Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»“ଶିଶୁ ଯୌନ ଶୋଷଣ” ଉପରେ ସୁପ୍ରିମ କୋର୍ଟଙ୍କ ରାୟକୁ ସମର୍ଥନ ଜଣାଇଲେ ରାଜ୍ୟ ସରକାର
ଜାତୀୟ ଖବର

“ଶିଶୁ ଯୌନ ଶୋଷଣ” ଉପରେ ସୁପ୍ରିମ କୋର୍ଟଙ୍କ ରାୟକୁ ସମର୍ଥନ ଜଣାଇଲେ ରାଜ୍ୟ ସରକାର

September 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
“ଶିଶୁ ଯୌନ ଶୋଷଣ” ଉପରେ ସୁପ୍ରିମ କୋର୍ଟଙ୍କ ରାୟକୁ ସମର୍ଥନ ଜଣାଇଲେ ରାଜ୍ୟ ସରକାର

ଭୁବନେଶ୍ବର: ଶିଶୁ ଯୌନ ଶୋଷଣ ବିରୁଦ୍ଧରେ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣେଇବେ। ସୁପ୍ରିମ କୋର୍ଟଙ୍କ ରାୟକୁ ରାଜ୍ୟ ସରକାର ପୂର୍ଣ୍ଣ ସମର୍ଥନ ଜଣାଇବା ସହ ରାଜ୍ୟରେ କୌଣସି ପ୍ରକାର ଶିଶୁ ଯୌନ ଶୋଷଣକୁ ବରଦାସ୍ତ କରାଯିବ ନାହିଁ ବୋଲି ରାଜ୍ୟ ମହିଳା ଶିଶୁ ବିକାଶ ବିଭାଗ ତରଫରୁ ସ୍ପଷ୍ଟ କରାଯାଇଛି।

ସୂଚନାଯୋଗ୍ୟ, “ପ୍ରୋଟେକଶନ ଅଫ୍ ଚିଲଡ୍ରେନ ଫ୍ରମ ସେକ୍ସଉଆଲ ଅଫେନସ ଆକ୍ଟ” (POCSO)ଆଇନ ଅନ୍ତର୍ଗତ ଶିଶୁ ଅଶ୍ଳୀଳ ଭିଡିଓ ଦେଖିବା, ଡାଉନଲୋଡ କରିବା ସହ ନିଜ ପାଖେ ରଖିବାକୁ ସୁପ୍ରିମ କୋର୍ଟ ଏକ ଦଣ୍ଡନୀୟ ଅପରାଧ ବୋଲି ରାୟ ଦେବା ସହ ନିକଟରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଶିଶୁମାନଙ୍କ ସୁରକ୍ଷା, ସେମାନଙ୍କ ଅଧିକାର ଓ କଲ୍ୟାଣକୁ ସୁନିଶ୍ଚିତ କରିବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ଵ। ଶିଶୁମାନଙ୍କୁ ଶୋଷଣ କିମ୍ବା କୌଣସି ପ୍ରକାର ଯୌନ ଉତ୍ପୀଡନ ଦେଉଥିବା ବ୍ୟକ୍ତି ଆଇନ ବିଷୟରେ ଜାଣି ନାହିଁ ଅଥବା ନିଜ ଅଜ୍ଞତାର ବାହାନା ଦେଇପାରିବେ ନାହିଁ ବୋଲି ରାଜ୍ୟ ସରକାର ଦୃଢ ମତ ଦେଇଛନ୍ତି।

ସମସ୍ତ ପ୍ରକାର ଶିଶୁ ଯୌନ ଶୋଷଣ ନିପାତ କରିବା ଉଦ୍ଦେଶ୍ୟରେ କଠୋର ଆଇନଗତ ଢାଞ୍ଚା ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ଅଛନ୍ତି। ଶିଶୁ ଅଶ୍ଳୀଳତାର ପ୍ରସାରକୁ ରୋକିବା ପାଇଁ ରାଜ୍ୟ ଆଇନ ପ୍ରଣୟନକାରୀ ସଂସ୍ଥା ସହିତ ସମନ୍ଵୟ ବୃଦ୍ଧି କରାଯିବ। ଏହି ଅପରାଧକୁ ରୋକିବା ଓ ଦୋଷୀକୁ ଦଣ୍ଡ ଦେବା ପାଇଁ ଏକ ସ୍ପେଶାଲ ଟାସ୍କଫୋର୍ସ ଗଠନ କରାଯିବ।

ସୁପ୍ରିମ କୋର୍ଟଙ୍କ ସୁପାରିଶ ଅନୁଯାୟୀ, ଶିଶୁ ନିର୍ଯାତିତ ପୀଡିତମାନଙ୍କୁ ରାଜ୍ୟ ସରକାର ଯଥୋଚିତ ସହାୟତା ଦେବା ସହ ଆବଶ୍ୟକ ଯତ୍ନ ଯୋଗେଇ ଦେବେ। ରାଜ୍ୟ ସରକାର ଶିଶୁ ଯୌନ ଶୋଷଣ ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣେଇଛନ୍ତି। ଅସୁରକ୍ଷିତ ଶିଶୁମାନଙ୍କ ବିଷୟରେ ଜାଣିଲେ ତୁରନ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣେଇବା ପାଇଁ ବିଭାଗ ପକ୍ଷରୁ ନାଗରିକମାନଙ୍କୁ ଅନୁରୋଧ କରାଯାଉଛି।

ଶିଶୁମାନଙ୍କ ଅଧିକାର ଏବଂ ସମ୍ମାନ ରକ୍ଷା କରିବା ଉଦ୍ଦେଶ୍ୟରେ ନିଆଯାଇଥିବା ଏହି ଯୁଗାନ୍ତକାରୀ ନିଷ୍ପତ୍ତି ପାଇଁ ରାଜ୍ୟ ସରକାର ମାନ୍ୟବର ସୁପ୍ରିମ କୋର୍ଟଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆମ ସମସ୍ତଙ୍କ ମିଳିତ ଉଦ୍ୟମରେ ଆମେ ଶିଶୁମାନଙ୍କୁ ଏକ ନିରାପଦ ପରିବେଶ ଦେଇପାରିବା।

Suprem Court ଶିଶୁ ଯୌନ ଶୋଷଣ ସୁପ୍ରିମ କୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଚଣ୍ଡିଖୋଲ ଠାରେ ‘ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ’ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଚିଠି

March 26, 2026

ଭାରତର ଏନଡିସିକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍

March 26, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026

ପ୍ରିଜିମ୍‍-ଏସଜି ପୋର୍ଟାଲର ଶୁଭାରମ୍ଭ

March 26, 2026
Latest News

ଚଣ୍ଡିଖୋଲ ଠାରେ ‘ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ’ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଚିଠି

March 26, 2026

ଭାରତର ଏନଡିସିକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍

March 26, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026

ପ୍ରିଜିମ୍‍-ଏସଜି ପୋର୍ଟାଲର ଶୁଭାରମ୍ଭ

March 26, 2026

ଇମିଗ୍ରେସନ, ଭିସା, ବିଦେଶୀ ପଞ୍ଜୀକରଣ ଏବଂ ଟ୍ରାକିଂ ଯୋଜନା ଜାରି ରଖିବାକୁ କ୍ୟାବିନେଟ ମଞ୍ଜୁରି

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.