Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘ରତନ ଟାଟା ଥିଲେ ଭାରତର ବିକାଶ ପୁରୁଷ’,ତାଙ୍କ ସହ ସ୍ମରଣୀୟ ମୁହୁର୍ତ୍ତକୁ ମନେପକାଇଲେ ପ୍ରଧାନମନ୍ତ୍ରୀ ମୋଦି
ଜାତୀୟ ଖବର

‘ରତନ ଟାଟା ଥିଲେ ଭାରତର ବିକାଶ ପୁରୁଷ’,ତାଙ୍କ ସହ ସ୍ମରଣୀୟ ମୁହୁର୍ତ୍ତକୁ ମନେପକାଇଲେ ପ୍ରଧାନମନ୍ତ୍ରୀ ମୋଦି

November 9, 2024No Comments5 Mins Read
Share Facebook Twitter LinkedIn Email WhatsApp Copy Link
'ରତନ ଟାଟା ଥିଲେ ଭାରତର ବିକାଶ ପୁରୁଷ', ତାଙ୍କୁ ସ୍ମରଣ କରି ଏକ ଆଲେଖ୍ୟ ଲେଖିଲେ ପ୍ରଧାନମନ୍ତ୍ରୀ ମୋଦି

ଲେଖକ:- ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀ

ଆଜି ଶ୍ରୀ ରତନ ଟାଟାଙ୍କର ଦେହାନ୍ତ ହେବାର ଏକ ମାସ ହୋଇଯାଇଛି। ଗତ ମାସର ଏହି ଦିନ, ଯେତେବେଳେ ମୁଁ ତାଙ୍କର ପରଲୋକ ଖବର ପାଇଥିଲି, ମୁଁ ଏସିଆନ ସମ୍ମିଳନୀକୁ ଯିବାକୁ ପ୍ରସ୍ତୁତ ହେଉଥିଲି। ଆମଠାରୁ ଦୂରେଇ ଯାଉଥିବା ରତନ ଟାଟା ଜୀଙ୍କର ପରଲୋକର ଯନ୍ତ୍ରଣା ଏବେ ବି ମୋର ମନରେ ରହିଛି। ଏହି ଯନ୍ତ୍ରଣା ଭୁଲିଯିବା ସହଜ ନୁହେଁ।

ରତନ ଟାଟା ଜୀ ରୂପରେ ଭାରତ ନିଜର ଜଣେ ମହାନ ପୁଅକୁ ହରାଇଛି। ଏକ ଅମୂଲ୍ୟ ରତ୍ନକୁ ହରାଇଛି। ଆଜି ମଧ୍ୟ ସହରଠାରୁ ଆରମ୍ଭ କରି ଗ୍ରାମ ପର୍ଯ୍ୟନ୍ତ ଲୋକମାନେ ତାଙ୍କ ଅନୁପସ୍ଥିତିକୁ ଗଭୀର ଭାବରେ ଅନୁଭବ କରୁଛନ୍ତି। ଆମେ ସମସ୍ତେ ଏହି ଦୁଃଖକୁ ମର୍ମେ ମର୍ମେ ଅନୁଭବ କରୁଛୁ।

ସେ ଜଣେ ଶିଳ୍ପପତି ହୁଅନ୍ତୁ, ଉଦ୍ୟୋଗୀ ହୁଅନ୍ତୁ କିମ୍ବା ବୃତ୍ତିଗତ ହୁଅନ୍ତୁ, ତାଙ୍କ ଦେହାନ୍ତରେ ସମସ୍ତେ ଦୁଃଖିତ। ପରିବେଶ ସୁରକ୍ଷା ସହିତ ଜଡିତ ଲୋକମାନେ, ସାମାଜିକ ସେବା ସହିତ ଜଡିତ ଲୋକମାନେ ତାଙ୍କ ମୃତ୍ୟୁରେ ସମାନ ଭାବରେ ଦୁଃଖିତ। କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଆମେ ଏହି ଦୁଃଖ ଅନୁଭବ କରୁଛୁ।

ଯୁବକମାନଙ୍କ ପାଇଁ ଶ୍ରୀ ରତନ ଟାଟା ଏକ ପ୍ରେରଣା ଥିଲେ। ତାଙ୍କ ଜୀବନ, ​​ବ୍ୟକ୍ତିତ୍ୱ ଆମକୁ ମନେ ପକାଇଦିଏ ଯେ କୈଣସି ସ୍ୱପ୍ନ ନାହିଁ ଯାହା ପୂରଣ ହୋଇପାରିବ ନାହିଁ, କିମ୍ବା କୈଣସି ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ। ରତନ ଟାଟା ଜୀ ସମସ୍ତଙ୍କୁ ଶିକ୍ଷା ଦେଇଛନ୍ତି ଯେ ନମ୍ର ପ୍ରକୃତି ସହିତ ଅନ୍ୟମାନଙ୍କୁ ସାହାଯ୍ୟ କରି ସଫଳତା ହାସଲ କରାଯାଇପାରିବ।

