Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋଲକତା ମହିଳା ଡାକ୍ତରଙ୍କ ବଳତ୍କାର ଓ ହତ୍ୟା ଘଟଣା ଶୁଣାଣି ବେଳେ ସୁପ୍ରିମକୋର୍ଟରେ ଘଟିଲା ଅପ୍ରୀତିକର ପରିସ୍ଥିତି
ଜାତୀୟ ଖବର

କୋଲକତା ମହିଳା ଡାକ୍ତରଙ୍କ ବଳତ୍କାର ଓ ହତ୍ୟା ଘଟଣା ଶୁଣାଣି ବେଳେ ସୁପ୍ରିମକୋର୍ଟରେ ଘଟିଲା ଅପ୍ରୀତିକର ପରିସ୍ଥିତି

August 22, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
କୋଲକତା ମହିଳା ଡାକ୍ତରଙ୍କ ବଳତ୍କାର ଓ ହତ୍ୟା ଘଟଣା ଶୁଣାଣି ବେଳେ ସୁପ୍ରିମକୋର୍ଟରେ ଘଟିଲା ଅପ୍ରିତିକର ପରିସ୍ଥିତି

ନୂଆଦିଲ୍ଲୀ: ଆଜି ଆର. ଜି କର ମହିଳା ଡାକ୍ତରଙ୍କ ବଳତ୍କାର ଓ ହତ୍ୟା ଘଟଣା ମାମଲା ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥବା ବେଳେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।ସିବିଆଇର ତରଫରୁ ମାମଲା ଲଢୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏବଂ ପଶ୍ଚିମବଙ୍ଗର ସରକାରୀ ପରାମର୍ଶଦାତା କପିଲ ସିବଲଙ୍କ ମଧ୍ୟରେ ଏହି ଘଟଣା ଘଟିଛି। ମାମଲାର ଶୁଣାଣି ଚାଲିଥିବା ବେଳେ କପିଲ ସିବଲ କୌଣସି କଥାରେ ହସିଥିଲେ।

ସିବଲ ହସୁଥିବାର ଦେଖି ଏସଜେ ତୁଷାର ମେହେଟ୍ଟା ଅସନ୍ତୋଷ ପ୍ରକାଶ କରିଥିଲେ। ସେ ସିବଲଙ୍କୁ କହିଥିଲେ ଯେ, “କେହି ଜଣେ ପ୍ରାଣ ହରାଇଛନ୍ତି, ଅତି କମରେ ହସନ୍ତୁ ନାହିଁ।” ଗୁରୁବାର ଦିନ ଏହି ବଳାତ୍କାର ଓ ହତ୍ୟା ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟରେ ମେହେଟ୍ଟା କିପଲ ସିବଲଙ୍କୁ ତାଗିଦ କରିଛନ୍ତି। ଯାହାକୁ ନେଇ ସେଠାରେ ଉପସ୍ଥିତ ଅନ୍ୟ ଓକିଲ ତାଜୁବ ହୋଇପଡିଥିଲେ।

“Somebody has lost their life. Don’t at least laugh,” says Solicitor General Tushar Mehta to Weat Bengal Govt counsel Kapil Sibal in Supreme Court just now: pic.twitter.com/W9LIcXDYPB

— Shiv Aroor (@ShivAroor) August 22, 2024

ଦୁଇ ବରିଷ୍ଠ ଓକିଲଙ୍କ ମଧ୍ୟରେ ପୋଲିସ ଦ୍ୱାରା ଏଫଆଇଆର ପଞ୍ଜିକରଣ ବିଳମ୍ବ ନେଇ  ଯୁକ୍ତି ତର୍କ ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା।

କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାର ତଦନ୍ତର ଅଗ୍ରଗତି ସମ୍ପର୍କରେ ସିବିଆଇ ଗୁରୁବାର ସୁପ୍ରିମକୋର୍ଟରେ ଏହାର ସ୍ଥିତି ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ ଏଜେନ୍ସି ଅନେକ  ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି।

ଭାରତର ମୁଖ୍ୟ ବିଚାରପତି ୱାଇ ବି ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ସର୍ବୋଚ୍ଚ ଅଦାଲତର ଡିଭିଜନ୍ ବେଞ୍ଚ ଏହି ମାମଲାର ଶୁଣାଣି କରୁଛନ୍ତି। ସିବିଆଇ ଏହାର ସ୍ଥିତି ରିପୋର୍ଟରେ କହିଛି ଯେ କ୍ରାଇମବ୍ରାଞ୍ଚରେ ପରିବର୍ତ୍ତନ କରାଯାଇଛି ଏବଂ ଝିଅର ମୃତ୍ୟୁକୁ ନେଇ ପୀଡିତାଙ୍କ ପରିବାର ଭ୍ରମିତ ହୋଇଛନ୍ତି। ଆତ୍ମହତ୍ୟା କାରଣରୁ ସେମାନଙ୍କ ଝିଅ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା ବୋଲି ସିବିଆଇ କୋର୍ଟକୁ ଜଣାଇଛି।

kolkata lady doctor Suprem Court କପିଲ ସିବଲ କୋଲକତା ମହିଳା ଡାକ୍ତର ହତ୍ୟା ତୁଷାର ମେହେଟ୍ଟା ସୁପ୍ରିମକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

‘ଭାରତରେ ନିର୍ବାଚନ ଚୋରି ହେଉଛି’: ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ ଧର୍ମେନ୍ଦ୍ର ପ୍ରଧାନ କଲେ ପାଲଟା ଆକ୍ରମଣ

July 23, 2025

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତୃତୀୟ ଦିନରେ ମଧ୍ୟ ଚାଲିପାରିଲା ନାହିଁ ରାଜ୍ୟସଭା ଓ ଲୋକସଭା, ଜାଣନ୍ତୁ କଣ ଘଟିଲା

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.