Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ସାରା ଦେଶରେ ଉତ୍ସାହପୂର୍ଣ୍ଣ ଭାବେ ଅତିକ୍ରମ କଲା ୧୦,୦୦୦ ପଞ୍ଜୀକରଣ
ଜାତୀୟ ଖବର

କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ସାରା ଦେଶରେ ଉତ୍ସାହପୂର୍ଣ୍ଣ ଭାବେ ଅତିକ୍ରମ କଲା ୧୦,୦୦୦ ପଞ୍ଜୀକରଣ

November 4, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା
ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ  ୱାର୍ଲ୍ଡ ଅଡିଓ ଭିଜୁଆଲ୍ ଏଣ୍ଟରଟେନମେଣ୍ଟ ସମିଟ (ୱେଭ୍ସ)ର ଅଗ୍ରଣୀ କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ୍ – ସିଜିନ୍ ୧ (ସିଆଇସି) କୁ ମିଳୁଥିବା ଜବରଦସ୍ତ ପ୍ରତିକ୍ରିୟା ସମ୍ପର୍କରେ ଘୋଷଣା କରି ଆନନ୍ଦ ପ୍ରକାଶ କରିଛି। ୱେଭ୍ସ ମିଶନକୁ ଆଧାର କରି କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ସୃଜନଶୀଳ ଅଭିବ୍ୟକ୍ତି ଏବଂ ନବସୃଜନ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରି ଏହି ଦୃଷ୍ଟିକୋଣକୁ ଜୀବନ୍ତ କରିଛି ।

ଭାରତର କ୍ରିଏଟର୍ସ ଇକୋନୋମି ଉପରେ ଗଭୀର ପ୍ରଭାବ ପକାଇବା, ବିଷୟବସ୍ତୁ ପ୍ରସ୍ତୁତକାରୀ ଏବଂ ସୃଜନକାରୀ ମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା, ସେମାନଙ୍କ ଦକ୍ଷତାକୁ ମୁଦ୍ରାକରଣ କରିବା ଏବଂ ଭାରତୀୟ ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପର ଅଭିବୃଦ୍ଧିରେ ଯୋଗଦାନ କରିବା ସିଆଇସିର ଲକ୍ଷ୍ୟ ରହିଛି । ଏହା ବିଶ୍ୱସ୍ତରରେ ଭାରତର ସଫ୍ଟ ପାୱାର (କୋମଳ ଶକ୍ତି)କୁ  ବୃଦ୍ଧି କରିଥାଏ ଏବଂ ଭାରତର ଉଦୀୟମାନ ସୃଜନଶୀଳ ପ୍ରତିଭାଙ୍କ ପାଇଁ ଏକ ଲଞ୍ଚପ୍ୟାଡ୍ ଭାବରେ କାର୍ଯ୍ୟ କରେ, ଯାହା ସେମାନଙ୍କୁ ବିଶ୍ୱସ୍ତରୀୟ ସ୍ୱୀକୃତି ଆଡକୁ ଆଗେଇ ନେଇଥାଏ ।

ୱେଭ୍ସ ୱେବସାଇଟ : https://wavesindia.org/challenges-2025 ରେ ସମସ୍ତ ଚ୍ୟାଲେଞ୍ଜ ପାଇଁ ପଞ୍ଜୀକରଣ ଖୋଲା ରହିଛି।

