Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶାକ୍ତ ପରମ୍ପରାରେ ଦଶ ମହାବିଦ୍ୟା ଏକ ଅଧ୍ୟୟନ
ଜାତୀୟ ଖବର

ଶାକ୍ତ ପରମ୍ପରାରେ ଦଶ ମହାବିଦ୍ୟା ଏକ ଅଧ୍ୟୟନ

October 29, 2024No Comments8 Mins Read
Share Facebook Twitter LinkedIn Email WhatsApp Copy Link

ସିଦ୍ଧାର୍ଥ ଶାଶ୍ଵତ ପଣ୍ଡା

ସନାତନ ଧର୍ମ ଅନୁସାରେ ବେଦୋକ୍ତ ମତରେ ୩୩ କୋଟି ଦେବୀ ଦେବତା ଅଛନ୍ତି। ଏଠାରେ କୋଟି ଅର୍ଥାତ ସଂଖ୍ୟା ଗଣନା ର କୋଟି ନୁହେଁ। କୋଟି ଅର୍ଥାତ ପ୍ରକାର। ଏହି କ୍ରମରେ ସନାତନ ଧର୍ମ ଅନୁସାରେ ୩୩ ପ୍ରକାର ଦେବା ଦେବୀ ଅଛନ୍ତି। ଯଥା ଆଠ ବସୁ, ଏଗାର ରୁଦ୍ର, ବାର ଆଦିତ୍ୟ ଏବଂ ଦୁଇଟି ଅଶ୍ଵିନୀ କୁମାର ମିଶି ୩୩ ପ୍ରକାର ଦେବା ଦେବୀ ଙ୍କୁ ସନାତନି ମାନେ ଆରାଧନା କରିବାର ବିଧି ରହିଛି।

ସେହି ଦେବୀ ଦେବତା ମାନଙ୍କ ମଧ୍ୟରୁ କେବଳ ପଂଚ ଦେବଙ୍କୁ ହିଁ ପୂଜା କରିବାର ପ୍ରାଧାନ୍ୟତା ଆବହମାନ କାଳରୁ ଚାଲି ଆସିଛି। କିଏ ସେହି ପାଞ୍ଚ ଦେବ? ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା, ଭିନ୍ନ ଭିନ୍ନ ନକର୍ତ୍ତବ୍ୟଙ୍ଗ ପଞ୍ଚ ଦେବ ନମସ୍ତୁତେ। ସେମାନେ ହେଲେ ଗଣପତି, ନାରାୟଣ, ରୁଦ୍ର, ଅମ୍ବିକା ଓ ଭାସ୍କର। ଏମାନଙ୍କୁ ପୂଜା ଆରାଧନା କରିବା ପାଇଁ ସମୟାନୁ କ୍ରମେ ପୃଥକ ପୃଥକ ଗୋଷ୍ଠୀ ଗଠନ ହେବାକୁ ଲାଗିଲା। ଯେଉଁମାନେ ଗଣେଶଙ୍କୁ ପୂଜାର୍ଚ୍ଚନା କଲେ ସେମାନେ ନିଜକୁ ଗଣପତ୍ୟ ବୋଲାଇଲେ, ଯେଉଁ ମାନେ ନାରାୟଣ ଅଥବା ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କଲେ ସେମାନେ ବୈଷ୍ଣବ ଭାବେ ପରିଗଣିତ ହେଲେ, ଯେଉଁ ମାନେ ରୁଦ୍ରଙ୍କୁ ଉପାସନା କଲେ ସେମାନେ ଶୈବ ଭାବେ ପରିଚୟ ପାଇଲେ, ତଥା ଯେଉଁମାନେ ଶକ୍ତି ତଥା ଅମ୍ବିକାଙ୍କୁ ପୂଜାର୍ଚ୍ଚନା କଲେ ସେମାନେ ଶାକ୍ତ ଭାବରେ ନିଜକୁ ପରି ଗଣିତ କଲେ ତଥା ଯେଉଁ ମାନେ ସୁର୍ଯ୍ୟ ନାରାୟଣଙ୍କୁ ଉପାସନା କଲେ ସେମାନେ ଭାସ୍କର୍ଯ୍ୟ ରୂପରେ ସଂସାରରେ ବିଦିତ ହେଲେ।

ତେବେ ଆମେ ଯଦି ଚିନ୍ତନ କରିବା ତେବେ ଏହି ପଞ୍ଚ ସମ୍ପ୍ରଦାୟ ମଧ୍ୟରୁ ଶାକ୍ତ ସମ୍ପ୍ରଦାୟ ଅନ୍ୟ ସମ୍ପ୍ରଦାୟ ଠାରୁ ସମ୍ପୂର୍ଣ୍ଣ ଭିନ୍ନ, ଆଉ ଏହାର ଯଥାର୍ଥତା ରହିଛି। କାରଣ ଆମେ ଯଦି ମୌଳିକ ରୂପରେ ଚିନ୍ତା କରିବା ତେବେ ଆମେ ପାଇବା ଯେ ଦେବୀଙ୍କୁ ଅଥବା ଶକ୍ତିଙ୍କୁ ଏହି ୪ ଟି ସମ୍ପ୍ରଦାୟ ଆଲ୍ଲାଦିନି ଶକ୍ତି ରୂପରେ ପରିଗଣିତ କରନ୍ତି ଏବଂ ତାଙ୍କୁ ସମସ୍ତ ସମ୍ପ୍ରଦାୟର ମୌଳିକ ତତ୍ତ୍ଵ ରୂପରେ ପରିଗଣିତ କରାଯାଇ ସମସ୍ତ ସମ୍ପ୍ରଦାୟ ସହିତ ଜଡିତ କରି ରଖା ଯାଇଥାଏ।

