପ୍ରଥମ ଥର ପାଇଁ ଦିଲ୍ଲୀର ପ୍ରସିଦ୍ଧ ଲାଲକିଲ୍ଲା ଦୁର୍ଗରେ ସ୍ୱାଧୀନ ଭାରତର ତ୍ରିରଙ୍ଗା ଜାତୀୟ ପତାକା ଉତ୍ତୋଳନ ହେବା ସହ ସମଗ୍ର ଦେଶ ହୋଇ ଉଠିଥିଲା ଉତ୍ସବମୁଖର। ଦେଶର କୋଣ ଅନୁକୋଣରେ ସୁସଜ୍ଜିତ ଆଲୋକମାଳା ସାଙ୍ଗକୁ ଆତସବାଜି ଫୁଟାଇ ସ୍ୱାଧୀନତାର ସୂର୍ଯ୍ୟୋଦୟକୁ ସ୍ୱାଗତ ଜଣାଇଥିଲେ କୋଟି କୋଟି ଭାରତୀୟ ଜନତା।

ଆମ ଦେଶ ଭାରତ ଯେତେବେଳେ ବ୍ରିଟିଶ କବଳରେ କରାୟତ ଥିଲା, ସେତେବେଳେ ଇଂରେଜମାନେ ଭାରତୀୟଙ୍କୁ ବହୁ ନିର୍ଯ୍ୟାତନା ଦେଉଥିଲେ, ଭାରତୀୟମାନଙ୍କ ମୌଳିକ ଓ ସାମାଜିକ ଅଧିକାର ଛଡ଼ାଇନେଇ, ସେମାନଙ୍କୁ ନିଜର ଗୋଲାମୀ କରି ରଖିଥିଲେ। ଅନେକ ଲୋକ ସେମାନଙ୍କ ନିର୍ଯ୍ୟାତନା ସହିନପାରି ଜୀବନ ହାରୁଥିଲେ। ତେଣୁ ବ୍ରିଟିଶଙ୍କ କ୍ରୁର ଶାସନ କବଳରୁ ଦେଶକୁ ଛଡ଼ାଇ ଆଣିବାକୁ ଦୀର୍ଘବର୍ଷ ଧରି ଯେଉଁ ଲଢେଇ ଚାଲିଥିଲା, ସେଥିରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକଟି ମହାମାନବ, ଦେଶପ୍ରେମୀ ସାମିଲ୍ ହୋଇ ନିଜ ତ୍ୟାଗ, ନିଷ୍ଠା ଓ ସଂଘର୍ଷର ପ୍ରମାଣ ଦେଇଥିଲେ। ହିନ୍ଦୁ ହେଉ ବା ମୁସ୍‌ଲିମ୍‌, ଶିଖ୍ ହେଉ ବା ଜୈନ ଅବା ଖ୍ରୀଷ୍ଟିୟାନ, ସମସ୍ତେ ଏଥିରେ ନେତୃତ୍ୱ ନେଇଥିଲେ।

ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହେରୁ, ସର୍ଦ୍ଦାର ପଟେଲ, ସୁବାଷ ବୋଷ, ଅବୁଲ୍ କାଲାମ ଆଜାଦ, ଆସଫକୁଲ୍ଲା ଖାଁ, ଡ. ଖାଁ ଅବଦୁଲ ଗଫୁର ଖାନ୍‌, ଆସିଫ ଅଲ୍ଲୀ, ଜାକିର ହୁସେନ ପ୍ରମୁଖ ଦେଶପ୍ରେମୀଗଣ ଏକାଠି ହୋଇ ନିଜ ଜୀବନକୁ ବାଜି ଲଗାଇ ବ୍ରିଟିଶ ବିରୋଧୀ ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଗାନ୍ଧି ଜଣେ ବ୍ୟକ୍ତି ନଥିଲେ, ବରଂ ଥିଲେ ଜଣେ କାଳଜୟୀ, ବିଶ୍ୱ ବିଜୟୀ ବିଚାରଧାରା। ଗାନ୍ଧୀଙ୍କ ନୀତି, ଆଦର୍ଶ, ମାର୍ଗ ଓ ବିଚାର ସହ ମନାନ୍ତର ଥିଲେ ବି ଗାନ୍ଧିଜୀ ସମସ୍ତଙ୍କୁ ଆପଣାର କରି ନେଉଥିଲେ, ସମସ୍ତଙ୍କ କଥା ବୁଝୁଥିଲେ ଭିନ୍ନ ଭିନ୍ନ ମତକୁ ସମ୍ମାନ ଦେବାରେ ଗାନ୍ଧିଜୀ ଥିଲେ ଦୃଢ ଓ ବଦ୍ଧପରକର।

