Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମନ କି ବାତ୍ ରେ ଓଡିଶାର ରାମଜିତ୍ ଟୁଡୁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, ଧନ୍ୟବାଦ ଦେଲେ ମନମୋହନ
ଜାତୀୟ ଖବର

ମନ କି ବାତ୍ ରେ ଓଡିଶାର ରାମଜିତ୍ ଟୁଡୁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, ଧନ୍ୟବାଦ ଦେଲେ ମନମୋହନ

September 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମନ କି ବାତ୍ ରେ ଓଡିଶାର ରାମଜିତ୍ ଟୁଡୁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, ଧନ୍ୟବାଦ ଦେଲେ ମନମୋହନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ କି ବାତ” କାର୍ଯ୍ୟକ୍ରମ ଆଜି ୧୦ ବର୍ଷ ପୂରଣ କରିଛି। ମୋଦିଜୀଙ୍କ “ମନ କି ବାତ” କାର୍ଯ୍ୟକ୍ରମ ଏବେ ସମସ୍ତଙ୍କ ପ୍ରେରଣାର କେନ୍ଦ୍ରବିନ୍ଦୁ ସାଜିଛି। ସାଧାରଣ ଲୋକଙ୍କ ଅସାଧାରଣ କାର୍ଯ୍ୟ ଓ ସାମର୍ଥ୍ୟକୁ ଲୋକଲୋଚନକୁ ଆଣିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେ ତାଙ୍କ ୧୧୪ ତମ “ମନ୍ କି ବାତ” ସଂସ୍କରଣରେ ସାନ୍ତାଳୀ ଭାଷାର ପ୍ରଚାର ଓ ପ୍ରସାର ପାଇଁ ମୟୂରଭଞ୍ଜର ଯୁବକ ରାମଜିତ୍ ଟୁଡୁଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଶ୍ରୀ ସାମଲ ନିଜ ମାତୃଭାଷା ସାନ୍ତାଳୀ ଭାଷାକୁ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଲୋକଙ୍କ ପାଖକୁ ଆଣିଥିବା ରାମଜିତ୍ ଟୁଡୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଦିବାସୀଙ୍କ କଲ୍ୟାଣ ପାଇଁ ମୋଦୀ ସରକାର ବଦ୍ଧପରିକର ବୋଲି କହିଛନ୍ତି। ଭୁବନେଶ୍ୱରସ୍ଥିତ ନାଳନ୍ଦା ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଶୁଣିଥିଲେ।

“ମାଁ ପାଇଁ ଗଛଟିଏ” ଅଭିଯାନ ପରିପ୍ରେକ୍ଷୀରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ସାମଲ ବୃକ୍ଷରୋପଣ କରିଥିଲେ। ଏହି ଅବସରରେ ରାଜ୍ୟ ମୁଖପାତ୍ର ଡ.ତପନ ଚାନ୍ଦଙ୍କ ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

ଓଡ଼ିଶାର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ନିରନ୍ତର ପ୍ରୟାସ ଜାରୀ ରଖିଛନ୍ତି। ତାଙ୍କ ଉଦ୍ୟମ ଯୋଗୁ ଦେଶ ତଥା ଆମ ରାଜ୍ୟର ଐତିହ୍ୟ, ସଂସ୍କୃତି, ପରମ୍ପରା, ଅସ୍ମିତା ବିଶ୍ୱ ଦରବାରରେ ପହଁଚିବାରେ ସହାୟକ ହୋଇଛି । ଏହା ଲୋକଙ୍କ ମନରେ ଅଧିକ ଆତ୍ମବିଶ୍ୱାସ ଆଣିଦେଇଛି।

ମୋଦିଜୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆଜି ଜନଆନ୍ଦୋଳନରେ ପରିଣତ ହୋଇଛି। ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଏନେଇ ସଚେତନତା ସୃଷ୍ଟି ହୋଇଛି। ଆମେରିକାରୁ ୩୦୦ ପ୍ରାଚୀନ ଓ ଦୁର୍ଲଭ କଳାକୃତି ଫେରାଇ ଆଣିବା ଆମ ସମସ୍ତଙ୍କ ପାଇଁ ଖୁସି ଓ ଗର୍ବର ବିଷୟ। ଶ୍ରୀ ସାମଲ ଏନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀଙ୍କୁ ଆନ୍ତରିକ ଧନ୍ୟବାଦ୍ ଜଣାଇଛନ୍ତି।

ଆଜି ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ଓ ବୁଥ୍‌ରେ ଦଳର ନେତୃମଣ୍ଡଳୀ ଓ କାର୍ଯ୍ୟକର୍ତା ଉପସ୍ଥିତ ରହି ଏହି “ମନ୍ କି ବାତ୍‌” କାର୍ଯ୍ୟକ୍ରମ ଶୁଣିଥିଲେ। ଏଥି ସହ ପାର୍ଟିର ସାଂଗଠନିକ ମହାପର୍ବ “ସଦସ୍ୟତା ଅଭିଯାନ – ୨୦୨୪” ସାମିଲ ହୋଇ ନୂତନ ସଦସ୍ୟ ସଂଗ୍ରହ ଓ ପଂଜୀକରଣ କରିଥିଲେ।

Mann Ki Baat ମନ କି ବାତ୍ ମନମୋହନ ସାମଲ
Share. Facebook Twitter LinkedIn Email WhatsApp Copy Link

Related Posts

ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସଇର ସିଟି ଏବଂ ଏଆଇ ପାଠ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

April 1, 2026

ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ପଖାଳ ଉତ୍ସବ ଆରମ୍ଭ

April 1, 2026

ଚିତ୍ର ଶିଳ୍ପୀ ସୁଧୀର କୁମାର ସ୍ୱାଇଁଙ୍କୁ ସମ୍ମାନୀତ

April 1, 2026

ପଣ୍ୟ ପରିବହନ କ୍ଷେତ୍ରରେ ପୁଣି ଦେଶର ଏକ ନମ୍ବର ହେଲା ପୂର୍ବ ତଟ ରେଳପଥ

April 1, 2026
Latest News

ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସଇର ସିଟି ଏବଂ ଏଆଇ ପାଠ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

April 1, 2026

ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ପଖାଳ ଉତ୍ସବ ଆରମ୍ଭ

April 1, 2026

ଚିତ୍ର ଶିଳ୍ପୀ ସୁଧୀର କୁମାର ସ୍ୱାଇଁଙ୍କୁ ସମ୍ମାନୀତ

April 1, 2026

IPL ଛାଡି PSL ରେ କାହିଁକି ଖେଳନ୍ତି ଆଦମ ଜାମ୍ପା?: ଅଷ୍ଟ୍ରେଲିଆ ସ୍ପିନରଙ୍କ ଆଶ୍ଚର୍ଯ୍ୟଜନକ ଉତ୍ତର

April 1, 2026

ପଣ୍ୟ ପରିବହନ କ୍ଷେତ୍ରରେ ପୁଣି ଦେଶର ଏକ ନମ୍ବର ହେଲା ପୂର୍ବ ତଟ ରେଳପଥ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.