ଯଦି ଆମେ ଗୋଟିଏ ଗୋଟିଏ ସମ୍ପ୍ରଦାୟକୁ ଭଲଭାବରେ ଦୃଷ୍ଟି ନିକ୍ଷେପ କରିବା ତେବେ ପାଇବା ଯେ ଶକ୍ତିର ଉପାସନା ସମସ୍ତ ସମ୍ପ୍ରଦାୟର କେନ୍ଦ୍ରବିନ୍ଦୁ ଅଟେ। କାରଣ ଗଣପତି କିମ୍ବା ଗଣେଶଙ୍କୁ ପୂଜା କରିବା ପୂର୍ବରୁ ପାର୍ବତୀଙ୍କୁ ଆବାହନ କରାଯାଏ, ଯେତେବେଳେ ଆମେ ବୈଷ୍ଣବ ସମ୍ପ୍ରଦାୟ କଥା ଚିନ୍ତା କରିବା ତେବେ ଶ୍ରୀକୃଷ୍ଣ ବା ବିଷ୍ଣୁଙ୍କର ଶକ୍ତି ରୂପରେ କାଳୀଙ୍କୁ ପରିଗଣିତ କରାଯାଏ। କାରଣ ଯଦି ଶ୍ରୀକୃଷ୍ଣ ବା ବିଷ୍ଣୁଙ୍କ ବୀଜ ମନ୍ତ୍ର ଏବଂ ମା କାଳୀଙ୍କର ବୀଜ ମନ୍ତ୍ର କ୍ଲିମ୍ ଅଟେ। ରୁଦ୍ର ଉପାସନାର ମୁଖ୍ୟ ଗ୍ରନ୍ଥକୁ ବିଜ୍ଞାନ ଭୈରବ ତନ୍ତ୍ର କୁହାଯାଏ। ଏହି ଗ୍ରନ୍ଥ ରେ ଶିବ ପାର୍ବତୀଙ୍କର ଭିତରେ ହେଇଥିବା କଥୋପକଥନକୁ ଆଲୋଚନା କରାଯାଇଛି। ଆଉ ଏହି ଗ୍ରନ୍ଥର ଶକ୍ତି କାଳୀଙ୍କୁ ଆରାଧନା କରିବାର ନିୟମ ରହିଛି। ପରଶେଷରେ ଭାସ୍କର୍ଯ୍ୟ ମାନେ ଦେବୀ କୁଷ୍ମାଣ୍ଡାଙ୍କୁ ସୂର୍ଯ୍ୟଙ୍କ ଶକ୍ତି ରୂପରେ ବିବେଚନା କରାଯାଏ।

ସେହିପରି ଶାକ୍ତ ସମ୍ପ୍ରଦାୟରେ ଦଶ ମହାବିଦ୍ୟାଙ୍କୁ ମଧ୍ୟ ପୂଜାର୍ଚ୍ଚନା କରିବାର ବିଧି ରହିଛି।
ଦଶ ମହାବିଦ୍ୟା ହେଉଛନ୍ତି ଦେବୀଙ୍କର ଦଶବିଧ ରୂପ। ଏହା ଦେବୀଙ୍କର ଦଶ ମୂର୍ତ୍ତି। ଦଶ ମହାଶକ୍ତି। ଏହା ପଛରେ ରହିଛି ନିର୍ଦ୍ଦିଷ୍ଟ ପୌରାଣିକ ଉପାଖ୍ୟାନ। ଦକ୍ଷ ପ୍ରଜାପତିଙ୍କ ଯଜ୍ଞ ଆୟୋଜନ ସମୟର କଥା। ପୂର୍ବେ ଥରେ ତାଙ୍କୁ ଉପଯୁକ୍ତ ସମ୍ମାନ ଦେଖାଇ ନଥିବାରୁ ଦକ୍ଷ ପ୍ରଜାପତି ନିଜ ଜ୍ଵାଇଁ ଦେବ ଦେବ ମହାଦେବଙ୍କ ଉପରେ ରୋଷ ରଖିଥିଲେ। ସେହି କାରଣରୁ ନିଜର ଯଜ୍ଞ ଅର୍ଥାତ ଦକ୍ଷଯଜ୍ଞକୁ ଦକ୍ଷ ପ୍ରଜାପତି ନିଜର ଜାମାତା ଶିବ ମହାଦେବଙ୍କୁ ନିମନ୍ତ୍ରଣ କରି ନ ଥିଲେ। ତାହା ସତ୍ତ୍ୱେ ସତୀ ପିତାଙ୍କ ଯଜ୍ଞକୁ ଯିବାକୁ ଚାହିଁଲେ। କିନ୍ତୁ ଶିବ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଲେ। ସତୀ ଯୁକ୍ତି କଲେ, ବିନା ନିମନ୍ତ୍ରଣରେ ଶଶୁର ଘରକୁ ଜ୍ୱାଇଁ ଯିବା ହୁଏତ ଠିକ୍ ନୁହେଁ; କିନ୍ତୁ ପିତାଙ୍କ ଘରକୁ ଝିଅ ଯିବାରେ ଅସୁବିଧା କେଉଁଠି? ଶିବ ତଥାପି ତାଙ୍କୁ ମନା କରିବାରୁ ସେ କୁପିତା ହେଲେ। ଭାବିଲେ, ପତ୍ନୀ ହେଲେ ମଧ୍ୟ ସେ ଅଣାକାର ବ୍ରହ୍ମମୟୀ ମହାପ୍ରକୃତି। ଦେବ ଦେବ ମହାଦେବ ସଦାଶିବ ସ୍ୱାମୀ ହେଲେ ବୋଲି କ’ଣ ତାଙ୍କୁ ଏପରି ସୀମିତ ଓ ନିୟନ୍ତ୍ରିତ କରିବେ? ତାଙ୍କର ଏ ଦାମ୍ଭିକତା ଚୂର୍ଣ୍ଣ କରିବାକୁ ପଡ଼ିବ।

