Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଥମ ଜାତୀୟ ମହାକାଶ ଦିବସରେ ଯୋଗଦେଲେ ରାଷ୍ଟ୍ରପତି, କହିଲେ ଏପରି କଥା
ଜାତୀୟ ଖବର

ପ୍ରଥମ ଜାତୀୟ ମହାକାଶ ଦିବସରେ ଯୋଗଦେଲେ ରାଷ୍ଟ୍ରପତି, କହିଲେ ଏପରି କଥା

August 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଥମ ଜାତୀୟ ମହାକାଶ ଦିବସରେ ଯୋଗଦେଲେ ରାଷ୍ଟ୍ରପତି, କହିଲେ ଏପରି କଥା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ଅଗଷ୍ଟ ୨୩, ୨୦୨୪) ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ପ୍ରଥମ ଜାତୀୟ ମହାକାଶ ଦିବସ ଉତ୍ସବରେ ଯୋଗ ଦେଇଛନ୍ତି। ଅଗଷ୍ଟ ୨୩, ୨୦୨୩ରେ ଚନ୍ଦ୍ର ପୃଷ୍ଠରେ ‘ବିକ୍ରମ’ ଲ୍ୟାଣ୍ଡରର ସଫଳ ଅବତରଣ ସ୍ମୃତିରେ ଜାତୀୟ ମହାକାଶ ଦିବସ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ‘ରୋବୋଟିକ୍ସ ଚ୍ୟାଲେଞ୍ଜ’ ଓ ‘ଭାରତୀୟ ଅନ୍ତରୀକ୍ଷ ହାକାଥନ୍’ର ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ ଇସ୍ରୋ ଏହାର ପ୍ରାରମ୍ଭିକ ଦିନରୁ ଏକ ଚମତ୍କାର ଯାତ୍ରା ଜାରି ରଖିଛି । ମହାକାଶ କ୍ଷେତ୍ରରେ ଏହା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହା ସହ ଇସ୍ରୋ ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶରେ ଅମୂଲ୍ୟ ଅବଦାନ ରଖିଛି। ସର୍ବନିମ୍ନ ସମ୍ବଳ ବ୍ୟବହାର କରି ଭାରତର ମହାକାଶ କାର୍ଯ୍ୟକ୍ରମକୁ ବିଶ୍ୱର ଶ୍ରେଷ୍ଠ ମହାକାଶ କାର୍ଯ୍ୟକ୍ରମ ମଧ୍ୟରେ ସ୍ଥାନିତ କରିଥିବା ସମର୍ପିତ ବୈଜ୍ଞାନିକମାନଙ୍କୁ ସେ ପ୍ରଶଂସା କରିଥିଲେ। ମହାକାଶ ବିଜ୍ଞାନରେ ଆମ ଦେଶ ନିରନ୍ତର ପ୍ରଗତି କରିବ ଏବଂ ଆମେ ଉତ୍କର୍ଷତାର ନୂତନ ମାନଦଣ୍ଡ ସ୍ଥାପିତ କରିବା ଜାରି ରଖିବୁ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ ଭାରତର ମହାକାଶ କ୍ଷେତ୍ରର ଅଗ୍ରଗତି ଅସାଧାରଣ। ସୀମିତ ସମ୍ବଳ ରେ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥିବା ମଙ୍ଗଳ ଅଭିଯାନ ହେଉ କିମ୍ବା ଏକାଥରକେ ଶହେରୁ ଅଧିକ ଉପଗ୍ରହର ସଫଳ ଉତକ୍ଷେପଣ ହେଉ, ଆମେ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛୁ।

