Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜିଓ-ବିପି ପକ୍ଷରୁ ଇଭି-ଚାର୍ଜିଂ ଷ୍ଟେସନ୍ ଶୁଭାରମ୍ଭ, ପାଞ୍ଚହଜାର ପହଞ୍ଚିଲା ମୋଟ ଚାର୍ଜିଂ ପଏଣ୍ଟ ସଂଖ୍ୟା 
ଜାତୀୟ ଖବର

ଜିଓ-ବିପି ପକ୍ଷରୁ ଇଭି-ଚାର୍ଜିଂ ଷ୍ଟେସନ୍ ଶୁଭାରମ୍ଭ, ପାଞ୍ଚହଜାର ପହଞ୍ଚିଲା ମୋଟ ଚାର୍ଜିଂ ପଏଣ୍ଟ ସଂଖ୍ୟା 

September 27, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜିଓ-ବିପି
ଜିଓ-ବିପି ପକ୍ଷରୁ ଇଭି-ଚାର୍ଜିଂ ଷ୍ଟେସନ୍ ଶୁଭାରମ୍ଭ, ପାଞ୍ଚହଜାର ପହଞ୍ଚିଲା ମୋଟ ଚାର୍ଜିଂ ପଏଣ୍ଟ ସଂଖ୍ୟା 

ମୁମ୍ବାଇ: ଅନନ୍ତ ଅମ୍ବାନୀ ଏବଂ ବିପି ସିଇଓ ମୁରେ ଅଚିନକ୍ଲସ ମୁମ୍ବାଇର ଵିକେସି ସ୍ଥିତ ଜିଓ ୱାର୍ଲ୍ଡ ସେଣ୍ଟର ଠାରେ ଜିଓ-ବିପି ପଲ୍ସର ୫୦୦ତମ ଇଭି ଚାର୍ଜିଂ ଷ୍ଟେସନକୁ ଉଦଘାଟନ କରିଛନ୍ତି। ଏହା ସହିତ ଭାରତରେ ଜିଓ-ବିପି ଚାର୍ଜିଂ ପଏଣ୍ଟ ସଂଖ୍ୟା ୫୦୦୦ କୁ ବୃଦ୍ଧିପାଇଛି।

ରିଲାଏନ୍ସ ଏବଂ ବିପି ମଧ୍ୟରେ ଇନ୍ଧନ ଏବଂ ମୋବିଲିଟି କ୍ଷେତ୍ରରେ ଏକ ମିଳିତ ଉଦ୍ୟୋଗ ହେଉଛି ଜିଓ-ବିପି। ଇଭି-ଚାର୍ଜିଂ ଷ୍ଟେସନ ଆରମ୍ଭ ହେବା ସହିତ, ବର୍ତ୍ତମାନ ମୁମ୍ବାଇର ବାନ୍ଦ୍ରା କୁର୍ଲା କଂପ୍ଲେକ୍ସ (ବିକେସି) ରେ ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର, ଜିଓ ୱାର୍ଲ୍ଡ ପ୍ଲାଜା ଏବଂ ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଅତିଥିମାନଙ୍କ ପାଇଁ ଇଲେକ୍ଟ୍ରିକ୍ ଯାନ ଚାର୍ଜ କରିବା ଏବେ ସହଜ ହେବ।

ଏହି ଶୁଭାରମ୍ଭ ଅବସରରେ ଅନନ୍ତ ଅମ୍ବାନୀ କହିଛନ୍ତି ଯେ, “ଜିଓ-ବିପି ଭାରତରେ ଇଭି ଗ୍ରହଣକୁ ତ୍ୱରାନ୍ୱିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଦ୍ରୁତ-ଚାର୍ଜିଂ ଷ୍ଟେସନଗୁଡିକର ସବୁଠାରୁ ବୃହତ ନେଟୱାର୍କ ଅଂଶ, ଇଭି-ଚାର୍ଜିଂ ଭିତ୍ତିଭୂମିରେ ଦ୍ରୁତ ବୃଦ୍ଧି ଏବଂ ସର୍ବାଧିକ ବିଶ୍ୱସନୀୟତା ସହିତ ଜିଓ-ବିପି ଲକ୍ଷ ଲକ୍ଷ ଭାରତୀୟଙ୍କୁ ଡିଜିଟାଲ ଚାର୍ଜିଂ ସମାଧାନ ଯୋଗାଉଛି।”

