Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭୁବନେଶ୍ବରରେ ବିଶ୍ୱ ଚାମ୍ପିଅନ ନୀରଜ ଚୋପ୍ରା, ଅଣ୍ଡର୍ ଆର୍ମର୍‌ର ପ୍ରଥମ ଷ୍ଟୋର୍‌ର କଲେ ଉଦ୍‌ଘାଟନ
ଜାତୀୟ ଖବର

ଭୁବନେଶ୍ବରରେ ବିଶ୍ୱ ଚାମ୍ପିଅନ ନୀରଜ ଚୋପ୍ରା, ଅଣ୍ଡର୍ ଆର୍ମର୍‌ର ପ୍ରଥମ ଷ୍ଟୋର୍‌ର କଲେ ଉଦ୍‌ଘାଟନ

October 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
NirajChopra
ଭୁବନେଶ୍ବରରେ ବିଶ୍ୱ ଚାମ୍ପିଅନ ନୀରଜ ଚୋପ୍ରା, ଅଣ୍ଡର୍ ଆର୍ମର୍‌ର ପ୍ରଥମ ଷ୍ଟୋର୍‌ର କଲେ ଉଦ୍‌ଘାଟନ

ଭୁବନେଶ୍ୱର:  ଭାରତରେ ଅଣ୍ଡର୍ ଆର୍ମର୍ ପାଇଁ ଏକ୍ସକ୍ଲୁସିଭ ଡିଷ୍ଟ୍ରିବ୍ୟୁଟର ଓ ଲାଇସେନ୍ସିଂ ସଂସ୍ଥା, ଅଣ୍ଡରଡଗ୍ ଆଥ୍‌ଲେଟିକ୍ସ ପକ୍ଷରୁ ଓଡିଶାରେ ଏହାର ପ୍ରଥମ ଅଣ୍ଡର୍ ଆର୍ମର ବ୍ରାଣ୍ଡ ହାଉସ୍‌ର ଶୁଭାରମ୍ଭ ଘୋଷଣା କରାଯାଇଛି। ଏହି ଷ୍ଟୋର୍‌କୁ  ପ୍ରଶଂସକଙ୍କ ଭିଡ ଓ ଉତ୍ସାହ ମଧ୍ୟରେ ଅଲିମ୍ପିକ ବିଜେତା ଓ ବିଶ୍ୱ ଚାମ୍ପିଅନ ନୀରଜ ଚୋପ୍ରା ଉଦ୍‌ଘାଟନ କରିଛନ୍ତି।

ଏହି ଗ୍ରାଣ୍ଡ୍ ଓପ୍‌ନିଂ ଅବସରରେ ନୀରଜ ବିଭିନ୍ନ କ୍ରୀଡା ଓ ଫିଟ୍‌ନେସ୍ ଉତ୍ସାହୀ ଓ ନିଜ ପ୍ରଶଂସକଙ୍କ ସହ ବାର୍ତାଳାପ କରିଛନ୍ତି ଏବଂ ସେମାନଙ୍କ ପ୍ରଶିକ୍ଷଣ ଏବଂ ଉତମ  ପ୍ରତିଯୋଗି ହେବା ରାହାରେ କିଭଳି ଏକ ସଠିକ ସ୍ପୋର୍ଟିଙ୍ଗ ଗିୟର  ଭିନ୍ନତା ଆଣିପାରିବ ତାହାକୁ ଆଲୋକପାତ କରିଥିଲେ।

ଭୁବନେଶ୍ୱରର ନେକ୍ସସ ଏସ୍‌ପ୍ଲାନେଡ ମଲ୍‌ର ଗ୍ରାଉଣ୍ଡ ଫ୍ଲୋର୍‌ରେ ଅବସ୍ଥିତ ଅଣ୍ଡର୍ ଆର୍ମର ଷ୍ଟୋର ସହରର କ୍ରୀଡା, ଫିଟନେସ୍ ଓ ସ୍ପୋର୍ଟସୱେୟାର ଉତ୍ସାହୀଙ୍କ ପାଇଁ ଏକ ଲୋକପ୍ରିୟ ଗନ୍ତବ୍ୟସ୍ତଳୀ ହେବା ଲାଗି ପ୍ରସ୍ତୁତ ରହିଛି । ଏହି ଷ୍ଟୋର୍ ଅଣ୍ଡର୍ ଆର୍ମର୍‌ର ନୂତନ ରିଟେଲ ଇନୋଭେଶନ – ବ୍ରାଣ୍ଡ ହାଉସ୍ ସିଟି କନ୍‌ସେପ୍ଟ ଇଭୋଲ୍ୟୁଶନକୁ ଅନୁସରରଣ କରୁଛି ଯାହା ବିଶ୍ୱସ୍ତରୀୟ ଉତ୍ପାଦ ସହ ଉନ୍ନତ ସପିଂ ଅନୁଭୂତି ପ୍ରଦାନ କରୁଛି।

