Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Cyclone Dana ପାଇଁ ଓଡିଶା ଅଗ୍ନିଶମ ବିଭାଗର ୧୮୨ ଟି ଉଦ୍ଧାରକାରୀ ଦଳ ନିୟୋଜିତ
ଜାତୀୟ ଖବର

Cyclone Dana ପାଇଁ ଓଡିଶା ଅଗ୍ନିଶମ ବିଭାଗର ୧୮୨ ଟି ଉଦ୍ଧାରକାରୀ ଦଳ ନିୟୋଜିତ

October 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
Cyclone
ବଙ୍ଗୋପସାଗରରେ ଆସନ୍ନ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲା ଏନସିଏମସି

ଭୁବନେଶ୍ବର: ବାତ୍ୟା ଦାନାର ସଫଳ ମୁକାବିଲା କରିବା ପାଇଁ ଅଗ୍ନିଶମ ଓ ଜରୁରୀକାଳୀନ ବିଭାଗ ଏହାର ପ୍ରାକ୍ ପ୍ରସ୍ତୁତିକୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଇଛି । ଏହି ଅବସରରେ ଆଜି ପୁଣିଥରେ ଅଗ୍ନିଶମ ଓ ଜରୁରୀକାଳୀନ ସେବାର ମହାନିର୍ଦ୍ଦେଶକ ଡଃ. ସୁଧାଂଶୁ ଷଡଙ୍ଗୀ, ଭା.ପୁ.ସେ. ଏହି ସଂକ୍ରାନ୍ତରେ ଶ୍ରୀ ଦେବେନ୍ଦ୍ର କୁମାର ସ୍ଵାଇଁ, ମୁଖ୍ୟ ଅଗ୍ନିଶମାଧିକାରୀ (ଏସ୍.ଏ.ଜି.), ଶ୍ରୀ ରମେଶ ଚନ୍ଦ୍ର ମାଝୀ, ମୁଖ୍ୟ ଅଗ୍ନିଶମାଧିକାରୀ, ଶ୍ରୀ ପ୍ରଶାନ୍ତ କୁମାର ଦାଶ, ମୁଖ୍ୟ ଅଗ୍ନିଶମାଧିକାରୀ ଓ ଅନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ।

ବାତ୍ୟା ଦ୍ଵାରା ପ୍ରଭାବିତ ସମ୍ଭାବ୍ୟ  ବିଭିନ୍ନ ଅଞ୍ଚଳ ଗୁଡିକରେ ଦାୟିତ୍ଵରେ ଥିବା ବରିଷ୍ଠ ଅଧିକାରୀମାନେ ବାତ୍ୟାର ସଫଳ ମୁକାବିଲା ନିମନ୍ତେ ସେମାନେ ଆବଶ୍ୟକ କରୁଥିବା ଉଦ୍ଧାରକାରୀ ଦଳ ଏବଂ ସରଞ୍ଜାମ ବିଷୟରେ ମହାନିର୍ଦ୍ଦେଶକ ମହୋଦୟଙ୍କୁ ଅବଗତ କରାଇଥିଲେ ।

ଶ୍ରୀ ଦେବେନ୍ଦ୍ର କୁମାର ସ୍ଵାଇଁ, ମୁଖ୍ୟ ଅଗ୍ନିଶମାଧିକାରୀ (ଏସ୍.ଏ.ଜି.) ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବର୍ତ୍ତମାନ ସୁଦ୍ଧା ବାତ୍ୟା ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ଜିଲ୍ଲା ଗୁଡିକରେ ସର୍ବମୋଟ ୧୮୨ ଗୋଟି ଉଦ୍ଧାରକାରୀ ଦଳକୁ ପ୍ରଶାସନର ପରାମର୍ଶକ୍ରମେ ବିଭିନ୍ନ ସ୍ଥାନ ମାନଙ୍କରେ ମୁତୟନ କରାଯାଇଅଛି । ପ୍ରତ୍ୟେକ ଦଳକୁ  ବାତ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ଅବିରତ ଭାବେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିବାପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଯଥା-ପାୱାର ସ, କମ୍ବି ଟୁଲସ୍, ଟାୱାର ଲାଇଟ୍, ପାୱାର ବୋଟ୍, ପ୍ଲାଜମା କଟର ଏବଂ ଅନ୍ୟାନ୍ୟ ଉପକରଣ ଗୁଡିକୁ ଯୋଗାଇ ଦିଆଯାଇଛି।

ଏହି ଦଳ ଗୁଡିକ ବାତ୍ୟା ସମୟରେ ଉପୁଡିପଡିଥିବା ଗଛ ଓ ବିଦ୍ୟୁତ ଖୁଣ୍ଟକୁ କାଟି ରାସ୍ତା ସଫା କରିବା ସହିତ, ପାଣି ଘେରରେ ରହିଥିବା ମଣିଷ ଓ ଜୀବଜନ୍ତୁ ମାନଙ୍କୁ ଉଦ୍ଧାର କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ପ୍ରଭାବିତ ହେବାକୁ ଥିବା ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ଵରେ ରଖାଯିବା ସହ ଜିଲ୍ଲା ପ୍ରଶାସନ ସହ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ଏହି ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ୧୦ ଗୋଟି ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳକୁ ସ୍ଥିତି ଅନୁସାରେ ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ମୁତୟନ କରିବା ଲାଗି ଭୁବନେଶ୍ଵର ଠାରେ ସଜାଗ ରଖାଯାଇଛି।