ଜିଓ-ବିପି କେବଳ ଗୋଟିଏ ବର୍ଷରେ ଇଭି-ଚାର୍ଜିଂ ପଏଣ୍ଟ ସଂଖ୍ୟାକୁ ୧,୩୦୦ ରୁ ୫୦୦୦ କୁ ବୃଦ୍ଧି କରିଛି। ଏଥିମଧ୍ୟରୁ ୯୫ ପ୍ରତିଶତ ଇଭି ଚାର୍ଜିଂ ପଏଣ୍ଟ ଦ୍ରୁତ (ଫାଷ୍ଟ) ଚାର୍ଜିଂ କରିପାରିବ। ଜିଓ-ବିପି ହେଉଛି ପ୍ରଥମ କମ୍ପାନୀ ଯାହାକି ଟପ୍-ରେଟେଡ୍ ୪୮୦ କିଲୋୱାଟ ଚାର୍ଜର ସ୍ଥାପନ କରିଛି।

ଏହି ଚାର୍ଜିଂ ପଏଣ୍ଟଗୁଡିକ ମଲ୍, ସର୍ବସାଧାରଣ ପାର୍କିଂ ସ୍ଥଳ, କର୍ପୋରେଟ୍ ପାର୍କ, ହୋଟେଲ ଏବଂ ପଥପାର୍ଶ୍ଵ ସ୍ଥାନଗୁଡିକରେ ଦ୍ରୁତ ଚାର୍ଜିଂ ସୁବିଧା ଯୋଗାଉଛନ୍ତି। ଏକପ୍ରକାରରେ ଚାର୍ଜିଂ ଭିତ୍ତିଭୂମିକୁ ଦ୍ରୁତ ବିସ୍ତାର କରି, ଜିଓ-ବିପି ବୈଦ୍ୟୁତିକ ଯାନବାହାନକୁ ମଧ୍ୟ ପ୍ରୋତ୍ସାହିତ କରୁଛି।

EV Charging Jio BP ଇଭି-ଚାର୍ଜିଂ ଷ୍ଟେସନ୍ ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟର ଜିଓ ୱାର୍ଲ୍ଡ ପ୍ଲାଜା ଜିଓ-ବିପି ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର ମୁକେଶ ଅମ୍ବାନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ-ଚୀନ୍ ସୀମାରେ ଶାନ୍ତିର ସଙ୍କେତ! କୈଳାସ ମାନସରୋବର ଯାତ୍ରା ବିଷୟରେ ବଡ଼ କଥା କହିଲେ ଚୀନ୍ ରାଷ୍ଟ୍ରଦୂତ

July 20, 2025

ସଂସଦର ମୌସୁମୀ ଅଧିବେସନ ହେବ ଆରମ୍ଭ, ଓଡିଶା ଛାତ୍ରୀ ନିର୍ଯ୍ୟାତନା ପ୍ରମୁଖ ପ୍ରସଂଗ ହେବ କି ?

July 20, 2025

କଚ୍ଛ ଯିବା ପାଇଁ ମୋଟରସାଇକେଲ ଚାଳକମାନଙ୍କୁ ଉତ୍ସାହିତ କରିବା ଦିଗରେ ପ୍ରୟାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

July 20, 2025

ଲିଙ୍ଗ ପରିବର୍ତ୍ତନ ପରେ ମହିଳା କ୍ରିକେଟ ଦଳରେ ଖେଳିପାରିବେ କି ଅନୟା ବାଙ୍ଗର?: ଜାଣନ୍ତୁ ICCର ନିୟମ

July 20, 2025
Latest News

ଭାରତ-ଚୀନ୍ ସୀମାରେ ଶାନ୍ତିର ସଙ୍କେତ! କୈଳାସ ମାନସରୋବର ଯାତ୍ରା ବିଷୟରେ ବଡ଼ କଥା କହିଲେ ଚୀନ୍ ରାଷ୍ଟ୍ରଦୂତ

July 20, 2025

ସଂସଦର ମୌସୁମୀ ଅଧିବେସନ ହେବ ଆରମ୍ଭ, ଓଡିଶା ଛାତ୍ରୀ ନିର୍ଯ୍ୟାତନା ପ୍ରମୁଖ ପ୍ରସଂଗ ହେବ କି ?

July 20, 2025

କଚ୍ଛ ଯିବା ପାଇଁ ମୋଟରସାଇକେଲ ଚାଳକମାନଙ୍କୁ ଉତ୍ସାହିତ କରିବା ଦିଗରେ ପ୍ରୟାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

July 20, 2025

ରୁଷ-ୟୁକ୍ରେନ ଯୁଦ୍ଧ: ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ, ରଖିଲେ ଏହି ବଡ଼ ସର୍ତ୍ତ

July 20, 2025

Vigilance Raid: ଡିଏଫଓଙ୍କ ଘରେ ଭିଜିଲାନ୍ସ ଚଢାଉ, ବାହାରିଲା ୧୧୫ ଟି ପ୍ଲଟ

July 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.