Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତୀୟ ସିନେମାକୁ ଶିଖରରେ ପହଞ୍ଚାଇବା ପାଇଁ ମିଥୁନ ଦା ଙ୍କର ଆଶା, ଦୃଢ଼ତା ଏବଂ ସ୍ୱପ୍ନର ଏକ ଉତ୍ସବ
ଜାତୀୟ ଖବର

ଭାରତୀୟ ସିନେମାକୁ ଶିଖରରେ ପହଞ୍ଚାଇବା ପାଇଁ ମିଥୁନ ଦା ଙ୍କର ଆଶା, ଦୃଢ଼ତା ଏବଂ ସ୍ୱପ୍ନର ଏକ ଉତ୍ସବ

October 1, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଭାରତୀୟ ସିନେମାକୁ ଶିଖରରେ ପହଞ୍ଚାଇବା ପାଇଁ ମିଥୁନ ଦା ଙ୍କର ଆଶା, ଦୃଢ଼ତା ଏବଂ ସ୍ୱପ୍ନର ଏକ ଉତ୍ସବ

ନୂଆଦିଲ୍ଲୀ: କିମ୍ବଦନ୍ତୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ୨୦୨୨ ବର୍ଷ ପାଇଁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳବାଇ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପୁରସ୍କାର ଘୋଷଣା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଚଳଚ୍ଚିତ୍ର ଉଦ୍ୟୋଗର ଅନ୍ୟତମ ଲୋକପ୍ରିୟ ତଥା ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଏହି ଅଭିନେତାଙ୍କୁ ସମ୍ମାନିତ କରିବାରେ ଅତୁଳନୀୟ ଆନନ୍ଦ ଏବଂ ଗର୍ବ ପ୍ରକାଶ କରିଥିଲେ, ଯିଏ ତାଙ୍କର ବହୁମୁଖୀ ଅଭିନୟ ପାଇଁ ଜଣାଶୁଣା।

ମିଥୁନ ଦାଙ୍କର ଉଲ୍ଲେଖନୀୟ ଯାତ୍ରା

ମିଥୁନ ଚକ୍ରବର୍ତ୍ତୀ, ଯିଏ ମିଥୁନ ଦା ନାମରେ ମଧ୍ୟ ଜଣାଶୁଣା, ଜଣେ ପ୍ରତିଷ୍ଠିତ ଭାରତୀୟ ଅଭିନେତା, ନିର୍ମାତା ଏବଂ ରାଜନେତା, ତାଙ୍କର ବହୁମୁଖୀ ଭୂମିକା ଏବଂ ଭିନ୍ନ ନୃତ୍ୟ ଶୈଳୀ ପାଇଁ ବେଶ୍ ଲୋକପ୍ରିୟ। ସେ ତାଙ୍କ ଚଳଚ୍ଚିତ୍ରରେ ବିଭିନ୍ନ ପ୍ରକାରର ଭୂମିକା ଗ୍ରହଣ କରିଛନ୍ତି, ଯେଉଁଥିରେ ଆକ୍ସନରେ ଭରପୂର ଚରିତ୍ର ସହ ଚିତ୍ତାକର୍ଷକ ନାଟକୀୟ ଭୂମିକା ମଧ୍ୟ ରହିଛି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଜଣେ ଯୁବକର ସାଧାରଣ ପ୍ରାରମ୍ଭରୁ ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତାରେ ପରିଣତ ହେବାରେ ମିଥୁନ ଚକ୍ରବର୍ତ୍ତୀଙ୍କର ଯାତ୍ରା, ତାଙ୍କର ଆଶା ଏବଂ ଦୃଢ଼ ଇଚ୍ଛାଶକ୍ତିକୁ ପ୍ରତିପାଦିତ କରୁଛି, ଯାହା ପ୍ରମାଣିତ କରୁଛି ଯେ ଉତ୍ସାହ ଓ ନିଷ୍ଠା ଦ୍ୱାରା ଜଣେ ଉଚ୍ଚଭିଳାଷୀ ସ୍ୱପ୍ନ ମଧ୍ୟ ସାକାର କରିପାରିବ। ତାଙ୍କର ନିଷ୍ଠା ଏବଂ ପରିଶ୍ରମ ତାଙ୍କୁ ଆଶାବାଦୀ ତଥା ପ୍ରତିଭାଶାଳୀ ଅଭିନେତା ଏବଂ କଳାକାରମାନଙ୍କ ପାଇଁ ଏକ ଆଦର୍ଶରେ ପରିଣତ କରିପାରିଛି।

