Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପୁରୀରେ ଗୋ-ନବରାତ୍ର ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଜାତୀୟ ଖବର

ପୁରୀରେ ଗୋ-ନବରାତ୍ର ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

November 8, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link
ପୁରୀରେ ଗୋ-ନବରାତ୍ର ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୋସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ । ପୁରାଣ ଶାସ୍ତ୍ର ଅନୁଯାୟୀ ଗୋ ମାତାଙ୍କ ଠାରେ ତେତ୍ରିଶ କୋଟି ଦେବା ଦେବୀ ବାସ କରନ୍ତି। ସେଥିପାଇଁ କୁହାଯାଇଛି ଗୋମାତାଙ୍କ ପୂଜା କରିବା ଅର୍ଥ ଦେବତାଙ୍କୁ ସନ୍ତୁଷ୍ଟ କରିବା ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରୀ ହରିହରାନନ୍ଦ ଗୁରୁକୁଳମ୍‌ଠାରେ ଆୟୋଜିତ ଗୋ-ନବରାତ୍ର ମହୋତ୍ସବରେ କହିଛନ୍ତି।

ସୂଚନା ଯୋଗ୍ୟ ଯେ ଗୁରୁ ଗୋବିନ୍ଦ ଗୋ ସେବାଶ୍ରମ, ଓଡିଶା ଗୋ ସେବା ସମିତି ହରିହରାନନ୍ଦ ଗୁରୁକୁଳମ୍‌ ପକ୍ଷରୁ ପୁରୀ ଠାରେ ଚଳିତ ମାସ ୨ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଗୋ ନବରାତ୍ର ମହୋତ୍ସବ ଆୟୋଜନ ହୋଇଛି।

ମୁଖ୍ୟମନ୍ତ୍ରୀ ଏହି ମହୋତ୍ସବରେ ଉଦ୍‌ବୋଧନ ଦେଇ କହିଥିଲେ ଯେ କେଉଁ ଆବାହମାନ କାଳରୁ ଆମ ସଂସ୍କୃତି ଓ ପରମ୍ପରାରେ ଗୋ ବଂଶର ଏକ ଅଲଗା ମହତ୍ବ ରହିଛି। ପ୍ରଚୀନ କାଳରେ ଗୋ ମାତାଙ୍କ ସ୍ଥାନ କୌଣସି ରତ୍ନରୁ କମ୍ ନଥିଲା। ଗୋମାତା, ଗଙ୍ଗା, ଗୀତା, ଗାୟତ୍ରୀ ଓ ଗୁରୁ ହେଉଛନ୍ତି ଆମ ସଭ୍ୟତା ଓ ସଂସ୍କୃତିର ପ୍ରତୀକ।

ବୈଜ୍ଞାନିକ ଗବେଷଣାରୁ ଜଣାଯାଇଛି ଯେ ଗାଇର କ୍ଷୀର, ଗୋମୂତ୍ର ଓ ଗୋବରର ଔଷଧୀୟ ତତ୍ତ୍ବ ରହିଛି। ଆମର ଏହି ଅମୂଲ୍ୟ ସମ୍ପଦର ସୁରକ୍ଷା ଓ ମହାତ୍ମ୍ୟ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ର ପୁରୀଠାରେ ଆୟୋଜିତ ଏହି ନବରାତ୍ର ମହୋତ୍ସବ ଗୋସେବା କ୍ଷେତ୍ରରେ ଓଡିଶାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏକ ମହାନ୍ ପ୍ରଚେଷ୍ଟା। ଗୋପାଳନ, ଗବ୍ୟ ପଦାର୍ଥର ଉପଯୋଗୀତା, ଗୋ ସମ୍ପର୍ଦ୍ଧନା, ଗୋ ସୁରକ୍ଷା ଓ ସଂରକ୍ଷଣ ଏବଂ ଗୋ ଆଧାରିତ ଜୈବିକ କୃଷି ଆଦି ବିଷୟ ବସ୍ତୁ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମ ଲୋକମାନଙ୍କୁ ଜାଗୃତ କରିଛି।

