Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତର ଡାଟା ଭାରତୀୟ ଡାଟା ସେଣ୍ଟରରେ ରହୁ, ଏମିତି କାହିଁକି କହିଲେ ଆକାଶ ଅମ୍ବାନୀ
ଜାତୀୟ ଖବର

ଭାରତର ଡାଟା ଭାରତୀୟ ଡାଟା ସେଣ୍ଟରରେ ରହୁ, ଏମିତି କାହିଁକି କହିଲେ ଆକାଶ ଅମ୍ବାନୀ

October 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତର ଡାଟା ଭାରତୀୟ ଡାଟା ସେଣ୍ଟରରେ ରହୁ, ଏମିତି କାହିଁକି କହିଲେ ଆକାଶ ଅମ୍ବାନୀ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନୀ ଭାରତର ଡାଟା କେବଳ ଭାରତୀୟ ଡାଟା ସେଣ୍ଟରରେ ରଖାଯିବା ସପକ୍ଷରେ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଭାରତରେ ଡାଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ଏଆଇ ସହିତ ଆହୁରି ଦ୍ରୁତ ଗତିରେ ବୃଦ୍ଧି ପାଇବ।

ତେଣୁ ଦେଶରେ ଏଆଇ ଓ ମେସିନ୍ ଲର୍ନିଂ ଡାଟା ସେଣ୍ଟର ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ଭାରତୀୟ କମ୍ପାନୀଗୁଡିକ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳିବା ଉଚିତ। ଏଥିସହିତ ଡାଟା ସେଣ୍ଟର ନୀତି ୨୦୨୦ ର ଡ୍ରାଫ୍ଟକୁ ଶୀଘ୍ର ଅପଡେଟ କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଦିଲ୍ଲୀରେ ଆଜିଠାରୁ ଆରମ୍ଭ ହୋଇଥିବା ତିନିଦିନିଆ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪ ରେ ଆକାଶ ଅମ୍ବାନୀ ଏହା କହିଛନ୍ତି।

ଆକାଶ ଅମ୍ବାନୀ କହିଛନ୍ତି ଯେ, “ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଏଆଇ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ। ଏବଂ ଜିଓ ପ୍ରତ୍ୟେକ ଭାରତୀୟଙ୍କ ପର୍ଯ୍ୟନ୍ତ ଏଆଇ ର ଲାଭ ପହଞ୍ଚାଇବାର ଉଦ୍ୟମ ଆରମ୍ଭ କରିଛି। ଠିକ ସେହିଭଳି ଯେପରି ଆମେ ମୋବାଇଲ୍ ବ୍ରଡବ୍ୟାଣ୍ଡ ସହିତ କରିଥିଲୁ। ସୁଲଭ ମୂଲ୍ୟରେ ଶକ୍ତିଶାଳୀ ଏଆଇ ମଡେଲ ଏବଂ ସେବା ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ। ଏଥିପାଇଁ ଆମେ ଏକ ଜାତୀୟ ଏଆଇ ଭିତ୍ତିଭୂମିର ଆଧାର ପ୍ରସ୍ତୁତ କରୁଛୁ।

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ପ୍ରଶଂସା କରି ଆକାଶ ଅମ୍ବାନୀ କହିଛନ୍ତି, “ଆଜି ଭାରତୀୟ ମୋବାଇଲ୍ କମ୍ପାନୀ ଏବଂ ସଫଳ ଷ୍ଟାର୍ଟ ଅପ୍ ଇକୋସିଷ୍ଟମ୍ ବଳରେ ଭାରତ ବିକଶିତ ଦେଶ ସମେତ ସମଗ୍ର ବିଶ୍ୱକୁ ଏଆଇ ସମାଧାନ ପ୍ରଦାନ କରିପାରିବ। ସରକାରଙ୍କ ଦ୍ୱାରା ଉଦ୍ୟୋଗ ଏବଂ ନବସୃଜନ ବା ଇନୋଭେସନ କୁ ଆଗକୁ ବଢାଯିବା ଯୋଗୁଁ ଭାରତରେ ସବୁଠାରୁ ବଡ ଡିଜିଟାଲ୍ କ୍ରାନ୍ତି ଆସିଛି। ନୂତନ ଭାରତରେ ବ୍ୟବସାୟ ଏବେ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି। ୧୪୫ କୋଟି ଭାରତୀୟଙ୍କ ଆବଶ୍ୟକତା ଏବଂ ଆକାଂକ୍ଷା ପୂରଣ କରିବା ପାଇଁ ସରକାର ଏବଂ ଶିଳ୍ପଜଗତ ସମନ୍ୱୟରେ ଏକାଠି କାର୍ଯ୍ୟ କରୁଛନ୍ତି।

ଇଣ୍ଡିଆ ମୋବାଇଲ୍ କଂଗ୍ରେସର ମଞ୍ଚରୁ ଆକାଶ ଅମ୍ବାନୀ କହିଛନ୍ତି ଯେ ଭାରତ କେବଳ ମୋବାଇଲ୍ ଇନୋଭେସନରେ ଅଗ୍ରଣୀ ହେବ ନାହିଁ ବରଂ ଏକ ସଂଯୁକ୍ତ ତଥା ବୁଦ୍ଧିମାନ ଭବିଷ୍ୟତ ପାଇଁ ଏଆଇ ର ଶକ୍ତିକୁ ବ୍ୟବହାର କରିବ। ଏହା ଦ୍ୱାରା ମଧ୍ୟ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍ ଆସିବା ସମୟରେ ଘଟିଥିବା ପରି ନିଯୁକ୍ତି କ୍ଷେତ୍ରରେ ମଧ୍ୟ ବୃଦ୍ଧି ଘଟିବ।

Share. Facebook Twitter LinkedIn Email WhatsApp Copy Link

Related Posts

ସ୍ପେନ୍ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜଙ୍କ ଭାରତ ଗସ୍ତ

February 19, 2026

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ମନ୍ତ୍ରୀମାନଙ୍କ ସହ ଅମିତ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ

February 19, 2026

ଆଜି ୧୯ ତାରିଖରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

February 19, 2026

ଶେଷ ପର୍ଯ୍ୟନ୍ତ ଲଢ଼ିଲା ନେଦରଲ୍ୟାଣ୍ଡ: ୧୭ ରନ୍ ରେ ଜିତିଲା ଭାରତ

February 18, 2026
Latest News

ସ୍ପେନ୍ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜଙ୍କ ଭାରତ ଗସ୍ତ

February 19, 2026

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ମନ୍ତ୍ରୀମାନଙ୍କ ସହ ଅମିତ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ

February 19, 2026

ଆଜିଠାରୁ ଦଶମ ବୋର୍ଡ ପରୀକ୍ଷା: ୫ ଲକ୍ଷରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

February 19, 2026

ଆଜି ୧୯ ତାରିଖରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

February 19, 2026

ଶେଷ ପର୍ଯ୍ୟନ୍ତ ଲଢ଼ିଲା ନେଦରଲ୍ୟାଣ୍ଡ: ୧୭ ରନ୍ ରେ ଜିତିଲା ଭାରତ

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.