ସିଆଇସି : ନବସୃଜନ ପାଇଁ ଏକ ବିବିଧ ପ୍ଲାଟଫର୍ମ

ଚଳିତ ବର୍ଷ ଅଗଷ୍ଟ ୨୨ ତାରିଖରେ ଆରମ୍ଭ ହୋଇଥିବା ସିଆଇସି ଦେଶବ୍ୟାପୀ ଏବଂ ବିଶ୍ୱସ୍ତରରେ ଉଲ୍ଲେଖନୀୟ ଆକର୍ଷଣ ହାସଲ କରିଛି, ଯେଉଁଥିରେ ଟ୍ରୁଥ୍ ଟେଲ୍ ହାକାଥନ୍, କମିକ୍ସ କ୍ରିଏଟର ଚାମ୍ପିଅନସିପ୍, ଇସ୍ପୋର୍ଟସ୍ ଟୁର୍ଣ୍ଣାମେଣ୍ଟ, ଟ୍ରେଲର ମେକିଂ ପ୍ରତିଯୋଗିତା, ଥିମ୍ ମ୍ୟୁଜିକ୍ ପ୍ରତିଯୋଗିତା, ଏକ୍ସଆର୍ କ୍ରିଏଟର ହାକାଥନ୍, ଏଆଇ ଅବତାର କ୍ରିଏଟର ଚ୍ୟାଲେଞ୍ଜ, ଆନିମେ ଚ୍ୟାଲେଞ୍ଜ ସମେତ ୨୭ଟି ଚ୍ୟାଲେଞ୍ଜ ରହିଛି।

ମିଡିଆ ଏବଂ ମନୋରଞ୍ଜନ ଶିଳ୍ପର ବିଭିନ୍ନ କ୍ଷେତ୍ର , ଯଥା ପ୍ରସାରଣ, ବିଜ୍ଞାପନ, ସଙ୍ଗୀତ, ଏଭିଜିସି-ଏକ୍ସ, ଡିଜିଟାଲ ମିଡିଆ, ସୋସିଆଲ ମିଡିଆ, ଚଳଚ୍ଚିତ୍ର, ଉଦୀୟମାନ ପ୍ରଯୁକ୍ତି ବିଦ୍ୟା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଏହି ଚ୍ୟାଲେଞ୍ଜଗୁଡିକ ବ୍ୟାପକ ହୋଇ ରହିଛି ।

ସିଆଇସି କାର୍ଯ୍ୟକଳାପ ଜୋରସୋରରେ ଚାଲିଛି

ଦେଶବ୍ୟାପୀ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ଶିଳ୍ପ ସଂଘ ସହଯୋଗରେ ଅନେକ ସଫଳ ରୋଡ୍ ସୋ ଆୟୋଜନ କରାଯାଇଥିଲା । ସେପ୍ଟେମ୍ବର ୨୦, ୨୦୨୪ରେ ହାଇଦ୍ରାବାଦ ଠାରେ ଇଣ୍ଡିଆ ଗେମ୍ ଡେଭଲପର୍ ସମ୍ମିଳନୀ (ଆଇଜିଡିସି)ର ସମର୍ଥନରେ ୫୦ ଜଣ ଶିଳ୍ପ ପେସାଦାରଙ୍କ ସମେତ ୨୫୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ସେପ୍ଟେମ୍ବର ୨୮ ତାରିଖରେ ଚେନ୍ନାଇ ଭେଗାସ ଫେଷ୍ଟ ୫,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିଥିଲା, ଯାହା  ଫିକ୍କି ଦ୍ୱାରା ସଂଯୋଜିତ ଏଭିଜିସି କ୍ଷେତ୍ରର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲା । ଭାରତୀୟ ଗଣମାଧ୍ୟମ ଓ ମନୋରଞ୍ଜନ ସଂଘ (ଏମ୍ଇଏଆଇ) ଏବଂ ଏବିଏଆଇ ଏଭିଜିସି ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଓଇ)ର ମିଳିତ ଆନୁକୂଲ୍ୟରେ ଅକ୍ଟୋବର ୫ ତାରିଖରେ ବାଙ୍ଗାଲୋର ରୋଡ୍ ସୋ’ ମାଧ୍ୟମରେ ୪୦ – ୫୦ଟି ଶିଳ୍ପନେତୃତ୍ଵ ଓ ସଂଘ ମଧ୍ୟରେ ମୂଲ୍ୟବାନ ବାର୍ତ୍ତାଳାପର ବ୍ୟବସ୍ଥା କରିଥିଲା।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ବ୍ୟାପକ ଦର୍ଶକଙ୍କୁ ଆକର୍ଷିତ କରି ଏବଂ ଭାରତର ସୃଜନଶୀଳ ଉଦ୍ୟୋଗ ମଧ୍ୟରେ ସର୍ବାଧିକ ଅଂଶଗ୍ରହଣ କରି କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ (ସିଆଇସି) ସିଜିନ୍ – ୧ ଏବଂ ବିଶ୍ୱ ଅଡିଓ ଭିଜୁଆଲ୍ ଏଣ୍ଟରଟେନମେଣ୍ଟ  ଶିଖର ସମ୍ମିଳନୀ (ୱେଭ୍ସ) ର ପ୍ରସାରକୁ ବୃଦ୍ଧି କରିବା ପାଇଁ ସମଗ୍ର ଭାରତରେ ଆଗାମୀ ଗଣମାଧ୍ୟମ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ ସକ୍ରିୟ ସହଯୋଗ କରୁଛି।