ରତନ ଟାଟା ଜୀ ଭାରତୀୟ ଉଦ୍ୟୋଗର ସର୍ବୋତ୍ତମ ପରମ୍ପରାର ପ୍ରତୀକ ଥିଲେ। ସେ ବିଶ୍ୱସନୀୟତା, ଉତ୍କର୍ଷତା ଏବଂ ଉତ୍କୃଷ୍ଟ ସେବା ମୂଲ୍ୟର ଏକ ଶକ୍ତ ପ୍ରତିନିଧୀ ଥିଲେ। ତାଙ୍କ ନେତୃତ୍ୱରେ ଟାଟା ଗ୍ରୁପ୍ ନୂତନ ଉଚ୍ଚତାରେ ପହଞ୍ଚି ସମଗ୍ର ବିଶ୍ୱରେ ସମ୍ମାନ, ଅଖଣ୍ଡତା ଏବଂ ନିର୍ଭରଯୋଗ୍ୟତାର ପ୍ରତୀକ ପାଲଟିଗଲା। ଏହା ସତ୍ତ୍ବେ ସେ ତାଙ୍କର ସଫଳତାକୁ ସମ୍ପୂର୍ଣ୍ଣ ନମ୍ରତାର ସହ ଗ୍ରହଣ କଲେ।

ଖୋଲାଖୋଲି ଭାବରେ ଅନ୍ୟମାନଙ୍କ ସ୍ୱପ୍ନକୁ ସମର୍ଥନ କରିବା, ଅନ୍ୟମାନଙ୍କ ସ୍ୱପ୍ନକୁ ପୂରଣ କରିବାରେ ସାହାଯ୍ୟ କରିବା ଶ୍ରୀ ରତନ ଟାଟାର ଅନ୍ୟତମ ଗୁଣ ଥିଲା। ନିକଟ ଅତୀତରେ, ସେ ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ମାର୍ଗଦର୍ଶନ କରିବା ଏବଂ ଭବିଷ୍ୟତର ଉଦ୍ୟୋଗରେ ବିନିଯୋଗ କରିବା ପାଇଁ ବେଶ ପରିଚିତ। ସେ ଯୁବ ଉଦ୍ୟୋଗୀଙ୍କ ଆଶା ଏବଂ ଆକାଂକ୍ଷା, ଏବଂ ଭାରତର ଭବିଷ୍ୟତ ଗଠନ ପାଇଁ ସେମାନଙ୍କର ସାମର୍ଥ୍ୟ ବୁଝି ଥିଲେ।

ଭାରତର ଯୁବକମାନଙ୍କ ଉଦ୍ୟମକୁ ସମର୍ଥନ କରି ସେ ଏକ ନୂତନ ପିଢିର ସ୍ୱପ୍ନ ଦେଖୁଥିବା ଲୋକଙ୍କୁ ରିସ୍କ ନେବାକୁ ଏବଂ ସୀମା ଅତିକ୍ରମ କରିବାକୁ ଉତ୍ସାହିତ କରୁଥିଲେ। ତାଙ୍କର ଏହି ପଦକ୍ଷେପ ଭାରତରେ ନବସୃଜନ ଏବଂ ଉଦ୍ୟୋଗ ସଂସ୍କୃତିର ବିକାଶରେ ବହୁତ ସାହାଯ୍ୟ କରିଛି। ଆଗାମୀ ଦଶନ୍ଧିରେ ଆମେ ଭାରତ ଉପରେ ଏହାର ସକରାତ୍ମକ ପ୍ରଭାବ ନିଶ୍ଚିତ ଭାବରେ ଦେଖିବା।

ରତନ ଟାଟା ଜୀ ସର୍ବଦା ସର୍ବୋତ୍ତମ ଗୁଣବତ୍ତା ଉତ୍ପାଦ ଉପରେ ଗୁରୁତ୍ୱାରୋପ କରୁଥିଲେ। ସର୍ବୋତ୍ତମ ଗୁଣାତ୍ମକ ସେବା ଏବଂ ଭାରତୀୟ ଉଦ୍ୟୋଗଗୁଡିକ ପାଇଁ ବିଶ୍ୱ ମାନଦଣ୍ଡ ସ୍ଥିର କରିବାର ମାର୍ଗ ଦେଖାଇଲେ। ଆଜି ଯେତେବେଳେ ଭାରତ 2047 ସୁଦ୍ଧା ବିକାଶର ଲକ୍ଷ୍ୟ ଆଡ଼କୁ ଗତି କରୁଛି, ଆମେ କେବଳ ବିଶ୍ୱସ୍ତରୀୟ ମାନଦଣ୍ଡ ସ୍ଥିର କରି ବିଶ୍ୱରେ ଆମର ଦକ୍ଷତାକୁ ପ୍ରତିପାଦନ କରାଇପାରିବା।

