Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶାକୁ ଆସିଲା ୩,୩୫୩ କୋଟି ଟଙ୍କାର ପୁଞ୍ଜି, ୧୫ଟି ପ୍ରକଳ୍ପକୁ ଅନୁମୋଦନ, ୪,୬୩୭ ନିଯୁକ୍ତି ସୁଯୋଗ
ଜାତୀୟ ଖବର

ଓଡିଶାକୁ ଆସିଲା ୩,୩୫୩ କୋଟି ଟଙ୍କାର ପୁଞ୍ଜି, ୧୫ଟି ପ୍ରକଳ୍ପକୁ ଅନୁମୋଦନ, ୪,୬୩୭ ନିଯୁକ୍ତି ସୁଯୋଗ

November 8, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାକୁ ଆସିଲା ୩,୩୫୩ କୋଟି ଟଙ୍କାର ପୁଞ୍ଜିନିବେଶ, ୧୫ଟି ପ୍ରକଳ୍ପକୁ ଅନୁମୋଦନ, ୪,୬୩୭ ନିଯୁକ୍ତି ସୁଯୋଗ

ଭୁବନେଶ୍ଵର: ଓଡ଼ିଶା ସରକାର ୩୩୫୩.୧୫ କୋଟି ଟଙ୍କାର ମିଳିତ ନିବେଶରେ ୧୫ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ କରି ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ରାଜ୍ୟରେ ନିଯୁକ୍ତି ବୃଦ୍ଧି ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।

ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୩୨ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକରେ ଏହି ଅନୁମୋଦନ ମିଳିଛି।

ଏହା ଫଳରେ ୪୬୩୭ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଥିବା ସଙ୍ଗେ ସଙ୍ଗେ ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ନୂତନ ଭାବେ ଅନୁମୋଦିତ ପ୍ରକଳ୍ପଗୁଡ଼ିକରେ ଅଧିକ ପ୍ରଭାବୀ ବିଭିନ୍ନ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ଏକ ବିବିଧ ଶିଳ୍ପ ଇକୋସିଷ୍ଟମ ସୃଷ୍ଟି ପାଇଁ ଓଡ଼ିଶାର ପ୍ରତିବଦ୍ଧତାକୁ ଦର୍ଶାଉଛି। ରାସାୟନିକ ତଥା ନବୀକରଣଯୋଗ୍ୟ ଶକ୍ତି, ଇସ୍ପାତ ଡାଉନଷ୍ଟ୍ରିମ୍, ଆଲୁମିନିୟମ୍ ଡାଉନଷ୍ଟ୍ରିମ୍, ଖାଦ୍ୟ ପ୍ରକ୍ରିୟାକରଣ, ମାନୁଫାକ୍ଚରିଂ, ଟେକ୍ସଟାଇଲ୍ ଏବଂ ଆପେରେଲ୍, ପର‌୍ୟ୍ୟଟନ, ଫାର୍ମାସ୍ୟୁଟିକାଲ୍ସ ଏବଂ ସିମେଣ୍ଟକ୍ଷେତ୍ରରେ ପୁଞ୍ଜିନିବେଶ କରି ଓଡ଼ିଶା ଶିଳ୍ପ ଅଭିବୃଦ୍ଧିପାଇଁ ଏକ ପ୍ରମୁଖ ଲକ୍ଷ୍ୟସ୍ଥଳ ଭାବେ ନିଜକୁ ପ୍ରତିଷ୍ଠିତ କରୁଛି।

ଆଜି ଅନୁମୋଦନ ଲାଭ କରିଥିବା ଏହି ସମସ୍ତ ପ୍ରକଳ୍ପ କୋରାପୁଟ, ଖୋର୍ଦ୍ଧା, ବରଗଡ଼, ପୁରୀ, କଟକ ଓ ଝାରସୁଗୁଡ଼ା ସମେତ ବିଭିନ୍ନ ଜିଲ୍ଲାରେ କାର‌୍ୟ୍ୟକାରୀ ହେବ। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି ସଙ୍ଗେ ସଙ୍ଗେ ଏକ ସୁଦୃଢ଼ ଶିଳ୍ପ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶାର ନିରନ୍ତର ଧ୍ୟାନ ରହିଥିବା ପ୍ରତିଫଳିତ କରୁଛି ।

