Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ: ଟନେଲ ନିର୍ମାଣ କାର୍ଯ୍ୟର ବଡ ଆହ୍ୱାନ
ଜାତୀୟ ଖବର

ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ: ଟନେଲ ନିର୍ମାଣ କାର୍ଯ୍ୟର ବଡ ଆହ୍ୱାନ

August 24, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ନିର୍ମାଣ କ୍ଷେତ୍ରରେ ପୂର୍ବତଟ ରେଳପଥ ବିଶେଷ କରି ଟନେଲ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ସମ୍ମୁଖୀନ ହେଉଥିଲେ ମଧ୍ୟ ଭାରତୀୟ ରେଳରେ ଏକ ପ୍ରମୁଖ ଭିତ୍ତିଭୂମି ନିର୍ମାଣ ପଦକ୍ଷେପ ନେଇ ଉଲ୍ଲେଖନୀୟ ବେଗରେ ଅଗ୍ରଗତି କରୁଛି। ଏହି ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଟନେଲଗୁଡିକ ରେଳପଥ ନିର୍ମାଣରେ ସାମ୍ନାକୁ ଆସିଥିବା କେତେକ ଜଟିଳ ଓ କଠିନ ଇଞ୍ଜିନିୟରିଂ ଆହ୍ୱାନକୁ ସାମ୍ନା କରି ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସମ୍ପାଦନ ପାଇଁ ଆଗକୁ ବଢି ଚାଲିଛି।

ଭାରତୀୟ ରେଳବାଇର ଏକ ଗୁରୁତ୍ୱପୂର୍ଣ୍ଣ ଜନ-କେନ୍ଦ୍ରିକ ପଦକ୍ଷେପ ଭାବେ ଏହି ପ୍ରକଳ୍ପ ସମସ୍ତ ବାଧାବିଘ୍ନକୁ ସାମ୍ନା କରି ଆଗକୁ ବଢିଚାଲିଛି ଏବଂ ଦୁର୍ଗମ ଅଞ୍ଚଳରେ ଟନେଲ୍ ନିର୍ମାଣ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନ ସତ୍ୱେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଗୁଡିକ ହାସଲ କରି ଚାଲିଛି।  ସମୁଦାୟ 301 କିଲୋମିଟର ଦୈର୍ଘ୍ୟ ଏହି ପ୍ରକଳ୍ପ ସୁଦୂର ଉପାନ୍ତ ଅଞ୍ଚଳରେ ସଂଯୋଗ ବୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଯଥାଶୀଘ୍ର କାର୍ଯ୍ୟ ଶେଷ କରିବାକୁ ରେଳ ମନ୍ତ୍ରଣାଳୟର ନିରନ୍ତର ଭାବେ ଏହି ନିର୍ମାଣ କାର୍ଯ୍ୟର ସମୀକ୍ଷା କରୁଅଛି।