ଫଳରେ, କ୍ଷଣକ ମଧ୍ୟରେ ସତୀଙ୍କର କମନୀୟ କାନ୍ତି ଅପସରି ଗଲା। ସେ ପରିଣତ ହେଲେ ଉଗ୍ରମୂର୍ତ୍ତି କାଳୀ ମହାକାଳୀ ରୂପରେ। ତାଙ୍କର ସେହି ରୂପ ଦେଖି ଶିବ ଭୟଭୀତ ହେଲେ। ଆତ୍ମରକ୍ଷା କରି ସେଠାରୁ ପଳାଇଯିବାକୁ ଉଦ୍ୟମ କରିବାରୁ, ଦେବୀ ଭିନ୍ନ ଭିନ୍ନ ରୂପ ଧରି ଦଶଦିଗକୁ ଆଚ୍ଛନ୍ନ କରି ରଖିଲେ। ଫଳରେ ଅନ୍ୟ ଉପାୟ ନପାଇ ଶିବ ଗୋଟିଏ ସ୍ଥାନରେ ସମର୍ପଣ ମୁଦ୍ରାରେ ବସି ରହିଲେ। ତାହା ଦେଖି ଏକ ଜ୍ୟୋତିର୍ମୟୀ ଦିବ୍ୟ ନୀଳମୂର୍ତ୍ତିରେ ସତୀ ତାଙ୍କ ସମ୍ମୁଖରେ ଆବିର୍ଭୂତା ହେଲେ। ତାଙ୍କୁ ସେହି ରୂପରେ ଚିହ୍ନି ନପାରି ଶିବ ପ୍ରଶ୍ନ କଲେ- ହେ ଦେବି! ତୁମେ କିଏ? ଦେବୀ କହିଲେ- ଭୟ କରନାହିଁ; ମୁଁ ତୁମର ପତ୍ନୀ ସତୀ।

ଏହିପରି ଭାବରେ, ଶିବଙ୍କର ପଥରୋଧ କରିବା ପାଇଁ ଦେବୀ ଯେଉଁ ଦଶରୂପ ଧାରଣ କରିଥିଲେ, ସେହି ଦଶ ରୂପ ହେଉଛନ୍ତି ଦଶମହାବିଦ୍ୟା। କାଳୀ ସେମାନଙ୍କ ମଧ୍ୟରେ ପ୍ରଥମା। ସେ ପ୍ରକଟ ହୋଇଥିଲେ ଉତ୍ତର ଦିଗରେ, ସେହିପରି ଊର୍ଦ୍ଧ୍ୱରେ ତାରା, ପୂର୍ବରେ ଛିନ୍ନମସ୍ତା, ପଶ୍ଚିମରେ ଭୁବନେଶ୍ୱରୀ, ଦକ୍ଷିଣରେ ବଗଳାମୁଖୀ, ଅଗ୍ନିକୋଣରେ ଧୂମାବତୀ, ନୈଋତ କୋଣରେ ଷୋଡ଼ଶୀ, ବାୟୁ କୋଣରେ ମାତଙ୍ଗୀ, ଐଶାନ୍ୟ କୋଣରେ କମଳା ଏବଂ ଅଧୋଦେଶରେ ଭୈରବୀ ରୂପରେ ସେ ଆବିର୍ଭୂତା ହୋଇଥିଲେ।