ରାସାୟନିକ ତଥା ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ରିଲାଏନ୍ସ ବାୟୋ ଏନର୍ଜି ଲିମିଟେଡ୍ ପୁରୀରେ କମ୍ପ୍ରେସ୍ଡ ବାୟୋ ଗ୍ୟାସ୍ ଓ ଫର୍ମେଣ୍ଟେଡ୍ ଜୈବିକ ସାର କାରଖାନା ସ୍ଥାପନ କରିବ । ୧୨୧.୨୧ କୋଟି ଟଙ୍କା ପୁଞ୍ଜିନିବେଶ ବିଶିଷ୍ଟ ଏହି କ୍ଷେତ୍ରରେ ୬୯ ନିଯୁକ୍ତି ସୃଷ୍ଟି ହେବା ସହିତ ଏଥିରେ ରାଜ୍ୟର ନିରନ୍ତର ଏବଂ ଅକ୍ଷୟ ଶକ୍ତି ଉତ୍ସ ଉପରେ ଗୁରୁତ୍ୱ ରହିଛି ।

ଇସ୍ପାତ କ୍ଷେତ୍ରରେ କଟକରେ ‘ବିକେ ଷ୍ଟିଲ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍’ ଏହାର ପ୍ରକଳ୍ପକୁ ଅଧିକ ସମ୍ପ୍ରସାରଣ କରିବ, ଯେଉଁଥିରେ ସ୍ପଞ୍ଜ ଆଇରନ୍, ବିଲେଟ୍, ଫେରୋ ଆଲଏଜ୍, ସିଣ୍ଟର ପ୍ଲାଣ୍ଟ୍ସ ଏବଂ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ସମେତ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ୭୫୦ କୋଟି ଟଙ୍କା ବିନିଯୋଗ କରିବ । କେବଳ ଏହି ପ୍ରକଳ୍ପ ୮୦୦ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ବୋଲି ଆକଳନ କରାଯାଇଛି, ଯାହା ଓଡ଼ିଶାର ଇସ୍ପାତ ଉତ୍ପାଦନ କ୍ଷମତାରେ ଉଲ୍ଲେଖନୀୟ ଉନ୍ନତି ଆଣିବ।

ଏଚ୍ ଏମ୍ ପାୱାର ଆଣ୍ଡ କେବଲ୍ସ ପ୍ରାଇଭେଟ୍ ଲିମିଟେଡ୍ ଝାରସୁଗୁଡ଼ାରେ ଏକ ଆଲୁମିନିୟମ କଣ୍ଡକ୍ଟର, ପାୱାର କେବୁଲ୍ ଏବଂ ତାର ଉତ୍ପାଦନ କାରଖାନା ପ୍ରତିଷ୍ଠା କରୁଥିବାରୁ ଡାଉନଷ୍ଟ୍ରିମ୍ ଆଲୁମିନିୟମ କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହନ ମିଳିଛି।

୫୫.୭୨ କୋଟି ଟଙ୍କାର ଏହି ପ୍ରକଳ୍ପରେ ୨୦୫ ଜଣ ନିଯୁକ୍ତି ପାଇବେ ବୋଲି ଆଶା କରାଯାଉଥିବା ବେଳେ ଓଡ଼ିଶାର ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦନ ବୃଦ୍ଧି ଏବଂ ଓଡ଼ିଶାର ସମୃଦ୍ଧ ଖଣିଜ ସମ୍ପଦ ଉପରେ ନିର୍ଭର କରୁଥିବା ଶିଳ୍ପଗୁଡ଼ିକୁ ସହାୟତା କରିବା ପାଇଁ ଏହା ଓଡ଼ିଶାର ରଣନୀତି ସହ ଯୋଡ଼ି ହୋଇଛି।

ଏହାବ୍ୟତୀତ ଖୋର୍ଦ୍ଧାରେ ନେକ୍ସଟ୍ ଥର୍ମାଲ ଏସିଆ ପ୍ରାଇଭେଟ୍ ଲିମିଟେଟ୍ ୫୫.୮୧ କୋଟି ଟଙ୍କା ବିନିଯୋଗରେ ୧୩୨ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଏକ ହିଟିଂ ଏଲିମେଣ୍ଟସ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ, ଯାହାକି ଇସ୍ପାତ ଶିଳ୍ପ ଉପରେ ନିର୍ଭରଶୀଳ ଆନୁଷଙ୍ଗିକ ଇସ୍ପାତ ଶିଳ୍ପକୁ ଅତ୍ୟାବଶ୍ୟକ ଉପାଦାନ ଯୋଗାଇଦେବ।

