Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘ବିକଶିତ ଓଡ଼ିଶା @୨୦୩୬’ ଡକ୍ୟୁମେଣ୍ଟ ପ୍ରସ୍ତୁତି ନିମନ୍ତେ ଗଠନ ହେଲା କମିଟ, ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ
ଜାତୀୟ ଖବର

‘ବିକଶିତ ଓଡ଼ିଶା @୨୦୩୬’ ଡକ୍ୟୁମେଣ୍ଟ ପ୍ରସ୍ତୁତି ନିମନ୍ତେ ଗଠନ ହେଲା କମିଟ, ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ

August 21, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
'ବିକଶିତ ଓଡ଼ିଶା @୨୦୩୬' ଡକ୍ୟୁମେଣ୍ଟ ପ୍ରସ୍ତୁତି ନିମନ୍ତେ ଗଠନ ହେଲା କମିଟ, ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ

ଭୁବନେଶ୍ବର: ୨୦୩୬ ମସିହାରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ଏବଂ ଭାରତର ବିକାଶ ଯାତ୍ରାରେ ନିଜର ସ୍ୱତନ୍ତ୍ର ପରିଚୟ ଓ ଅବଦାନର ଏକ ଶତାବ୍ଦୀ ପାଳନ କରିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ବିକଶିତ ଓଡ଼ିଶା ‘ବିକଶିତ ଓଡ଼ିଶା @୨୦୩୬’ ଡକ୍ୟୁମେଣ୍ଟ ପ୍ରସ୍ତୁତି ନିମନ୍ତେ ଗଠନ ହେଲା କମିଟ। ମୁଖ୍ୟ ଶାସନ ସଚିବ ଏହାର ଅଧ୍ୟକ୍ଷ ଅଛନ୍ତି।

ରାଜ୍ୟର ଅନନ୍ୟ ଅନ୍ତର୍ନିହିତ ଶକ୍ତିକୁ ପୁଞ୍ଜି କରି ଆଗାମୀ ଦିନରେ ସମୁଖୀନ ହେବାକୁ ଥିବା ଆହ୍ୱାନ ଗୁଡିକର ମୁକାବିଲା ପାଇଁ “ବିକଶିତ ଭାରତ@୨୦୪୭ ପାଇଁ ବିକଶିତ ଓଡ଼ିଶା @୨୦୩୬” ଶୀର୍ଷକ ଦସ୍ତାବିଜ ପ୍ରସ୍ତୁତି ନିମନ୍ତେ ଏକ ଦୂରଦୃଷ୍ଟି ସମ୍ପନ୍ନ କାର‌୍ୟ୍ୟଧାରା (ଭିଜନିଂ ଏକ୍ସରସାଇଜ) ହାତକୁ ନିଆଯାଉଛି ।

ବିକଶିତ ଓଡ଼ିଶା @ ୨୦୩୬ ପାଇଁ ପ୍ରସ୍ତୁତ ହେବାକୁ ଥିବା ଏହି ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶିକା ବିକଶିତ ଭାରତ @ ୨୦୪୭ ର ଜାତୀୟ ଆକାଂକ୍ଷା ସହିତ ସଂଯୋଜିତ ହେବ । ବିକଶିତ ଭାରତ@୨୦୪୭ ର ମୂଳ ଦୃଷ୍ଟିକୋଣ ହେଉଛି ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା, ଯାହା ନିରନ୍ତର ଅଭିବୃଦ୍ଧି, ବୈଷୟିକ ବିକାଶ ତଥା ସାମାଜିକ ଅନ୍ତର୍ଭୂକ୍ତି ଦ୍ୱାରା ହିଁ ସମ୍ଭବ ହୋଇପାରିବ । ଏହି ପରିପ୍ରେକ୍ଷୀରେ “ବିକଶିତ ଭାରତ @୨୦୪୭ ପାଇଁ ବିକଶିତ ଓଡ଼ିଶା ଅ୨୦୩୬” ଶୀର୍ଷକ ଏକ ଭିଜନ ଡକ୍ୟୁମେଣ୍ଟ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ଆବଶ୍ୟକୀୟ ଢାଞ୍ଚା ପ୍ରସ୍ତୁତ କରିବ ।

ପ୍ରଧାନମନ୍ତ୍ରୀ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଭାରତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ବିକାଶର ରାସ୍ତାରେ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ସଙ୍ଗେ ସଙ୍ଗେ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନର ସ୍ୱପ୍ନ ରଖି ପ୍ରତିବଦ୍ଧତାର ସହ କାର‌୍ୟ୍ୟ କରିବାକୁ ଓଡ଼ିଶା ସରକାର ସଂକଳ୍ପବଦ୍ଧ ।

ଏହି ପ୍ରକ୍ରିୟାକୁ ଆଗକୁ ନେବାପାଇଁ ଓଡ଼ିଶାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପରିଚାଳନା କମିଟି ଗଠନ କରାଯାଇଛି । ଏଥିରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ରହିଥିବା ବେଳେ ସଦସ୍ୟ ଭାବରେ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସମ୍ପଦ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଇସ୍ପାତ ଏବଂ ଖଣି ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପର‌୍ୟ୍ୟଟନ ବିଭାଗଙ୍କ ସହିତ ଶିଳ୍ପ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବୃନ୍ଦ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର କମିଶନର-ତଥା-ସଚିବମାନେ ସଦସ୍ୟ ରହିଛନ୍ତି । ଏହି କମିଟିରେ ଯୋଜନା ଓ ସଂଯୋଜନ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ସଦସ୍ୟ ଆବାହକ ରହିଛନ୍ତି ।

ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାକୁ ପରିଚାଳନା କମିଟି ମାର୍ଗଦର୍ଶନ ପ୍ରଦାନ କରିବେ । କମିଟି ନିଜସ୍ୱ କାର‌୍ୟ୍ୟ ପ୍ରଣାଳୀ ପ୍ରସ୍ତୁତ କରିବା ସହ ନିୟମିତ ବ୍ୟବଧାନରେ ବୈଠକ କରିବା ସହ ଆବଶ୍ୟକତା ଅନୁଯାୟୀ ବିଶିଷ୍ଟ ନାଗରିକ, ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀ, ପ୍ରବାସୀ ଓଡ଼ିଆ ଏବଂ ବିଶେଷଜ୍ଞଙ୍କୁ ଏହି ବୈଠକରେ ଯୋଗଦେବାକୁ କମିଟି ନିମନ୍ତ୍ରଣ କରିପାରିବେ ।

“ବିକଶିତ ଭାରତ @୨୦୪୭ ପାଇଁ ବିକଶିତ ଓଡ଼ିଶା @୨୦୩୬” ଶୀର୍ଷକ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀ (ସେକ୍ଟରାଲ ଗୃପ) ବିଭିନ୍ନ ତଥ୍ୟ ଭିତ୍ତିକ ବିଶ୍ଳେଷଣ ଓ ପ୍ରମାଣ ଦ୍ବାରା ବିଭିନ୍ନ କ୍ଷେତ୍ରରେ ରହିଥିବା ସୁବିଧା ସୁଯୋଗର ସୁବିନିଯୋଗ ଓ ଆହ୍ୱାନ ସମୂହର ମୁକାବିଲା ପାଇଁ ପରିଚାଳନା କମିଟିକୁ ଆବଶ୍ୟକ ପରାମର୍ଶ ଦେବେ ।

ଏଥିପାଇଁ ୬ଟି ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀ କାର‌୍ୟ୍ୟକରିବ । ସେଗୁଡ଼ିକ ହେଲା- ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀ- (୧) ‘ଅର୍ଥନୀତି, ଶିଳ୍ପ ଏବଂ ଭିତ୍ତିଭୂମି’ ସମ୍ବନ୍ଧୀୟ (୨) ‘ସାମାଜିକ ଏବଂ ମାନବ ବିକାଶ’ (୩) ‘ସଂସ୍କୃତି ଓ ଐତିହ୍ୟ’(୪) ‘ପ୍ରଯୁକ୍ତି ଏବଂ ନବସୃଜନ’ (୫) ‘ସୁଶାସନ’ ଏବଂ (୬ ) ‘ଗ୍ରାମୀଣ ରୂପାନ୍ତରଣ ।

ଏହି ସମସ୍ତ କ୍ଷେତ୍ରୀୟ ଗୋଷ୍ଠୀ ନିଜ କ୍ଷେତ୍ରରେ ଥିବା ଆହ୍ୱାନଗୁଡିକର ବିଶ୍ଳେଷଣ କରିବେ ଏବଂ ଭିଜନ ଡକ୍ୟୁମେଣ୍ଟରେ ପରିକଳ୍ପିତ ଲକ୍ଷ୍ୟ ହାସଲ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବେ । ତତ୍ ସହିତ ପ୍ରତ୍ୟେକ କ୍ଷେତ୍ରୀୟ ଗୋଷ୍ଠୀ ନିଜ ନିଜର ନିର୍ଦ୍ଦିଷ୍ଟ କ୍ଷେତ୍ର ନିମନ୍ତେ ପ୍ରସ୍ତାବିତ ପରିକଳ୍ପିତ ଲକ୍ଷ୍ୟ ହାସଲ ପାଇଁ ଏକ ମାର୍ଗଦର୍ଶିକା ( ରୋଡ୍ ମ୍ୟାପ୍ ) ପ୍ରସ୍ତୁତ କରିବେ। ପ୍ରତ୍ୟେକ କ୍ଷେତ୍ରୀୟ ଗୋଷ୍ଠୀ ନିଜ ନିଜ କ୍ଷେତ୍ରର ପ୍ରସ୍ତୁତି ପ୍ରକ୍ରିୟା ଶେଷ କରି ସେମାନଙ୍କର ବିବରଣୀକୁ ଏହି ସଂକଳ୍ପ ଜାରି ହେବାର ୪ ମାସ ମଧ୍ୟରେ ଦାଖଲ କରିବେ।

ଯୋଜନା ଏବଂ ସଂଯୋଜନ ବିଭାଗ, ଗଠିତ ପରିଚାଳନା କମିଟି ଏବଂ ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀମାନଙ୍କୁ ଆବଶ୍ୟକୀୟ କାର୍ଯ୍ୟକାରିତା ସହଯୋଗ ପ୍ରଦାନ କରିବ ।

‘ବିକଶିତ ଭାରତ @୨୦୪୭ bikashit bharat ବିକଶିତ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମିଳିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ଅନ୍ତରିଣ ରିପୋର୍ଟ

January 10, 2026

ଆଜି ଜାନୁୟାରୀ ୧୦ ତାରିଖ ଶନିବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର

January 10, 2026

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026
Latest News

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମିଳିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ଅନ୍ତରିଣ ରିପୋର୍ଟ

January 10, 2026

ଆଜି ଜାନୁୟାରୀ ୧୦ ତାରିଖ ଶନିବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର

January 10, 2026

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.