ଯାହା ଫଳରେ ଆଜି ହଜାର ହଜାର ଲୋକ ଗୋସେବା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ପୂଜ୍ୟ ଗୁରୁଜୀ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ପୌରହିତ୍ୟରେ ଓଡିଶାରେ ପ୍ରଥମ କରି ଏହି ଗୋ ସେବା ଜାଗରଣ ଯାତ୍ରା ଆରମ୍ଭ ହୋଇଥିଲା। ଗୁରୁଜୀଙ୍କ ନେତୃତ୍ବରେ ଓଡିଶାର ୯୦ଟି ସ୍ଥାନରେ ଗୋ ଜାଗରଣ ଯାତ୍ରା ଅନୁଷ୍ଠିତ ହୋଇଛି। ଗୁରୁଜୀଙ୍କ ଏହି ଉଦ୍ୟମ ବଳରେ ଗୋସେବା କ୍ଷେତ୍ରରେ ବ୍ୟାପକ ଜନ ସଚେତନତା ସୃଷ୍ଟି ହୋଇଛି।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଗୋମାତା ଏବଂ ଗୋ ସମ୍ପଦର କେବଳ ସାମାଜିକ ଓ ଧର୍ମୀୟ ମହତ୍ବ ନାହିଁ ଏହାର ଅର୍ଥନୈତିକ ପ୍ରାସଙ୍ଗୀକତା ମଧ୍ୟ ରହିଛି। ଆମ ଦେଶର ଗ୍ରାମୀଣ ଅର୍ଥନୀତିର ବିକାଶରେ ଗୋସମ୍ପଦର ବହୁଳ ପ୍ରଭାବ ରହିଛି।

ସେ କହିଥିଲେ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀ ଗୋସମ୍ପଦର ବୃଦ୍ଧି ଓ ସୁରକ୍ଷାକୁ ଗୁରୁତ୍ବର ସହିତ ନେଉଛନ୍ତି। ଆମ ସରକାର ଏହି ଆଭିମୁଖ୍ୟ ଅନୁସାରେ ସ୍ପଷ୍ଟତାର ସହ କାର୍ଯ୍ୟ କରୁଛନ୍ତି। ଗୋସୁରକ୍ଷା ପାଇଁ ଆବଶ୍ୟକ ସ୍ଥଳେ ଆଇନ ଅନୁଯାୟୀ କଠୋରରୁ କଠୋର ପଦକ୍ଷେପ ନିଆଯିବ। ରାଜ୍ୟରେ ଗୋଚର ଜମିକୁ ଜବର ଦଖଲ ମୁକ୍ତ କରାଯିବ।

ପୁଣି କହିଥିଲେ ଓଡିଶାରେ ଦୁଗ୍ଧର ଚାହିଦା ଓ ଦୁଗ୍ଧ ଉପଲବ୍ଧତାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆମ ସରକାର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆରମ୍ଭ କରିଛନ୍ତି। ଏଥିରେ ପ୍ରତି ବର୍ଷ ୨ହଜାର ହିତାଧିକାରୀଙ୍କୁ ଦୁଇ ଗୋଟି ଲେଖାଏ ଗାଇ, ୨୦ହଜାର ଦୁଗ୍ଧ ଚାଷୀଙ୍କୁ ରିହାତି ଦରରେ ବାଛୁରୀ ଖାଦ୍ୟ ଯୋଗାଣ, ଦୁଧିଆଳୀ ଗାଇଙ୍କ ବୀମା ପାଇଁ ସହାୟତା ଆଦି ରହିଛି।

କେବଳ ଗୋ ପାଳନ ନୁହେଁ ଗୋ ସୁରକ୍ଷା ମଧ୍ୟ ଆମ ସରକାରଙ୍କ ପ୍ରାଥମିକତା। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୧୦୦ଟି ଗୋଶାଳ କାର୍ଯ୍ୟକ୍ଷମ ଅଛି ଏବଂ ଏହି ସବୁ ଗୋଶାଳାରେ ଅବହେଳିତ ଗୋ ସମ୍ପଦଙ୍କୁ ଉଦ୍ଧାର କରି ଚିକିତ୍ସା କରି ଯତ୍ନ ନିଆଯାଉଛି। ଏଗୁଡିକର ଖର୍ଚ୍ଚ ଗୋଶାଳା ମାନେ ନିଜେ ଯୋଗାଡ କରୁଛନ୍ତି। ସରକାରୀ ସହାୟତା ମଧ୍ୟ ଦିଆଯାଉଛି। ଆମକୁ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ପଡିବ।

ମୁଖ୍ୟମନ୍ତ୍ରୀ ହରିହରାନନ୍ଦ ଗୁରୁକୁଳମ୍‌ରେ ପ୍ରତିଷ୍ଠା ହୋଇଥିବା ଗୋଶାଳାର ଗୋଟିଏ ଗୋମାତାଙ୍କ ସେବା ପାଇଁ ବ୍ୟକ୍ତିଗତ ଭାବେ ଏକ ବର୍ଷର ଗୋଖାଦ୍ୟର ସହଯୋଗ କରିବେ ବୋଲି ଘୋଷଣା କରିବା ସହିତ ସମସ୍ତଙ୍କୁ ଗୋଟିଏ ଗୋଟିଏ ଗୋମାତାଙ୍କୁ ଆଡପ୍ଟ କରି ତାଙ୍କ ଖାଦ୍ୟ ନିମନ୍ତେ ଯୋଗଦାନ ଦେଇ ଗୋଶାଳା ଗୁଡିକୁ ସହାୟତା କରିବା ପାଇଁ ଆହ୍ବାନ କରିଥିଲେ।ଏହି ଅବସର ରେ ମୁଖ୍ୟମନ୍ତ୍ରୀ ଆୟୋଜିତ ପୁଜାରେ ଯୋଗଦେବା ସହ ଗୋଶାଳା ବୁଲି ଦେଖିଥିଲେ।

