Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଜନୈତିକ ପଶାପାଲିରେ ବେଦାନ୍ତର ମନମୁଖୀ ପାଉଁଶ ପରିଚାଳନା, ରାଜସ୍ବ ମନ୍ତ୍ରୀଙ୍କୁ ଘେରିଲା ବିଜେଡି
ଜାତୀୟ ଖବର

ରାଜନୈତିକ ପଶାପାଲିରେ ବେଦାନ୍ତର ମନମୁଖୀ ପାଉଁଶ ପରିଚାଳନା, ରାଜସ୍ବ ମନ୍ତ୍ରୀଙ୍କୁ ଘେରିଲା ବିଜେଡି

November 12, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜନୈତିକ ପଶାପାଲିରେ ବେଦାନ୍ତର ମନମୁଖୀ ପାଉଁଶ ପରିଚାଳନା, ରାଜସ୍ବ ମନ୍ତ୍ରୀଙ୍କୁ ଘେରିଲା ବିଜେଡି

ଭୁବନେଶ୍ବର: ଦିନକୁ ଦିନ ବେଦାନ୍ତ କଂପାନୀ ବିଭିନ୍ନ ବିବାଦରେ ଛନ୍ଦି ହେବାରେ ଲାଗିଛି। ବର୍ତ୍ତମାନ ବେଦାନ୍ତ ଝାରସୁଗୁଡା କଂପାନୀର ମନମୁଖୀ ପାଉଁଶ ପରିଚାଳନା ନେଇ ଆରମ୍ଭ ହୋଇଛି ବଡ ବିବାଦ। ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କଠାରୁ ଆରମ୍ଭ ରାଜନୈତିକ ନେତାମାନେ ବିରୋଧ କରିବା ଆରମ୍ଭ କଲେଣି।

ଏ ନେଇ ବିଜେଡି ଅଫିସରେ ଏକ ସାମ୍ବାଦିକ ସମ୍ମିଳନୀର କରି ବିଜେପି ସରକାରଙ୍କୁ ଘେରିଛି ବିଜେଡି। ଦଳର ନେତ୍ରୀ ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ବେଦାନ୍ତ କଂପାନୀ ପ୍ରତି କିପରି ରାଜ୍ୟ ସରକାର ଦରଦ ଦେଖାଉଛନ୍ତି ତାହାର ପ୍ରମାଣ ଦେଇଛନ୍ତି। ବିଶେଷ କରି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କଂପାନୀ ପ୍ରତି ଦରଦକୁ ପର୍ଦ୍ଦାଫାର୍ସ କରିଛନ୍ତି। ମନ୍ତ୍ରୀ କେଉଁ ସ୍ବାର୍ଥରେ  ଏପରି କାର୍ଯ୍ୟ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀମତୀ ସାମନ୍ତସିଂହାର ଏହି ସାମ୍ବାଦିକ ସମ୍ମିଳନୀରେ ଦୁଇଟି ଚିଠି ଦେଖାଇଛନ୍ତି। ଗୋଟିଏ ଚିଠିରେ ରାଜ୍ୟ ସରକାର ବେଦାନ୍ତ କଂପାନୀକୁ ଖାଲ ଥିବା ସ୍ଥାନରେ ପାଉଁଶ ପୋତିବା ପାଇଁ ଅନୁମତି ଦେଇଛନ୍ତି। ଏହି ଚିଠିଟି ବେଦାନ୍ତକୁ ଜୁଲାଇ 12 ତାରିଖରେ ବିଜେପି ସରକାର ପ୍ରଦାନ କରିଛନ୍ତି।

ଏହାପରେ ବେଦାନ୍ତ କଂପାନୀ ଝାରସୁଗୁଡାର ଲଖନପୁର ଏବଂ ଅନ୍ୟସ୍ଥାନରେ ଏହି ପାଉଁଶ ପୋତିବା ଆରମ୍ଭ କରିଥିଲା। ହେଲେ ସେଠାରେ ସ୍ଥାନୀୟ ଲୋକେ ପ୍ରବଳ ବିରୋଧ କଲେ। ସେଠାରେ ଜନସାଧାରଣ ଆନ୍ଦୋଳନ କଲେ। ଖଣି ଖାଲଗୁଡିକ ପାଉଁଶରେ ପୋତିଲେ ପରିବେଶ ନଷ୍ଟ ହେବ ବୋଲି ସେମାନେ ଅଭିଯୋଗ କଲେ। ଫଳରେ ବେଦାନ୍ତ କର୍ତ୍ତୁପକ୍ଷ ବଡ ଅଡୁଆ ପରିସ୍ଥିତିରେ ପଡିଲେ।