ଟନେଲ୍ ନିର୍ମାଣ: ପ୍ରକଳ୍ପ ନିର୍ମାଣ ଆହ୍ୱାନର ମୁଖ୍ୟ ବିଷୟବସ୍ତୁ

ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ମଧ୍ୟରେ ଦଶପଲ୍ଲା ଓ ପୁରୁଣାକଟକ ମଧ୍ୟରେ ଥିବା ଦୁର୍ଗମ ତଥା ଜଙ୍ଗଲଭୂମି ଦେଇ ଗତି କରୁଥିବାବେଳେ ଏହି 75 କିଲୋମିଟର ଦୂରତା ମଧ୍ୟରେ ସାତୋଟି ଟନେଲ୍ (ସମୁଦାୟ 12.76KM) ମାନଙ୍କର ନିର୍ମାଣ ଏହି ସମଗ୍ର ପ୍ରୟାସର ସବୁଠାରୁ ଜଟିଳ ଏବଂ ବୈଷୟିକ ଦୃଷ୍ଟିରୁ ଆବଶ୍ୟକୀୟ ଦିଗ ଭାବରେ ଉଭା ହୋଇଛି। ଏହି ଟନେଲଗୁଡ଼ିକ କେବଳ ପର୍ବତ ଦେଇ ଗମନାଗମନ ବିଷୟରେ ନୁହେଁ ବରଂ ପ୍ରକୃତି ଏବଂ ଭୌଗୋଳିକ ଦ୍ୱାରା ସୃଷ୍ଟି ହୋଇଥିବା ଅସାଧାରଣ ପ୍ରତିବନ୍ଧକକୁ ଦୂର କରିବାକୁ ପ୍ରତିନିଧିତ୍ୱ କରୁଛି। 20 ଅଗଷ୍ଟ 2024 ରେ 1.795 କିମି ଦୈର୍ଘ୍ୟ ଟନେଲ୍ (ନମ୍ବର 7) ର ବ୍ରେକଥ୍ରୂ କରାଯାଇଥିଲା ବେଳେ ଠିକ ଏହାର ପରଦିନ ଅର୍ଥାତ୍ 21 ଅଗଷ୍ଟ 2024 ରେ ଟନେଲ୍ ନମ୍ବର -1 ର ବ୍ରେକଥ୍ରୂ କରାଯାଇ ଆଉ ଏକ ସଫଳତା ହାସଲ କରାଯାଇଥିଲା।

ଟନେଲ୍ ଗୁଡିକର ପ୍ରମୁଖ ବୈଶିଷ୍ଟ୍ୟ ଗୁଡିକ:

√ ଏହି ପ୍ରକଳ୍ପ ମଧ୍ୟରେ ସମୁଦାୟ ସାତ ଗୋଟି ଟନେଲ ନିର୍ମାଣ ଚାଲିଛି ଏବଂ ସମସ୍ତ ଟନେଲ ଦଶପଲ୍ଲା ଓ ପୁରୁଣାକଟକ ଯାହାକି ଜଙ୍ଗଲ, ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତ।

√ ଆଢେଣିଗଡ଼ ଓ ପୁରୁଣାକଟକ ମଧ୍ୟରେ ବୌଦ୍ଧ ଜିଲ୍ଲା ମଧ୍ୟରେ ଚାରୋଟି ଟନେଲ ଅନ୍ତର୍ଭୁକ୍ତ ଏବଂ ସେଥିମଧ୍ୟରୁ ପ୍ରମୁଖ ଦୀର୍ଘତମ ଟନେଲର ଦୈର୍ଘ୍ୟ ସୁରକ୍ଷା ପାଇଁ 700 ମିଟର ଏସକେପ ଟନେଲ ସହିତ 4.185 କିଲୋମିଟର ଅଟେ।

√ ନୟାଗଡ଼ ଜିଲ୍ଲା ମଧ୍ୟରେ ତିନୋଟି ଟନେଲ୍ ଅନ୍ତର୍ଭୁକ୍ତ ସେଠି ମଧ୍ୟରୁ ଦଶପଲ୍ଲା ଓ ବୁଗୁଡ଼ା ମଧ୍ୟରେ ଦୁଇଟି ଅନ୍ତର୍ଭୁକ୍ତ।

√ ସମୁଦାୟ 04 ଗୋଟି ଟନେଲ ବ୍ରେକଥ୍ରୁ କାର୍ଯ୍ୟ ସଫଳତାର ସହିତ ସମାପ୍ତ ହୋଇଛି ଯାହାକି ଏକ ପ୍ରମୁଖ ପ୍ରଗତି ମାଇଲଖୁଣ୍ଟକୁ ଚିହ୍ନିତ କରିଛି।

ଟନେଲ ନିର୍ମାଣ ଏବଂ ବୈଷୟିକ ଓ ପରିବେଶ ଆହ୍ୱାନକୁ ଦୂର କରିବାରେ ପ୍ରମୁଖ କାର୍ଯ୍ୟ ଗୁଡ଼ିକ ହେଉଛି…

