Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେଡିକୁ ଭାଙ୍ଗିବା ପାଇଁ ବିଜେପିର ପୁଣି ବଡ ଯୋଜନା, ନିଗମ ପଦ ଅଫର ଦେଇ ଦଳରେ ମିଶାଇବାକୁ ପ୍ରଚେଷ୍ଠା
ଜାତୀୟ ଖବର

ବିଜେଡିକୁ ଭାଙ୍ଗିବା ପାଇଁ ବିଜେପିର ପୁଣି ବଡ ଯୋଜନା, ନିଗମ ପଦ ଅଫର ଦେଇ ଦଳରେ ମିଶାଇବାକୁ ପ୍ରଚେଷ୍ଠା

October 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡିକୁ ଭାଙ୍ଗିବା ପାଇଁ ଚାଲିଛି ବଡ ଯୋଜନା, ନିଗମ ପଦ ଅଫର ଦେଇ ଦଳରେ ମିଶାଇବାକୁ ବିଜେପିର ପ୍ରଚେଷ୍ଠା

ଭୁବନେଶ୍ବର: ବର୍ତ୍ତମାନ ବିଜେଡିର ଯେଉଁ ସ୍ଥିତି ରହିଛି, ସେଥିରେ ଆହୁରି ପ୍ରହାର କରିବା ପାଇଁ ବିଜେପିର ବଡ ଗେମ ପ୍ଲାନ ଚାଲିଛି। ତାହା ହେଲା ଯେ, ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେଲେ ମିଳିବ ନିଗମ ଅଧ୍ୟକ୍ଷ ପଦ।ଏହିପରି ଅଫର ଧରି ବିଜେପି କୁଆଡେ ଅପେକ୍ଷା କରିଛି ବୋଲି ଜଣାପଡିଛି।

ଏକ ବିଶେଷ ସୁତ୍ର ଅନୁସାରେ ବିଜେଡିକୁ ଆହୁରି ଧୂଳିସାତ କରିବା ପାଇଁ ବିଜେପି ପୁରା ଦମରେ ଲାଗିଛି। ତେଣୁ ବର୍ତ୍ତମାନ ଯେଉଁ ସବୁ ନିଗମ ଅଧ୍ୟକ୍ଷ ପଦ ଖାଲି ରହିଛି ତାହା ଆଉ ବିଜେପି ନେତାଙ୍କୁ ମିଳିବ ନାହିଁ। ସେହି ପଦବୀ ବର୍ତ୍ତମାନ ବିଜେଡିରୁ ଆମଦାନୀ ନେତାଙ୍କୁ ପ୍ରଦାନ କରାଯିବ। ଏ ନେଇ କେନ୍ଦ୍ରୀୟ ବିଜେପି ରାଜ୍ୟ ବିଜେପିକୁ କୁଆଡେ ନିର୍ଦ୍ଦେଶ ଦେଇସାରିଛନ୍ତି। ଫଳରେ ତାହାକୁ ସାକାର କରିବା ପାଇଁ ବିଜେଡି ଛାଡି ବିଜେପିର ଯୋଗଦେଇଥିବା ନେତାମାନେ ଏହି କାମରେ ଲାଗିପଡିଛନ୍ତି।

ବର୍ତ୍ତମାନ ବିଜେପି ସରକାରକୁ ଶହେ ଦିନ ପୁରଣ ହୋଇସାରଲାଣି। ହେଲେ ଏ ପର୍ଯ୍ୟନ୍ତ କୌଣସି ନିଗମ ଅଧ୍ୟକ୍ଷ ପଦବୀରେ କାହାକୁ ଥଇଥାନ କରାଯାଉ ନାହିଁ। ଏପରିକି ଓଡିଶା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ସଭାପତି ମନମୋହନ ସାମଲଙ୍କ ନାମ ଚର୍ଚ୍ଚା ଚାଲିଛି। ହେଲେ ତାହା ମଧ୍ୟ କରାଯାଉ ନାହିଁ। ପଦ୍ମ ଏପରି ଘୁଞ୍ଚିବାର ବଡ କାରଣ ହେଲା ବିଜେଡିରୁ ଇସ୍ତଫା ଦେଇ ଆସିବାକୁ ଥିବା ନେତାଙ୍କ ପାଇଁ ଏହା ସଂରକ୍ଷଣ ରଖାଯାଇଛି।

