Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେଡି କନ୍ଦଳ: ଅମର ଶତପଥୀ କହିଲେ ଦଳରେ ଅଣନିଶ୍ବାସୀ ଲାଗୁଛି, ଲେନିନ କହିଲେ ତେବେ ବାହାରିଯାଅ
ଜାତୀୟ ଖବର

ବିଜେଡି କନ୍ଦଳ: ଅମର ଶତପଥୀ କହିଲେ ଦଳରେ ଅଣନିଶ୍ବାସୀ ଲାଗୁଛି, ଲେନିନ କହିଲେ ତେବେ ବାହାରିଯାଅ

October 14, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡି କନ୍ଦଳ: ଅମର ଶତପଥୀ କହିଲେ ଦଳରେ ଅଣନିଶ୍ବାସୀ ଲାଗୁଛି, ଲେନିନ କହିଲେ ତେବେ ବାହାରିଯାଅ

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡି ବିପର୍ଯ୍ୟୟ ପରେ ଦଳ ଭିତରେ ଆଭ୍ୟନ୍ତରଣ କନ୍ଦଳ ଲାଗି ରହିଛି। ଜଣେ ଜଣେ ନେତା ବିଭିନ୍ନ ସମୟରେ ଦଳ ବିପର୍ଯ୍ୟୟ କାରଣ କହି ଦଳର ମଙ୍ଗୁଆଳମାନଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିବାରେ ଲାଗିଛନ୍ତି। ପୂର୍ବରୁ ପ୍ରଦୀପ ମାଝୀ, ଅବିନାଶ ସାମଲ ଏବଂ ନିକଟରେ ସୌଭିକ ବିଶ୍ବାଳ ପ୍ରମୁଖ ବିଷ ଉଗାଳି ସାରିଲେଣି।

ଏସବୁ ଭିତରେ ସାମିଲ ହୋଇଛନ୍ତି ଦଳର ବରିଷ୍ଠ ନେତା ଅମର ଶତପଥୀ। ଅମର ଶତପଥୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଆମେ ନବୀନ ପଟ୍ଟନାୟକଙ୍କୁ ନେତା କରିଥିଲୁ, ହେଲେ ଅନ୍ୟକାହାକୁ ନୁହେଁ। ଅନ୍ୟଜଣେ କାହିଁକି ତାଙ୍କୁ ହାଇଜାକ କରି ସବୁ ଶ୍ରେୟ ନେବାକୁ ଚେଷ୍ଠା କରୁଥିଲେ। ଲୋକେ ନବୀନ ପଟ୍ଟନାୟକଙ୍କୁ ପସନ୍ଦ କରନ୍ତି ଅନ୍ୟ କାହାକୁ ନୁହେଁ। ଅମର ଏପରି କହି ପରୋକ୍ଷରେ ଭି କେ ପାଣ୍ଡିଆନଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।

ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ଭୁଲ ନିଷ୍ପତି ଯୋଗୁଁ ଆଜି ବିଜେଡିର ବିପର୍ଯ୍ୟୟ ହେଲା। ସେ ସବୁବେଳେ ଜିତିବାର ଶ୍ରେୟ ନେଉଥିଲେ। ବର୍ତ୍ତମାନ ହାରିବାର ଶ୍ରେୟ ମଧ୍ୟ ସେ ନେବା ଦରକାର। ପ୍ରକୃତରେ ତାଙ୍କର ଭୁଲ ନିଷ୍ପତି ପାଇଁ ଆଜି ବିଜେଡି ହାରିଲା ବୋଲି ଅମର ଶତପଥୀ କହିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

ଏପଟେ ଅମରଙ୍କ ଏପରି ଯୁକ୍ତିକୁ ମୁକାବିଲା କରିଛି ବିଜେଡି। ଦଳର ଅନ୍ୟତମ ନେତା ଲେନିନ ମହାନ୍ତି ଅମରଙ୍କୁ କଟୁ ସାମାଲୋଚନା କରିଛନ୍ତି। ସେ କହିଛନ୍ତି ଯଦି ଅମର ଶତପଥୀଙ୍କୁ ବିଜେଡିରେ ଅଣନିଶ୍ବାସୀ ଲାଗୁଛି ତେବେ ସେ ଦଳ ଛାଡି ପଳାଉ ନାହାଁନ୍ତି। ଦଳ ଭିତରେ ରହି ଏପରି କାହିଁକି ହେଉଛନ୍ତି ବୋଲି ଲେନିନ କହିଛନ୍ତି। ଲେନିନ ଆହୁରି କହିଛନ୍ତି ଯେ, ସେ ତାଙ୍କ ପୁତୁରାକୁ ବିଜେପିକୁ ପଠାଇଛନ୍ତି। ତେଣୁ ସେ ମଧ୍ୟ ଯାଇପାରନ୍ତି ବୋଲି ଲେନିନ କହିଛନ୍ତି।

