Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମୋଦୀ ସରକାର ବିରୋଧରେ ଗର୍ଜିବେ କୃଷକ ଶ୍ରମିକ ସଂଗଠନ, ଦେଶବ୍ୟାପି ଚେତାବନୀ ସମାବେଶ ଆହ୍ବାନ
ଜାତୀୟ ଖବର

ମୋଦୀ ସରକାର ବିରୋଧରେ ଗର୍ଜିବେ କୃଷକ ଶ୍ରମିକ ସଂଗଠନ, ଦେଶବ୍ୟାପି ଚେତାବନୀ ସମାବେଶ ଆହ୍ବାନ

November 4, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ମୋଦୀ ସରକାର ବିରୋଧରେ
ମୋଦୀ ସରକାର ବିରୋଧରେ ଗର୍ଜିବେ କୃଷକ ଶ୍ରମିକ ସଂଗଠନ, ଦେଶବ୍ୟାପି ଚେତାବନୀ ସମାବେଶ ଆହ୍ବାନ

ଭୁବନେଶ୍ୱର: ଆସନ୍ତା ୨୬ ନଭେମ୍ବରରେ କୃଷକ,ଶ୍ରମିକ, କୃଷି ଶ୍ରମିକ, ବିଭିନ୍ନ ବର୍ଗର ଅଣ-ସଂଗଠିତ ଶ୍ରମିକ ଏବଂ ଭାଗଚାଷୀ ମାନେ ମିଳିତ ଭାବେ ସାରା ଦେଶର ୫୦୦ରୁ ଉର୍ଦ୍ଧ୍ବ ଜିଲ୍ଲାରେ ପ୍ରତିବାଦ କାର୍ଯ୍ୟକ୍ରମ ଡାକରାକୁ ସଫଳ କରିବା ପାଇଁ ଆଜି ଭୁବନେଶ୍ୱର ଇଣ୍ଡିଆନ୍ ନ୍ୟାସନାଲ ଟ୍ରେଡ୍ ୟୁନିୟନସ(ଆଇ.ଏନ୍.ଟି.ୟୁ.ସି) କାର୍ଯ୍ୟାଳୟ ପରିସରରେ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ସ୍ତରୀୟ ଶ୍ରମିକ, କୃଷକ ଓ ଗଣ ସଂଗଠନ ମାନଙ୍କର ଏକ ମିଳିତ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି।

ବିଶିଷ୍ଟ ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆଙ୍କ ସଭାପତିତ୍ବ ଓ କୃଷକ ନେତା ସୁରେଶ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ଓଡିଶାର ରାଜଧାନୀ ଭୁବନେଶ୍ୱର ସମେତ ୩୦ଟି ଜିଲ୍ଲାର ସଦର ମହକୁମାରେ ୨୬ ନଭେମ୍ବର ଦିନ କୃଷକ ଓ ଶ୍ରମିକ ମାନେ ମିଳିତ ଭାବେ ଚେତାବନୀ ସମାବେଶ ଆୟୋଜନ କରିବାକୁ ନିଷ୍ପତି ନିଆଯାଇଛି।

କୃଷିର କର୍ପୋରେଟକରଣ ବନ୍ଦ କରିବା, ଫସଲର ସୁନିଶ୍ଚିତ କ୍ରୟ ବ୍ୟବସ୍ଥା ସହ  ସମସ୍ତ ଫସଲ ପାଇଁ ସି-୨ ଯୁକ୍ତ ଏହାର ୫୦ ଶତାଂଶ ହାରରେ  ସର୍ବନିମ୍ନ ସହାୟକ ମୂଲ୍ୟ (MSP@C2+50%) କାର୍ଯ୍ୟକାରୀ କରିବା ,ଋଣଭାରରୁ ମୁକ୍ତି ଏବଂ କୃଷକ ଆତ୍ମହତ୍ୟା ବନ୍ଦ କରିବା ନିମନ୍ତେ କୃଷକମାନଙ୍କ ଉପରୁ ଋଣ ଛାଡ଼ କରିବା ପାଇଁ ଏହି ଚେତାବନୀ ସମାବେଶ ଆୟୋଜନ କରାଯାଉଛି।