ସଦାଚାର, ସଦ୍‌ଭାବ ଓ ସଂହତି ତାଙ୍କ ବିଚାରର ପ୍ରାଣକେନ୍ଦ୍ର ଥିଲା। ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ୍ୟ ଯେ, ଅହିଂସା ଓ ଅସହଯୋଗର ଅମୋଘ ଅସ୍ତ୍ରରେ ଗାନ୍ଧିଜୀ ବ୍ରିଟିଶ ଶାସନକୁ ବିବସ୍ତ୍ର ଓ କବଳିତ କରି ଦେଇଥିଲେ। ଗାନ୍ଧିଜୀଙ୍କର ମୂଳ ମନ୍ତ୍ର ଥିଲା ଅହିଂସା ପରମ ଧର୍ମ। ସମଗ୍ର ଭାରତ ବର୍ଷକୁ ଅହିଂସା ନୀତିରେ ବାନ୍ଧି ରଖିବାକୁ ଗାନ୍ଧିଜୀ ବଦ୍ଧପରିକର ଥିଲେ।

ସବୁ ପ୍ରକାର ଘାତ ଓ ପ୍ରତିଘାତର ସମ୍ମୁଖୀନ ହୋଇ ଅନେକ ଥର ଜେଲ୍ ଦଣ୍ଡ ଭୋଗି ଶେଷରେ ଭାରତକୁ ସ୍ୱାଧୀନ ଆଣିଦେବାରେ ଥିଲା ଗାନ୍ଧିଜୀଙ୍କ ଅତୁଳନୀୟ ଅବଦାନ। ଠିକ୍ ଭାରତକୁ ସ୍ୱାଧୀନତା ଦେବା ପରେ ପରେ ଆତତାୟୀଙ୍କ ଗୁଳିରେ ହେ ରାମ କହି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେତେବେଳେ ଦେଶ ଓ ଦେଶ ପ୍ରେମରେ ଧର୍ମକୁ ନେଇ ଭେଦଭାବ ବା ପାତର ଅନ୍ତର ଦେଖାଯାଉନଥିଲା ବରଂ ହିନ୍ଦୁ ମୁସଲମାନ, ଶିଖ, ଜୈନ ଏକତା ହିଁ ଭାରତର ମୂଳମନ୍ତ୍ର ବୋଲି ବ୍ରିଟିଶ ଶାସକ ହୃଦ୍‌ବୋଧ କରି ଏହି ବନ୍ଧୁତ୍ୱ ଓ ସମ୍ବଳକୁ ଖଣ୍ଡ ବିଖଣ୍ଡିତ କରିବା ପାଇଁ ସମସ୍ତ ଷଡ଼ଯନ୍ତ୍ର କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ।