ତେବେ ଏହା ଉପରେ ଅମର ଶତପଥୀ କହିଛନ୍ତି ଯେ, ମୁଁ କେଉଁ ଦଳରେ ରହିବି ସେଥିପାଇଁ ଅନ୍ୟ କାହାର ସାର୍ଟିଫିକେଟର ଆବଶ୍ୟକ ନାହିଁ।

ଅମର ଆହୁରି କହିଛନ୍ତି ଯେ, ବର୍ତ୍ତମାନ ମୁଁ ସକ୍ରିୟ ରାଜନୀତିରୁ କିଛି ସମୟ ପାଇଁ ନିବୃତ ରହିଛି। ଅନ୍ୟପକ୍ଷରେ ଦେଖିବାକୁ ଗଲେ ବର୍ତ୍ତମାନ ମୁଁ ବିଜେଡିର ସଦସ୍ୟ ନାହିଁ। କାରଣ ବର୍ତ୍ତମାନ ଦଳର ସଭ୍ୟ ସଂଗ୍ରହ ଚାଲିଛି। ସେଥିରେ ସମସ୍ତେ ପୁଣି ସଦସ୍ୟ ହେଉଛନ୍ତି। ସେ କ୍ଷେତ୍ରରେ ମୁଁ ଏ ପର୍ଯ୍ୟନ୍ତ ବିଜେଡିର ସଦସ୍ୟତା ଗ୍ରହଣ କରି ନାହିଁ। ତେଣୁ ଦେଖିବାକୁ ଗଲେ ବର୍ତ୍ତମାନ ମୁଁ ବିଜେଡିରେ ନାହିଁ।

ବିଜେଡିର ଜଣେ ବରିଷ୍ଠ ନେତା ହେଉଛନ୍ତି ଅମର ଶତପଥୀ। ହେଲେ ଚଳିତ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ନ ଦେଇ ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ ଦେଇଥିଲା। ଫଳରେ ନିର୍ବାଚନ ପ୍ରଚାରରୁ ଦୂରରେ ରହିଥିଲେ ଅମର ଶତପଥୀ। ଏପରିକି ନିକଟରେ ବଡଚଣାରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନରେ ମଧ୍ୟ ସାମିଲ ହୋଇ ନ ଥିଲେ। ଫଳରେ ଅମରଙ୍କ ରାଜନୈତିକ ଗତି କୁଆଡେ ତାହା ଜଣାପଡି ନାହିଁ।

ଅମର ଶତପଥୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026

Govinda in Puri: ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡର ପ୍ରଖ୍ୟାତ ଅଭିନେତା ଗୋବିନ୍ଦା, କହିଲେ..

October 21, 2026

ଧସିଲା କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ

October 21, 2026

ଭୁବନେଶ୍ୱରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ଦର୍ଶନ କଲେ ଓଜେସି ସଭାପତି ମହମ୍ମଦ ମୋକିମ

October 21, 2026
Latest News

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026

Govinda in Puri: ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡର ପ୍ରଖ୍ୟାତ ଅଭିନେତା ଗୋବିନ୍ଦା, କହିଲେ..

October 21, 2026

ଧସିଲା କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ

October 21, 2026

ଭୁବନେଶ୍ୱରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ଦର୍ଶନ କଲେ ଓଜେସି ସଭାପତି ମହମ୍ମଦ ମୋକିମ

October 21, 2026

Jio IPO Opening Day: ପ୍ରଥମ ଦିନ ସନ୍ଧ୍ୟା ସୁଦ୍ଧା ମୋଟ ସବସ୍କ୍ରିପସନ ୩ ଗୁଣ, ଜିଓ ଆଇପିଓର ଧମାକାଦାର ଆରମ୍ଭ

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.