Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପାଇଁ ରିଲାଏନ୍ସ ଏବଂ ଏନଭିଡିଆ ଚୁକ୍ତିନାମା
ଜାତୀୟ ଖବର

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପାଇଁ ରିଲାଏନ୍ସ ଏବଂ ଏନଭିଡିଆ ଚୁକ୍ତିନାମା

October 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ କମ୍ପାନୀ ଏନଭିଡିଆର ମୁଖ୍ୟ ଜେନସେଙ୍ଗ ହୁଆଙ୍ଗ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି ଯେ ଉଭୟ କମ୍ପାନୀ ଭାରତରେ ଏଆଇ ଆଣିବା ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଉଭୟ ଏହି ଘୋଷଣା କରିଛନ୍ତି ଯେଉଁଠାରେ ଅକ୍ଟୋବର ୨୩ ରୁ ୨୫ ପର୍ଯ୍ୟନ୍ତ ‘ଏନଭିଡିଆ ସମିଟ ଇଣ୍ଡିଆ’ କାର୍ଯ୍ୟକ୍ରମ ଚାଲିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଏଲ) ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି ଯେ ଜିଓ ବର୍ତ୍ତମାନ ବିଶ୍ୱର ସର୍ବବୃହତ ଡାଟା କମ୍ପାନୀରେ ପରିଣତ ହୋଇଛି। ଏନଭିଡିଆ ପ୍ରତିଷ୍ଠାତା ତଥା ସିଇଓ ଜେନସେଙ୍ଗ ହୁଆଙ୍ଗ ଘୋଷଣା କରିଛନ୍ତି ଯେ ରିଲାଏନ୍ସ ଏବଂ ଏନଭିଡିଆ ମିଳିତ ଭାବେ ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଭିତ୍ତିଭୂମି ସୃଷ୍ଟି କରୁଛନ୍ତି। ଏହି ସହଭାଗିତା ଭାରତକୁ ଏଆଇ କ୍ଷେତ୍ରରେ ଏକ ଅଗ୍ରଣୀ ଦେଶ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ।

ଜେନସେଙ୍ଗ ହୁଆଙ୍ଗଙ୍କୁ ଭାରତକୁ ସ୍ୱାଗତ କରି ମୁକେଶ ଅମ୍ବାନୀ କହିଛନ୍ତି ଯେ ଭାରତର ବଡ଼ ସ୍ୱପ୍ନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଯୋଗୁଁ ଆଜି ଭାରତ ଡିଜିଟାଲ ବିପ୍ଳବର ଏକ ନୂଆ ଯୁଗରେ ପ୍ରବେଶ କରୁଛି। ଭାରତକୁ ଏକ ଡିପ୍ ଟେକ୍ନୋଲୋଜି ହବ୍ କରିବା ଦିଗରେ ମୁକେଶ ଅମ୍ବାନୀଙ୍କ ଉଦ୍ୟମକୁ ଏନଭିଡିଆ ପ୍ରତିଷ୍ଠାତା ତଥା ସିଇଓ ଜେନସେଙ୍ଗ ହୁଆଙ୍ଗ ପ୍ରଶଂସା କରିଛନ୍ତି। ହୁଆଙ୍ଗ ଭାରତର ଆଇଟି କ୍ଷେତ୍ରର ସମ୍ଭାବନାକୁ ପ୍ରଶଂସା କରି କହିଛନ୍ତି, “ଦୁନିଆରେ ବହୁତ କମ୍ ଦେଶ ଅଛି ଯେଉଁଠାରେ କମ୍ପ୍ୟୁଟର ସାଇନ୍ସ ଏବଂ ଆଇଟି କ୍ଷେତ୍ରରେ ଅନେକ ତାଲିମପ୍ରାପ୍ତ ଲୋକ ଅଛନ୍ତି।” ଜେନସେଙ୍ଗ ହୁଆଙ୍ଗ କହିଛନ୍ତି, “ଏହା ଏକ ଅସାଧାରଣ ସମୟ, ଯେଉଁଠାରେ ଭାରତରେ ବହୁସଂଖ୍ୟକ କମ୍ପ୍ୟୁଟର ଇଞ୍ଜିନିୟର ଏବଂ ଏକ ବିଶାଳ ଜନସଂଖ୍ୟା ରହିଛି। ଏହି ସହଭାଗିତା ଯୋଗୁଁ ମୁକେଶ ଅମ୍ବାନୀଙ୍କ ସହିତ କାମ କରିବା ନେଇ ମୁଁ ଗର୍ବିତ ଅନୁଭବ କରୁଛି।”