ଭୁବନେଶ୍ଵରୀ ଫୁଡ୍ସ ଆଣ୍ଡ ବିଭରେଜ୍ ପ୍ରାଇଭେଟ୍ ଲିମିଟେଡ୍, ‘ଅବନ’ ବିଭରେଜ୍ ପ୍ରାଇଭେଟ୍ ଲିମିଟେଡ୍, ଜିଓଫାଷ୍ଟ କଞ୍ଜ୍ୟୁମର ପ୍ରଡକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଆଭିରା ଡିଷ୍ଟିଲେରୀ ପ୍ରାଇଭେଟ୍ ଲିମିଟେଡ୍ ର ପ୍ରକଳ୍ପ ସହ ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ ହେବାରେ ଲାଗିଛି।

ଖୋର୍ଦ୍ଧା, ବରଗଡ଼ ଓ କଟକରେ ଥିବା ଏହି ପ୍ରକଳ୍ପଗୁଡ଼ିକରେ ପ୍ରାୟ ୧୫୪୨.୦୪ କୋଟି ଟଙ୍କା ପୁଞ୍ଜିନିବେଶରେ ୧୩୫୮ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହି ଖାଦ୍ୟ ଓ ପାନୀୟ ଉତ୍ପାଦନ ୟୁନିଟ୍ ର ସ୍ଥାପନ ଗ୍ରାମୀଣ ବିକାଶ ଏବଂ ନିଯୁକ୍ତି ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ଖାଦ୍ୟ ପ୍ରକ୍ରିୟାକରଣର ଏକ କେନ୍ଦ୍ର ଭାବରେ ଓଡ଼ିଶାର ଖ୍ୟାତିକୁ ସୁଦୃଢ଼ କରିବ।

ଟେକ୍ସଟାଇଲ୍ ଆଣ୍ଡ ଆପେରେଲ୍ କ୍ଷେତ୍ରରେ ‘ଓଡ଼ିଶା ଟେକ୍ସଟାଇଲ୍ ମ୍ୟାନୁଫାକ୍ଚରିଂ ପ୍ରାଇଭେଟ୍ ଲିମିଟେଡ୍’ ପକ୍ଷରୁ ଖୋର୍ଦ୍ଧାରେ ଟେକ୍ସଟାଇଲ ବର୍ଜ୍ୟବସ୍ତୁରୁ ପୁନଃ ବ୍ୟବହାରକ୍ଷମ ସୂତା ଉତ୍ପାଦନ ପାଇଁ ଏକ କାରଖାନା ସ୍ଥାପନ କରାଯାଉଛି। ୫୧.୮୦ କୋଟି ଟଙ୍କାର ଏହି ପଦକ୍ଷେପ ଏବଂ ୫୩୫ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଥିବା ବେଳେ ବୟନ ଶିଳ୍ପ କ୍ଷେତ୍ରରେ ପ୍ରତି ରାଜ୍ୟର ଏହା ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଉଛି ।

