Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବରେ ବିଦ୍ୟାର୍ଥୀମାନଙ୍କୁ ସମ୍ବର୍ଦ୍ଧନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଜାତୀୟ ଖବର

ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବରେ ବିଦ୍ୟାର୍ଥୀମାନଙ୍କୁ ସମ୍ବର୍ଦ୍ଧନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

September 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବରେ ବିଦ୍ୟାର୍ଥୀମାନଙ୍କୁ ସମ୍ବର୍ଦ୍ଧନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଗୁରୁ କେବଳ ବିଦ୍ୟାର୍ଥୀମାନଙ୍କର ଭବିଷ୍ୟତ ନିର୍ମାଣ କରନ୍ତି ନାହିଁ, ସେମାନେ ପୁରା ସମାଜର ଭବିଷ୍ୟତ ନିର୍ମାଣ କରନ୍ତି। ସେମାନେ ସମାଜର ମାର୍ଗଦର୍ଶକ।

ଏହି ସ୍ବତନ୍ତ୍ର ଗୁରୁଦିବସ କାର୍ଯ୍ୟକ୍ରମ ଅବସରରେ “ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ”ର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ମୁଖ୍ୟମନ୍ତ୍ରୀ ଓଡିଆ ଭାଷାବୃତ୍ତି, ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଏବଂ ଦ୍ବାଦଶ ବୋର୍ଡର ଶ୍ରେଷ୍ଠ ବିଦ୍ୟାର୍ଥୀ ଏବଂ ଉଚ୍ଚ ମାଧ୍ୟମିକ ବୋର୍ଡର ୩୯୧ଜଣ ଶ୍ରେଷ୍ଠ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଏହା ବ୍ୟତୀତ ଆଭାସୀ ମାଧ୍ୟମରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ୩୦ଟି ଜିଲ୍ଲାର ୪୪,୭୨୮ଜଣ ବିଦ୍ୟାର୍ଥୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ରାଜ୍ୟସ୍ତରରେ ୨୮୭, ଜିଲ୍ଲାସ୍ତରରେ ୩୧୨୮, ବ୍ଲକସ୍ତରରେ ୩୨,୨୦୮ ଏବଂ ମହାନଗରନିଗମ ସ୍ତରରେ ୧୯୦୩ଜଣ ବିଦ୍ୟାର୍ଥୀଙ୍କୁ “ମେଧାବୀ ବିଦ୍ୟାର୍ଥୀ ପୁରସ୍କାର” ପ୍ରଦାନ କରାଯାଇଥିଲା। ସେହିପରି ରାଜ୍ୟର ସର୍ବମୋଟ୍ ୭୧୬୦ଜଣ ବିଦ୍ୟାର୍ଥୀଙ୍କୁ “ଓଡ଼ିଆ ଭାଷା ବୃତ୍ତି” ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହା ବ୍ୟତୀତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ ଓ ଦ୍ବାଦଶ ଏବଂ ମାଧ୍ୟମିକ ଶିକ୍ଷା ପରିଷଦର ଦ୍ବାଦଶ ବୋର୍ଡ଼ର ଶ୍ରେଷ୍ଠ ୪୨ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପ୍ରତିଷ୍ଠିତ ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଗୁରୁଦିବସ ଅବସରରେ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା।

ଏହା ବ୍ୟତୀତ ଏହି ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ବିଭିନ୍ନ ପୁସ୍ତିକା ଉନ୍ମୋଚନ କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।

(କ) ଆକାଂକ୍ଷୀ ପାଠ୍ୟକ୍ରମ ପୁସ୍ତିକା: ଆକାଂକ୍ଷୀ ପାଠ୍ୟକ୍ରମ ମାଧ୍ୟମରେ ଶିକ୍ଷାର୍ଥୀଙ୍କ ସାମଗ୍ରିକ ବିକାଶ ସହ ଦକ୍ଷତା ବୃଦ୍ଧିର ଲକ୍ଷ୍ୟ ରଖାଯାଇଛି । ନୂତନ ପୁସ୍ତିକାଗୁଡିକ ଶିକ୍ଷାର୍ଥୀଙ୍କ ମନରେ ଚର୍ତୁଃପାର୍ଶ୍ଵର ପ୍ରାକୃତିକ ପରିବେଶ ଓ ସ୍ଥାନୀୟ ସଂସ୍କୃତି ପ୍ରତି ଆଗ୍ରହ ବଢାଇବା ସହ ସଚେତନତା ସୃଷ୍ଟି କରିବ। ସେମାନଙ୍କର ଅନୁସନ୍ଧାନମୂଳକ ଇଚ୍ଛାଶକ୍ତି ବୃଦ୍ଧି କରିବ ଏବଂ ଜାଣିବାର ଆଗ୍ରହକୁ ପ୍ରୋତ୍ସାହନ ଦେବ। ଶିକ୍ଷାର୍ଥୀଙ୍କର ସୃଜନଶୀଳ ଗୁଣକୁ ବିକଶିତ କରିବାରେ ମଧ୍ୟ ସାହାଯ୍ୟ କରିବ।

