Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସନ୍ଦେହରେ ସରକାରୀ ଡ଼ିସ୍ପେନସାରିକୁ ଦିଆଯାଉଥିବା ଆୟୁର୍ବେଦ ଔଷଧ, ଗୁଣବତ୍ତା ପରୀକ୍ଷା ପାଇଁ ଦାବୀ
ଜାତୀୟ ଖବର

ସନ୍ଦେହରେ ସରକାରୀ ଡ଼ିସ୍ପେନସାରିକୁ ଦିଆଯାଉଥିବା ଆୟୁର୍ବେଦ ଔଷଧ, ଗୁଣବତ୍ତା ପରୀକ୍ଷା ପାଇଁ ଦାବୀ

September 3, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସନ୍ଦେହରେ ସରକାରୀ ଡ଼ିସ୍ପେନସାରିକୁ ଦିଆଯାଉଥିବା ଆୟୁର୍ବେଦ ଔଷଧ, ଗୁଣବତ୍ତା ପରୀକ୍ଷା ପାଇଁ ଦାବୀ

ଭୁବନେଶ୍ୱର: ରାଜ୍ୟରେ ୩୦ଟି ଜିଲ୍ଲା ରେ ଥିବା ୬୧୯ ଟି ସରକାରୀ ଆୟୁର୍ବେଦିକ ଦିସ୍ପେନସାରି କୁ ଯୋଗାଣ ହୋଇଥିବା ବିଭିନ୍ନ ପ୍ରକାର ଆୟୁର୍ବେଦିକ ଔଷଧ ର ଗୁଣବତ୍ତା ପରୀକ୍ଷା ପାଇଁ ଦାବୀ କରାଯାଇଛି। ଦିସ୍ପେନସାରି କୁ ପ୍ରଦାନ କରାଯାଇଥିବା ୨୦ଟି ଔଷଧ ଯଥା ଶୁଣ୍ଠି ପାକ, ବ୍ୟାଗ୍ରୀ ହରିତକି ପାକ, ଅମୃତାରିଷ୍ଟ, ବାତଗଜାଙ୍କୁସ,ଯୋଗରାଜଗୁଗୁଲ, ଚନ୍ଦ୍ରପ୍ରଭା ବଟି, ଦଶ ମୁଲାରିଷ୍ଠ, ନିତ୍ୟାନନ୍ଦ ରସ, ରାଜପ୍ରବର୍ତନି ବଟି ଆଦି ଆୟୁର୍ବେଦ ଔଷଧ ଗୁଣବତ୍ତା ଅତି ନିମ୍ନ ମାନର ବୋଲି ଦର୍ଶାଇ ଏହାର ମାନ ଯାଞ୍ଚ କରିବାକୁ ରାଜ୍ୟର ବିଭିନ୍ନ ଆୟୁର୍ବେଦ ସଂଘ ପକ୍ଷରୁ ଦାବୀ କରାଯାଇଛି।

ଚାରି ମାସ ତଳେ ପ୍ରଦାନ କରାଯାଇଥିବା ଏହି ଔଷଧର ମାନ ଅତି ନିମ୍ନ ମାନର ବୋଲି ଏହି ସବୁ ଦିସ୍ପେନସାରି ତଦାରଖ ଦାୟିତ୍ୱ ଥିବା କଟକ, ଭୁବନେଶ୍ୱର, ବାଲେଶ୍ଵର, ଵ୍ରହ୍ମପୁର, ରାୟଗଡା, ଭବାନୀପାଟଣା, ବଲାଙ୍ଗୀର, ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, କୋରାପୁଟ, ବାରିପଦା ଆଦି ରେ ଅବସ୍ଥାପିତ ଆୟୁର୍ବେଦିକ ସର୍କଲ ଅଫିସରେ କାର୍ଯ୍ୟରତ ଜିଲ୍ଲା ଆୟୁର୍ବେଦିକ ମେଡ଼ିକାଲ ଅଫିସର(ଡ଼ି ଏ ଏମ ଓ) ମାନେ କିପରି ଜାଣିପାରିଲେ ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି।

ପୂର୍ବତନ ରାଜ୍ୟ ସରକାର ଆୟୁର୍ବେଦିକ ନିର୍ଦେଶକ ତ୍ରିଲୋଚନ ମାଝୀ ଙ୍କ ସମୟରେ ରାଜ୍ୟର ଆୟୁର୍ବେଦ ଓ ହୋମିଓପ୍ୟାଥିକ ସରକାରୀ ଦିସ୍ପେନସାରି ତଦାରଖ କରିବା ପାଇଁ ଏକ ଟିମ କାର୍ଯ୍ୟ କରୁଥିଲା ଏଥିରେ ଆୟୁଷ ସେବା, ଔଷଧ ବିତରଣ, ତଦାରଖ, ରେକର୍ଡ ଅନୁଧ୍ୟାନ, କେନ୍ଦ୍ରୀୟ ଅନୁଦାନ ର ସୁ ବିନିଯୋଗ ଯାଞ୍ଚ କରୁଥିଲେ। ଯାହା ଆଉ ହେଉନାହିଁ।