ସେହିପରି ବିଜୁଳି ଶକ୍ତିର ଘରୋଇକରଣ ବନ୍ଦ କରିବା, ପ୍ରିପେଡ୍ ସ୍ମାର୍ଟ ମିଟର ବ୍ୟବସ୍ଥା ପ୍ରଚଳନ ବନ୍ଦ କରିବା, ରାଷ୍ଟ୍ରାୟତ୍ତ ବୀମା ସଂସ୍ଥା ଅଧୀନରେ ଏକ ସାମଗ୍ରିକ ଫସଲ ବୀମା ପ୍ରଚଳନ,କୃଷକ ମାନଙ୍କ ନିମନ୍ତେ ମାସିକ ପେନସନ ବାବଦରେ ୧୦୦୦୦ ଟଙ୍କା ମଞ୍ଜୁର ଏବଂ କର୍ପୋରେଟ ସଂସ୍ଥା ଦ୍ଵାରା ବଳପୂର୍ବକ ଜମି  ଅଧିଗ୍ରହଣ ବନ୍ଦ କରିବା ନିମନ୍ତେ ଏହି ପ୍ରତିବାଦ ସମାବେଶରେ ଦାବି କରାଯିବ ।

ସେହିପରି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସମୁହ ମାନଙ୍କର ବିଭିନ୍ନ  ଦାବି  ଯଥା: ୪ଟି ଶ୍ରମ କୋଡ୍ ଉଚ୍ଛେଦ, ମାସିକ ସର୍ବନିମ୍ନ ମଜୁରୀ ୨୬,୦୦୦  ଟଙ୍କା କାର୍ଯ୍ୟକାରୀ କରିବା, ରାଷ୍ଟ୍ରାୟତ୍ତ କ୍ଷେତ୍ରର ଘରୋଇକରଣ ବାତିଲ, ଜାତୀୟ ସମ୍ପତ୍ତିକୁ ଗଳା ବାଟ ଦେଇ ଘରୋଇକରଣ ପାଇଁ ପ୍ରଚଳନ କରାଯାଇଥିବା “ନ୍ୟାସନାଲ ମନିଟାଇଜେସନ୍ ପାଇପଲାଇନ୍ (ଏନ୍.ଏମ୍.ପି)” କୁ ବର୍ଜନ କରିବା  ଏବଂ ଶ୍ରମର (ଚାକିରୀର) ଠିକାକରଣ ବନ୍ଦ କରିବା ଇତ୍ୟାଦି  ଦାବିଗୁଡିକ ମଧ୍ୟ ୨୬ ନଭେମ୍ବର ଦେଶବ୍ୟାପୀ ପ୍ରତିବାଦ ତଥା ଚେତାବନୀ ସମାବେଶରେ ପ୍ରମୁଖ ଦାବି ଭାବରେ ପ୍ରଚାର ଅଭିଯାନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଏଥିପାଇଁ ମୋଦୀ ସରକାରଙ୍କୁ କୃଷକ ଓ ଶ୍ରମିକ ସଂଗଠନଗୁଡ଼ିକ ୩ ମାସର ଚରମପତ୍ର ପ୍ରଦାନ କରିବେ ଏବଂ ବିଭିନ୍ନ ଜିଲ୍ଲା ମହକୁମାରେ ବିକ୍ଷୋଭ, ପ୍ରତିବାଦ, ଧାରଣା ଓ ଶୋଭାଯାତ୍ରା ଆୟୋଜନ କରି ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବାକୁ ନିଷ୍ପତି ନିଆଯାଇଛି। ଯଦି ସେହି ସମୟ ମଧ୍ୟରେ ପ୍ରକୃତ ଦାବି କାର୍ଯ୍ୟକାରୀ କରାନଯାଏ ତେବେ ସମସ୍ତ ଦାବି ପୂରଣ ହେବା ପର୍ଯ୍ୟନ୍ତ ଶ୍ରମିକ ସଂଗଠନ, କ୍ଷେତ ମୁଲିଆ (କୃଷି ଶ୍ରମିକ) ସଙ୍ଗଠନ ଏବଂ ଭାଗଚାଷୀଙ୍କ ସଙ୍ଗଠନ ସହ ସମନ୍ୱୟ ରକ୍ଷା କରି ବ୍ୟାପକ ଭାବେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଦେଶବ୍ୟାପୀ କର୍ପୋରେଟ୍ ବିରୋଧୀ ଆନ୍ଦୋଳନ- ସଂଗ୍ରାମକୁ ଜୋରଦାର କରିବାକୁ କେନ୍ଦ୍ରୀୟ ଘୋଷଣାକୁ ସମର୍ଥନ କରାଯାଇଛି।