ପଶ୍ଚିମବଙ୍ଗର କୋଲକାତାରେ ୧୬ ଜୁନ୍ ୧୯୫୦ରେ ଜନ୍ମ ହୋଇଥିବା ଗୌରାଙ୍ଗ ଚକ୍ରବର୍ତ୍ତୀ, ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ମୃଗୟା’ (୧୯୭୬)ରେ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ଚଳଚ୍ଚ୍ରିତ ପୁରସ୍କାର ହାସଲ କରିଥିଲେ। ଏହିଠାରୁ ପ୍ରତିଷ୍ଠିତ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏଫ୍‌ଟିଆଇଆଇ)ର ଜଣେ ପୂର୍ବତନ ଛାତ୍ର ଭାବେ ମିଥୁନ ଚକ୍ରବର୍ତ୍ତୀ ତାଙ୍କ କଳାକୁ ଅଧିକ ସମ୍ମାନ ଜଣାଇବା ସହ ସିନେମା ଉଦ୍ୟୋଗରେ ତାଙ୍କର ଉଜ୍ଜ୍ୱଳମୟ କ୍ୟାରିଅର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ମୃଣାଳ ସେନଙ୍କ ଚଳଚ୍ଚିତ୍ରରେ ଜଣେ ସାନ୍ତାଳ ବିଦ୍ରୋହୀର ଭୂମିକା ତାଙ୍କ ପାଇଁ ଜାତୀୟ ସ୍ତରରେ ପ୍ରଶଂସା ଆଣିଦେଇଥିଲା। ୧୯୮୦ ଦଶକରେ ମିଥୁନ୍ “ଡିସ୍କୋ ଡାନ୍ସର” (୧୯୮୨)ରେ ତାଙ୍କର ଭୂମିକା ଯୋଗୁଁ ଆଶାତୀତ ଲୋକପ୍ରିୟତା ହାସଲ କରିଥିଲେ, ଯେଉଁ ଚଳଚ୍ଚିତ୍ର ଉଭୟ ଭାରତ ଏବଂ ଅନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରିବା ସହ ତାଙ୍କୁ ନୃତ୍ୟରେ ପାରଙ୍ଗମ ଜଣେ ଦକ୍ଷ ଅଭିନେତା ଭାବରେ ପରିଚିତ କରାଇଥିଲା। ଡିସ୍କୋ ଡାନ୍ସର (୧୯୮୨)ରେ ନିଜର ଐତିହାସିକ ଭୂମିକା ପାଇଁ ତାଙ୍କ ନାମ ଘରେ ଘରେ ବେଶ୍ ଜଣାଶୁଣା ପାଲଟିଯାଇଥିଲା। ଏହା ଏପରି ଏକ ଚଳଚ୍ଚିତ୍ର ଥିଲା, ଯାହା କେବଳ ତାଙ୍କର ଅତୁଳନୀୟ ନୃତ୍ୟ ଦକ୍ଷତା ପ୍ରଦର୍ଶନ କରିନଥିଲା ବରଂ ଭାରତୀୟ ସିନେମାରେ ଡିସ୍କୋ ସଙ୍ଗୀତକୁ ମଧ୍ୟ ଲୋକପ୍ରିୟ କରିଥିଲା। ଅଗ୍ନିପଥରେ ତାଙ୍କର ପ୍ରଦର୍ଶନ ତାଙ୍କୁ ୧୯୯୦ରେ ଶ୍ରେଷ୍ଠ ସହାୟକ ଅଭିନେତା ଭାବରେ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପ୍ରଦାନ କରିଥିଲା।