୨୦୨୦ମସିହା ପର୍ଯ୍ୟନ୍ତ ରାଜ୍ୟର ବଲାଙ୍ଗୀର ସରକାରୀ ଆୟୁର୍ବେଦିକ ଫାର୍ମାସୀ ରୁପ୍ରସ୍ତୁତ ୩୬ପ୍ରକାର ଆୟୁର୍ବେଦିକ ଔଷଧ ୩୫୨ ଟି ସରକାରୀ ଆୟୁର୍ବେଦିକ ଡ଼ିସ୍ପେନସାରି କୁ ପ୍ରଦାନ କରାଯାଉଥିବା ବେଳେ, ଭୁବନେଶ୍ୱର ସ୍ଥିତ ସରକାରୀ ଆୟୁର୍ବେଦିକ ଫାର୍ମାସୀ ରୁ ପ୍ରସ୍ତୁତ ୦୬ ପ୍ରକାର ଔଷଧ୨୬୭ ସରକାରୀ ଆୟୁର୍ବେଦିକ ଡ଼ିସ୍ପେନସାରି କୁ ପ୍ରଦାନ କରାଯାଉଥିବା ବେଳେ ଏହାର ମାନ ଉନ୍ନତ ଥିବା ସରକାରୀ ଆୟୁର୍ବେଦ ଆୟୁର୍ବେଦିକ ସଂଘ(ଓ ଗା ପା) ସଭାପତି ଡା ସଞ୍ଜୟ କୁମାର ମହାପାତ୍ର ଓ ସମ୍ପାଦକ ଡା ଆଲୋକ ସେଠୀ କହିଛନ୍ତି।

ସରକାରୀ ଉଦାସୀନତା ଓ ଅପାରଗତା କାରଣରୁ ରାଜ୍ୟର ସରକାରୀ ଆୟୁର୍ବେଦିକ ଫାର୍ମାସୀ ଔଷଧ ପ୍ରସ୍ତୁତି ବନ୍ଦ ହେବା ପରିସ୍ଥିତିରେ ରହିଛି।ଏହି ସବୁ ଫାର୍ମାସୀ ଔଷଧ ପ୍ରତି ଲୋକଙ୍କ ଆଗ୍ରହ ଥିବା ବେଳେ ସରକାର ତୁରନ୍ତ ଏଥିପାଇଁ ଗୁରୁତ୍ୱ ପ୍ରଦାନ କରିବା ଦରକାର ବୋଲି ଓଡ଼ିଶା ଆୟୁଷ ବିକାଶ ପରିଷଦ ପକ୍ଷରୁ ସଂପାଦକ ଡା ତ୍ରୈଲୋକ୍ୟ ନାଥ ମହାରଣା ଙ୍କ ସହିତ ବହୁ ଡାକ୍ତର ପ୍ରକାଶ କରିଛନ୍ତି।

ଗତ ଚାରି ମାସ ତଳେ ଆୟୁର୍ବେଦିକ ଦିସ୍ପେନସାରି କୁ ପ୍ରଦାନ କରାଯାଇଥିବା, ସୌଭାଗ୍ୟ ଶୁଣ୍ଠି ପାକ ଯାହାର ବ୍ୟାଚ ନମ୍ବର ଓ ଏ ବି୦୭୦,୧୦୦ଗ୍ରାମ ଓଜନ ରହିଛି, ସେଇଭଳି ବ୍ୟାଘ୍ର ହରିତକି ଯାହାର ବ୍ୟାଚ ନମ୍ବର ଓ ଏ ବି୦୪୧ରହିଛି ,ସେଇଭଳି ଅମୃତାରିଷ୍ଟ, ଯୋଗରାଜଗୁଗୁଲ ଆଦି ନିମ୍ନ ମାନର ବିଭିନ୍ନ ପ୍ରକାରର ଏହି ଆୟୁର୍ବେଦିକ ଔଷଧକୁ କିଏ ଏବଂ କାହିଁକି ଅନୁମୋଦନ କରିଥିଲେ ତାର ମଧ୍ୟ ତଦାରଖ ହେବା ଆବଶ୍ୟକ ବୋଲି ଓଡ଼ିଶା ଆୟୁଷ ବିକାଶ ପରିଷଦ ସମ୍ପାଦକ ଡା ତ୍ରୈଲୋକ୍ୟ ନାଥ ମହାରଣା ଓ ଓଡ଼ିଶାର ଆୟୁଷ ଚିକିତ୍ସାକ ମହାସଂଘ ସଭାପତି ଡା ବିଶ୍ୱରଂଜନ ଜେନା ଓ ସମ୍ପାଦକ ଡା ପ୍ରଦୀପ କୁମାର ଚମ୍ପତ୍ତି କହିଛନ୍ତି।