ବ୍ରିଟିଶମାନଙ୍କ ଷଡ଼ଯନ୍ତ୍ରକୁ ଭଣ୍ଡୁର କରିବା ପାଇଁ ଦେଶର କୋଟି କୋଟି ଜନତା ଏହି ମହାନ୍ ସଂଗ୍ରାମରେ ସାମିଲ ହୋଇଥିଲେ। ଫଳରେ ଏମାନଙ୍କ ଅକୁଣ୍ଠ ସମର୍ଥନ ଓ ଦେଶପ୍ରେମୀଙ୍କ ବଳିଦାନ ଯୋଗୁ ଆମ ଦେଶ ଭାରତ ବ୍ରିଟିଶ କବଳରୁ ସବୁଦିନ ପାଇଁ ମୁକ୍ତି ପାଇଥିଲୁ ସତ କିନ୍ତୁ ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା କିଛି ବ୍ୟକ୍ତି ବା ସଂଗଠକଙ୍କ ହୀନ ପ୍ରୟାସ ନିଶ୍ଚିତ ଭାବେ ନିନ୍ଦନୀୟ ଥିଲା। ସେମାନଙ୍କୁ ଯେତେ ଭର୍ତ୍ସନା କଲେ ତାହା କମ୍ ହେବ। ଏପରି ବିକୃତ ମାନବିକତା ଓ ସଂକୀର୍ଣ୍ଣତା ଆମ ତମାମ ସମାଜକୁ ଏମିତି ସଂକ୍ରମିତ କରିଦେଇଛି ଯେ ଆମେ ଏକପ୍ରକାର ଦୃଷ୍ଟିଶକ୍ତି ହରାଇ ବସିଛୁ!

ଏହାର ଏକ ଉଦାହରଣ ହେଲା ଜଣେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ କମଳ ଲୋଚନ ସାର୍। କମଳ ଲୋଚନ ସାର୍ ଥିଲେ ଜଣେ ଆଦର୍ଶ ତଥା ଛାତ୍ରବତ୍ସଳ ଶିକ୍ଷକ। ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଢିବାରେ ସେ ଥିଲେ ବେଶ୍ ପାରଙ୍ଗମ। ସ୍କୁଲ୍‌ର ସବୁ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଭିଭାବକମାନେ ସମସ୍ତେ ତାଙ୍କୁ ଭଲ ପାଉଥିଲେ ଓ ସମ୍ମାନ ମଧ୍ୟ ଦେଉଥିଲେ। ସେଥିପାଇଁ କମଳ ଲୋଚନ ସାର୍‌ଙ୍କର ଏକ ସ୍ୱତନ୍ତ୍ର ପରିଚୟ ଥିଲା। ଏକଦା ସ୍କୁଲ୍‌ରେ ପରୀକ୍ଷା ଚାଲିଥିବା ସମୟରେ ସ୍ଥାନୀୟ ମନ୍ତ୍ରୀଙ୍କ ପୁଅ ପରୀକ୍ଷାରେ କପି କରୁଥିବାର ଦେଖି କମଳ ସାର୍ ମନ୍ତ୍ରୀଙ୍କ ପୁଅଠାରୁ କପି ଜବତ କରିଥିଲେ ଏବଂ ପରୀକ୍ଷାରେ କପି ନ କରି, ପାଠ ପଢି ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ।

ଏହି ଖବର ମନ୍ତ୍ରୀଙ୍କ ପାଖରେ ପହଞ୍ଚିବା ପରେ ଏହାର ଭୟଙ୍କର ପରିଣତି କମଳ ସାର୍‌ଙ୍କୁ ଭୋଗିବାକୁ ପଡ଼ିଥିଲା। ତାଙ୍କୁ ମାର୍ଥାପୁର ନାମକ ଏକ ସମ୍ବେଦନଶୀଳ ତଥା ଉତ୍ତେଜନାପ୍ରବଣ ଅଞ୍ଚଳକୁ ବଦଳି କରି ଦିଆଯାଇଥିଲା ଯେଉଁ ଅଞ୍ଚଳରେ ଭିକି ବୋଲି ଏକ ଦୁର୍ଦ୍ଦାନ୍ତ ଅପରାଧୀ ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ରହି ଆଖପାଖ ୫୦ଟି ଗାଁରେ ନିଜର ଅପରାଧ ସାମ୍ରାଜ୍ୟ ଚଳାଇ ଆସୁଥିଲା। ଏପରିକି ଉକ୍ତ ଅଞ୍ଚଳର ଲୋକମାନେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ନିଜ ଗାଁରେ ଥିବା ସରକାରୀ ଜମିରେ ଦୋକାନ ଖଣ୍ଡିଏ କରିବାକୁ ହେଲେ ଭିକି ନାଁରେ ହିଁ ଦୋକାନ ଖୋଲିବାକୁ ହୁଏ ଓ ମାସିକିଆ ଦାଦାବଟି ଦେବାକୁ ପଡ଼େ। ଯିଏ ଦାଦାବଟି ହେଉନଥିଲା, ଭିକି ତାକୁ ହତ୍ୟା କରୁଥିଲା। ସେହି ଅଞ୍ଚଳର ଜଣେ ଗରିବ ଲୋକ ଗାଁରେ ଥିବା ନିଜ ପୈତୃକ ଜମିରେ ଭିକିର ବିନା ଅନୁମତିରେ ତାଙ୍କ ମାଆଙ୍କ ନାମରେ ଏକ ଜଳଖିଆ ଦୋକାନ ଖୋଲିବାରୁ, ଦିନ ଦ୍ୱିପ୍ରହରରେ ସର୍ବସମ୍ମୁଖରେ ଭିିକି ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା ଓ ଉକ୍ତ ଥାନାର ଇନିସ୍‌ପେକ୍ଟର ଏହି ଘଟଣାର ତଦନ୍ତ କରିବାରୁ ତାଙ୍କୁ ମଧ୍ୟ ଭିକିର ଲୋକମାନେ ହତ୍ୟା କରିଥିଲେ।

