Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ପ୍ରଧାନମନ୍ତ୍ରୀ ମୋଦି ବିଜେପିର ସକ୍ରିୟ ସଦସ୍ୟ ହେଲେ, ଆପଣଙ୍କୁ କଣ ଆଶ୍ଚର୍ଯ୍ୟ ଲାଗୁଛି କି ?
ଜାତୀୟ ଖବର

ଆଜି ପ୍ରଧାନମନ୍ତ୍ରୀ ମୋଦି ବିଜେପିର ସକ୍ରିୟ ସଦସ୍ୟ ହେଲେ, ଆପଣଙ୍କୁ କଣ ଆଶ୍ଚର୍ଯ୍ୟ ଲାଗୁଛି କି ?

October 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ପ୍ରଧାନମନ୍ତ୍ରୀ ମୋଦି ବିଜେପିର ସକ୍ରିୟ ସଦସ୍ୟ ହେଲେ, ଆପଣଙ୍କୁ କଣ ଆଶ୍ଚର୍ଯ୍ୟ ଲାଗୁଛି କି ? ଜାଣନ୍ତୁ ଘଟଣା

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟିର ସକ୍ରିୟ ସଦସ୍ୟ ହୋଇଛନ୍ତି। ତାଙ୍କ ବାସଭବନରେ ବିଜେପି ସଭାପତି ଜେ ପି ନଡ୍ଡା ପ୍ରଧାନମନ୍ତ୍ରୀଙ୍କୁ ଦଳର ସକ୍ରିୟ ସଦସ୍ୟ ଭାବେ ଗ୍ରହଣ କରିଛନ୍ତି। ଏହା କେମିତି ହେଲା ବୋଲି ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେଉଥିବେ। ତେବେ ଘଟଣାଟି ହେଲା ଭିନ୍ନ ପ୍ରକାରର।

ବିଜେପିର ନିୟମ ରହିଛି ପ୍ରତି ଦଶ ବର୍ଷରେ ଥରେ ପୁଣି ସମସ୍ତେ ସଦସ୍ୟ ହେବେ। ଯାହାକୁ ସଦସ୍ୟତା ନବୀକରଣ ବୋଲି କୁହାଯାଏ। ଏହା ଶେଷ ହେବା ପରେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ସକ୍ରିୟ ସଦସ୍ୟ ଭାବେ ଗ୍ରହଣ କରାଯାଏ। ଅର୍ଥାତ ଏହି କ୍ୟାଟାଗୋରୀର ସଦସ୍ୟ ଦଳର ବିଭିନ୍ନ ସାଂଗଠାନିକ କାର୍ଯ୍ୟରେ ଯୋଗଦେବା ସହିତ ଦଳିୟ ପଦପଦବୀ ନିର୍ବାଚନରେ ଭାଗ ନେବା ପାଇଁ ଯୋଗ୍ୟ ହେବେ।

ଏହି ସକ୍ରିୟ ସଦସ୍ୟମାନେ ଅନ୍ୟୁନ ନିଜ ବୁଥ କିମ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀର ପଚାଶ ଜଣଙ୍କୁ ପଂଜିକରଣ କରାଇବାକୁ ପଡିବ। ସେପରି ନ କଲେ ତାଙ୍କୁ ସକ୍ରିୟ ସଦସ୍ୟ ଭାବେ ଗ୍ରହଣ କରାଯିବ ନାହିଁ। ଯେଉଁମାନେ ବିଜେପିର କେବଳ ସଦସ୍ୟ ରହିବେ ସେମାନେ ସବୁବେଳେ ଦଳୀୟ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିପାରିବେ ନାହିଁ। ହେଲେ ସକ୍ରିୟ ସଦସ୍ୟ ସବୁବେଳେ ଦଳିୟ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିବାକୁ ପଡେ।

ଆଜିଠାରୁ ବିଜେପିର ସକ୍ରିୟ ସଦସ୍ୟ ଗ୍ରହଣ ଅଭିଯାନ ଆରମ୍ଭ ହୋଇଛି। ସେହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସକ୍ରିୟ ସଦସ୍ୟ ହୋଇଛନ୍ତି। ଏଥିସହିତ ସାରା ଦେଶରେ ଆରମ୍ଭ ହୋଇଥିବା ଏହି ଅଭିଯାନର ମୋଦି ଶୁଭାରମ୍ଭ ମଧ୍ୟ କରିଛନ୍ତି। ଏ ନେଇ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସାମାଜିକ ଗଣମାଧ୍ୟମରେ ମଧ୍ୟ ଉଲ୍ଲେଖ କରିଛନ୍ତି।

ବିଜେପିର ସଦସ୍ୟତା ଅଭିଯାନ ଗତ ସେପ୍ଟେମ୍ବର ୨ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଚାଲୁରହିଛି। ସେହିପରି ଆଜିଠାରୁ ଅର୍ଥାତ ଅକ୍ଟୋବର ୧୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସକ୍ରିୟ ସଦସ୍ୟ ଗ୍ରହଣର ପ୍ରକ୍ରିୟା ଚାଲୁ ରହିବ। ଏହି ସମୟରେ ପ୍ରାଥମିକ ସଦସ୍ୟ ସଂଗ୍ରହ ଅଭିଯାନ ମଧ୍ୟ ଜାରି ରହିବ।

ବିଜେପି ସଦସ୍ୟ ସଂଗ୍ରହ
Share. Facebook Twitter LinkedIn Email WhatsApp Copy Link

Related Posts

ବଙ୍ଗଳା ନିର୍ବାଚନ ଉପରେ ECIଙ୍କ କଡ଼ା ପଦକ୍ଷେପ, ୨୦ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆକାଶ ମାର୍ଗରୁ କଲେ ସର୍ଭେ

April 22, 2026

ପ୍ରେମିକକୁ ଜୀଅନ୍ତା ଜାଳିଲା ପ୍ରେମିକା

April 22, 2026

ପଶ୍ଚିମ ଏସିଆର ପରିସ୍ଥିତିକୁ ସାମ୍ବାଦିକ ସମ୍ମିଳନୀ

April 21, 2026

ମୋଟରସାଇକେଲ ଉପରେ ଲାଗିଲା କଡା କଟକଣା: ଜାଣନ୍ତୁ କାରଣ କ’ଣ

April 21, 2026
Latest News

ଏଣିକି ଭୁବନେଶ୍ଵରରୁ ଶିରିଡ଼ି, ତିରୁପତିକୁ ଉଡ଼ିବ ବିମାନ

April 22, 2026

ନିର୍ବନ୍ଧର ତିନିଦିନ ପରେ ବିଲରୁ ମିଳିଲା ଯୁବତୀଙ୍କ ମୃତଦେହ

April 22, 2026

ବଙ୍ଗଳା ନିର୍ବାଚନ ଉପରେ ECIଙ୍କ କଡ଼ା ପଦକ୍ଷେପ, ୨୦ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆକାଶ ମାର୍ଗରୁ କଲେ ସର୍ଭେ

April 22, 2026

ବାହାଘରର ପ୍ରସେସନରେ ଗୁଳିକାଣ୍ଡ : ଦୁଇ ଗୁରୁତର

April 22, 2026

ହାତୀ ଆକ୍ରମଣରେ ବୃଦ୍ଧା ମୃତ୍ୟୁ

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.