ବର୍ତ୍ତମାନ ଜାତୀୟ ଆୟୁଷ ମିଶନ ଅଧୀନରେ ରାଜ୍ୟରେ ପ୍ରାୟ୫୦୦ ପାଖାପାଖି ସମସ୍ତ ପି ଏଚ ସି ଓ ସି ଏଚ ସି ରେ କାର୍ଯ୍ୟରତ ଆୟୁଷ(ଆୟୁର୍ବେଦ)ଡାକ୍ତର କୁ ବିଗତ ଦୁଇ ବର୍ଷ ଧରି କୌଣସି ଆୟୁର୍ବେଦିକ ଔଷଧ ପ୍ରଦାନ କରାଯାଇନଥିବା ବେଳେ ଏହି ସବୁ ଔଷଧ ପ୍ରଦାନ କରିବା ପାଇଁ ଅନୁମୋଦନ ହେଲେ ପରିସ୍ଥିତି ବିଷମ ହେବ ବୋଲି ମତ ପ୍ରକାଶ ପାଇଛି।ସେଇଭଳି ଓଡ଼ିଶାର ଆୟୁର୍ବେଦିକ ମେଡ଼ିକାଲ କଲେଜ ଛାତ୍ର ସଂଗଠନ ପକ୍ଷରୁ ସଭାପତି ଡା ପବିତ୍ର ଚଅର,ସମ୍ପାଦକ ଡା ରାଜେଶ ମେହେର ଏହାକୁ ନାପସଦ କରିବା ସହ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

ଓଡ଼ିଶାର ଆୟୁଷ ଡ଼ାକ୍ତରୀ ଛାତ୍ର ସଂସଦ ସଭାପତି ଡା ଶୁଭେନ୍ଦୁ କୁମାର ସାହୁ ଓ ସାଧାରଣ ସମ୍ପାଦକ ଡାସୁବ୍ରତ କୁମାର ସାମଲ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ, ସଚିବ ଓ ଆୟୁଷ ନିର୍ଦେଶକ ବିହିତ କାର୍ଯ୍ୟପନ୍ଥା ଗ୍ରହଣ କରନ୍ତୁ ବୋଲି ଅନୁରୋଧ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନକୁ “ଦଲାଲ ରାଷ୍ଟ୍ର” ବୋଲି କହିଲେ ଏସ. ଜୟଶଙ୍କର: କଡ଼ା ବିରୋଧ କଲେ କଂଗ୍ରେସ ନେତା

March 27, 2026

Breaking News: ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କଲେ ସରକାର

March 27, 2026

ଆଜି ପବିତ୍ର ରାମ ନବମୀରେ ଶ୍ରୀରାମଙ୍କୁ କିପରି ପୂଜା କଲେ ସେ ହୁଅନ୍ତି ଖୁସି, ଜାଣନ୍ତୁ

March 27, 2026

ଭାରତୀୟ ଭାଷା ସଂସ୍ଥାନ ପରିଦର୍ଶନ ସହ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

March 27, 2026
Latest News

ପାକିସ୍ତାନକୁ “ଦଲାଲ ରାଷ୍ଟ୍ର” ବୋଲି କହିଲେ ଏସ. ଜୟଶଙ୍କର: କଡ଼ା ବିରୋଧ କଲେ କଂଗ୍ରେସ ନେତା

March 27, 2026

Breaking News: ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କଲେ ସରକାର

March 27, 2026

ଆଜି ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

March 27, 2026

ଆଜି ପବିତ୍ର ରାମ ନବମୀରେ ଶ୍ରୀରାମଙ୍କୁ କିପରି ପୂଜା କଲେ ସେ ହୁଅନ୍ତି ଖୁସି, ଜାଣନ୍ତୁ

March 27, 2026

କନ୍ଧମାଳରେ ଆପଦପ୍ରବଣ କିଶୋରମାନଙ୍କୁ ସଶକ୍ତ କରିବା ପାଇଁ ସର୍ଭାଇଭର୍‍ ନେଟୱର୍କ କାର୍ଯ୍ୟକ୍ରମ

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.