କାର୍ଯ୍ୟକ୍ରମ ରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳା ନନ୍ଦ ମଲ୍ଲିକ କହିଥିଲେ ଯେ ଗୋ ମାତା ଙ୍କ ସହ ହିନ୍ଦୁ ସମାଜ ର ନିବିଡ ସମ୍ପର୍କ ରହିଛି।ଗୋ ସେବା କଲେ ପୂଣ୍ୟ ମିଳେ ଓ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ।ଗୋ ମାତା ଙ୍କ ସୁରକ୍ଷା, ଗୋ ବଂଶ ବୃଦ୍ଧି ଏବଂ ଗୋ ହତ୍ୟା ବନ୍ଦ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଓଡ଼ିଶା ରେ ଗୋ ମାତା ଙ୍କ ଖାଦ୍ୟ ବାବଦ କୁ ପ୍ରତ୍ୟେକ ଗାଈ ପିଛା ଦୈନିକ ୫୪ ଟଂକା ଯୋଗାଇ ଦିଆଯାଉଛି। ରାଜ୍ୟର ଗୋଶାଳା ମାନଙ୍କ ସହାୟତା ପାଇଁ ୨୩ କୋଟି ଟଂକା ପ୍ରଦାନ କରାଯିବ ।

ପରମହଂସ ପ୍ରଜ୍ଞାନା ନନ୍ଦ ମହାରାଜ କହିଥିଲେ ଯେ, ଆମ ସମସ୍ତ ଙ୍କ ହୃଦୟର ସ୍ପନ୍ଦନ ରେ ଗୋ ସେବା ସ୍ୱତନ୍ତ୍ର ସ୍ଥାନ ନେଉ। ଗୋ ମାତା ସୁସ୍ଥ ରହିଲେ ଧରିତ୍ରୀ ସୁସ୍ଥ ରହିବ। ଓଡ଼ିଶା ଗୋ ସେବା ସମିତି ଗୋ ବଂଶ ର ସୁରକ୍ଷା ପାଇଁ ପ୍ରତିଶ୍ରୁତି ବଦ୍ଧ।

କାର୍ଯ୍ୟକ୍ରମରେ ସ୍ବାମୀ ଦୀନବନ୍ଧୁ ଦାସ ମହାରାଜ ଗୋ-ମହିମା ବିଷୟରେ କହିଥିଲେ।ଏହି ଅବସର ରେ ସ୍ମରଣିକା ଗୋ ମୁଖ ଏବଂ ଅନ୍ୟ ଏକ ପୁସ୍ତକ ଏଇ ମାଟି ର ରତ୍ନମାଳା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଅତିଥି ଭାବେ ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ଏବଂ ସତ୍ୟବାଦୀ ବିଧାୟକ ଶ୍ରୀ ଓମ ପ୍ରକାଶ ମିଶ୍ର ଯୋଗଦେଇଥିଲେ। ବିଭିନ୍ନ ଜିଲ୍ଲାରୁ ସାଧୁ, ସନ୍ଥ, ଗୋ ସେବକ, ଗୋ ପାଳକ ମାନେ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

କ୍ୱାଲାଲମ୍ପୁର ଠାରେ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

February 8, 2026

ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଆରମ୍ଭ

February 8, 2026

ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ଆଉ ଏକ ଜୀବନ

February 8, 2026

ସରକାରୀ ଉଦ୍ୟୋଗ ବିଭାଗର କମିଶନର-ତଥା-ସଚିବ ଭାବରେ ଦାୟିତ୍ୱ ଗ୍ରହଣ କଲେ ସାଦିକ ଆଲାମ

February 8, 2026
Latest News

କ୍ୱାଲାଲମ୍ପୁର ଠାରେ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

February 8, 2026

ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଆରମ୍ଭ

February 8, 2026

ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ଆଉ ଏକ ଜୀବନ

February 8, 2026

ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦୁଇଟି ପୁସ୍ତକକୁ ଲୋକାର୍ପଣ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

February 8, 2026

ସରକାରୀ ଉଦ୍ୟୋଗ ବିଭାଗର କମିଶନର-ତଥା-ସଚିବ ଭାବରେ ଦାୟିତ୍ୱ ଗ୍ରହଣ କଲେ ସାଦିକ ଆଲାମ

February 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.