ଗ୍ରାହକମାନେ ଡୁଆଲ-ମୋଡ ସ୍ଲିପ୍‌ସ୍ପିଡ ମେଗା ସୁଜ୍‌, ଇନ୍‌ଫାଇନାଇଟ ଓ ଭେଲୋସିଟି ରନିଙ୍ଗ୍ ସୁଜ୍‌ର ନୂଆ ଏଡିସନ, ଷ୍ଟାଇଲିଶ କ୍ରସ୍‌-ଓଭର ଫାନ୍‌ଟମ ୪ ସୁଜ୍‌, ନୀରଜଙ୍କ ପସନ୍ଦର ମିନେରାଲ-ଇନ୍‌ଫ୍ୟୁଜ୍‌ଡ ପୋଷାକ ଶୃଙ୍ଖଳା- ଲଂଚ୍ ଆଣ୍ଡ ଭ୍ୟାନିଶ୍‌, ଏକ ବିସ୍ତୃତ ଗଲ୍ଫ ରେଞ୍ଜ ଓ ବହୁପ୍ରଶଂସିତ କରି ଆଣ୍ଡ ପ୍ରୋଜେକ୍ଟ ରକ୍ କଲେକ୍ସନ ସମେତ ଅଣ୍ଡର୍ ଆର୍ମର୍‌ର ହାଇ-ପର୍‌ଫର୍ମାନ୍ସ ଗିୟରର ବିସ୍ତୃତ ରେଞ୍ଜକୁ କ୍ରୟ କରିପାରିବେ।

ଏହି ଷ୍ଟୋର୍ ଲଂଚ୍ ଅବସରରେ ଅଣ୍ଡରଡଗ୍ ଆଥ୍‌ଲେଟିକ୍ସର ପରିଚାଳନା ନିର୍ଦ୍ଦେଶକ ତୁଷାର ଗୋକୁଲଦାସ କହିଛନ୍ତି, “ ଓଡିଶାର ଏକ ସମୃଦ୍ଧ କ୍ରୀଡା ସଂସ୍କୃତି, ବିଭିନ୍ନ କ୍ଷେତ୍ରରୁ ଶୀର୍ଷ କ୍ରୀଡାବିତ୍ ସୃଷ୍ଟି କରିବାର ପରମ୍ପରା ଓ ଉନ୍ନତ  କ୍ରୀଡା ଭିତିଭୂମି ରହିଛି। ଆମେ ଓଡିଶାରେ ନେକ୍ସସ ଏସ୍‌ପ୍ଲାନେଡ ମଲ୍‌ରେ ଆମର ପ୍ରଥମ ଷ୍ଟୋର୍‌ର ଶୁଭାରମ୍ଭ କରି ଉତ୍ସାହିତ ଅଛୁ , ଯାହା ଆମକୁ ଭୁବନେଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ କ୍ରୀଡା ଓ ଫିଟ୍‌ନେସ୍ ଉତ୍ସାହୀ ସମୁଦାୟକୁ ସେବା ପ୍ରଦାନ କରିବାକୁ ସୁଯୋଗ ଦେଇଛି।

ନୀରଜ ଚୋପ୍ରାଙ୍କ ସହ ଆମର ସହଭାଗିତା  ଭାରତର ଲୋକପ୍ର୍ରିୟ ଆଥ୍‌ଲେଟିକ ପର୍‌ଫର୍ମାନ୍ସ ବ୍ରାଣ୍ଡରେ ପରିଣତ ହେବା ପାଇଁ ଆମର ଲକ୍ଷ୍ୟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଏବଂ ଷ୍ଟୋର୍‌ର ଉଦ୍‌ଘାଟନରେ ତାଙ୍କର ଉପସ୍ଥିତି ସହରର ଆଶାୟୀ କ୍ରୀଡାବିତଙ୍କ ପାଇଁ ବାସ୍ତବରେ ପ୍ରେରଣାଦାୟକ ରହିଛି।

