ପୁଣି ବିଫଳ ହେଲା ଡାକ୍ତରଙ୍କ ସହ ଆଲୋଚନା, ଇସ୍ତଫା ଦେବାକୁ ପ୍ରସ୍ତାବ ଦେଲେ ମମତା ବାନାର୍ଜୀ

Published: Sep 13, 2024, 7:36 am IST

କଲିକତା: ଆରଜି କର ହସ୍ପିଟାଲରେ ଦୁଷ୍କର୍ମ ମାମଲା ବିରୋଧରେ ଧର୍ମଘଟ କରୁଥିବା ଜୁନିଅର ଡାକ୍ତରଙ୍କ ସହ ପଶ୍ଚିମବଙ୍ଗ ସରକାରଙ୍କ ବୈଠକ ବିଫଳ ହୋଇଛି। ଏହି ବୈଠକ ପାଇଁ ମମତା ବାନାର୍ଜୀ ଦୁଇ ଘଣ୍ଟା ଅପେକ୍ଷା କରିଥିଲେ, କିନ୍ତୁ ଡାକ୍ତର କଥା ହେବାକୁ ଆସିନଥିଲେ। ଆଲୋଚନାରେ ବିଫଳତା ପାଇଁ ଡାକ୍ତରମାନେ ରାଜ୍ୟ ପ୍ରଶାସନକୁ ଦାୟୀ କରିଛନ୍ତି।

ବାସ୍ତବରେ ରାଜ୍ୟ ସରକାର କହିଛନ୍ତି ଯେ, ଏହି ବୈଠକର ସିଧା ପ୍ରସାରଣକୁ ଅନୁମତି ଦିଆଯିବ ନାହିଁ। ତେଣୁ ଜୁନିଅର ଡାକ୍ତରମାନେ ଏହି କାରଣଋ ଆସିବାକୁ ମନା କରିଦେଇଥିଲେ।

ଏହା ପରେ ମମତା ବାନାର୍ଜୀ କହିଥିଲେ ଯେ, ଆମେ ଡାକ୍ତରମାନଙ୍କୁ କାମକୁ ଫେରାଇ ଆଣି ପାରିବୁ ନାହିଁ, ଏଥିପାଇଁ ଆମେ ରାଜ୍ୟବାସୀଙ୍କ ନିକଟରେ ହାତ ଯୋଡ଼ି କ୍ଷମା ପ୍ରାର୍ଥନା କରୁଛୁ। ଏହି ସମୟରେ ମମତା କହିଥିଲେ ଯେ, ସେ ମଧ୍ୟ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି।

ଅନ୍ୟପକ୍ଷରେ ବଙ୍ଗଳା ରାଜ୍ୟପାଳ ଆନନ୍ଦ ବୋଷ କହିଛନ୍ତି ଯେ, ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ପାଇଁ ମୁଁ ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି। ଜାଣନ୍ତୁ ୧୦ ଟି ଅପଡେଟ…

୧- ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏହା ପରେ ତାଙ୍କୁ ହତ୍ୟା କରାଯାଇଥିଲା। ସେବେଠାରୁ ଜୁନିଅର ଡାକ୍ତରମାନେ ଧର୍ମଘଟରେ ଅଛନ୍ତି।

୨- ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମମତା ସରକାର ଡାକ୍ତରଙ୍କ ସହ ବୈଠକ ଡାକିଥିଲେ। ତେବେ ବୈଠକକୁ ସିଧା ପ୍ରସାରଣ ନକରିବା ନେଇ ସରକାର ଏବଂ ଡାକ୍ତରଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହା ପରେ ଡାକ୍ତରମାନେ ଆଲୋଚନା କରିବାକୁ ମନା କରିଦେଇଥିଲେ।

୩- ମମତା ବାନାର୍ଜୀ ପ୍ରାୟ ଦୁଇ ଘଣ୍ଟା ଅପେକ୍ଷା କରି ରହିଥିଲେ। ଏହା ପରେ ସେ ଜନସାଧାରଣଙ୍କ ନିକଟରେ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ। ମମତା ବାନାର୍ଜୀ କହିଥିଲେ ଯେ, ମୁଁ ଲୋକଙ୍କ ସ୍ୱାର୍ଥ ପାଇଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି। ମୁଁ ବଙ୍ଗଳାବାସୀଙ୍କୁ କ୍ଷମା ମାଗୁଛି, ଯେଉଁମାନେ ଆଶା କରିଥିଲେ ଯେ ଆଜି ଆରଜି କର ଅବରୋଧ ଶେଷ ହେବ। ସେମାନେ (ଜୁନିଅର ଡାକ୍ତର) ଆସିଥିଲେ ମଧ୍ୟ ବୈଠକରେ ଯୋଗ ଦେଇନଥିଲେ। ମୁଁ ସେମାନଙ୍କୁ କାମକୁ ଫେରିବାକୁ ଅନୁରୋଧ କରୁଛି।