1. ଜଟିଳ ଭୌଗୋଳିକ ଅବସ୍ଥା 

ବିଭିନ୍ନ ପ୍ରକାର ମାଟିର ଘନତା ଏବଂ ପଥର ଗଠନ ସହିତ ଏହି ଅଞ୍ଚଳର ଭୌଗୋଳିକ ଜଟିଳତା ଟନେଲର ସ୍ଥିରତା ଏବଂ ନିରାପତ୍ତା ସୁନିଶ୍ଚିତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛି। ଉନ୍ନତ ଟନେଲିଂ କୌଶଳଗୁଡିକ ଏହି ବିବିଧ ଅବସ୍ଥା ପରିଚାଳନା ପାଇଁ ନିୟୋଜିତ ହୋଇଥିବା ସହିତ ଯତ୍ନଶୀଳ ଯୋଜନା ଏବଂ କାର୍ଯ୍ୟକାରିତା ଆବଶ୍ୟକ ପ୍ରତି ବିଶେଷ ଧ୍ୟାନ ଦିଆଯାଉଅଛି।

2. ପରିବେଶ ସମ୍ବେଦନଶୀଳତା ଏବଂ ସଂରକ୍ଷଣ ପ୍ରୟାସ 

ଏହି ଟନେଲଗୁଡ଼ିକ ବନ୍ୟଜନ୍ତୁ ଅଭୟାରଣ୍ୟ ସମେତ ପରିବେଶ ସମ୍ବେଦନଶୀଳ ଅଞ୍ଚଳ ମଧ୍ୟଦେଇ ନିର୍ମାଣ ହେଉଅଛି। ପ୍ରକଳ୍ପରେ ନିୟୋଜିତ କାର୍ଯ୍ୟବଳ ସହିତ ଇଞ୍ଜିନିୟରିଂ ଆବଶ୍ୟକତାକୁ ଧ୍ୟାନଦେଇ ପରିବେଶ ସଂରକ୍ଷଣ, ଭିଆଡକ୍ଟ ନିର୍ମାଣ ଏବଂ ସ୍ଥାନୀୟ ବନ୍ୟଜନ୍ତୁ ଏବଂ ସେମାନଙ୍କ ବାସସ୍ଥାନ ଉପରେ ପ୍ରଭାବକୁ କମ୍ କରିବାକୁ ପଦକ୍ଷେପ ଗ୍ରହଣ କରିବାକୁ ପଦକ୍ଷେପ ନିଆଯାଇଅଛି।

3. ବକ୍ର (କର୍ଭ) ଟନେଲଗୁଡିକରେ ଇଞ୍ଜିନିୟରିଂ ସଠିକତା

ସାତଟି ଟନେଲ ମଧ୍ୟରୁ ପାଞ୍ଚଟି ଟନେଲରେ କର୍ଭ ସହିତ ନିର୍ମାଣ କରାଯାଉଅଛି ଯାହାକି 2.5 ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ଅଟେ। ଇଞ୍ଜିନିୟରିଂରେ ଏହା ଏକ ଅସାଧାରଣ ସ୍ତରର ସଠିକତା ଆବଶ୍ୟକ କରେ, ଯେହେତୁ କର୍ଭ ଟନେଲଗୁଡିକ ଆଲାଇନମେଣ୍ଟ ଏବଂ ଗଠନମୂଳକ ଅଖଣ୍ଡତା ଦୃଷ୍ଟିରୁ ଅନନ୍ୟ ଚ୍ୟାଲେଞ୍ଜ ଉପସ୍ଥାପନ କରେ।

4. ଉଭୟ ପ୍ରାନ୍ତରୁ ଏକକାଳୀନ ନିର୍ମାଣ 

ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଉଭୟ ପ୍ରାନ୍ତରୁ ଏକକାଳୀନ ଟନେଲ ନିର୍ମାଣ କାର୍ଯ୍ୟ ଚାଲିଛି। କଠିନ ସମୟସୀମା ପାଳନ କରିବା ପାଇଁ ଏହି ପଦ୍ଧତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଯତ୍ନଶୀଳ ସମନ୍ୱୟ ଏବଂ ଉତ୍ସ ପରିଚାଳନା ଆବଶ୍ୟକ କରେ।