ମୁଁ ଆଶା କରୁଛି ଯେ ତାଙ୍କ ଦୃଷ୍ଟିକୋଣ ଆମ ଦେଶର ଭବିଷ୍ୟତ ପିଢିକୁ ପ୍ରେରଣା ଦେବ ଏବଂ ଭାରତ ବିଶ୍ୱ ସ୍ତରର ଗୁଣବତ୍ତା ପାଇଁ ନିଜର ପରିଚୟକୁ ଦୃଢ କରିବ। ରତନ ଟାଟା ଜୀଙ୍କର ମହାନତା କେବଳ ବୋର୍ଡରୁମ୍ କିମ୍ବା ତାଙ୍କ ସହକର୍ମୀଙ୍କୁ ସାହାଯ୍ୟ କରିବାରେ ସୀମିତ ନଥିଲା।ତାଙ୍କର ସମସ୍ତ ଜୀବଜନ୍ତୁଙ୍କ ପ୍ରତି ବେଶ ଦୟା ଭାବ ମଧ୍ୟ ଥିଲା। ପଶୁମାନଙ୍କ ପ୍ରତି ତାଙ୍କର ଗଭୀର ପ୍ରେମ ସେ ବେଶ ପରିଚିତ। ସେ ପଶୁ କଲ୍ୟାଣ ଉପରେ ଉଦ୍ଦିଷ୍ଠ ଥିବା ସମସ୍ତ ପ୍ରୟାସକୁ ପ୍ରୋତ୍ସାହିତ କରିଥିଲେ।

ସେ ପ୍ରାୟତଃ ତାଙ୍କ କୁକୁରମାନଙ୍କର ଫଟୋ ସେୟାର କରୁଥିଲେ, ଯେଉଁମାନେ ତାଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଥିଲେ। ମୋର ମନେ ଅଛି, ଯେତେବେଳେ ଲୋକମାନେ ରତନ ଟାଟା ଜୀଙ୍କୁ ବିଦାୟ ଦେବା ପାଇଁ ଏକତ୍ରିତ ହୋଇଥିଲେ, ତାଙ୍କର କୁକୁର ‘ଗୋଆ’ ମଧ୍ୟ ଆର୍ଦ୍ର ଆଖିରେ ସେଠାରେ ପହଞ୍ଚିଥିଲା।

ରତନ ଟାଟା ଜୀଙ୍କର ଜୀବନ ଏକ ସ୍ମରଣକ ଅଟେ। ତାହା ହେଲା ନେତୃତ୍ୱ କେବଳ ସଫଳତା ଦ୍ୱାରା ନୁହେଁ, ବରଂ ଅତି ଅସୁରକ୍ଷିତ ଲୋକମାନଙ୍କର ଯତ୍ନ ନେବା କ୍ଷମତା ଦ୍ୱାରା ମଧ୍ୟ ମାପାଯାଇଥାଏ। ରତନ ଟାଟା ଜୀ ସର୍ବଦା ଏ ଦେଶକୁ ପ୍ରାଧାନ୍ୟ ଦେଉଥିଲେ। 26/11 ଆତଙ୍କବାଦୀ ଆକ୍ରମଣ ପରେ ମୁମ୍ବାଇର ଆଇକନିକ୍ ତାଜ ହୋଟେଲକୁ ତୁରନ୍ତ ଖୋଲିବାର ପ୍ରୟାସ ଏହି ଜାତି ପାଇଁ ଏକ ପ୍ରେରଣା ପାଲଟିଥିଲା। ତାଙ୍କର ଏହି ପଦକ୍ଷେପ ଏକ ବଡ ବାର୍ତ୍ତା ଦେଇଛି ଯେ – ଭାରତ ବନ୍ଦ ହେବ ନାହିଁ … ଭାରତ କାହାକୁ ଭୟ କରେ ନାହିଁ ଏବଂ ଆତଙ୍କବାଦକୁ ପ୍ରତିହତ କରିବାରେ ସମର୍ଥ ରଖିଛି।