ଏଥିପାଇଁ ସମସ୍ତ କୃଷକ ସଂଗଠନ, ଟ୍ରେଡ୍ ୟୁନିୟନ ଓ ଅନ୍ୟାନ୍ୟ ଗଣ ସଂଗଠନ ମାନେ ବିଭିନ୍ନ ଜିଲ୍ଲାରେ ମିଳିତ ପ୍ରସ୍ତୁତି ବୈଠକ ଆୟୋଜନ କରି ପ୍ରଚାର ଅଭିଯାନ ତଥା କାର୍ଯ୍ୟକ୍ରମ ଆୟୋଜନ ଓ ସଂଯୋଜନା କରିବାକୁ ନିଷ୍ପତି ନିଆଯାଇଛି । ନଭେମ୍ବର ୨୬ ତାରିଖରେ ଜିଲ୍ଲା ସଦର ମହକୁମାରେ ଚେତାବନୀ ଶୋଭାଯାତ୍ରାରେ ସାମିଲ ହେବାକୁ ସମସ୍ତ କୃଷକ ଓ ଶ୍ରମିକ ମାନଙ୍କୁ ଆହ୍ୱାନ କରାଯାଇଛି।

ଏହି ଶୋଭାଯାତ୍ରା ମାଧ୍ୟମରେ  ୨୦୨୦ ମସିହାରେ “ସଂସଦ ଅଭିମୁଖେ  ଐତିହାସିକ କୃଷକ ପଦଯାତ୍ରା” ଏବଂ ଶ୍ରମିକମାନଙ୍କ  ସାଧାରଣ ଧର୍ମଘଟ”ର ଚତୁର୍ଥ ବାର୍ଷିକୀ ପାଳନ କରାଯିବ , ଯେଉଁ ଐତିହାସିକ କୃଷକ ଆନ୍ଦୋଳନ ଯାହା ୩୮୪ ଦିନ ଧରି ଚାଲିଥିଲା ଏବଂ ଭାରତୀୟ ସଂସଦରେ ଏନ୍.ଡି.ଏ-୨ ସରକାରଙ୍କୁ କୁଖ୍ୟାତ ୩ଟି  କୃଷି ଆଇନ ପ୍ରତ୍ୟାହାର କରିବାକୁ ବାଧ୍ୟ କରିଥିଲା ।

କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସମୂହ, ଅନ୍ୟାନ୍ୟ  ଟ୍ରେଡ୍ ୟୁନିୟନ ସଂଗଠନ ସମୂହ  ଏବଂ କୃଷି ଶ୍ରମିକ ସଂଗଠନର ପ୍ଲାଟଫର୍ମ , ଏହି ସମସ୍ତ ସଂଗଠନ ମାନଙ୍କର  ମିଳିତ ମଞ୍ଚ ସହ ମିଳିତ ଭାବେ ଏହି ଆନ୍ଦୋଳନ ଶୋଭାଯାତ୍ରା ଆୟୋଜନ କରାଯିବ। କୃଷକ ଓ ଶ୍ରମିକଙ୍କ ଦାବି ସହିତ କୃଷି ଶ୍ରମିକ ଭାଗଚାଷୀ, ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଅଧିକାର, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଓ ବନ୍ୟପ୍ରାଣୀମାନଙ୍କ ଦ୍ୱାରା ଫସଲ କ୍ଷତିର‌ ଉପଯୁକ୍ତ କ୍ଷତିପୂରଣ ଦାବି ଓ ଅନ୍ୟାନ୍ୟ ଆଞ୍ଚଳିକ ଦାବି ମଧ୍ୟ ଏହି ସ୍ମାରକପତ୍ର ଜରିଆରେ ପ୍ରଦାନ କରାଯିବ ।

ଆଜିର ଏହି ମିଳିତ କୃଷକ ଓ ଶ୍ରମିକ ସଂଗଠନ ବୈଠକରେ ଆଇ.ଏନ୍.ଟି.ୟୁ.ସି(INTUC), ସିଟୁ(CITU), ଏଆଇୟୁଟିୟୁସି(AIUTUC), ଏଆଇସିସିଟି଼ୟୁ (AICCTU), ଏଆଇଟିୟୁସି (AITUC), ଏଚ୍.ଏମ୍.ଏସ୍ (HMS), ଟିୟୁସିଆଇ (TUCI), ଓଡ଼ିଶା କୃଷକ ସଭା, (AIKS-OKS), ଅଖିଳ ଭାରତ କୃଷକ ସଭା (AIKS), ଅଲ୍ ଇଣ୍ଡିଆ କୃଷକ କ୍ଷେତ ମଜଦୂର ସଂଗଠନ (AIKKMS), ଅଖିଳ ଭାରତ କିଷାନ୍ ମହାସଭା (AIKM), ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା (AIKKS), ଶିକ୍ଷକ ମହାସଂଘ, ଭାରତୀୟ ଜାତୀୟ ମହିଳା ଫେଡେରେସନ(NFIW), ଡେମୋକ୍ରାଟିକ୍ ୟୁଥ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (DYFI), ଇନସାଫ୍(INSAF) ଆଦି ସଂଗଠନ ଯୋଗଦେଇଥିଲେ।

ଏହି ପ୍ରକ୍ରିୟାରେ ମୂଳରୁ ସାମିଲ ଥିବା ପଶ୍ଚିମ ଓଡ଼ିଶାର ପ୍ରମୁଖ କୃଷକ ସଂଗଠନ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି (POKSSS), ଅଖିଳ ଭାରତ କିଷାନ୍ ମଜଦୂର ସଭା (AIKMS), ଅଖିଳ ଭାରତ କ୍ଷେତ ମଜଦୂର କିଷାନ ସଭା (AIKMKS), ଟିୟୁସିସି(TUCC), ଏଆଇଏକେଏସ୍ (AIAKS) କୁ ଆଜିର ବୈଠକର ନିଷ୍ପତ୍ତି ସଂପର୍କରେ ଅବଗତ କରାଯାଇ ୨୬ ନଭେମ୍ବର ଦେଶବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମକୁ ମିଳିତ ତଥା ସଂଯୋଜିତ ଭାବେ ସଫଳ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

କୃଷକ ସଂଗଠନ ଚେତାବନୀ ସମାବେଶ ଶ୍ରମିକ ସଂଗଠନ
Share. Facebook Twitter LinkedIn Email WhatsApp Copy Link

Related Posts

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Latest News

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025

“ପୂର୍ବ ଭାରତର ଶ୍ରେଷ୍ଠ ଆଇଟିଆଇ” ଭାବେ ସମ୍ମାନିତ ହେଲା ବଡବିଲ ଆଇଟିଆଇ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.