ଆଜିର ବୈଠକରେ ବାତ୍ୟା ପ୍ରଭାବିତ ହେବାକୁଥିବା ଅଞ୍ଚଳର ଅଗ୍ନିଶମ କେନ୍ଦ୍ର ଗୁଡିକୁ ଛୋଟ ଛୋଟ ଉଦ୍ଧାରକାରୀ ଦଳ ଗଠନ କରି ଲୋକମାନଙ୍କୁ ଆବଶ୍ୟକୀୟ ଜରୁରୀକାଳୀନ ସେବା ପ୍ରଦାନ କରାଇବା ଲାଗି ମହାନିର୍ଦ୍ଦେଶକ, ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ସମ୍ଭାବ୍ୟ ବାତ୍ୟା କୌଣସି କାରଣରୁ ଏହାର ଦିଗ ପରିବର୍ତ୍ତନ କରି ଅନ୍ୟ ଦିଗ ଆଡକୁ ଯଦି ମୁହାଏଁ, ତେବେ ଉଦ୍ଧାରକାରୀ ଦଳ ଗୁଡିକ ନୂତନ ଭାବେ କ୍ଷତିଗ୍ରସ୍ଥ ହେବାକୁଥିବା ଅଞ୍ଚଳ ଗୁଡିକରେ କିପରି ସ୍ୱଳ୍ପ ସମୟ ମଧ୍ୟରେ ନିୟୋଜିତ କରାଯାଇ ପାରିବ, ସେ ଉପରେ ପୂର୍ବରୁ ପ୍ରସ୍ତୁତି ହୋଇ ରହିବା ପାଇଁ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଥିଲେ।

ଏଥି ସହିତ କଟକ, ଭୁବନେଶ୍ଵର, ପୁରୀ ଓ ଅନ୍ୟାନ୍ୟ ସହର ଗୁଡିକର ବାତ୍ୟା ପ୍ରଭାବିତ ସମ୍ଭାବ୍ୟ ଅଞ୍ଚଳ ଗୁଡିକରେ ଜଳ ମଗ୍ନ ହୋଇପଡିଲେ, ଜଳ ନିଷ୍କାସନ ନିମିତ୍ତ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ପମ୍ପ ଗୁଡିକୁ ପ୍ରସ୍ତୁତ ରଖାଯାଇଛି । ରାଜ୍ୟର ପ୍ରଭାବିତ ଅଞ୍ଚଳର ଜନସାଧାରଣ ମାନଙ୍କୁ ବାତ୍ୟା ସମୟରେ କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ତୁରନ୍ତ ନିକଟସ୍ଥ ଅଗ୍ନିଶମ କେନ୍ଦ୍ରକୁ ଖବର ଦେବାଲାଗି, ପରାମର୍ଶ ଦିଆଯାଇଅଛି। ଏଥି ନିମନ୍ତେ ଅଗ୍ନିଶମ ଏବଂ ଜରୁରୀକାଳୀନ ନିର୍ଦ୍ଦେଶାଳୟଠାରେ ବାତ୍ୟା ସଙ୍କ୍ରାନ୍ତୀୟ ନିୟନ୍ତ୍ରଣ କକ୍ଷ (୦୬୭୧-୨୩୦୩୧୦୧) ଖୋଲା ଯାଇ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି।

Cyclone Dana Cyclone2024 CycloneAlert
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯ୍ୟକ୍ରମ

January 10, 2026

ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଲା ଭାରତ

January 10, 2026

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି: ଓଡ଼ିଶାର ୧୨୭ ଛାତ୍ରଛାତ୍ରୀ ମନୋନୀତ

January 10, 2026

‘ବିଶ୍ୱ ଦରବାରରେ ଓଡ଼ିଶାର ବୀରତ୍ୱକୁ ନୂତନ ପରିଚୟ ଦେବ’: ଧର୍ମେନ୍ଦ୍ର ପ୍ରଧାନ

January 10, 2026
Latest News

ରଣପୁରରେ ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯ୍ୟକ୍ରମ

January 10, 2026

ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଲା ଭାରତ

January 10, 2026

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି: ଓଡ଼ିଶାର ୧୨୭ ଛାତ୍ରଛାତ୍ରୀ ମନୋନୀତ

January 10, 2026

‘ବିଶ୍ୱ ଦରବାରରେ ଓଡ଼ିଶାର ବୀରତ୍ୱକୁ ନୂତନ ପରିଚୟ ଦେବ’: ଧର୍ମେନ୍ଦ୍ର ପ୍ରଧାନ

January 10, 2026

‘ପ୍ରଥମେ ପିଟିଲେ, ପୁଣି ବିଷ ଖାଇବାକୁ ବାଧ୍ୟ କଲେ’: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.