କମଳ ସାର୍‌ଙ୍କ ପୁଅ ଜୀବନ ଯେ କି ଜଣେ ଶିକ୍ଷିତ ଯୁବକ ଏହି ଘଟଣାକୁ ଘୋର ବିରୋଧ କରୁଥିଲେ ମଧ୍ୟ ବାପାଙ୍କ ଆଦର୍ଶ ଯୋଗୁ ଚୁପ୍ ରହିବାକୁ ବାଧ୍ୟ ହେଉଥିଲେ। ସେହି ଅଞ୍ଚଳରେ ସରକାରୀ ଜାଗାରେ ଜଣଙ୍କ ନାମରେ ଏକାଧିକ ଦୋକାନ ଖୋଲିଥିବାରୁ ଜଣେ ତଦନ୍ତକାରୀ ଅଫିସର ଘଟଣାସ୍ଥଳକୁ ଯାଇ ତଦନ୍ତ କରିବାରୁ ତାଙ୍କୁ ଭିକିର ଲୋକମାନେ ହତ୍ୟା କରିବାକୁ ଗୋଡ଼ାଇବାରୁ ଅଫିସର ଜଣକ ନିଜ ଜୀବନ ବଞ୍ଚାଇବାକୁ ଯାଇ କମଳ ସାର୍‌ଙ୍କ ଘରେ ପଶିଯାଇଥିଲେ। ଭିକିର ଲୋକମାନେ କମଳ ସାରଙ୍କ ଘର ଭିତରକୁ ପଶି, ତାଙ୍କର ଜିନିଷ ପତ୍ର ଫିଙ୍ଗାଫିଙ୍ଗି କରି ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରି ଅଫିସରଜଣଙ୍କୁ ଭିଡ଼ିଆଣି ସାର୍‌ଙ୍କ ଘର ସମ୍ମୁଖରେ ହତ୍ୟା କରିଥିଲେ।

ଏହି ଘଟଣା ପରେ ଜୀବନ ଆଉ ଚୁପ୍ ନରହି ଭିକିର ଲୋକମାନଙ୍କୁ ପାଲଟା ଆକ୍ରମଣ କରିବାରୁ ଜୀବନକୁ ମଧ୍ୟ ଏକ ମିଥ୍ୟା ହତ୍ୟାକାଣ୍ଡରେ ଫଶାଇ ଦେଇ ଜେଲ୍‌କୁ ପଠାଇ ଦିଆଗଲା। ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ସାହସ ଜୁଟାଇ ଜୀବନର ଏଭଳି ସାହାସିକତାକୁ ସମର୍ଥନ ଜଣାଇ କୋର୍ଟରେ ଜୀବନକୁ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିଥିଲେ। ନିର୍ଦ୍ଦୋଷ ପ୍ରମାଣିତ ହେଲା ପରେ ଜୀବନ ଦୁର୍ନୀତି ବିରୁଦ୍ଧରେ ଲଢେଇ ଜାରି ରଖି ଶେଷରେ ସବୁଦିନ ପାଇଁ ମନ୍ତ୍ରୀ ଓ ଭିକିର ଆତଙ୍କରାଜ ବନ୍ଦ କରିଦେଇଥିଲେ। ଫଳରେ ମାର୍ଥାପୁରବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା ଓ ସେହିଦିନ ଠାରୁ ଆଉ ଭିକିକୁ ବଟି ଦେବାକୁ ପଡ଼ିନଥିଲା।