ଏଣୁ ଏହା ଦେବୀଙ୍କର ଦଶଟି ଭିନ୍ନଭିନ୍ନ ରୂପ ହେଲେ ମଧ୍ୟ, ସେ ମୂଳତଃ ଏକ। ଦଶ ମହାବିଦ୍ୟାଙ୍କୁ ଜ୍ୟୋତିଷ ଶାସ୍ତ୍ର ସହିତ ମଧ୍ୟ ଜଡିତ କରାଯାଇଛି। କୁହାଯାଏ ମହର୍ଷି ଭୃଗୁଙ୍କୁ ହିନ୍ଦୁ ଜ୍ୟୋତିଷ ଶାସ୍ତ୍ରର ସ୍ରଷ୍ଟା ରୂପେ ବିବେଚନା କରାଯାଏ। ତାଙ୍କ ମତରେ ନବ ଗ୍ରହଙ୍କ ଦଶ ମହାବିଦ୍ୟା ହିଁ ଇଷ୍ଟ ଦେବୀ। ଯାହାକି ତାଙ୍କରି ପ୍ରସିଦ୍ଧ ଗ୍ରନ୍ଥ ଭୃଗୁ ସଂହିତାରେ ଲିପିବଦ୍ଧ ହୋଇ ଅଛି। ସେହି କ୍ରମରେ ସୁର୍ଯ୍ୟଙ୍କ ଇଷ୍ଟ ଦେବୀ ହେଲେ ମାତଙ୍ଗୀ, ଚନ୍ଦ୍ରଙ୍କ ଇଷ୍ଟ ଦେବୀ ଭୁବନେଶ୍ଵରୀ, ମଙ୍ଗଳଙ୍କ ଇଷ୍ଟ ଦେବୀ ବଗଳାମୁଖୀ, ବୁଧଙ୍କ ଇଷ୍ଟ ଦେବୀ ଷୋଡ଼ଶୀ, ବୃହସ୍ପତି ଙ୍କ ଇଷ୍ଟ ଦେବୀ ତାରା, ଶୁକ୍ରଙ୍କ ଇଷ୍ଟ ଦେବୀ କମଳା, ଶନିଙ୍କ ଇଷ୍ଟ ଦେବୀ ଦକ୍ଷିଣ କାଳୀ, ରାହୂଙ୍କ ଇଷ୍ଟ ଦେବୀ ଛିନ୍ଣମସ୍ତା, କେତୁଙ୍କ ଇଷ୍ଟ ଦେବୀ ଧୂମାବତୀ ଏବଂ ଶେଷରେ ଲଗ୍ନଙ୍କ ଇଷ୍ଟ ଦେବୀ ଭୈରବୀ ଭାବେ ପୂଜିତ।

ଦୁର୍ଗାଙ୍କର ବିଦ୍ୟାରୂପୀ ଦଶଶକ୍ତି ନିରୂପଣ କରାଯାଇଛି ଆଗମ ଶାସ୍ତ୍ରରେ। ସେହି ଦଶ ମହାବିଦ୍ୟା ହେଉଛନ୍ତି – କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ୱରୀ, ଭୈରବୀ, ଛିନ୍ନାମସ୍ତା, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ ଏବଂ କମଳା। ଏହାମଧ୍ୟରେ କାଳୀ, ତାରା, ଛିନ୍ନମସ୍ତା, ଧୂମାବତୀ ଅତ୍ୟନ୍ତ ଉଗ୍ରା ଏବଂ ବଗଳା, ଭୈରବୀ ସୌମ୍ୟୋଗ୍ର ମହାବିଦ୍ୟା ଏବଂ ଷୋଡ଼ଶୀ, ଭୁବନେଶ୍ୱରୀ, କମଳା, ମାତଙ୍ଗୀ ସୌମ୍ୟ ମହାବିଦ୍ୟା ରୂପେ ପରିଚିତା। ସୌମ୍ୟ ମହାବିଦ୍ୟାଙ୍କୁ ଶ୍ରୀସୁନ୍ଦରୀ କୁଳରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଉଗ୍ର, ସୌମ୍ୟୋଗ୍ର ମହବିଦ୍ୟାଙ୍କୁ କାଳୀ କୁଳରେ ଅନ୍ତର୍ଭୁକ୍ତ କରାଯାଇଛି। ଶ୍ରୀସୁନ୍ଦରୀ ଦେବୀମାନଙ୍କ ଆରଧନା ଗୃହ ମଧ୍ୟରେ ହେଉଥିବାବେଳେ କାଳୀ କୁଳ ଦେବୀମାନଙ୍କ ଉପାସନା ଶ୍ମଶାନ, ବଣ, ନଦୀତଟ ଆଦି ନିର୍ଜନ ସ୍ଥାନରେ ହୋଇଥାଏ, ତଥା ସୌମ୍ୟୋଗ୍ର ବିଦ୍ୟା ଉଭୟ ସ୍ଥାନରେ ଉପାସିତା ହୁଅନ୍ତି।