ବ୍ୟକ୍ତିଗତ ଭାବରେ, ଗତ କିଛି ଦଶନ୍ଧି ମଧ୍ୟରେ ମୁଁ ତାଙ୍କୁ ଅତି ନିକଟରୁ ଜାଣିବାର ସୌଭାଗ୍ୟ ପାଇଲି। ଆମେ ଗୁଜୁରାଟରେ ଏକାଠି କାମ କରିଥିଲୁ। ସେଠାରେ ତାଙ୍କ କମ୍ପାନୀଗୁଡିକ ଦ୍ୱାରା ବୃହତ ପରିମାଣର ପୁଞ୍ଜି ବିନିଯୋଗ କରାଯାଇଥିଲା। ଏଥିରେ ଅନେକ ପ୍ରୋଜେକ୍ଟ ଅନ୍ତର୍ଭୁକ୍ତ ଥିଲା ଯାହା ବିଷୟରେ ସେ ବହୁତ ଆଗ୍ରହୀ ଥିଲେ।

ଯେତେବେଳେ ମୁଁ କେନ୍ଦ୍ର ସରକାରରେ ଯୋଗ ଦେଲି, ଆମର ସେହିପରି କଥାବାର୍ତ୍ତା ଜାରି ରହିଲା ଏବଂ ସେ ଆମର ରାଷ୍ଟ୍ର ନିର୍ମାଣ ପ୍ରୟାସରେ ଏକ ପ୍ରତିବଦ୍ଧ ଅଂଶୀଦାର ଭାବେ କାର୍ଯ୍ୟ କରିଥିଲେ। ସ୍ବଚ୍ଛ ଭାରତ ମିଶନ ପ୍ରତି ଶ୍ରୀ ରତନ ଟାଟାଙ୍କ ଉତ୍ସାହ ମୋ ହୃଦୟକୁ ବିଶେଷ ସ୍ପର୍ଶ କରିଥିଲା। ସେ ଏହି ଜନ ଆନ୍ଦୋଳନର ଜଣେ ସମର୍ଥକ ଥିଲେ। ସେ ବୁଝି ଥିଲେ ଯେ ଭାରତର ଅଗ୍ରଗତି ପାଇଁ ସ୍ୱଚ୍ଛତା ଏବଂ ସୁସ୍ଥ ଜୀବନ କେତେ ଗୁରୁତ୍ୱପୂର୍ଣ୍ଣ।

ଅକ୍ଟୋବର ପ୍ରାରମ୍ଭରେ ସ୍ବଚ୍ଛ ଭାରତ ମିଶନର ଦଶମ ବାର୍ଷିକୀ ପାଇଁ ତାଙ୍କର ଭିଡିଓ ବାର୍ତ୍ତା ମୋର ମନେ ଅଛି। ଏହି ଭିଡିଓ ବାର୍ତ୍ତା, ଏକ ପ୍ରକାର ତାଙ୍କର ଜୀବନର ଶେଷ ଅଭିଭାଷଣ ମଧ୍ୟରୁ ଅନ୍ୟତମ। କର୍କଟ ରୋଗର ମୁକାବିଲା ତାଙ୍କର ଅନ୍ୟ ଏକ ଲକ୍ଷ୍ୟ ଥିଲା।

ଦୁଇ ବର୍ଷ ପୂର୍ବେ ଆସାମରେ ଘଟିଥିବା ଘଟଣା ମୋର ମନେ ଅଛି, ଯେଉଁଠାରେ ଆମେ ମିଳିତ ଭାବେ ରାଜ୍ୟର ବିଭିନ୍ନ କର୍କଟ ଡାକ୍ତରଖାନାର ଉଦଘାଟନ କରିଥିଲୁ। ସେହି ଅବସରରେ ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ସେ ତାଙ୍କ ଜୀବନର ଶେଷ ବର୍ଷଗୁଡ଼ିକୁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ନିଜକୁ ଉତ୍ସର୍ଗ କରିବାକୁ ଚାହୁଁଛନ୍ତି।

ସ୍ୱାସ୍ଥ୍ୟସେବା ଏବଂ କର୍କଟ ରୋଗର ଚିକିତ୍ସାକୁ ସୁଲଭ କରିବା ପାଇଁ ତାଙ୍କର ପ୍ରୟାସ ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କ ପ୍ରତି ତାଙ୍କର ଗଭୀର କରୁଣାର ପ୍ରମାଣ। ମୋର ମନେଅଛି ରତନ ଟାଟା ଜୀ ଜଣେ ବିଦ୍ବାନ ବ୍ୟକ୍ତି ଭାବେ- ସେ ମୋତେ ବିଭିନ୍ନ ପ୍ରସଙ୍ଗରେ ଚିଠି ଲେଖିଥା’ନ୍ତି। ଶାସନ ପରିଚାଳନା ହେଉ, କିଛି କାମକୁ ପ୍ରଶଂସା କରିବା ହେଉ କିମ୍ବା ନିର୍ବାଚନ ବିଜୟ ପରେ ଅଭିନନ୍ଦନ ବାର୍ତ୍ତା ସେ ପଠାଇଥାନ୍ତି।

