Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘ମାଆଙ୍କ ନାମରେ ଗୋଟିଏ ଗଛ ଅଭିଯାନ’ ରେ ୮୦ କୋଟି ଚାରାରୋପଣ, ଥରେ ଏକ ଘଣ୍ଟାରେ ଲାଗିଲା ୫ ଲକ୍ଷ
ଜାତୀୟ ଖବର

‘ମାଆଙ୍କ ନାମରେ ଗୋଟିଏ ଗଛ ଅଭିଯାନ’ ରେ ୮୦ କୋଟି ଚାରାରୋପଣ, ଥରେ ଏକ ଘଣ୍ଟାରେ ଲାଗିଲା ୫ ଲକ୍ଷ

September 27, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
'ମାଆଙ୍କ ନାମରେ ଗୋଟିଏ ଗଛ ଅଭିଯାନ' ରେ ୮୦ କୋଟି ଚାରାରୋପଣ, ଥରେ ଏକ ଘଣ୍ଟାରେ ଲାଗିଲା ୫ ଲକ୍ଷ

ନୂଆଦିଲ୍ଲୀ: ବିଶ୍ୱ ପରିବେଶ ଦିବସ, ୫ ଜୁନ୍ ୨୦୨୪ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ଏକ ବୋଧି ବୃକ୍ଷର ଚାରା ରୋପଣ କରି ‘ମାଆଙ୍କ ନାମରେ ଗୋଟିଏ ଗଛ’ ନାମକ ଅଭିନବ ଅଭିଯାନର ଶୁଭାରମ୍ଭ କରିଥିଲେ। ପରିବେଶର ବିକାଶ ପାଇଁ ଏହି ସାମୁହିକ ଅଭିଯାନକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।

‘ମାଆଙ୍କ ନାମରେ ଗୋଟିଏ ଗଛ’ ଏକ ପ୍ରତୀକାତ୍ମକ ଅଭିଯାନ। ଏହାଦ୍ୱାରା ଦୁଇଟି ଉଦ୍ଦେଶ୍ୟ ସାଧନ ହେଉଛି । ଗୋଟିଏ ହେଲା ଜଣଙ୍କ ଜୀବନରେ ମାଆଙ୍କ ଭୂମିକାକୁ ସମ୍ମାନ ଦେବା ଏବଂ ଅନ୍ୟଟି ହେଲା ସମଗ୍ର ବିଶ୍ୱର ସ୍ୱାସ୍ଥ୍ୟ ପ୍ରତି ଅବଦାନ ରଖିବା। ବୃକ୍ଷ ଠିକ୍ ମାଆଙ୍କ ଭଳି ପରବର୍ତ୍ତୀ ପିଢ଼ିକୁ ସୁରକ୍ଷିତ ରଖିଥାଏ।

୮୦ କୋଟି ଚାରାରୋପଣ

୨୦୨୪ ସେପ୍ଟେମ୍ବର ମାସ ସୁଦ୍ଧା ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ସଫଳତାର ସହ ‘ମାଆଙ୍କ ନାମରେ ଗୋଟିଏ ଗଛ’ ଅଭିଯାନରେ ୮୦ କୋଟି ଚାରାରୋପଣ କରିପାରିଛି । ଧାର୍ଯ୍ୟ ଦିବସର ପାଞ୍ଚ ଦିନ ପୂର୍ବରୁ ୨୫ ସେପ୍ଟେମ୍ବର ୨୦୨୪ରେ ଏହି ଲକ୍ଷ୍ୟ ପୂରଣ ହୋଇପାରିଛି ।