ଶ୍ରୀ ବିଷ୍ଣୁଙ୍କର ଦଶବତାର ପ୍ରତୀକାତ୍ମକ ରୂପ ବର୍ଣ୍ଣନା କରାଯାଇଛି। କାଳୀଙ୍କୁ କୃଷ୍ଣ, ତାରାଙ୍କୁ ମତ୍ସ୍ୟ, ଷୋଡଶୀଙ୍କୁ ପର୍ଶୁରାମ, ଭୁବନେଶ୍ୱରୀଙ୍କୁ ବାମନ, ଭୈରବୀଙ୍କୁ ବଳରାମ, ଛିନ୍ନମସ୍ତାଙ୍କୁ ନୃସିଂହ, ଧୂମାବତୀଙ୍କୁ ବରାହ, ବଗଳାଙ୍କୁ କୁର୍ମ, ମାତଙ୍ଗୀଙ୍କୁ ରାମ ଏବଂ କମଳାଙ୍କୁ ବୁଦ୍ଧ ଭାବରେ ପ୍ରତିପାଦିତ କରାଯାଇଛି। ବିଦ୍ୟାର ଅର୍ଥ ଜ୍ଞାନ, ସତୀଙ୍କ ପ୍ରତ୍ୟେକ ରୂପ ଜନମାନସରେ କିଛି କିଛି ଜ୍ଞାନ ସଂଚରଣ କରୁଥିବାରୁ ଏହିସବୁ ବିଦ୍ୟାମାନଙ୍କୁ ମହାବିଦ୍ୟା ବା ମହାଜ୍ଞାନ ରୂପରେ ପୂଜାକରାଯାଏ।

୧. ପ୍ରଥମ ମହାଶକ୍ତି ବା ମହାବିଦ୍ୟା କାଳୀଙ୍କ ରୂପକୁ ଉପନିଷଦରେ ଜ୍ୱଳନ୍ତ ଅଗ୍ନି ବୋଲି ବର୍ଣ୍ଣନା କରାଯାଇଛି। ଉପନିଷଦ ମଧ୍ୟରେ କାଳୀ ପ୍ରଥମ ମାତା ରୂପେ କଥିତ। ଶକ୍ତିସଂଗମ ତନ୍ତ୍ରରେ କାଳୀ ଶ୍ରେଷ୍ଠ ମହାବିଦ୍ୟା ବା ବିଦ୍ୟାରାଜ୍ଞୀ। କାଳୀଙ୍କ ଉପାସନା କଲେ କଳିକାଳରେ ଶୀଘ୍ର ଫଳ ପ୍ରାପ୍ତି ଯଥା- ଧନଲାଭ, ଶକ୍ତିଲାଭ, କ୍ଷମତାପ୍ରାପ୍ତି ଓ ଶତ୍ରୁଜୟ ହୋଇଥାଏ। ଏହାଙ୍କ ସହିତ ମହାକାଳ ରୂପୀ ଶିବଙ୍କ ଆରାଧନା କରାହୁଏ। କାଳୀ ଉପାସନା ଫଳରେ ଜୀବନ୍ମୁକ୍ତି ଲାଭ ହୁଏ।

୨. ତାରା ବା ତାରିଣୀ ଅନେକ ଜନ୍ମର କର୍ମଫଳ ଜନିତ ଦୁଃଖଦୁର୍ଦ୍ଦଶା ଦୂର କରିଥାନ୍ତି। ଏହାଙ୍କୁ ନୀଳସରସ୍ୱତୀ ବା ନୀଳତାରା ମଧ୍ୟ କୁହାଯାଏ। ତାରାଦେବୀଙ୍କ ଆରାଧନା କଲେ ଭବସିନ୍ଧୁ ପାରିହେବା ସହଜ ହୁଏ। ତାରା ଘୋର ରୂପିଣୀ, ନୀଳବର୍ଣ୍ଣା। ସେ ନବୀନ ଯୁବତୀ, ଲୋଳଜିହ୍ୱା ଓ ଚତୁର୍ଭୁଜା, ନୀଳପଦ୍ମ, ଖଡ୍ଗ, କଈଞ୍ଚି ତଥା ବରଦ ମୁଦ୍ରା ଧାରଣ କରିଛନ୍ତି। ତାଙ୍କ ଶରୀରର ବର୍ଣ୍ଣ ନୀଳ, ତିନି ଚକ୍ଷୁ ଉଦିତ ସୂର୍ଯ୍ୟ ଭଳି ଅରୁଣ ବର୍ଣ୍ଣ। ତାରାଙ୍କୁ ପୂଜା କଲେ କବିତ୍ୱ, ପାଣ୍ଡିତ୍ୟ ପ୍ରାପ୍ତି, ବ୍ରହ୍ମଜ୍ଞାନ ପ୍ରାପ୍ତି ତଥା ବିପଦରୁ ରକ୍ଷା ମିଳେ। ତାଙ୍କ ସହ ଶିବ ଅକ୍ଷୋଭ୍ୟ ରୂପେ ପୂଜିତ।

