Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସ୍କୁଲରେ ପିଇବା ପାଣି ଏବଂ ବର୍ଷା ଜଳ ସଂଗ୍ରହ ବ୍ୟବସ୍ଥା ନିଶ୍ଚିତ କର: ମୁଖ୍ୟ ଶାସନ ସଚିବ
ଜାତୀୟ ଖବର

ସ୍କୁଲରେ ପିଇବା ପାଣି ଏବଂ ବର୍ଷା ଜଳ ସଂଗ୍ରହ ବ୍ୟବସ୍ଥା ନିଶ୍ଚିତ କର: ମୁଖ୍ୟ ଶାସନ ସଚିବ

September 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସ୍କୁଲରେ ପିଇବା ପାଣି ଏବଂ ବର୍ଷା ଜଳ ସଂଗ୍ରହ ବ୍ୟବସ୍ଥା ନିଶ୍ଚିତ କର: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ରାଜ୍ୟର ସମସ୍ତ ସହରାଞ୍ଚଳରେ ଏବଂ ଗ୍ରାମାଞ୍ଚଳରେ ଥିବା ସବୁ ବିଦ୍ୟାଳୟରେ ପାନୀୟ ଜଳ ସୁବିଧା, ଟ୍ୟାପ୍ ଯୋଗେ ପିଇବା ପାଣି ଏବଂ ଭୂପୃଷ୍ଠରୁ ବହିଯାଉଥିବା ବର୍ଷା ଜଳକୁ ସଂରକ୍ଷଣ ତଥା ଭୂତଳ ଜଳ ଭରଣ ଉଦ୍ଦେଶ୍ୟରେ ରେନ୍ ଓ୍ୱାଟର ହାର୍ଭେଷ୍ଟିଂ ଷ୍ଟ୍ରକ୍ଚର ବ୍ୟବସ୍ଥାକୁ ନିଶ୍ଚିତ କରାଯିବ।

ଏଥି ସହିତ ସମସ୍ତ ବିଦ୍ୟାଳୟରେ ଶୌଚାଳୟ ବ୍ୟବସ୍ଥା ରହିବ। ଏ ସଂପର୍କରେ ଏକ ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଗତକାଲି ମଙ୍ଗଳବାର ଅପରାହ୍ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ସଂପୃକ୍ତ ବିଭିନ୍ନ ବିଭାଗ ସହିତ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ରାଜ୍ୟରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟରେ ଏହି ସବୁ ବ୍ୟବସ୍ଥା ରହିଥିବା ସଂପର୍କରେ ଭାରତ ସରକାରଙ୍କ ସହିତ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ତେବେ ରାଜ୍ୟରେ ଯେଉଁ ସବୁ ବିଦ୍ୟାଳୟରେ ଅଦ୍ୟାବଧି ଏହି ସବୁ ବ୍ୟବସ୍ଥା ହୋଇନାହିଁ, ସେସବୁକୁ ସୁନିଶ୍ଚିତ କରିବାକୁ ଅନୁଷ୍ଠିତ ବୈଠକରେ ସ୍ଥିତି ଅନୁଧ୍ୟାନ କରି ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ବିଭାଗ ଓ ନିର୍ମାଣକାରୀ ସଂସ୍ଥାମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।

ଅନୁଷ୍ଠିତ ବୈଠକରେ ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧୀକରଣ (ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା, ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ , ଓ୍ୱାଟକୋ, ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂସ୍ଥା (ପିଏଚଇଓ)ର ଯନ୍ତ୍ରୀ ଏବଂ ଅଧିକାରୀ ଏବଂ ସଂପୃକ୍ତ ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।

ଏ ସଂପର୍କରେ ସଦ୍ୟତମ ସ୍ଥିତି ଅନୁଧ୍ୟାନ କରାଯିବା ସହ ଯେଉଁ ସବୁ ବିଦ୍ୟାଳୟମାନଙ୍କରେ ଏ ସବୁ ସୁବିଧା ରହିଛି, ସେଗୁଡ଼ିକ ଠିକ୍ ଭାବେ ପରିଚାଳନା କରାଯାଉଛି କି ନାହିଁ ସେଥିପାଇଁ କେତେକ ବିଦ୍ୟାଳୟ ପରିଦର୍ଶନ କରି ନମୂନା ସର୍ବେକ୍ଷଣ(ସାମ୍ପୁଲ ସର୍ଭେ) କରାଯାଇ ବାସ୍ତବ ସ୍ଥିତି ଅବଗତ ହେବା ଏବଂ ଆବଶ୍ୟକତା ଅନୁସାରେ ସୁବିଧା କରାଯିବା ସଂପର୍କରେ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।

ତତଦ୍ୱାରା କ୍ଷେତ୍ରସ୍ତରରେ ବାସ୍ତବ ସ୍ଥିତି ଅନୁଧ୍ୟାନ କରାଯାଇ ବ୍ୟବସ୍ଥାରେ ଶତ ପ୍ରତିଶତ ପ୍ରଦର୍ଶନ ନେଇ ସଫଳତା ହାସଲ କରାଯାଇପାରିବ। ସମସ୍ତ ବ୍ୟବସ୍ଥା ରହିବାକୁ ନିଶ୍ଚିତ କରାଯିବା ସହ ଏଥିପାଇଁ ନିୟମିତ ତଦାରଖ ଉପରେ ସେ ମଧ୍ୟ ନିର୍ଦ୍ଦେଶ ଦେଇ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ନିକଟସ୍ଥ ଜଳ ଭିତ୍ତିଭୂମିକୁ ଦେଖି ଆବଶ୍ୟକତା ସଂପର୍କରେ ସଂପୂର୍ଣ୍ଣ ଆକଳନ କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ପଂଚାୟତିରାଜ ବିଭାଗକୁ ଜଣାଇବେ । ବିଭାଗ ତରଫରୁ ପ୍ରସ୍ତାବ ଅନୁସାରେ ନଗର ଉନ୍ନୟନ ବିଭାଗ, ପିଏଚଇଓ, ଓ୍ୱାଟକୋ, ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ (ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ) ଏବଂ ଓସେପା ତରଫରୁ ବିଦ୍ୟାଳୟ ପରିସର ମଧ୍ୟରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ। ପଂଚାୟତିରାଜ ବିଭାଗ ତରଫରୁ ଅର୍ଥ କମିଶନଙ୍କ ଅନୁଦାନ ପାଣ୍ଠି ଏବଂ ଅନ୍ୟ ବିଭିନ୍ନ ବ୍ୟବସ୍ଥାରେ ଏସବୁ ବ୍ୟବସ୍ଥା କରାଯାଉଛି। ଏ ସମସ୍ତ ବ୍ୟବସ୍ଥାର ତଦାରଖ ଓ ମୂଲ୍ୟାୟନ ବ୍ୟବସ୍ଥା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

ବର୍ଷା ଜଳ ସଂରକ୍ଷଣ ମୁଖ୍ୟ ଶାସନ ସଚିବ ସ୍କୁଲ
Share. Facebook Twitter LinkedIn Email WhatsApp Copy Link

Related Posts

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026

ଆଜି ମଧ୍ୟ ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026
Latest News

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026

ଆଜି ମଧ୍ୟ ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.