ରାଷ୍ଟ୍ରପତି କହିଥିଲେ ଯେ ମହାକାଶ ଗବେଷଣା ମଣିଷର ସାମର୍ଥ୍ୟ ବୃଦ୍ଧି କରିଛି ଏବଂ ଆମର କଳ୍ପନାକୁ ବାସ୍ତବରେ ପରିଣତ କରିଛି । କିନ୍ତୁ ମହାକାଶ ଗବେଷଣା ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ। ମହାକାଶ ଅନୁସନ୍ଧାନ ସମୟରେ ସମସ୍ୟାର ସମାଧାନ ପାଇଁ କରାଯାଇଥିବା ଗବେଷଣା ବିଜ୍ଞାନର ବିକାଶକୁ ତ୍ୱରାନ୍ୱିତ କରିଥାଏ ଏବଂ ମାନବ ଜୀବନରେ ଉନ୍ନତି ଆଣିଥାଏ । ସ୍ୱାସ୍ଥ୍ୟ ଓ ଔଷଧ, ପରିବହନ, ନିରାପତ୍ତା, ଶକ୍ତି, ପରିବେଶ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ସମେତ ମହାକାଶ କ୍ଷେତ୍ରର ବିକାଶ ଦ୍ୱାରା ଅନେକ କ୍ଷେତ୍ର ଉପକୃତ ହୋଇଛନ୍ତି ।

ଘରୋଇ କ୍ଷେତ୍ର ପାଇଁ ମହାକାଶ କ୍ଷେତ୍ର ଖୋଲିବା ସହ ଷ୍ଟାର୍ଟଅପ୍ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି ବୋଲି ରାଷ୍ଟ୍ରପତି ଦର୍ଶାଇଥିଲେ। ଏହା କେବଳ ମହାକାଶ ଗବେଷଣାରେ ଅଗ୍ରଗତି ଆଣିନାହିଁ ବରଂ ଆମର ଯୁବପିଢ଼ିଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ଏବଂ ଉନ୍ନତି ପାଇଁ ନୂତନ ସୁଯୋଗ ଦେଇଛି । କିଛି ମାସ ତଳେ ଏକ ଭାରତୀୟ କମ୍ପାନି ସିଙ୍ଗଲ ପିସ୍ ଥ୍ରୀଡି ପ୍ରିଣ୍ଟେଡ୍ ସେମି କ୍ରାୟୋଜେନିକ୍ ଇଞ୍ଜିନ୍ ଚାଳିତ ରକେଟ୍ କୁ ସଫଳତାର ସହ ଉତକ୍ଷେପଣ କରିଥିଲା, ଯାହା କି ପ୍ରଥମ ସଫଳତା।

ଭବିଷ୍ୟତର ଆହ୍ୱାନ ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ରାଷ୍ଟ୍ରପତି କହିଛନ୍ତି। ମହାକାଶ ଆବର୍ଜନା ମହାକାଶ ଅଭିଯାନ ପାଇଁ ସମସ୍ୟା ସୃଷ୍ଟି କରିପାରେ । ମହାକାଶ ଗବେଷଣା କାର୍ଯ୍ୟକଳାପର ନିରନ୍ତର ଅଗ୍ରଗତିକୁ ସୁନିଶ୍ଚିତ କରିବା ପାଇଁ ପରିଚାଳିତ ହେଉଥିବା ‘ଇସ୍ରୋ ସିଷ୍ଟମ୍ ଫର୍ ସେଫ୍ ଆଣ୍ଡ ସଷ୍ଟେନେବଲ୍ ଅପରେସନ୍ ମ୍ୟାନେଜମେଣ୍ଟ’ ସୁବିଧାକୁ ସେ ପ୍ରଶଂସା କରିଥିଲେ। ୨୦୩୦ ସୁଦ୍ଧା ଭାରତ ନିଜର ସମସ୍ତ ମହାକାଶ ଅଭିଯାନକୁ ଆବର୍ଜନାମୁକ୍ତ କରିବା ଦିଗରେ ଆଗେଇ ଚାଲିଛି ବୋଲି ସେ ଖୁସି ବ୍ୟକ୍ତ କରିଛନ୍ତି।

ଜାତୀୟ ମହାକାଶ ଦିବସ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026
Latest News

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.