୩. ଷୋଡ଼ଶୀଙ୍କୁ ତନ୍ତ୍ରଶାସ୍ତ୍ରରେ ଶ୍ରୀବିଦ୍ୟା, ତ୍ରିପୁରସୁନ୍ଦରୀ, ଲଳିତା, ରାଜରାଜେଶ୍ୱରୀ, ପରାଭଟ୍ଟାରିକା ଆଦି ଆଖ୍ୟା ଦିଆଯାଇଛି। ସେ ମଧ୍ୟ ଚତୁର୍ଭୁଜା, ଅରୁଣବର୍ଣ୍ଣା, ପରମଶିବଙ୍କ ଉପରେ ଅସୀନା ଓ ସର୍ବଦା ଷୋଳବର୍ଷ ବୟସୀ। ହାତରେ ଧାରଣ କରିଥାନ୍ତି ପାଶ, ତୀର, ଅଙ୍କୁଶ ଓ ଧନୁ। ତ୍ରିପୁରସୁନ୍ଦରୀ ଷୋଡ଼ଶୀଙ୍କ ଉପାସନା ମୁଖ୍ୟତଃ ଶଙ୍କରାଚାର୍ଯ୍ୟଙ୍କ ପୀଠମାନଙ୍କରେ ହୋଇଥାଏ। ଏହାଙ୍କର କାଦି, ହାଦି, ସାଦି ଆଦି ପରମ୍ପରା ପ୍ରଚଳିତ। ଷୋଡ଼ଶୀ ସିଦ୍ଧିଦାୟିନୀ, ଆତ୍ମଜ୍ଞାନ ଦାୟିନୀ ସମସ୍ତ କାମନା ପୂର୍ଣ୍ଣକାରିଣୀ, ସର୍ବଜନ ବଶକାରିଣୀ। ତ୍ରିପୁରସୁନ୍ଦରୀଙ୍କ ସହିତ ଶିବ କାମେଶ୍ୱର ରୂପେ ଆରାଧିତ।

୪. ଭୁବନେଶ୍ୱରୀ ସର୍ବଦା ହାସ୍ୟମୁଖୀ ଓ ମଧ୍ୟାହ୍ନ ସୂର୍ଯ୍ୟଙ୍କ ଆଭା ସଦୃଶ। ଏହାଙ୍କ ନିବାସସ୍ଥାନ ମଣିଦ୍ୱୀପ। ସମସ୍ତ ମହାବିଦ୍ୟାଙ୍କର ହୃଦୟ ସ୍ୱରୂପିଣୀ ହୋଇଥିବାରୁ ଏହାଙ୍କୁ ହୃଲ୍ଲେଖା ମଧ୍ୟ କୁହାଯାଏ। ଭୁବନେଶ୍ୱରୀଙ୍କ ହସ୍ତରେ ଅଛି ବରମୁଦ୍ରା, ଅଭୟମୁଦ୍ରା, ପାଶ ଓ ଅଙ୍କୁଶ। ସେ ଶକ୍ତିହୀନକୁ ଶକ୍ତି ପ୍ରଦାନ କରନ୍ତି ଏବଂ ଯଶକାମୀ, ରାଜ୍ୟକାମୀ ତାଙ୍କୁ ଆରାଧନା କଲେ ସଫଳକାମ ହୋଇଥାନ୍ତି। ରୁଗ୍ଣରୋଗିଣା ବ୍ୟକ୍ତି ତାଙ୍କ କୃପା ବଳରେ ନିରୋଗ ହୋଇଥାନ୍ତି। ସନ୍ତାନ ପ୍ରାପ୍ତି, ପରମଶାନ୍ତି ଲାଭ, ମୋକ୍ଷପ୍ରାପ୍ତି ନିମନ୍ତେ ଭୁବନେଶ୍ଵରୀ ଙ୍କ ଆରାଧନା କରାଯାଏ। ଭୁବନେଶ୍ୱରୀଙ୍କ ସହ ତ୍ର୍ୟମ୍ବକ/ ଭୁବନେଶ୍ୱର ରୂପୀ ଶିବଙ୍କ ପୂଜା କରାଯାଏ।

୫. ଭୈରବୀଙ୍କ ଅନ୍ୟନାମ ତ୍ରିପୁର ଭୈରବୀ। ଭୈରବୀଙ୍କ ଅଙ୍ଗକାନ୍ତି ସହସ୍ର ଉଦିତ ସୂର୍ଯ୍ୟ ଭଳି। ତାଙ୍କ ଗଳାଦେଶରେ ନରମୁଣ୍ଡମାଳ ରହିଛି। ଭୈରବୀଙ୍କର ଚୈତନ୍ୟଭୈରବୀ, ସମ୍ପତ୍ ପ୍ରଦା, କୌଳେଶ୍ୱରୀ, ଷଟ୍ କୁଟା, ରୁଦ୍ର, ଅନ୍ନଦା, ଭୁବନା, ବାଳା ଆଦି ଅନେକ ରୂପ ରହିଛି। ଚାରିହସ୍ତରେ ରହିଛି ଅଭୟ ମୁଦ୍ରା, ବରମୁଦ୍ରା, ଜପମାଳା ଓ ପୁସ୍ତକ, ମସ୍ତକରେ ରତ୍ନ ମୁକୁଟ। ସେ ମୃଦୁହାସ୍ୟଯୁକ୍ତା ଓ ତାଙ୍କ ଓଷ୍ଠ ରକ୍ତିମ। ସେ ବାକ୍ ସିଦ୍ଧି, ମାନସିକ ଶାନ୍ତି ଆଦି ପ୍ରଦାନ କରିଥାନ୍ତି। ଏହାଙ୍କ ଭୈରବ ବା ଶିବ ହେଲେ ଦକ୍ଷିଣାମୂର୍ତ୍ତି।