ପର୍ଯ୍ୟଟନ କ୍ଷେତ୍ରରେ ଆଇଟିସି ଲିମିଟେଡ୍ ୧୧୯.୧୪ କୋଟି ଟଙ୍କା ବିନିଯୋଗରେ ଭୁବନେଶ୍ୱରରେ ନିଜର ପଞ୍ଚତାରକା ହୋଟେଲ୍ ‘ୱେଲ୍ କମ୍ ହୋଟେଲ୍’ର ସମ୍ପ୍ରସାରଣ କରିବ ଏବଂ ଅତିରିକ୍ତ ୨୪୦ ନିଯୁକ୍ତି ପ୍ରଦାନ କରିବ। ଏସଜେ ଜେଆରଜି ଭେଞ୍ଚର୍ସ ଏଲଏଲପି ଏବଂ କ୍ରାକର୍ସ ଇଣ୍ଡିଆ ଇନଫ୍ରାଷ୍ଟ୍ରକଚର୍ସ ଲିମିଟେଡ୍ (ଏଲୱାଇଏଫଇ ଗ୍ରୁପ୍ ଅଫ୍ ହୋଟେଲ) ଦ୍ୱାରା ପର‌୍ୟ୍ୟଟନ ସମ୍ବନ୍ଧୀୟ ଅତିରିକ୍ତ ପ୍ରକଳ୍ପ, ପୁରୀ ଏବଂ କୋରାପୁଟରେ ନୂତନ ଆତିଥେୟତା ସୁବିଧା ଆଣିବ ଏବଂ ଏଥିପାଇଁ ମୋଟ ୧୫୪ କୋଟି ଟଙ୍କାର ପୁଞ୍ଜିନିବେଶ ଏବଂ ୩୮୦ ନିଯୁକ୍ତି ସୃଷ୍ଟି କରିବ। ଏହି ବିକାଶ ଓଡ଼ିଶାର ଅର୍ଥନୈତିକ ଓ ସାଂସ୍କୃତିକ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ସହ ପର‌୍ୟ୍ୟଟନସ୍ଥଳୀ ଭାବେ ଓଡ଼ିଶାର ଆକର୍ଷଣ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।

ଫାର୍ମାସ୍ୟୁଟିକାଲ୍ସରେ ଇନଫୁନେକ୍ସ ହେଲଥକେୟାର ପ୍ରାଇଭେଟ ଲିମିଟେଡ ୫୯.୪୩ କୋଟି ଟଙ୍କା ନିବେଶରେ କଟକରେ ଇଣ୍ଟ୍ରାଭେନସ ଫ୍ଲୁଇଡ୍ ଉତ୍ପାଦନ ପାଇଁ ଦ୍ୱିତୀୟ ୟୁନିଟ୍ ସ୍ଥାପନ କରିବ ଏବଂ ଏହା ଦ୍ୱାରା ୧୮୨ ଅତିରିକ୍ତ ନିଯୁକ୍ତି ସୃଷ୍ଟି କରିବ। ଅଲ୍ଟ୍ରା ଟେକ୍ ସିମେଣ୍ଟ ଲିମିଟେଡ୍ ର ପ୍ରକଳ୍ପକୁ ଅନୁମୋଦନ ମିଳିବା ପରେ ଓଡ଼ିଶାର ସିମେଣ୍ଟ ଉତ୍ପାଦନ କ୍ଷମତା ବୃଦ୍ଧି ପାଇ କଟକରେ ଏହାର ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ କ୍ଷମତା ୩ ଏମଟିପିଏରୁ ୬ ଏମଟିପିଏକୁ ବୃଦ୍ଧି ପାଇବ। ୩୭୨ କୋଟି ଟଙ୍କାର ଏହି ସମ୍ପ୍ରସାରଣ ପ୍ରକଳ୍ପ ୫୮୧ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି ଏବଂ ଏହା ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ଦର୍ଶାଉଛ ।

ଏହି ପ୍ରକଳ୍ପଗୁଡ଼ିକ ସମଗ୍ର ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ କାର‌୍ୟ୍ୟକାରୀ କରାଯିବା ପାଇଁ ପ୍ରତିବଦ୍ଧ, ଯାହାର ସାମୂହିକ ପୁଞ୍ଜିନିବେଶ ମୂଲ୍ୟ ୩,୩୫୩.୧୫ କୋଟି ଟଙ୍କା ଏବଂ ଏଥିରେ ୪୬୩୭ ନିଯୁକ୍ତି ସୃଷ୍ଟି ପାଇଁ ପ୍ରତିଶ୍ରୁତି ଦିଆଯାଇଛି।

 

 

 

ଓଡ଼ିଶାରେ ରାଜ୍ୟବ୍ୟାପୀ ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ଏକାଧିକ କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ ସୁବିଧା କରାଯାଉଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ସହ ରାଜ୍ୟକୁ ବିଶ୍ୱର ଏକ ପସନ୍ଦର ନିବେଶ ସ୍ଥଳ ଭାବରେ ପରିଣତ ପାଇଁ ଲକ୍ଷ୍ୟ ରଖିଛନ୍ତି ।

Invest Odisha Make in Odisha ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.