ପାଞ୍ଚ ଲକ୍ଷ ଚାରା ରୋପଣର ବିଶ୍ୱ ରେକର୍ଡ

୨୨ ସେପ୍ଟେମ୍ବର ୨୦୨୪ରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନରେ ଥିବା ଇକୋଲୋଜିକାଲ ଟାସ୍କ ଫୋର୍ସ ଅଫ ଦ ଟେରିଟୋରିଆଲ ଆର୍ମି ଓ ୧୨୮ ଇନଫାଣ୍ଟି୍ର ବାଟାଲିୟନ ମିଳିତ ଭାବେ ମାତ୍ର ଏକ ଘଣ୍ଟାରେ ୫ ଲକ୍ଷ ଚାରାରୋପଣ କରି ରେକର୍ଡ କରିପାରିଛନ୍ତି । ପ୍ରଧାନମନ୍ତ୍ରୀ ‘ମାଆଙ୍କ ନାମରେ ଗୋଟିଏ ଗଛ’ ଅଭିଯାନ ଅଧୀନରେ ଟେରିଟୋରିଆଲ ଆର୍ମି ‘ଭାଗିଦାରୀ ଏବଂ ଜିମ୍ମେଦାରୀ’ କାର୍ଯ୍ୟକ୍ରମରେ ଜୟସାଲମର ସ୍ୱତନ୍ତ୍ର ବୃକ୍ଷରୋପଣ ଅଭିଯାନରେ ଏହି ରେକର୍ଡ କରିଛି । ଏହା ସ୍ଥାନୀୟ ସମୁଦାୟଙ୍କ ମଧ୍ୟ ପରିବେଶ ପ୍ରତି ସଚେତନତା ସୃଷ୍ଟି କରିପାରିଛି ।

ଟେରିଟୋରିଆଲ ଆର୍ମିି ଏହି ପଦକ୍ଷେପ ୱାର୍ଲ୍ଡ ବୁକ୍ ଅଫ ରେକର୍ଡସ, ଲଣ୍ଡନରେ ବିଭିନ୍ନ କାରଣରୁ ସ୍ଥାନ ପାଇପାରିଛି। ସେଗୁଡ଼ିକ ହେଲା:

୧.ଗୋଟିଏ ଘଣ୍ଟାରେ ସର୍ବାଧିକ ଚାରାରୋପଣ

୨.ଏକ ମହିଳା ଟିମ୍ ଦ୍ୱାରା ଗୋଟିଏ ଘଣ୍ଟାରେ ସର୍ବାଧିକ ଚାରାରୋପଣ

୩.ଗୋଟିଏ ସ୍ଥାନରେ ସର୍ବାଧିକ ମହିଳା ଏକକାଳୀନ ଚାରାରୋପଣ କରିବା

ବିଭିନ୍ନ ମନ୍ତ୍ରଣାଳୟରେ ସାମୁହିକ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବିଭିନ୍ନ ମନ୍ତ୍ରଣାଳୟ ଏହି ଅଭିଯାନରେ ଉତ୍ସାହର ସହ ସାମିଲ ହୋଇଛନ୍ତି । ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଅଭିଯାନରେ ଦେଶବ୍ୟାପୀ ୧୫ ଲକ୍ଷ ଚାରାରୋପଣ ପାଇଁ ୧୫ ଅଗଷ୍ଟ ୨୦୨୪ରେ ଘୋଷଣା କରିଥିଲା । ଏହି ଅଭିଯାନରେ ପଦାତିକ ବାହିନୀ, ପ୍ରତିରକ୍ଷା ବିଭାଗର ବିଭିନ୍ନ ଉଦ୍ୟୋଗ, ଏନସିସି ଏବଂ ଅନ୍ୟାନ୍ୟ ସହଯୋଗୀ ସଂସ୍ଥା ସାମିଲ ହୋଇଛନ୍ତି ।