ଏହି ଚ୍ୟାଲେଞ୍ଜ ଗୁଡିକ ସତ୍ତ୍ୱେ, ସାତ ଗୋଟି ଟନେଲ ମଧ୍ୟରୁ ଚାରିଟିରେ ଟନେଲ୍ ସଫଳତା ସହିତ ବ୍ରେକଥରୁ କରି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଏହି ସଫଳତା ଉକ୍ତ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଇଞ୍ଜିନିୟରିଂ ଦଳର ଉତ୍ସର୍ଗୀକୃତତା ଏବଂ ପାରଦର୍ଶିତା ପାଇଁ ଏକ ପ୍ରମାଣ।

ଧାର୍ଯ୍ୟ ସମୟସୀମା ପୂର୍ବରୁ ନିର୍ମାଣ କାର୍ଯ୍ୟ ସମାପ୍ତ କରିବା ପାଇଁ ରଣନୀତିକ ନିର୍ମାଣ ପଦ୍ଧତି 

ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ପ୍ରଗତିକୁ ତ୍ୱରାନ୍ୱିତ କରିବାକୁ ଉଭୟ ପ୍ରାନ୍ତରୁ ଏକକାଳୀନ ଟନେଲ ନିର୍ମାଣ କାର୍ଯ୍ୟ ଚାଲିଛି। ଉଭୟ ପାର୍ଶ୍ୱରୁ ଟନେଲ ନିର୍ମାଣ କାର୍ଯ୍ୟ ପଦ୍ଧତି ପ୍ରକଳ୍ପ ପାଇଁ ସ୍ଥିର ହୋଇଥିବା ଉଚ୍ଚାଭିଳାଷୀ ସମୟସୀମା ପୂରଣ ପାଇଁ ଗୁରୁତ୍ୱପୂର୍ଣ୍ଣ।

301 କିଲୋମିଟର ଦୈର୍ଘ୍ୟ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ଦୁର୍ଗମ ଅଞ୍ଚଳରେ ସଂଯୋଗକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ମୋଟ ଦୈର୍ଘ୍ୟ ମଧ୍ୟରୁ 199 କିଲୋମିଟର ଦୈର୍ଘ୍ୟ କାର୍ଯ୍ୟ ଶେଷ ହୋଇଛି, ସେଥିମଧ୍ୟରୁ ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ 105.8 କିଲୋମିଟର ଏବଂ ବଲାଙ୍ଗୀରରୁ ବୌଦ୍ଧ ପର୍ଯ୍ୟନ୍ତ 93 କିଲୋମିଟର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି। ଆଗାମୀ କିଛି ମାସ ମଧ୍ୟରେ ବୌଦ୍ଧରୁ ପୁରୁଣାକଟକ ପର୍ଯ୍ୟନ୍ତ କାର୍ଯ୍ୟ ଚାଲୁ ରହିଛି ଯାହାକି ଖୁବ କମ ସମୟ ମଧ୍ୟରେ ଶେଷ ହେବାର ଲକ୍ଷ ରଖାଯାଇଅଛି।

ଏହି ଟନେଲଗୁଡିକର ସଫଳ ନିର୍ମାଣ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟକୁ ସୁନିଶ୍ଚିତ କରିବା ସହିତ ଭାରତୀୟ ରେଳବାଇର ଅଜଣା ଇଞ୍ଜିନିୟରିଂ ଚ୍ୟାଲେଞ୍ଜକୁ ଦୂର କରିବା ତଥା ଦୁର୍ଗମ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିତରଣ କରିବାର କ୍ଷମତାକୁ ମଧ୍ୟ ସୂଚିତ କରୁଛି। ଟନେଲ୍ କାର୍ଯ୍ୟ ସମାପ୍ତ ହେବା ଏହି ପ୍ରକଳ୍ପର ଏକ ମହତ୍ୱପୂର୍ଣ୍ଣ ସଫଳତାକୁ ସୁନିଶ୍ଚିତ କରିବା ସହିତ ଏହି ଅଞ୍ଚଳରେ ଉନ୍ନତ ସଂଯୋଗ ଏବଂ ଅର୍ଥନୈତିକ ବିକାଶ ପାଇଁ ବାଟ ଖୋଲିବ ବୋଲି ଦୃଢ଼ ଆଶା କରାଯାଉଅଛି।

ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.