୬. ଛିନ୍ନମସ୍ତା ଦଶମହାବିଦ୍ୟା ମଧ୍ୟରେ ସବୁଠାରୁ ପ୍ରଚଣ୍ଡ ମୂର୍ତ୍ତି ଧାରଣ କରିଛନ୍ତି ତେଣୁ ତାଙ୍କୁ ପ୍ରଚଣ୍ଡଚଣ୍ଡୀ ମଧ୍ୟ କୁହାଯାଏ। ନିଜ ଛିନ୍ନ ଗଳଦେଶରୁ ନିର୍ଗତ ରୁଧିର ଧାର ପାନ କରିବାରେ ଛିନ୍ନମସ୍ତା ସର୍ବଦା ପ୍ରମତ୍ତ। ଛିନ୍ନମସ୍ତାଙ୍କ ଦୁଇ ପାର୍ଶ୍ୱରେ ଅଛନ୍ତି ବର୍ଣ୍ଣିନୀ ଓ ଡାକିନୀ। ସେ ଦୁହେଁ ମଧ୍ୟ ଛିନ୍ନମସ୍ତାଙ୍କ ରୁଧିର ପାନ କରିଥାନ୍ତି। ଛିନ୍ନମସ୍ତାଙ୍କ ଅନ୍ୟନାମ ବୈରୋଚନୀ, ସେ ସମସ୍ତ ଶତୃ ସଂହାର କାରିଣୀ, ଯୋଗସିଦ୍ଧିଦାୟିନୀ, ସମସ୍ତ ଦୁର୍ଭାଗ୍ୟ ନାଶକାରିଣୀ। ଏହାଙ୍କ ଶିବ ହେଲେ କବନ୍ଧ।

୭.ଧୂମାବତୀ ଦୀର୍ଘାଙ୍ଗୀ, ମଳିନବସ୍ତ୍ର ପରିହିତା ତଥା ବିଧବାରୂପ ଧାରିଣୀ, ତେଣୁ ସେ ଶିବଙ୍କ ବିନା ପୂଜିତା। ତାଙ୍କର ଗୋଟିଏ ହସ୍ତରେ ଅଛି କୁଲା, ଅନ୍ୟ ହସ୍ତରେ ବରମୁଦ୍ରା। ସେ ଦୁଃଖହାରିଣୀ, ବାଦବିବାଦରୁ ମୁକ୍ତିଦାୟିନୀ ଏବଂ ମୋକ୍ଷଦାୟିନୀ।

୮.ବଗଳାମୁଖୀଙ୍କଠାରେ କାଳୀ, ତାରା, ଷୋଡ଼ଶୀଙ୍କ ଶକ୍ତି ଏକୀଭୁତ ହୋଇଛି। ସେ ହଳଦୀବର୍ଣ୍ଣ ବସ୍ତ୍ର ପରିଧାନ କରନ୍ତି। ସ୍ୱର୍ଣ୍ଣସିଂହାସନରେ ଉପନିବେଶ କରିଥାନ୍ତି। ତାଙ୍କର ଗୋଟିଏ ହସ୍ତରେ ଅଛି ମୁଦ୍ଗର, ଅନ୍ୟ ହସ୍ତରେ ଶତ୍ରୁର ଜିହ୍ୱା। ବଗଳାମୁଖୀ ଆଶୁ ଫଳ ପ୍ରଦାନ କରନ୍ତି, ସାଧନାମାର୍ଗର ବାଧା ଦୂର କରନ୍ତି ଏବଂ ସମସ୍ତ ଶତୃଙ୍କ ବାକ୍ ସ୍ତମ୍ଭନ କରିଥାନ୍ତି। ବଗଳାଙ୍କ ଶିବ ହେଲେ ମହାରୁଦ୍ର ବା ମୃତ୍ୟୁଞ୍ଜୟ।

୯.ମାତଙ୍ଗୀଙ୍କ ଶରୀରର ବର୍ଣ୍ଣ ଶ୍ୟାମ ବା ସବୁଜ। ଚାରି ହସ୍ତରେ ପାଶ, ଅଙ୍କୁଶ, ଖଡ୍ଗ ଓ ଖେଟକ। ସେ ବୀଣା, ବେଣୁ, ମୃଦଙ୍ଗ ଆଦି ବାଦ୍ୟପ୍ରିୟା ତଥା ତାଙ୍କ ଚତୁଃପାର୍ଶ୍ୱରେ ଶୁକପକ୍ଷୀମାନେ ବିଚରଣ କରୁଥାନ୍ତି। ସେ ରତ୍ନସିଂହାସନରେ ଉପନିବେଶ କରନ୍ତି। ମାତଙ୍ଗୀ ସୂର୍ଯ୍ୟଙ୍କ ଇଷ୍ଟଦେବୀ। ସେ ଜ୍ଞାନଦାୟିନୀ, ତଥା ଶବ୍ଦ ଓ ସଙ୍ଗୀତ ଶାସ୍ତ୍ରରେ ସିଦ୍ଧିଦାୟିନୀ। ମାତଙ୍ଗୀଙ୍କ ଶିବ ମତଙ୍ଗ ରୂପେ ପୂଜିତ।