ବର୍ତ୍ତମାନ ସୁଦ୍ଧା ୧୦,୦୦୦ରୁ ଅଧିକ ସଂଖ୍ୟାରେ ପଞ୍ଜୀକରଣ ହୋଇଥିବା ବେଳେ ଦୈନିକ ଏହି ସଂଖ୍ୟା ବୃଦ୍ଧି ପାଉଛି। ଏହାର ସଫଳତାକୁ ଆଧାର କରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସମଗ୍ର ଭାରତରେ ଅନେକ ରୋଡ୍ ସୋ’ ଆୟୋଜନ କରିବାକୁ ଯୋଜନା କରୁଛି, ଯେଉଁଥିରେ ଯୁବବର୍ଗ ଏବଂ ଛାତ୍ରଛାତ୍ରୀଙ୍କୁ ସାମିଲ କରିବା ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ସହ ଭାଗିଦାରୀ କରାଯିବ। ଡିଜିଟାଲ ମିଡିଆ, ଏଭିଜିସି ଏବଂ ଉଦୀୟମାନ ପ୍ରଯୁକ୍ତି ବିଦ୍ୟା ଭଳି ସୃଜନଶୀଳ କ୍ଷେତ୍ରର ସମ୍ଭାବନାକୁ ଉପଲବ୍ଧ କରିବାରେ ସାହାଯ୍ୟ କରି ଛାତ୍ରଛାତ୍ରୀ ଏବଂ ଉଦୀୟମାନ ନିର୍ମାତାମାନଙ୍କୁ ପ୍ରେରଣା ଯୋଗାଇବା ପାଇଁ ଏହି ଅଭିଯାନ ପ୍ରୟାସ କରୁଛି।

ୱେଭ୍ସ ଏବଂ କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜର ପ୍ରଭାବକୁ ଆହୁରି ବଢ଼ାଇବା ପାଇଁ ମନ୍ତ୍ରଣାଳୟ ଏକ ବ୍ୟାପକ ପ୍ରଚାର ଅଭିଯାନ ଯୋଜନା କରୁଛି। ଏଥିରେ ସୋସିଆଲ ମିଡିଆ ସହଯୋଗ, ଭାରତର ପ୍ରାୟ ୨୮ଟି ସ୍ଥାନରେ ଘରୋଇ ରୋଡ୍ ସୋ ଏବଂ ଯୁକ୍ତରାଷ୍ଟ୍ର ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନ​‌​‌ରେ ଅନ୍ତର୍ଜାତୀୟ ରୋଡ୍ ସୋ ଅନ୍ତର୍ଭୁକ୍ତ। ଏହି କାର୍ଯ୍ୟକ୍ରମ ଗୁଡ଼ିକ ସହଯୋଗକୁ ପ୍ରୋତ୍ସାହିତ କରିବ, ଉତ୍ସାହ ସୃଷ୍ଟି କରିବ ଏବଂ ବିଶ୍ୱସ୍ତରୀୟ ଅଂଶଗ୍ରହଣକୁ ଆକୃଷ୍ଟ କରିବ।

କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ଭାରତ ସରକାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026
Latest News

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.