Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପୂଜା ଖେଡକରଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ, ଭାରତୀୟ ପ୍ରଶାସନିକ ସେବାରୁ ହଟାଇଲେ କେନ୍ଦ୍ର ସରକାର
ଜାତୀୟ ଖବର

ପୂଜା ଖେଡକରଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ, ଭାରତୀୟ ପ୍ରଶାସନିକ ସେବାରୁ ହଟାଇଲେ କେନ୍ଦ୍ର ସରକାର

September 7, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ୍ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗଣମାଧ୍ୟମ ଅନୁଯାୟୀ କେନ୍ଦ୍ର ସରକାର ପୂଜା ଖେଡକରଙ୍କୁ ତୁରନ୍ତ ପ୍ରଶାସନିକ ସେବାରୁ ବରଖାସ୍ତ କରିଛନ୍ତି। ଆଇଏଏସ୍ (ପ୍ରୋବେସନ୍) ନିୟମ, ୧୯୯୫ ଅନୁଯାୟୀ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହାପୂର୍ବରୁ ୟୁନିଅନ ଲୋକସେବା ଆୟୋଗ (ୟୁପିଏସସି) ଏବଂ ଦିଲ୍ଲୀ ପୋଲିସ ପୂର୍ବତନ ଆଇଏସ ପୂଜା ଖେଡକରଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲେ।

ୟୁପିଏସସି ଏବଂ ଦିଲ୍ଲୀ ପୋଲିସ କୋର୍ଟଙ୍କୁ କହିଛନ୍ତି ଯେ, ସେ କେବଳ ଆୟୋଗ ନୁହେଁ ଜନସାଧାରଣଙ୍କୁ ମଧ୍ୟ ପ୍ରତାରଣା କରିଛନ୍ତି। କାରଣ ସେ ୨୦୨୦ ପର୍ଯ୍ୟନ୍ତ ସମସ୍ତ ଉଦ୍ୟମ ଶେଷ କରିବା ପରେ ୨୦୨୧ ମସିହାରେ ସିଭିଲ ସର୍ଭିସ ପରୀକ୍ଷା (CSE) ରେ ହାଜର ହେବାକୁ ଅଯୋଗ୍ୟ ଥିଲେ। ଠକେଇ ଅଭିଯୋଗରେ ପୂଜା ଖେଡକର ଏବଂ ଓବିସି ତଥା ଭିନ୍ନକ୍ଷମ କୋଟାର ସୁବିଧା ସୁଯୋଗ ପାଇ ବର୍ତ୍ତମାନ ଅନ୍ତରୀଣ ଜାମିନରେ ଅଛନ୍ତି।

ପୂଜା ଖେଡକର ଓବିସି ସଂରକ୍ଷଣ ଏବଂ ଭିନ୍ନକ୍ଷମ କୋଟା ସହାୟତାରେ କେନ୍ଦ୍ର ଲୋକସେବା ଆୟୋଗ ପରୀକ୍ଷା ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ହୋଇଛି ଯେ, ସେ ଏ ବାବଦରେ ସମସ୍ତ ଦଲିଲକୁ ଜାଲିଆତି କରି ପ୍ରସ୍ତୁତ କରିଛନ୍ତି। ଠକେଇ ଦ୍ୱାରା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ପୂଜା ଖେଡକରଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଥିଲା। ଏହାପୂର୍ବରୁ ପୂଜା ଖେଡକରଙ୍କ ଦ୍ଵାରା ଦାଖଲ ହୋଇଥିବା ସମସ୍ତ ଦଲିଲର ଯାଞ୍ଚ କରାଯିବା ଉଚିତ ବୋଲି କୋର୍ଟ ଗୁରୁତ୍ୱାରୋପ କରିଛନ୍ତି। UPSC ଜୁଲାଇ ୩୧ ତାରିଖରେ ତାଙ୍କ ପ୍ରାର୍ଥୀପତ୍ର ରଦ୍ଦ କରି ଭବିଷ୍ୟତର ପରୀକ୍ଷାରେ ହାଜର ହେବାକୁ ବାରଣ କରିଥିଲା।

Breaking News ias maharashtra Pooja Khedkar
Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧକ୍ଷେତ୍ର ପରେ କ୍ରିକେଟ ପିଚ୍‌ରେ ହାରିଲା ପାକିସ୍ତାନ, ଦୁବାଇରେ ଧୁଳି ଚଟାଇଲା ଭାରତ

September 15, 2025

ଆଇଆଇଟି ଭୁବନେଶ୍ୱର ପକ୍ଷରୁ “ଚିନି, ଲୁଣ ଏବଂ ତେଲର ବ୍ୟବହାର ହ୍ରାସ କରିବା” ଶୀର୍ଷକ ବକ୍ତବ୍ୟ ଆୟୋଜିତ

September 14, 2025

ସମ୍ବଲପୁରରେ “ସ୍ଵଚ୍ଛତା ହିଁ ସେବା- ୨୦୨୫” କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

September 14, 2025

ପଞ୍ଚମ ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ କେନ୍ଦ୍ର ଗୃହମନ୍ତ୍ରୀ

September 14, 2025
Latest News

ଯୁଦ୍ଧକ୍ଷେତ୍ର ପରେ କ୍ରିକେଟ ପିଚ୍‌ରେ ହାରିଲା ପାକିସ୍ତାନ, ଦୁବାଇରେ ଧୁଳି ଚଟାଇଲା ଭାରତ

September 15, 2025

କଂଗ୍ରେସ କଲା ବଡ ଘୋଷଣା, ସେପ୍ଟେମ୍ୱର ୩୦ ସୁଦ୍ଧା ନୂଆ ଜିଲ୍ଲା ସଭାପତି, ଅକ୍ଟୋବର ୨ରୁ…

September 14, 2025

କଂଗ୍ରେସରେ ଯୋଗ ଦେଲେ ବିଜେଡି ଛାତ୍ର ନେତା ହରିଶଙ୍କର 

September 14, 2025

ଆଇଆଇଟି ଭୁବନେଶ୍ୱର ପକ୍ଷରୁ “ଚିନି, ଲୁଣ ଏବଂ ତେଲର ବ୍ୟବହାର ହ୍ରାସ କରିବା” ଶୀର୍ଷକ ବକ୍ତବ୍ୟ ଆୟୋଜିତ

September 14, 2025

ସମ୍ବଲପୁରରେ “ସ୍ଵଚ୍ଛତା ହିଁ ସେବା- ୨୦୨୫” କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

September 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.