ପରେ, ତାହାଦେର୍ କଥା (୧୯୯୨) ଏବଂ ସ୍ୱାମୀ ବିବେକାନନ୍ଦ (୧୯୯୮)ରେ ତାଙ୍କର ଭୂମିକା ପାଇଁ ସେ ଆଉ ଦୁଇଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ମିଥୁନ ତାଙ୍କର ବିସ୍ତୃତ କ୍ୟାରିଅରରେ ହିନ୍ଦୀ, ବଙ୍ଗଳା, ଓଡିଆ, ଭୋଜପୁରୀ ଏବଂ ତେଲୁଗୁ ସମେତ ବିଭିନ୍ନ ଭାରତୀୟ ଭାଷାରେ ୩୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ଆକ୍ସନଠାରୁ ଆରମ୍ଭ କରି ଡ୍ରାମା ଏବଂ କମେଡି ପର୍ଯ୍ୟନ୍ତ ବିଭିନ୍ନ ପ୍ରଦର୍ଶନ ପାଇଁ ଜଣାଶୁଣା ଏବଂ ଶ୍ରେଷ୍ଠ ଅଭିନେତା ପାଇଁ ୩ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମେତ ଅନେକ ପୁରସ୍କାର ଜିତିଛନ୍ତି।

ମିଥୁନ ଦା ଙ୍କର ଦ୍ୱେତ ଲିଗାସି

କେନ୍ଦ୍ର ମନ୍ତ୍ରୀ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ ମିଥୁନ ଦା କେବଳ ତାଙ୍କର ସିନେମାଗତ ଉପଲବ୍ଧି ପାଇଁ ନୁହେଁ ବରଂ ସାମାଜିକ କାର୍ଯ୍ୟ ପ୍ରତି ତାଙ୍କର ଉତ୍ସର୍ଗୀକୃତ ଉଦ୍ୟମ ଯୋଗୁଁ ବେଶ୍ ଲୋକାପ୍ରିୟ। ସେ ଶିକ୍ଷା, ସ୍ୱାସ୍ଥ୍ୟ ସେବା ତଥା ବଞ୍ଚିତ ସମ୍ପ୍ରଦାୟକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟରେ ସକ୍ରିୟ ଭାବରେ ଜଡିତ ଥିଲେ, ଯାହା ସମାଜକୁ ପ୍ରତିଦାନରେ କିଛି ପ୍ରଦାନ କରିବା ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି। ଜନସେବା ତଥା ଶାସନ ପ୍ରତି ତାଙ୍କର ପ୍ରତିବଦ୍ଧତା ପ୍ରଦର୍ଶନ କରି ସେ ସଂସଦର ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

ପ୍ରାୟ ପାଞ୍ଚ ଦଶନ୍ଧିର କ୍ୟାରିୟର୍‌ରେ ଭାରତୀୟ ସିନେମାରେ ମିଥୁନ ଚକ୍ରବର୍ତ୍ତୀ ତାଙ୍କର ମହତ୍ୱପୂର୍ଣ୍ଣ ଅବଦାନ ପାଇଁ ଅନେକ ପୁରସ୍କାର ଏବଂ ପ୍ରଂଶସା ପାଇଛନ୍ତି। ଭାରତୀୟ ସିନେମାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ନିକଟରେ ସମ୍ମାନଜନକ ପଦ୍ମ ଭୂଷଣ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ଏକ ଫିଲ୍ମୋଗ୍ରାଫି ଯେଉଁଥିରେ ‘ଡିସ୍କୋ ଡାନ୍ସର’ ଏବଂ ‘ଘର୍ ଏକ ମନ୍ଦିର’ ପରି କ୍ଲାସିକ୍ ଚଳଚ୍ଚିତ୍ର ସହିତ ସେ କେବଳ ଲକ୍ଷ ଲକ୍ଷ ଲୋକଙ୍କୁ ମନୋରଞ୍ଜନ କରିନାହାନ୍ତି ବରଂ ବଲିଉଡ୍ ଏବଂ ଆଞ୍ଚଳିକ ସିନେମାର ସ୍ତର ଉନ୍ନତ କରିଛନ୍ତି। ତାଙ୍କର ପ୍ରଭାବ ସିଲଭର୍ ସ୍କ୍ରିନରୁ ବି ଅଧିକ ବିସ୍ତାରିତ ହୋଇଛି, କାରଣ ସେ ଚଳଚ୍ଚିତ୍ର ଏବଂ ପରୋପକାରରେ ନିଜର କାମ ମାଧ୍ୟମରେ ପିଢ଼ିଙ୍କୁ ପ୍ରେରଣା ଯୋଗାଉଛନ୍ତି।