ଷ୍ଟୋର୍‌ର ଶୁଭାରମ୍ଭ ସମ୍ପର୍କରେ ଅଣ୍ଡର ଆର୍ମର ଆଥ୍‌ଲେଟ ନୀରଜ ଚୋପ୍ରା କହିଛନ୍ତି, “ ଭୁବନେଶ୍ୱର ଏହାର ଚମତ୍କାର ଭିତିଭୂମି ଓ ଗଭୀର କ୍ରୀଡା ସଂସ୍କୃତି ସହିତ ଏକ ପ୍ରମୁଖ କ୍ରୀଡା କେନ୍ଦ୍ରରେ ପରିଣତ ହେଉଛି। ମୁଁ ଏଠାରେ ପ୍ରଶିକ୍ଷିତ ହୋଇଛି ଓ ପ୍ରତିଯୋଗିତା କରିଛି ଏବଂ ପ୍ରତିଭାମାନଙ୍କୁ ବିକଶିତ କରିବାରେ ଏହି ସହରର ଅବଦାନ ବାସ୍ତବରେ ପ୍ରେରଣାଦାୟକ ଅଟେ। ଏକ କ୍ରୀଡାବିତ୍‌ଭାବେ ଅଣ୍ଡର ଆର୍ମରର ବ୍ରାଣ୍ଡ ମୁଲ୍ୟବୋଧ ଏବଂ  ପର୍‌ଫର୍ମାନ୍ସ ଗିୟର ମୋର ବ୍ୟକ୍ତିତ୍ୱକୁ ପ୍ରତିଫଳନ କରୁଛି ଏବଂ ମୋର ଯାତ୍ରାରେ ଏକ ଗୁରୁତ୍ୱପୁର୍ଣ୍ଣ ସହଯୋଗ ପ୍ରଦାନ କରୁଛି।

ମୁଁ ଏହି ବ୍ରାଣ୍ଡକୁ ଓଡିଶାରେ କ୍ରୀଡାବିତ୍‌ଙ୍କ ନିକଟତର ହେଉଥିବାର ଦେଖି ଉତ୍ସାହିତ ଅଛି ଏବଂ ଆଶା କରୁଛି ଯେ, ଏହାର ହାଇ-ପର୍‌ଫର୍ମାନ୍ସ ଗିୟର ଦ୍ୱାରା ଆଶାୟୀ କ୍ରୀଡାବିତମାନେ ଶ୍ରେଷ୍ଠ ପ୍ରଦର୍ଶନ ଉପରେ ଧ୍ୟାନ ଦେବା ସହ ଏହା ସେମାନଙ୍କ ପ୍ରଶିକ୍ଷଣ ଏବଂ ଉନ୍ନତ ପ୍ରଦର୍ଶନରେ ସାହାର୍ଯ୍ୟ କରିବ।”

ନୀରଜ ଚୋପ୍ରାଙ୍କ ବ୍ୟତୀତ ଅଣ୍ଡର୍ ଆର୍ମର ଉତ୍ପାଦଗୁଡିକ ବିଶ୍ୱର କିଛି ସର୍ବୋତମ କ୍ରୀଡାବିତ ଯେପରିକି ନ୍ୟାଶନାଲ ବାସ୍କେଟବଲ ଆସୋସିଏଶନ ଅଲ୍‌-ଷ୍ଟାର ଷ୍ଟିଫେନ କରୀ; ଗଲ୍ଫର ଜୋର୍ଡନ ସ୍ପିଥ୍‌, ଅଲିମ୍ପିଆନ ଓ କାନାଡିଆନ ହେପ୍ଟାଥ୍‌ଲେଟ ଜର୍ଜିଆ ଏଲେନଉଡ୍‌, ହେଭିୱେଟ୍  ବକ୍ସିଙ୍ଗ ଚାମ୍ପିଅନ ଆଂଟୋନୀ ଜୋସୁଆ, ଅଭିନେତା / ପ୍ରଯୋଜକ ଡ୍ୱେନ ‘ଦ ରକ୍‌’ ଜନ୍‌ସନ ଆଦି ପରିଧାନ କରୁଛନ୍ତି।

ନୀରଜ ଚୋପ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.