(ଖ) ଜୈବ ବିବିଧତା ପୁସ୍ତିକା: ପ୍ରାକୃତିକ ବାସସ୍ଥାନ ଏବଂ ପରିସଂସ୍ଥାନ ସଂରକ୍ଷଣର ମହତ୍ଵ ବୁଝାଇବା ପାଇଁ ଶିକ୍ଷାର୍ଥୀମାନଙ୍କୁ ଓଡ଼ିଶାର ଜୈବବିବିଧତା ସମ୍ବନ୍ଧରେ ଶିକ୍ଷା ଦେବାର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ, ନବମ ଏବଂ ଦଶମ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡ଼ିଶା ଜୈବବିବିଧତା ବୋର୍ଡର ମିଳିତ ସହଯୋଗରେ ତିନୋଟି ଶିକ୍ଷଣ ପୁସ୍ତିକା ପ୍ରସ୍ତୁତ କରାଯାଇଛି। ଏହି ପଦକ୍ଷେପ ବିଦ୍ୟାଳୟସ୍ତରରୁ ପରିବେଶ ସଂରକ୍ଷଣ ପ୍ରତି ଶିକ୍ଷାର୍ଥୀମାନଙ୍କୁ ଦାୟିତ୍ଵବାନ କରିବାରେ ସହାୟକ ହେବ।

(ଗ) ସଫଳତାର ଶୀର୍ଷରେ ଆମ ପ୍ରତିଭା: ବିଦ୍ୟାର୍ଥୀମାନଙ୍କ କୃତିତ୍ୱକୁ ରାଜ୍ୟସ୍ତରରେ ଦର୍ଶାଇବା ପାଇଁ “ସଫଳତାର ଶୀର୍ଷରେ ଆମ ପ୍ରତିଭା” ପୁସ୍ତକ ଉନ୍ମୋଚନ କରାଯାଇଛି। ଯେଉଁଥିରେ ପିଲାମାନଙ୍କର ପରିଶ୍ରମ ଏବଂ ସଫଳତା ବିଷୟରେ ବର୍ଣ୍ଣନା କରାଯାଇଛି।

କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଶ୍ରୀମତୀ ଶାଲିନୀ ପଣ୍ଡିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା, ଶ୍ରୀମତୀ ଅନନ୍ୟା ଦାସ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ଜାମିନୀ ଷଡଙ୍ଗୀ, ବିଭାଗର ବରିଷ୍ଠ ଅଧିକାରୀ, ୩୦ଟି ଜିଲ୍ଲାରୁ ଆସିଥିବା ଶିକ୍ଷୟ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଭାସୀ ମାଧ୍ୟମରେ ୩୦ ଜିଲ୍ଲାର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

ଗୁରୁ ଦିବସ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା
Share. Facebook Twitter LinkedIn Email WhatsApp Copy Link

Related Posts

ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: କୋର୍ଟ ଚାଲାଣ ହେଲେ ୪ ଅଭିଯୁକ୍ତ

August 20, 2025

ଦଳରେ ସାମିଲ ହେଲେନି ଶ୍ରେୟସ ଆୟର: ସମାଲୋଚନା କଲେ ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍

August 20, 2025

କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

August 20, 2025

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀରେ ଭୁସି ହତ୍ୟା କଲା ୮ମ ଛାତ୍ର, ସ୍କୁଲ ବାହାରେ ଉତ୍ତେଜନା

August 20, 2025
Latest News

ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: କୋର୍ଟ ଚାଲାଣ ହେଲେ ୪ ଅଭିଯୁକ୍ତ

August 20, 2025

ଦଳରେ ସାମିଲ ହେଲେନି ଶ୍ରେୟସ ଆୟର: ସମାଲୋଚନା କଲେ ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍

August 20, 2025

କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

August 20, 2025

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀରେ ଭୁସି ହତ୍ୟା କଲା ୮ମ ଛାତ୍ର, ସ୍କୁଲ ବାହାରେ ଉତ୍ତେଜନା

August 20, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ସିପି ରାଧାକୃଷ୍ଣନ, ପ୍ରସ୍ତାବକ ହେଲେ ପ୍ରଧାନମନ୍ତ୍ରୀ ମୋଦି

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.