ମୁକେଶ ଅମ୍ବାନୀ ଜେନସେଙ୍ଗଙ୍କ ସହ ଏହି ବାର୍ତ୍ତାଳାପରେ କହିଛନ୍ତି ଯେ ଆମକୁ ମନେ ରଖିବାକୁ ହେବ ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଲାଭ ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ପହଞ୍ଚିବା ସହିତ ଏହା ସୁଲଭ ମୂଲ୍ୟରେ ଉପଲବ୍ଧ ହେବା ଉଚିତ। ମୁକେଶ ଅମ୍ବାନୀ କହିଛନ୍ତି ଯେ ଆମକୁ ନିଶ୍ଚିତ କରିବାକୁ ପଡିବ ଯେ ଲୋକମାନେ ନିଜ ଫୋନ୍ ଏବଂ କମ୍ପ୍ୟୁଟରରେ ଏଆଇ ପାଇପାରିବେ। ଏହି ନୂତନ ଟେକ୍ନୋଲୋଜିକୁ ଲୋକଙ୍କ ନିକଟରେ ସହଜରେ ଉପଲବ୍ଧ କରାଇବା ଆମର ଦାଇତ୍ୱ ଏବଂ ଆମକୁ ଏହାକୁ ମିଳିତ ଭାବରେ କରିବାକୁ ହେବ।

ମୁକେଶ ଅମ୍ବାନୀ କହିଛନ୍ତି ଯେ ଏଆଇ ହେଉଛି ଏକ ଜ୍ଞାନ କ୍ରାନ୍ତି ଯାହା ବିଶ୍ୱସ୍ତରରେ ସମୃଦ୍ଧିର ପଥ ଖୋଲିଥାଏ। ସେ କହିଛନ୍ତି ଯେ ଭାରତର ଯୁବ ଜନସଂଖ୍ୟା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଦେଶକୁ ଡିଜିଟାଲ ସମାଜରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଅମ୍ବାନୀ କହିଛନ୍ତି ଯେ, ଭାରତ ହେଉଛି ବିଶ୍ୱର ଅନ୍ୟତମ ସବୁଠାରୁ ଯୁବବହୁଳ ଦେଶ। ଭାରତ ଦ୍ରୁତ ଗତିରେ ବିଶ୍ୱର ନବସୃଜନ ବା ଇନୋଭେସନ ହବରେ ପରିଣତ ହେଉଛି ଏବଂ ଆମ ପାଖରେ ବିଶ୍ୱର ସର୍ବୋତ୍ତମ ଡିଜିଟାଲ୍ ସଂଯୋଗୀକରଣ ଭିତ୍ତିଭୂମି ରହିଛି।

ସେ କହିଛନ୍ତି ଯେ ରିଲାଏନ୍ସ ଜିଓ ବିଶ୍ୱସ୍ତରରେ ସବୁଠାରୁ ବଡ ଡାଟା କମ୍ପାନୀ ଅଟେ। ଏହା ଜିବି ପିଛା ୧୫ ସେଣ୍ଟ ଭଳି କମ୍ ମୂଲ୍ୟରେ ଡାଟା ପ୍ରଦାନ କରୁଥିବାବେଳେ ଆମେରିକାରେ ଏହା ଜିବି ପିଛା ପାଞ୍ଚ ଡଲାର ରହିଥିବା ସେ କହିଛନ୍ତି। ସେ କହିଛନ୍ତି ଯେ ଜିଓ ଯେପରି ଡାଟା କ୍ଷେତ୍ରରେ କ୍ରାନ୍ତି ଆଣିଥିଲା ସେହିଭଳି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ମଧ୍ୟ ସମାନ ଧରଣର ବିପ୍ଳବ ଆଣିବାର ଆବଶ୍ୟକତା ରହିଛି।

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ରିଲାଏନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026
Latest News

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.