Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭୁବନେଶ୍ବରରେ ଜଣେ ଆଦିବାସୀଙ୍କ ଘରେ ଖିରୀ ଖାଇବା ପରେ କଣ କହିଲେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ଭୁବନେଶ୍ବରରେ ଜଣେ ଆଦିବାସୀଙ୍କ ଘରେ ଖିରୀ ଖାଇବା ପରେ କଣ କହିଲେ ପ୍ରଧାନମନ୍ତ୍ରୀ

September 18, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ଜଣେ ଆଦିବାସୀଙ୍କ ଘରେ ଖିରୀ ଖାଇବା ପରେ କଣ କହିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଗତକାଲି ଭୁବନେଶ୍ବର ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ପୂର୍ବାହ୍ନରେ ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ଗାଡକଣ ଗାଁକୁ ଯାଇଥିଲେ। ସେଠାରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେଠାକାର ବାସିନ୍ଦାଙ୍କୁ ଘର ପ୍ରଦାନ କରିଥିଲେ। ଏଥିସହିତ ସେ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରେ ନିଜେ ପ୍ରବେଶ କରି ତାଙ୍କ ପରିବାର ସହିତ କିଛି ସମୟ ବିତାଇଥିଲେ।

ସେହି ଘର ଭିତରେ ମୋଦି ନିଜେ ବୁଲିବା ସହିତ ଠାକୁରଙ୍କୁ ପୂଜା କରିଥିଲେ। ଏହାପରେ ସେଠାରେ ବସି ସେ ଘରର ଲୋକଙ୍କ ସହିତ ଆଲୋଚନା କରିଥିଲେ। ଏହି ସମୟରେ ତାଙ୍କୁ ଖିରୀ ଖାଇବାକୁ ଦିଆଯାଇଥିଲା। ସାଙ୍ଗରେ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେମାନେ ରାନ୍ଧିଥିବା ଖିରୀ ଉଭୟ ଖାଇଥିଲେ। ଏହାପରେ ମୋଦି ଜନତା ମଇଦାନ ଯାଇ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ।

ସେଠାରେ ସେ ଅଭିଭାଷଣ ଦେବା ବେଳେ ଏହି ଖିରୀ କଥା କହିଥିଲେ। ମୋଦି କହିଥିଲେ ଯେ, ଆଜି ମୋର ଜନ୍ମ ଦିନ। ଏହି ଦିନ ମୋର ମା ପାଖକୁ ମୁଁ ଆର୍ଶିବାଦ ନେବା ପାଇଁ ଯାଇଥାଏ। ମୋ ମା ସେତେବେଳେ ମୋତେ ମିଠା ଖାଇବାକୁ ଦେଇ ଆର୍ଶିବାଦ କରିଥାନ୍ତି। ଆଜି ମୋର ଜନ୍ମ ଦିନରେ ଅନ୍ତର୍ଯ୍ୟାମୀଙ୍କ ଘରେ ଜଣେ ମା ମୋତେ ଖିରୀ ଖାଇବାକୁ ଦେଲେ। ମୋତେ ଲାଗିଲା ମୋ ନିଜ ମା ଖିରୀ ଆଣି ଖାଇବାକୁ ଦେଉଛନ୍ତି। ମୋତେ ବହୁତ ଶାନ୍ତି ଲାଗିଲା।

Modi in Odisha narendra modi ଭୁବନେଶ୍ବରରେ ମୋଦି
Share. Facebook Twitter LinkedIn Email WhatsApp Copy Link

Related Posts

ହର୍ମୁଜ ପାର କଲା ୨ ଭାରତୀୟ ଏଲପିଜି ବୋଝେଇ ଜାହାଜ, ୨ ମାସ ଭିତରେ ୭ ଲକ୍ଷ ପିଏନଜି ସଂଯୋଗ ପ୍ରଦାନ

May 15, 2026

ପ୍ରଧାନମନ୍ତ୍ରୀଙ୍କ ସହ ୩୫ ବର୍ଷର ଅଭିଜ୍ଞତା ଆଧାରରେ ‘ଅପନାପନ’ ପୁସ୍ତକ ରଚନା କଲେ ଶିବରାଜ ସିଂହ ଚୌହାନ

May 15, 2026

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026
Latest News

ହର୍ମୁଜ ପାର କଲା ୨ ଭାରତୀୟ ଏଲପିଜି ବୋଝେଇ ଜାହାଜ, ୨ ମାସ ଭିତରେ ୭ ଲକ୍ଷ ପିଏନଜି ସଂଯୋଗ ପ୍ରଦାନ

May 15, 2026

ପ୍ରଧାନମନ୍ତ୍ରୀଙ୍କ ସହ ୩୫ ବର୍ଷର ଅଭିଜ୍ଞତା ଆଧାରରେ ‘ଅପନାପନ’ ପୁସ୍ତକ ରଚନା କଲେ ଶିବରାଜ ସିଂହ ଚୌହାନ

May 15, 2026

ଆଜି ମଇ ୧୫ ତାରିଖ ଶୁକ୍ରବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

May 15, 2026

ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ଅଧ୍ୟାଦେଶ

May 14, 2026

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.