କୋଇଲା ମନ୍ତ୍ରାଳୟ ସଚିବ ଶ୍ରୀ ଭି.ଏଲ. କାନ୍ଥା ରାଓଙ୍କ ନେତୃତ୍ୱରେ ମିଲେନିଅମ ପାର୍କଠାରେ ବୃକ୍ଷରୋପଣ ଅଭିଯାନ କରିଥିଲା। କୋଇଲା ମନ୍ତ୍ରାଳୟ ଏବଂ ଏହା ସହ ଜଡ଼ିତ ରାଷ୍ଟ୍ରାୟତ୍ତ ସଂସ୍ଥା ଗୁଡ଼ିକ ବିଗତ ବର୍ଷ ମାନଙ୍କରେ ଖଣି ଅଞ୍ଚଳରେ ପ୍ରଦୂଷଣ ହ୍ରାସ ଲକ୍ଷ୍ୟରେ ନିୟମିତ ବୃକ୍ଷରୋପଣ ଜାରି ରଖିଛନ୍ତି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏହାର ନିଜସ୍ୱ ଅଭିଯାନରେ ଦେଶବ୍ୟାପୀ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୭ ହଜାର ବୃକ୍ଷରୋପଣ କରିପାରିଛି। ଅଗଷ୍ଟ ମାସ ଅଧାରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା ଏବଂ ବିଶେଷ କରି ସେପ୍ଟେମ୍ବର ୧୭ରୁ ୧ ଅକ୍ଟୋବର ୨୦୨୪ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଅବସରରେ ତ୍ୱରାନ୍ୱିତ ହୋଇଛି।

କେନ୍ଦ୍ର ଆୟୁଷ (ସ୍ୱାଧୀନ ଦାୟିତ୍ୱ) ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପରାଓ ଯାଦବ ଅଭିଯାନରେ ସାମିଲ ହୋଇ ମାଆଙ୍କ ନାମରେ ଅଁଳା ଚାରା ରୋପଣ କରିଛନ୍ତି ।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭାଗିରଥ ଚୌଧୁରୀ ଆଭାସୀ ମାଧ୍ୟମରେ ହାଇଦ୍ରାବାଦର ନ୍ୟାସନାଲ ଇନଷ୍ଟିଚୁ୍ୟଟ ଅଫ ଏଗ୍ରିକଲଚରାଲ ଏକ୍ସଟେନ୍ସନ ମ୍ୟାନେଜମେଣ୍ଟ ସଂସ୍ଥାରେ ଏହି ଅଭିଯାନରେ ସାମିଲ ହୋଇଥିଲେ।

କେନ୍ଦ୍ର କମ୍ପାନୀ ବ୍ୟାପାର ଏବଂ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହର୍ଷ ମାଲହୋତ୍ରା ନୂଆଦିଲ୍ଲୀର କୋଟା ହାଉସଠାରେ ଉଭୟ ‘ମାଆଙ୍କ ନାମରେ ଗୋଟିଏ ଗଛ’ ଏବଂ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ସାମିଲ ହୋଇଥିଲେ।

ମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧୁରୀଙ୍କ ନେତୃତ୍ୱରେ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ବିଭିନ୍ନ ସଂସ୍ଥାନରେ ଏହି ଅଭିଯାନ କରିଛି। ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର, ନ୍ୟାସନାଲ ଇନଷ୍ଟିଚୁ୍ୟଟସ ଫର ଏଣ୍ଟରପ୍ରିନୁ୍ୟରସିପ ଆଣ୍ଡ ସ୍ମଲ ବିଜିନେସ ଡେଭଲପମେଣ୍ଟ, ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟିଚୁ୍ୟଟ୍ସ, ନ୍ୟାସନାଲ ସ୍କିଲ ଟ୍ରେନିଂ ଇନଷ୍ଟିଚୁ୍ୟଟ୍ସ ଏବଂ ଜନ ଶିକ୍ଷର ସଂସ୍ଥା ଗୁଡ଼ିକରେ ୧୧,୭୭୮ ଚାରା ରୋପଣ କରାଯାଇଛି।

ପାନୀୟ ଜଳ ଏବଂ ପରିମଳ ବିଭାଗ ଏବଂ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ନେତୃତ୍ୱରେ ସ୍ୱଚ୍ଛତା ହିଁ ସେବା ୨୦୨୪ ଅଭିଯାନରେ ଦେଶବ୍ୟାପୀ ଚାରାରୋପଣ କରାଯାଇଛି । ଭାରତୀୟ ସେନା, ଭାରତୀୟ ବାୟୁସେନା, ସୀମା ସୁରକ୍ଷା ବଳ, ସଂକଳ୍ପ ତରୁ ଏନଜିଓ ଏବଂ ବିଭିନ୍ନ ଅଞ୍ଚଳର ସ୍ଥାନୀୟ ସମୁଦାୟ ଏହି ଅଭିଯାନକୁ ତ୍ୱରାନ୍ୱିତ କରିଛନ୍ତି।