ତେବେ ଏହି ସୁତ୍ର ଅନୁସାରେ ବିଜେଡିର ଜଣେ ବଡ ଟାଣୁଆ ନେତାଙ୍କୁ କୁଆଡେ ଯୋଜନା ବୋର୍ଡର ଅଧ୍ୟକ୍ଷ ପଦ ଯଚା ସରିଛି। ସେ ବର୍ତ୍ତମାନ ସୁଦ୍ଧା ଏହି ଅଫରକୁ ଝୁଲାଇ ରଖିଛନ୍ତି। ଯଦି ସେ ରାଜି ହୋଇ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୁଅନ୍ତି ତେବେ ତାଙ୍କୁ ଏହି ଗୁରୁତ୍ବ ପୂର୍ଣ୍ଣ ପଦବୀ ପ୍ରଦାନ କରାଯିବ।  ଯଦି ସେ ନ ଆସନ୍ତା ତେବେ ତାହା ମନମୋହନଙ୍କୁ ପ୍ରଦାନ କରାଯିବ ବୋଲି ନିଷ୍ପତି ହୋଇଛି।

ବିଜେଡରୁ ଆମଦାନି ନେତାଙ୍କୁ ନିଗମ ପଦବୀ ଦିଆଯିବ ସୁରାକ ମିଳିବା ପରେ କୁଆଡେ ବିଜେପି ନେତାଙ୍କ ମଧ୍ୟରେ ଭାଳେଣୀ ପଡିଯାଇଛି। କାରଣ ବହୁ ବିଜେପି ନେତା ଯେଉଁମାନେ ନିର୍ବାଚନରେ ହାରି ଯାଇଛନ୍ତି କିମ୍ବା ଟିକେଟ ପାଇ ନାହାଁନ୍ତି ସେମାନେ ଏହି ନିଗମ ପଦବୀକୁ ଅନେଇ ରହିଛନ୍ତି। ହେଲେ ସେମାନେ ଏହି ଖବର ପାଇବା ପରେ କୁଆଡେ ଅସନ୍ତୁଷ୍ଠ ହୋଇପଡିଛନ୍ତି। ହେଲେ ସେମାନଙ୍କ କଥାକୁ ଗୁରତ୍ବ ନ ଦେଇ ବିଜେଡି ଭାଙ୍ଗିବା କାମକୁ ପ୍ରାଥମିକତା ଦିଆଯାଇଛି।

ଦିଲ୍ଲୀରେ ରହୁଥିବା ଜଣେ ବିଜେପି ନେତାଙ୍କ ଅନୁସାରେ ଗତ ନିର୍ବାଚନରେ ବିଜେଡିର ଅଣ୍ଟାକୁ ପୁରା ଭାଙ୍ଗି ଦିଆଯାଇଛି। ଏହାପରେ ରାଜ୍ୟସଭା ସଦସ୍ୟ ପଦବୀରୁ ଜଣ ଜଣ କରି ଶିକାର କରାଯାଇ ଆହୁରି କ୍ଷତି କରାଯାଉଛି। ବର୍ତ୍ତମାନ ସେହି ଦଳକୁ ପୁରା ଶୁଆଇଦେବା ପାଇଁ ଚେଷ୍ଠା ଚାଲିଛି, ଯେପରିକି ବିଜେଡି ଆସନ୍ତା ଜିଲ୍ଲାପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଆଉ ଉପରକୁ ଉଠିପାରିବ ନାହିଁ ସେହି ବ୍ୟବସ୍ଥା କାରଯାଉଛି । ସେଥିପାଇଁ ଏହି ନିଗମ ଥଇଥାନ ବିଳମ୍ବ ହେଉଛି ବୋଲି ସେ କହିଛନ୍ତି।

