Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି, ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା
ଜାତୀୟ ଖବର

ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି, ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା

September 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସବୁ ଅନ୍ତ ଘଟାଇ ବହୁ ପ୍ରତିକ୍ଷୀତ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଥମ କିସ୍ତି ପଇସା ପାଇଛନ୍ତି କିଛି ଯୋଗ୍ୟ ମହିଳା। ଏହି ଅବସରେ ପ୍ରଧାନମନ୍ତ୍ରୀ ଓଡ଼ିଆ ଭାଷାରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ବିନା କୌଣସି ଶୁଭ କାର୍ଯ୍ୟ ସମ୍ଭବ ନୁହେଁ। ଆଜିର ଏହି ଶୁଭ ଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି। ଯୋଗ୍ୟ ମହିଳା ପାଞ୍ଚ ବର୍ଷରେ 50 ହଜାର ଟଙ୍କା ପାଇବେ।

କେବଳ ସୁଭଦ୍ରା ନୁହେଁ, ଓଡିଶାରେ ବହୁ ଯୋଜନାରେ ଶିଳାନ୍ୟାସ ବି ହୋଇଛି। ଓଡ଼ିଶାରେ ଡବଲ ଇଂଜିନ ସରକାର ହେବା ଯୋଗୁଁ ଏସବୁ ସମ୍ଭବ ହୋଇଛି। ରାଜ୍ୟର ମହିଳା, ଯୁବକ ଯେଉଁ ସ୍ବପ୍ନ ଦେଖିଥିଲେ, ତାହା ଆଜି ସମ୍ଭବ ହୋଇଛି। ଶହେ ଦିନ ପୂର୍ତ୍ତି ହୋଇଥିବା କାରଣରୁ ଏମିତି ଆହୁରି ଜନହିତକାରୀ ଯୋଜନା କାର୍ଯ୍ୟକାରୀ ହେବ।

ଶପଥ ଗ୍ରହଣ ପରେ ମୋର ପ୍ରଥମ ଓଡ଼ିଶା ଗସ୍ତ ବୋଲି ଅବହିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବିକଶିତ ଓଡିଶା ପାଇଁ ଓଡିଶା ସରକାର କାର୍ଯ୍ୟ କରୁଛି। ନିର୍ବାଚନ ପୂର୍ବରୁ ଯାହା କୁହାଯାଇଛି ସେସବୁ ପର୍ଯ୍ୟାୟ କ୍ରମେ କରାଯାଇଛି। ଜନଜାତିଙ୍କ ବିକାଶ, ଭିତ୍ତିଭୂମିର ଉନ୍ନତି, ମଧ୍ୟମ ବର୍ଗଙ୍କ ଆର୍ଥିକ ଉନ୍ନତି, ଏଗାର ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯାଉଛି। ସୁଭଦ୍ରା ଯୋଜନା ପାଇଁ ମହିଳା ସଶକ୍ତିକରଣ ସମ୍ଭବ ହୋଇଛି। ଏଥିପାଇଁ କେବଳ ଓଡିଶା ନୁହେଁ ସମଗ୍ର ଦେଶର ବିକାଶ ହେବ।

ମଙ୍ଗଳବାର ସ୍ଥାନୀୟ ଜନତା ମୈଦାନ ଉତ୍ସବ ମୁଖର ହୋଇଛି। ସୁଭଦ୍ରା ଯୋଜନା ଶୁଭାରମ୍ଭ ମହୋତ୍ସବରେ ସାରା ରାଜ୍ୟରୁ ଆସିଛନ୍ତି ଲକ୍ଷାଧିକ ମହିଳା। ଶୃଙ୍ଖଳିତ ଭାବେ ସବୁକିଛି ଆୟୋଜନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଓ ପ୍ରଭାତୀ ପରିଡା ଯୋଗ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟର ଅହମ୍ମଦାବାଦ୍‌ରୁ ସିଧାସଳଖ ଭୁବନେଶ୍ୱର ଆସି ପୂର୍ବାହ୍ନ ୧୦ଟା ୫୦ରେ ପହଞ୍ଚିଛନ୍ତି। ସେଠାରୁ ପ୍ରଥମେ ସେ ଗାଡ଼କଣ ବସ୍ତିରେ ପହଞ୍ଚି ୧୧ଟା୧୫ରୁ ୧୧ଟା୪୫ ଯାଏ ପିଏମ୍ ଆବାସ ବଣ୍ଟନ ସହ ହିତାଧିକାରୀଙ୍କ ସହ କଥା ହୋଇଥିଲେ। ଏହି କାର୍ଯ୍ୟକ୍ରମ ସାରି ମୋଦୀ ଠିକ୍ ବାରଟା ପନ୍ଦରରେ ଜନତା ମଇଦାନ ପହଞ୍ଚି ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ତେବେ ଜନତା ମଇଦାନରେ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ରହି କିଛି ଯୋଜନାର ଶୁଭାରମ୍ଭ କରିଵା ସହ ମୋଦୀ କିଛି ଯୋଜନାର ଲୋକାର୍ପଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନା ଶୁଭାରମ୍ଭ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026

ବଡବାହାଳ ଛକରୁ ଗଂଜେଇ ଜବତ: ୩ ଗିରଫ

March 14, 2026

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026
Latest News

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026

ବଡବାହାଳ ଛକରୁ ଗଂଜେଇ ଜବତ: ୩ ଗିରଫ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.