୪- ପଶ୍ଚିମବଙ୍ଗର ଜୁନିଅର ଡାକ୍ତରମାନେ ଗୁରୁବାର ଦିନ କୋଲକାତା ସ୍ଥିତ ଆର.ଜି କର ହସ୍ପିଟାଲ ମାମଲାର ସମାଧାନ ପାଇଁ ବୈଠକର ଲାଇଭ ଟେଲିକଷ୍ଟକୁ ଅନୁମତି ନ ଦେଇ ରାଜ୍ୟ ପ୍ରଶାସନକୁ ଦାୟୀ କରିଛନ୍ତି। ଡାକ୍ତରମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି ଦାୟୀ କରିବା ସହ ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନଙ୍କ କାର୍ଯ୍ୟ ବନ୍ଦ ଜାରି ରହିବ ବୋଲି କହିଛନ୍ତି।

୫- ଡାକ୍ତରମାନେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ। ଆମେ ଚାହୁଁଥିଲୁ ସେଠାରେ ଆଲୋଚନା ହେଉ। ବୈଠକର ଲାଇଭ ଟେଲିକାଷ୍ଟକୁ ଅନୁମତି ନଦେବାକୁ ରାଜ୍ୟ ପ୍ରଶାସନ ଜିଦ୍ ଧରିଛି। ଆମର ଦାବି ଆଇନଗତ ଅଟେ। ସ୍ୱଚ୍ଛତା ପାଇଁ ଆମେ ବୈଠକର ଲାଇଭ୍ ଟେଲିକାଷ୍ଟ ଚାହୁଁଥିଲୁ।

୬- ରାଜ୍ୟପାଳ ଆନନ୍ଦ ବୋଷ କହିଛନ୍ତି ଯେ, ଆରଜି କର ହସ୍ପିଟାଲ ପ୍ରସଙ୍ଗରେ ଚାଲିଥିବା ଅସନ୍ତୋଷକୁ ନେଇ ଲୋକଙ୍କ କ୍ରୋଧକୁ ଦୃଷ୍ଟିରେ ରଖି ମୁଁ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କୌଣସି ସାର୍ବଜନୀନ ମଞ୍ଚରେ ଅଂଶଗ୍ରହଣ କରିବି ନାହିଁ।

୭- ବଙ୍ଗଳା ରାଜ୍ୟପାଳ ବୋଷ କହିଛନ୍ତି ଯେ, ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ପାଇଁ ମୁଁ ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି।

୮- ରାଜ୍ୟପାଳ ବୋଷ କହିଛନ୍ତି ଯେ, ମୁଁ ବଙ୍ଗଳାବାସୀଙ୍କ ପ୍ରତି ପ୍ରତିବଦ୍ଧ। ମୁଁ ଆରଜି କର ଘଟଣାର ପୀଡିତାର ପିତାମାତା ଏବଂ ନ୍ୟାୟ ପାଇଁ ବିରୋଧ କରୁଥିବା ଲୋକଙ୍କ ପ୍ରତି ମୋର ପ୍ରତିବଦ୍ଧତାକୁ ଦୋହରାଇଛି। ମୋର ମୂଲ୍ୟାଙ୍କନରେ ସରକାର ନିଜ କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହୋଇଛନ୍ତି।

୯- ପଶ୍ଚିମବଙ୍ଗର ସୁରକ୍ଷାକୁ ନେଇ ନ୍ୟାୟିକ ଅଧିକାରୀଙ୍କ ଦ୍ଵାରା ଉଦ୍ବେଗ ପ୍ରକାଶ ପାଇବାକୁ ବିଜେପି ଗୁରୁବାର ସୁପ୍ରିମକୋର୍ଟରେ ନିବେଦନ କରିଛି।

୧୦- ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ପତ୍ର ଉପରେ ବିଜେପି ନେତା ରୁପା ଗାଙ୍ଗୁଲି ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମମତା ବାନାର୍ଜୀ ଗୋଟିଏ କାମ କରିବା ଉଚିତ୍ ଯେ ସେ ଆସନ୍ତାକାଲିର ଏହି ଖୁସି ଖବର ସହିତ ଆରମ୍ଭ କରିବା ଉଚିତ୍। ସେ ଅତି କମରେ ଆସନ୍ତାକାଲି ସ୍ୱାସ୍ଥ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ୍।

Related posts