ସେହିପରି ମହାମାରୀ କରୋନା ସମୟରେ ଗୁଜୁରାଟର ସୁରତ ସହରରେ ରାତି କର୍ଫ୍ୟୁ ଜାରି ରହିଥିବା ବେଳେ ସ୍ଥାନୀୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପୁଅ ଏବଂ ତାଙ୍କର ୪ଜଣ ସାଙ୍ଗ ଏହାକୁ ଉଲଂଘନ କରି ବିନା ମାସ୍କରେ ବୁଲୁଥିବା ସମୟରେ ସେଠାରେ ନିୟୋଜିତ ଥିବା ମହିଳା କନେଷ୍ଟବଳ ସୁନୀତା ଯାଦବ ସେମାନଙ୍କୁ ଅଟକାଇଥିଲେ ଏବଂ କାହିଁକି ମାସ୍କ ପିନ୍ଧି ନାହାଁନ୍ତି ଓ ସାମାଜିକ ଦୂରତ୍ୱ ନିୟମ ମାନୁନାହାଁନ୍ତି ବୋଲି ପ୍ରଶ୍ନ କରିବାରୁ ଉତ୍ତରରେ ଗାଳି ଶୁଣିଥିଲେ ଓ ମନ୍ତ୍ରୀଙ୍କ ପୁଅକୁ କ୍ଷମା ମାଗିବା ପାଇଁ ତାଙ୍କୁ ବାଧ୍ୟ କରାଯାଇଥଲା। ଗାଳି ଶୁଣି ମଧ୍ୟ ମନ୍ତ୍ରୀଙ୍କ ପୁଅଙ୍କୁ କ୍ଷମା ମାଗିନଥିଲେ କନେଷ୍ଟବଳ ସୁନୀତା ଯାଦବ। ପରେ ସୁରଟ ପୋଲିସ୍ କମିଶନର ଆର.ବି. ବ୍ରହ୍ମଭଟ୍ଟ ଏସ୍‌.ପି. ସି.କେ. ପଟେଲଙ୍କୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

କିନ୍ତୁ ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରିବର୍ତ୍ତେ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କନେଷ୍ଟବଳ ସୁନୀତାଙ୍କ ବିରେଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ କନେଷ୍ଟବଳ ସୁନିତା ତାଙ୍କ ଚାକିରୀରୁ ଇସ୍ତଫା ଦେଇଥିଲେ।

କରୋନା ସମୟରେ ଅମ୍ଲଜାନ ଅଭାବରୁ ବହୁ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ। ଏହି ସମୟରେ ଜଣେ ଲୋକ ନିଜ ଜେଜେବାପାଙ୍କ ପାଇଁ ଅମ୍ଲଜାନ ଆବଶ୍ୟକ ଥିବା ଟୁଇଟ କରିବା ଯୋଗୁଁ ତାଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ ହୋଇଥିଲା। ବିଗତ ଦିନରେ ହାଥରସ ଗଣଦୁଷ୍କର୍ମକାରୀଙ୍କ ବିରୋଧ ଅନ୍ଦୋଳନ କରିଥିବା ବିକ୍ଷୋଭକାରୀଙ୍କ ମଧ୍ୟରୁ ୨୨ଜଣଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରାଯାଇଛି ଯାହା ଗଣତନ୍ତ୍ର ରାଷ୍ଟ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ।

