Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ: ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଦେବେ ଯୋଗ
ଜାତୀୟ ଖବର

ଆଜି ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ: ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଦେବେ ଯୋଗ

October 30, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଗୁଜରାଟ ଗସ୍ତ କରିବେ। ଆଜି ସେ ଏକତା ନଗର, କେଭାଡିଆ ଯିବେ ଏବଂ ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ଏକତା ନଗରରେ ୨୮୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଭିତ୍ତିଭୂମି ଏବଂ ବିକାଶ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ଏହାପରେ ସନ୍ଧ୍ୟା ପ୍ରାୟ ୬ ଟାରେ ସେ ଆରମ୍ଭ ୬.୦ରେ ୯୯ତମ କମନ୍ ଫାଉଣ୍ଡେସନ୍ ପାଠ୍ୟକ୍ରମର ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କୁ ସମ୍ବୋଧିତ କରିବେ। ଅକ୍ଟୋବର ୩୧ ତାରିଖ ସକାଳ ପ୍ରାୟ ୭ଟା ୧୫ ମିନିଟରେ ପ୍ରଧାନମନ୍ତ୍ରୀ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପୁଷ୍ପମାଲ୍ୟ ଅର୍ପଣ କରିବେ ଏବଂ ଏହା ପରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯିବ ।

ପ୍ରଧାନମନ୍ତ୍ରୀ ଏକତା ନଗରରେ ବିଭିନ୍ନ ଭିତ୍ତିଭୂମି ଏବଂ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପଗୁଡିକ ପର୍ଯ୍ୟଟନ ଅଭିଜ୍ଞତାକୁ ବଢ଼ାଇବା, ଉପଲବ୍ଧତା ରେ ଉନ୍ନତି ଆଣିବା ଏବଂ ଏହି ଅଞ୍ଚଳରେ ସ୍ଥାୟୀତା ପଦକ୍ଷେପକୁ ସମର୍ଥନ କରିବା ଲକ୍ଷ୍ୟ ରଖିଛି।

ପ୍ରଧାନମନ୍ତ୍ରୀ ଆରମ୍ଭ ୬.୦ରେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ୯୯ତମ କମନ୍ ଫାଉଣ୍ଡେସନ୍ ପାଠ୍ୟକ୍ରମର ଅଧିକାରୀ ପ୍ରଶିକ୍ଷାର୍ଥୀମାନଙ୍କୁ ସମ୍ବୋଧିତ କରିବେ। ଚଳିତ ବର୍ଷର କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ‘ଆତ୍ମନିର୍ଭର ଓ ବିକଶିତ ଭାରତର ରୋଡ୍ ମ୍ୟାପ୍’। ୯୯ତମ କମନ୍ ଫାଉଣ୍ଡେସନ୍ ପାଠ୍ୟକ୍ରମ – ଆରମ୍ଭ ୬.୦ – ଭାରତର ୧୬ଟି ସିଭିଲ୍ ସର୍ଭିସ୍ ଏବଂ ଭୁଟାନର ୩ଟି ସିଭିଲ୍ ସର୍ଭିସର ୬୫୩ ଜଣ ଅଫିସର ପ୍ରଶିକ୍ଷଣର୍ଥୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।

ଅକ୍ଟୋବର ୩୧ ରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଅଂଶଗ୍ରହଣ କରିବେ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବେ। ସେ ଏକତା ଦିବସ ଶପଥ ପାଠ କରାଇବେ ଏବଂ ଏକତା ଦିବସ ପରେଡ୍ ର ସାକ୍ଷୀ ହେବେ ଯେଉଁଥିରେ ୯ଟି ରାଜ୍ୟ ଏବଂ ୧ଟି କେନ୍ଦ୍ରଶାସିତ ଅଞ୍ଚଳର ୧୬ଟି ମାର୍ଚିଂ ଦଳ, ୪ଟି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ, ଏନସିସି ଏବଂ ଏକ ଶୋଭାଯାତ୍ରା ଦଳ ସାମିଲ ହେବେ। ଏନଏସଜିର ହେଲ୍ ମାର୍ଚ ଦଳ, ବିଏସଏଫ ଓ ସିଆରପିଏଫ ମହିଳା ଓ ପୁରୁଷ ବାଇକ୍ ଆରୋହୀଙ୍କ ଡେୟାରଡେଭିଲ୍ ସୋ, ବିଏସଏଫ ଦ୍ୱାରା ଭାରତୀୟ ମାର୍ଶାଲ ଆର୍ଟର ମିଶ୍ରଣ ଉପରେ ଏକ ଶୋ, ସ୍କୁଲ ପିଲାଙ୍କ ପାଇପ୍ ବ୍ୟାଣ୍ଡ୍ ଶୋ, ଭାରତୀୟ ବାୟୁସେନା ଦ୍ୱାରା ‘ସୂର୍ଯ୍ୟ କିରଣ’ ଫ୍ଲାଇପାଷ୍ଟ ଆଦି ବିଶେଷ ଆକର୍ଷଣ ରହିଛି।

ଗୁଜରାଟ ଗସ୍ତ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଏକତା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ରେକର୍ଡ କୋଚ୍ ଉତ୍ପାଦନ ସହିତ ସୁଲଭ ଯାତ୍ରାକୁ ସୁଦୃଢ଼ କଲା ଭାରତୀୟ ରେଳବାଇ

January 7, 2026

ଶ୍ରୀମନ୍ଦିରରେ ବନକଲାଗି ନୀତି: ୫ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

January 7, 2026

ଆଗାମୀ ବଜେଟ୍ ପ୍ରସ୍ତୁତି ନିମନ୍ତେ ଜନସାଧାରଣଙ୍କ ଠାରୁ ମତାମତ ଆହ୍ୱାନ କଲା ଅର୍ଥ ବିଭାଗ

January 7, 2026

ନାବାଳିକାଙ୍କୁ ଦୁଷ୍କର୍ମ ଓ ନିର୍ମମ ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶ ଦେଲେ ପଦ୍ମପୁର ପୋକ୍ସୋ କୋର୍ଟ

January 7, 2026
Latest News

ରେକର୍ଡ କୋଚ୍ ଉତ୍ପାଦନ ସହିତ ସୁଲଭ ଯାତ୍ରାକୁ ସୁଦୃଢ଼ କଲା ଭାରତୀୟ ରେଳବାଇ

January 7, 2026

ଶ୍ରୀମନ୍ଦିରରେ ବନକଲାଗି ନୀତି: ୫ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

January 7, 2026

ଆଗାମୀ ବଜେଟ୍ ପ୍ରସ୍ତୁତି ନିମନ୍ତେ ଜନସାଧାରଣଙ୍କ ଠାରୁ ମତାମତ ଆହ୍ୱାନ କଲା ଅର୍ଥ ବିଭାଗ

January 7, 2026

ନାବାଳିକାଙ୍କୁ ଦୁଷ୍କର୍ମ ଓ ନିର୍ମମ ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶ ଦେଲେ ପଦ୍ମପୁର ପୋକ୍ସୋ କୋର୍ଟ

January 7, 2026

ଆସନ୍ତା ୨୦ରୁ ୨୬ ପର୍ଯ୍ୟନ୍ତ ଢେଙ୍କାନାଳ ମହୋତ୍ସବ

January 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.