୧୦.କମଳା ହେଉଛନ୍ତି ମହାଲକ୍ଷ୍ମୀ। କେତେକ ତନ୍ତ୍ରଶାସ୍ତ୍ରରେ କମଳା ବା କମଳାତ୍ମିକାଙ୍କୁ ପ୍ରଧାନ ମହାଶକ୍ତି ରୂପେ ବର୍ଣ୍ଣନା କରାଯାଇଛି। କମଳାଙ୍କ ଉପାସନା କଲେ ସାଧକ ଧନଧାନ୍ୟ ଗୋପ ଲକ୍ଷ୍ମୀରେ ଭୋଗୀ ହୋଇଥାନ୍ତି। କମଳାଙ୍କ ଅଙ୍ଗକାନ୍ତି ସୁନା ଭଳି। ୪ଟି ହାତୀ ତାଙ୍କୁ ସ୍ୱର୍ଣ୍ଣକୁମ୍ଭ ସାହାଯ୍ୟରେ ଅଭିଷେକ କରୁଛନ୍ତି। ତାଙ୍କ ହସ୍ତରେ ଅଛି ଓ ଅଭୟମୁଦ୍ରା, ଦୁଇଟି ପଦ୍ମ। ସେ ନିଜେ ପଦ୍ମ ଉପରେ ବିରାଜମାନ କରିଥାନ୍ତି। ଏହାଙ୍କ ଶିବଙ୍କ ନାମ ମହାବିଷ୍ଣୁ ବା ନାରାୟଣ।

ଏହି କ୍ରମରେ ଶାକ୍ତ ପରମ୍ପରା ଆବହମାନ କାଳରୁ ଚାଲି ଆସୁଥିବା ବେଳେ ବିଭିନ୍ନ ମତ ମଧ୍ୟ ପ୍ରକାଶ ପାଇଥାଏ , କିନ୍ତୁ ଶାକ୍ତ ପରମ୍ପରା ସମଗ୍ର ବିଶ୍ବର ନିୟନ୍ତ୍ରକ ଆଦି ଶକ୍ତି ଙ୍କ ଉପାସନା କରି ସତ ମାର୍ଗରେ ଚଳିବାକୁ ପ୍ରେରଣା ଯୋଗାଇ ଦେଇଥାଏ। କ୍ରମଶଃ ସେସବୁ ପରମ୍ପରା କେବଳ ପୋଥିରେ ରହିଯାଉଥିବା ଦେଖାଯାଉଛି। ତଥାପି ସାମ୍ପ୍ରତିକ ସ୍ଥିତିରେ ସମସ୍ତ ସନାତନ ହିନ୍ଦୁ ଧର୍ମାବଲମ୍ବୀ ଶାକ୍ତ ପରମ୍ପରା ଆଧାରରେ ଉପାସନା କରି ଜୀବନକୁ ସରଳ, ନିରାମୟ ଓ ପରୋପକାରୀ ମାନସିକତା ବୃଦ୍ଧି କରିବା ଉଚିତ।

ଜୁନାଗଡ, କଳାହାଣ୍ଡି, ଓଡ଼ିଶା ୭୬୬୦୧୪
ମୋ,- +୯୧ ୭୬୦୫୯ ୨୫୫୩୩

Share. Facebook Twitter LinkedIn Email WhatsApp Copy Link

Related Posts

ଏବେ OTTରେ ଧମାକା କରିବ କାଜୋଲଙ୍କ ଫିଲ୍ମ ‘ମା’, ଜାଣନ୍ତୁ କେବେ ଏବଂ କେଉଁଠି ଦେଖିପାରିବେ?

August 21, 2025

କ୍ୟାପିଟାଲ ରିଜନ ରିଙ୍ଗ ରୋଡ ମଞ୍ଜୁର କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

August 21, 2025

ଦୁର୍ବଳ ହେଲା ସୃଷ୍ଟ ଲଘୁଚାପ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା

August 21, 2025

ଭାରତକୁ ଶତ୍ରୁ ପରି ବ୍ୟବହାର କରିବା ରଣନୈତିକ ଭୁଲ’: ଟ୍ରମ୍ଫଙ୍କୁ ଭର୍ତ୍ସନା କଲେ ନିକି ହେଲି

August 21, 2025
Latest News

ଏବେ OTTରେ ଧମାକା କରିବ କାଜୋଲଙ୍କ ଫିଲ୍ମ ‘ମା’, ଜାଣନ୍ତୁ କେବେ ଏବଂ କେଉଁଠି ଦେଖିପାରିବେ?

August 21, 2025

କ୍ୟାପିଟାଲ ରିଜନ ରିଙ୍ଗ ରୋଡ ମଞ୍ଜୁର କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

August 21, 2025

ଦୁର୍ବଳ ହେଲା ସୃଷ୍ଟ ଲଘୁଚାପ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା

August 21, 2025

ଭାରତକୁ ଶତ୍ରୁ ପରି ବ୍ୟବହାର କରିବା ରଣନୈତିକ ଭୁଲ’: ଟ୍ରମ୍ଫଙ୍କୁ ଭର୍ତ୍ସନା କଲେ ନିକି ହେଲି

August 21, 2025

ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ବି ସୁଦର୍ଶନ ରେଡ୍ଡୀ

August 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.