ଯେଉଁମାନେ ଗରିବ, ଅସହାୟ ଓ ଦରିଦ୍ର‌୍ୟର ସୀମାରେଖା ତଳେ ବାସ କରୁଥିବା ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସଂଗ୍ରାମ କରୁଛନ୍ତି, ଗରିବ ଲୋକଙ୍କ ମୌଳିକ ଅଧିକାର ଫେରାଇ ଆଣିବା ପାଇଁ ରାଜରାସ୍ତାକୁ ଓହ୍ଲାଉଛନ୍ତି, ସେମାନଙ୍କୁ ଦେଶଦ୍ରୋହୀ କୁହାଯାଇ ଜେଲ୍‌ରେ ଭର୍ତ୍ତି କରି ଦିଆଯାଉଛି। ତେଣୁ ଯେତେଦିନ ପର୍ଯ୍ୟନ୍ତ ନିଜର ମୌଳିକ ଓ ସାମ୍ବିଧାନିକ ଅଧିକାର ପାଇଁ ମୁହଁ ନଖୋଲିଛ, ସଂଗ୍ରାମ ନକରିଛ, ସେତେଦିନ ପର୍ଯ୍ୟନ୍ତ ରାଜନୀତିରେ ଗୁଣ୍ଡାରାଜ ଚାଲିଥିବ, ଦେଶରେ ଆତଙ୍କରାଜ ଦୁର୍ନୀତି, ବ୍ୟଭିଚାର ବଢିଚାଲିବ ଆଉ ଧର୍ମ ଧର୍ମ ନାଁରେ ଏବଂ ଜାତି ଜାତି ଭିତରେ ହଣାକଟା ଚାଲିଥିବ। ତେଣୁ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ହେଲେ ଜୀବନଙ୍କ ଭଳି ଅନେକ ସାହାସୀ ଯୁବକ ରାଜରାସ୍ତାକୁ ଓହ୍ଲାଇବାକୁ ପଡ଼ିବ, ତେବେ ଯାଇ ଆମେ ସ୍ୱାଧୀନ ବୋଲି ଗର୍ବ ଅନୁଭବ କରିବା। ନଚେତ ସେହି ପରାଧିନତାର କଷାଘାତରେ ଜର୍ଜରିତ ହୋଇ ଚାଲିଥିବା।

ମୋ : ୮୩୨୮୮୪୦୨୧୪

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

ସୁବାସ କୁମାର ତାରଣିଆଁ ସ୍ଵାଧୀନତା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ମାଛ ଧରା ପାଇଁ ପ୍ରବେଶ ପାସ ଶୁଭାରମ୍ଭ କଲେ ରାଜୀବ ରଞ୍ଜନ ସିଂହ

February 21, 2026

ପ୍ରତ୍ୟେକ ସୀମାଞ୍ଚଳ ଗ୍ରାମକୁ ‘ଭାରତର ପ୍ରଥମ ଗ୍ରାମ’ ଭାବେ ପରିଭାଷିତ କରିବାର ନିଷ୍ପତ୍ତି

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026
Latest News

ଛୁରି ଭୁସି ଔଷଧ କମ୍ପାନୀର ମ୍ୟାନେଜରଙ୍କୁ ହତ୍ୟା: ଜଣେ ଅଟକ

February 21, 2026

ଦୟାପଲୀ ଗ୍ରାମର ହତ୍ୟାକାଣ୍ଡ ମାମଲା: ୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

February 21, 2026

୧୦% ବୈଶିକ ଶୁଳ୍କ ଲାଗୁ କଲା ଆମେରିକା: ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ଏହାର ପ୍ରଭାବ? 

February 21, 2026

ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ମାଛ ଧରା ପାଇଁ ପ୍ରବେଶ ପାସ ଶୁଭାରମ୍ଭ କଲେ ରାଜୀବ ରଞ୍ଜନ ସିଂହ

February 21, 2026

ସରକାରୀ କଲେଜରେ ପଢାଉଛନ୍ତି ୧୭୫୩ ଅତିଥି ଅଧ୍ୟାପକ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.