ଟେକ୍ନୋଲୋଜିକାଲ ପଦକ୍ଷେପ: ମାଆଙ୍କ ନାମରେ ଗୋଟିଏ ଗଛ ଆପ୍

ଏହି ଅଭିଯାନକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସଞ୍ଚାର ଏବଂ ଉତ୍ତର-ପୂର୍ବାଞ୍ଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ‘ମାଆଙ୍କ ନାମରେ ଗୋଟିଏ ଗଛ’ ଆପ୍ ର ଶୁଭାରମ୍ଭ କରିଥିଲେ। ଏହି ଆପ୍ ଜରିଆରେ ସହଜରେ ଫଟୋ ଅପଲୋଡ କରିବା, ଲୋକେସନ ଟ୍ୟାଗ କରିବା, କାର୍ବନ କ୍ରେଡିଟ ଟ୍ରାକ କରିବା ସମ୍ଭବ ହୋଇପାରିଛି। ଲୋକମାନେ ରୋପଣ କରିଥିବା ଚାରା କେତେ ବଢ଼ିଲା ତାହା ବି ଏହି ଆପ୍ ଜରିଆରେ ଜାଣି ପାରିବେ।

ସବୁଜ ଭବିଷ୍ୟତ ପାଇଁ ଏକ ଲକ୍ଷ୍ୟ

‘ମାଆଙ୍କ ନାମରେ ଗୋଟିଏ ଗଛ’ ଅଭିଯାନ ସ୍ଥିର ଓ ପରିବେଶ ସଚେତିତ ଭବିଷ୍ୟତ ପାଇଁ ଭାରତର ପ୍ରତିବଦ୍ଧତାକୁ ସୂଚାଉଛି। ଏହା ସହ ମା’ଙ୍କ ସମ୍ମାନ ସାମିଲ ହୋଇଥିବାରୁ ଜନସାଧାରଣ ସିଧାସଳଖ ଏଥିରେ ଯୋଡ଼ି ହୋଇପାରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଅଗ୍ନିଶମ ବାହିନୀରେ ସାମିଲ ହେଲେ ୯୧୧ ଅଗ୍ନିଯୋଦ୍ଧା, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

August 23, 2025

ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

August 23, 2025

କଟକ ରେଭେନ୍ସା କଲିଜିଏଟ୍ ସ୍କୁଲର ୧୭୫ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ  

August 23, 2025

“ମହାକାଶ ବିଜ୍ଞାନ କୃଷିରେ ଚମତ୍କାର ପରିବର୍ତ୍ତନ ଆଣିଛି”: କେନ୍ଦ୍ର କୃଷି ମନ୍ତ୍ରୀ

August 23, 2025
Latest News

ଅଗ୍ନିଶମ ବାହିନୀରେ ସାମିଲ ହେଲେ ୯୧୧ ଅଗ୍ନିଯୋଦ୍ଧା, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

August 23, 2025

ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

August 23, 2025

କଟକ ରେଭେନ୍ସା କଲିଜିଏଟ୍ ସ୍କୁଲର ୧୭୫ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ  

August 23, 2025

“ମହାକାଶ ବିଜ୍ଞାନ କୃଷିରେ ଚମତ୍କାର ପରିବର୍ତ୍ତନ ଆଣିଛି”: କେନ୍ଦ୍ର କୃଷି ମନ୍ତ୍ରୀ

August 23, 2025

କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ମଣିଷ ତିଆରି କାରଖାନାର ଏକ ପ୍ରୟୋଗଶାଳା: ଧର୍ମେନ୍ଦ୍ର ପ୍ରଧାନ

August 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.