କିଛି ସପ୍ତାହ ପୂର୍ବରୁ, ମୁଁ ସ୍ପେନ ରାଷ୍ଟ୍ରପତି ଶ୍ରୀ ପେଡ୍ରୋ ସାନଚେଜ୍ ଙ୍କ ସହିତ ବରୋଦାରେ  ଆମେ ମିଳିତ ଭାବେ ଏକ ବିମାନ କାରଖାନା ଉଦଘାଟନ କରିଥିଲୁ। ଏହି କାରଖାନାରେ ଭାରତରେ C-295 ବିମାନ ତିଆରି ହେବ। ଶ୍ରୀ ରତନ ଟାଟା ହିଁ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ମୁଁ ଶ୍ରୀ ରତନ ଟାଟାଙ୍କର ଅନୁପସ୍ଥିତିକୁ ବହୁତ ଅନୁଭବ କରୁଛି।

ଆଜି ଯେତେବେଳେ ଆମେ ତାଙ୍କୁ ମନେ ପକାଉ, ସେତେବେଳେ ସେ ସୃଷ୍ଟି କରିଥିବା ସମାଜକୁ ମଧ୍ୟ ମନେ ରଖିବାକୁ ପଡିବ। ଯେଉଁଠାରେ ଭଲ ବ୍ୟବସାୟ ପ୍ରତିଷ୍ଠା ପାଇଁ ସେ ଏକ ଶକ୍ତି ଭାବରେ ଠିଆ ହୋଇଥିଲେ। ଯେଉଁମାନଙ୍କୁ ସେ ସମର୍ଥନ କରିଥିଲେ ଏବଂ ଯେଉଁମାନଙ୍କର ସ୍ୱପ୍ନକୁ ସେ ସାକାର କରିଥିଲେ, ସେମାନଙ୍କ ଜୀବନରେ ରତନ ଟାଟା ଜୀ ଜୀବିତ ଅଛନ୍ତି। ଭାରତକୁ ଏକ ଉନ୍ନତ, ଦୟାଳୁ ଏବଂ ଆଶାବାଦୀ ଦେଶ କରିଥିବାରୁ ଆଗାମୀ ପିଢିମାନେ ତାଙ୍କୁ ସର୍ବଦା ମନେ ରଖିବେ।

ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ରତନ ଟାଟା
Share. Facebook Twitter LinkedIn Email WhatsApp Copy Link

Related Posts

ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

August 24, 2025

ଆମେ କେବଳ କ୍ରମିକ ପରିବର୍ତ୍ତନ ନୁହେଁ, ଏକ ବିରାଟ ଲମ୍ଫ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ: ପ୍ରଧାନମନ୍ତ୍ରୀ

August 24, 2025

ବିଧାୟକ ପ୍ରକାଶ ସେଠୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି କହିଲେ ‘ଇଙ୍ଗିଲସ ଏମଏଲଏ’

August 24, 2025

ମାରୁତି ସୁଜୁକିର ଆସିଲା ପ୍ରଥମ ବୈଦ୍ୟୁତିକ ଯାନ ‘ଇ ଭିଟାରା’, ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ

August 24, 2025
Latest News

ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

August 24, 2025

ଆମେ କେବଳ କ୍ରମିକ ପରିବର୍ତ୍ତନ ନୁହେଁ, ଏକ ବିରାଟ ଲମ୍ଫ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ: ପ୍ରଧାନମନ୍ତ୍ରୀ

August 24, 2025

ଗମ୍ଭାରୀମୁଣ୍ଡାରେ ରୋଟାରୀ କ୍ଲବ୍ ପକ୍ଷରୁ ମାଗଣା ଚକ୍ଷୁ ଓ ସ୍ୱାସ୍ଥ୍ୟ ଶିବିର

August 24, 2025

ରଙ୍କନାଥ ଦେବ ପିଠର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଆଇନ ମନ୍ତ୍ରୀ

August 24, 2025

ବିଧାୟକ ପ୍ରକାଶ ସେଠୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି କହିଲେ ‘ଇଙ୍ଗିଲସ ଏମଏଲଏ’

August 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.