୮ ଅକ୍ଟୋବର ୨୦୨୪ ମଙ୍ଗଳବାର ଦିନ ଅନୁଷ୍ଠିତ ହେବାକୁ ଥିବା ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ନିମ୍ନଲିଖିତ ସଦସ୍ୟମାନେ ଦାଦାସାହେବ ଫାଲକେ ପୁରସ୍କାର ଚୟନ କମିଟିର ଅଂଶ ଥିଲେ :

୧ – ଆଶା ପାରେଖ

୨ – ଖୁସବୁ ସୁନ୍ଦର

୩ – ବିପୁଲ ଅମୃତଲାଲ ଶାହା

ସମ୍ମାନଜନକ ଦାଦାସାହେବ ଫାଲକେ ଲାଇଫ୍ ଟାଇମ୍ ଆଚିଭ୍‌ମେଣ୍ଟ୍ ଆୱାର୍ଡ କେବଳ ମିଥୁନ ଚକ୍ରବର୍ତ୍ତୀଙ୍କ କଳା ପ୍ରବୃତ୍ତିକୁ ମାନ୍ୟତା ଦେଉନାହିଁ ବରଂ ଅନେକଙ୍କ ଜୀବନରେ ପରିବର୍ତ୍ତନ ଆଣିଥିବା ଜଣେ ଦୟାଳୁ ତଥା ଉତ୍ସର୍ଗୀକୃତ ବ୍ୟକ୍ତି ଭାବରେ ତାଙ୍କୁ ମଧ୍ୟ  ସ୍ୱୀକୃତି ପ୍ରଦାନ କରୁଛି।

aswini baishnav Bollywood dadasahebphalke indian cinema ଦାଦା ସାହେବ ଫାଲକେ ଦାଦା ସାହେବ ଫାଲକେ ପୁରସ୍କାର ମିଥୁନ ଚକ୍ରବର୍ତ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ରାମ ମନ୍ଦିରର ଚୋରୀ ମାମଲା: କାହାକୁ ରାବଣ ବୋଲି କହିଲେ ଧୀରେନ୍ଦ୍ର ଶାସ୍ତ୍ରୀ?

June 27, 2026

ମହିଳା T20 ବିଶ୍ୱକପ୍: କିପରି ସେମିଫାଇନାଲ୍ ରେ ପହଞ୍ଚିବ ଭାରତ, ଜାଣନ୍ତୁ ଗଣିତ

June 27, 2026

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026
Latest News

ମହାନଦୀ ଜଳ ବିବାଦ: ଆଜି ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

June 27, 2026

ପାଲଲହଡାରେ ଚାଞ୍ଚଲ୍ୟ: ଯୁବକଙ୍କ ମୃତଦେହ ବନ୍ଦ କୋଠରୀରୁ ଉଦ୍ଧାର, ହତ୍ୟା ସନ୍ଦେହ

June 27, 2026

ରାମ ମନ୍ଦିରର ଚୋରୀ ମାମଲା: କାହାକୁ ରାବଣ ବୋଲି କହିଲେ ଧୀରେନ୍ଦ୍ର ଶାସ୍ତ୍ରୀ?

June 27, 2026

ମହିଳା T20 ବିଶ୍ୱକପ୍: କିପରି ସେମିଫାଇନାଲ୍ ରେ ପହଞ୍ଚିବ ଭାରତ, ଜାଣନ୍ତୁ ଗଣିତ

June 27, 2026

ନାଚୁଣୀରେ ଅଘଟଣ: ୩ ଥର ପଲଟି ବିଲକୁ ଖସିଲା କାର୍

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.