ତେବେ ସୁତ୍ର ଅନୁସାରେ ବିଜେଡିରୁ ନେତାମାନେ ହଠାତ ଗୋଟିଏ ଦିନରେ ଇସ୍ତଫା ଦେବା ପାଇଁ ଯୋଜନା କରାଯାଉଛି। ଯେପରି ସମସ୍ତେ ସକାଳେ ଇସ୍ତଫା ଦେଇ ସଂଧ୍ୟାରେ ବିଜେପିରେ ସାମିଲ ହେବେ। ଏହାପରେ ସପ୍ତାହ ଭିତରେ ସେମାନଙ୍କୁ ନିଗମ ପତ୍ର ପ୍ରଦାନ କରାଯିବ। ଗୋଟିଏ ଦିନରେ ବହୁ ବିଜେଡି ନେତା ଇସ୍ତଫା ଦେଲେ ତାହା ସାରା ରାଜ୍ୟରେ ହାଇଚଇ ସୃଷ୍ଟି ହେବା ସହିତ ଏହାର ବେଶ ପ୍ରଭାବ ପଡିବ। ସେହି ଲକ୍ଷ୍ୟ ନେଇ ଏହି ଯୋଜନା କରାଯାଉଛି ବୋଲି ଜଣାପଡିଛି।

ନିଗମ ଅଧ୍ୟକ୍ଷ ବିଜେଡି ବିଜେପି ମୁହାଁମୁହିଁ ବିଜେଡି-ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ପାଣିପାଗ ବିଭାଗର ଚେତାବନୀ ଜାରି: ରାଜ୍ୟରେ ଏହି ତାରିଖ ଯାଏଁ ଲାଗି ରହିବ ବର୍ଷା

August 25, 2025

ଭୁବନେଶ୍ୱରରେ ନିର୍ମିତ ପ୍ରଧାନମନ୍ତ୍ରୀଙ୍କ ଚକୋଲେଟ୍‌ ପ୍ରତିମୂର୍ତ୍ତିକୁ ସେୟାର କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

August 25, 2025

ନୂଆଁଖାଇ ପର୍ବ: ନବାନ୍ନ ଲାଗି ପାଇଁ ମା’ ସମଲେଶ୍ୱରୀଙ୍କ ନିକଟରେ ପହଞ୍ଚିଲା ନୂଆ ଧାନ

August 25, 2025

କଳାହାଣ୍ଡି: ନୂଆଁଖାଇ ପର୍ବ ପାଳନର ପରମ୍ପରା ଆରମ୍ଭ

August 25, 2025
Latest News

ପାଣିପାଗ ବିଭାଗର ଚେତାବନୀ ଜାରି: ରାଜ୍ୟରେ ଏହି ତାରିଖ ଯାଏଁ ଲାଗି ରହିବ ବର୍ଷା

August 25, 2025

ଭୁବନେଶ୍ୱରରେ ନିର୍ମିତ ପ୍ରଧାନମନ୍ତ୍ରୀଙ୍କ ଚକୋଲେଟ୍‌ ପ୍ରତିମୂର୍ତ୍ତିକୁ ସେୟାର କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

August 25, 2025

ନୂଆଁଖାଇ ପର୍ବ: ନବାନ୍ନ ଲାଗି ପାଇଁ ମା’ ସମଲେଶ୍ୱରୀଙ୍କ ନିକଟରେ ପହଞ୍ଚିଲା ନୂଆ ଧାନ

August 25, 2025

କଳାହାଣ୍ଡି: ନୂଆଁଖାଇ ପର୍ବ ପାଳନର ପରମ୍ପରା ଆରମ୍ଭ

August 25, 2025

ଓଡ଼ିଆ ଭାଷା ସାହିତ୍ୟକୁ ଉଜ୍ଜୀବିତ କରି ରଖିବାରେ ଶିଶୁସାହିତ୍ୟର ଭୂମିକା ଅତୁଳନୀୟ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.