ତେବେ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ପରେ ରାଜ୍ୟ ସରକାର ପୁଣି ନଭେମ୍ବର ଚାରି ତାରିଖରେ ଏହାକୁ ପ୍ରତ୍ୟାହାର କରିଛନ୍ତି। ରାଜ୍ୟ ପ୍ରଦୂଷଣ ବୋର୍ଡ ତରଫରୁ ଏ ନେଇ ବେଦାନ୍ତ କର୍ତ୍ତୁପକ୍ଷଙ୍କୁ ଚିଠି କରିଛନ୍ତି। ସେଥିରେ ବର୍ତ୍ତମାନ ପାଇଁ ପାଉଁଶ ପୋତିବା କାର୍ଯ୍ୟ ବନ୍ଦ କର ବୋଲି କର୍ତ୍ତୁପକ୍ଷ ଚିଠି କରିଛନ୍ତି। ଏ ନେଇ ଶ୍ରୀମତୀ ସାମନ୍ତସିଂହାର ସେହି ଚିଠିକୁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପିିତ କରିଥିଲେ।

ଏହାପରେ ଶ୍ରୀମତୀ ସାମନ୍ତସିଂହାର ରାଜସ୍ବ ମନ୍ତ୍ରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ମନ୍ତ୍ରୀ ଯେତେବେଳେ ସାଂସଦ ଥିଲେ ସେତେବେଳେ ସେ ବେଦାନ୍ତ କଂପାନୀର ଏପରି ମନମୁଖୀ କାର୍ଯ୍ୟକୁ ବିରୋଧ କରୁଥିଲେ। ଏବେ ଯେତେବେଳେ ମନ୍ତ୍ରୀ ହେଲେ ସେତେବେଳେ ବେଦାନ୍ତ କଂପାନୀକୁ ପାଉଁଶ ଫିଙ୍ଗିବାକୁ ଅନୁମତି ଦେଲେ। ଏବେ ବିରୋଧ ପରେ ତାହାକୁ ପ୍ରତ୍ୟାହାର କରିବା ସନ୍ଦେହ ଘେରକୁ ଆସିଛି।

ସେ ପୁଣି କହିଛନ୍ତି ଯେ, ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ପାଉଁଶ ପରିଚାଳନା ନେଇ ଏକ ବୈଠକ ଝାରସୁଗୁଡାଠାରେ କରାଯାଇଥିଲା। ଏହି କାର୍ଯ୍ୟ ଜଙ୍ଗଲ ଓ ପରିବେଶ ବିଭାଗର କାର୍ଯ୍ୟ ହୋଇଥିବା ବେଳେ ରାଜସ୍ବମନ୍ତ୍ରୀଙ୍କ ଏହି ବୈଠକ କରିବାର କଣ ଉଦ୍ଦେଶ୍ୟ ରହିଛି ବୋଲି ସେ କହିଛନ୍ତି। ତେବେ ତାଙ୍କର କିଛି ସ୍ବାର୍ଥ ରହିଛି କି ବୋଲି ଶ୍ରୀମତୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।

Vedanta ବେଦାନ୍ତ ବେଦାନ୍ତ କଂପାନୀ ବେଦାନ୍ତ ଝାରସୁଗୁଡା ବେଦାନ୍ତ ପାଉଁଶ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଚୈତ୍ର ଦ୍ବିତୀୟ ମଙ୍ଗଳବାର: ପଢନ୍ତୁ ମା’ ମଙ୍ଗଳାଙ୍କର ନୀତିକାନ୍ତି

March 17, 2026

‘ଭୁଲ ପାଇଁ ମୋତେ ମଧ୍ୟ ଛାଡ ମିଳିବା ଉଚିତ୍’: ବିରାଟ ଓ ରୋହିତଙ୍କ ଉପରେ ଗମ୍ଭୀରଙ୍କ ବଡ଼ ବିବୃତ୍ତି

March 17, 2026

ଜାତୀୟ ଓ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଜନଶୁଣାଣୀ ଶିବିର

March 17, 2026

ଇଗ୍ନୋର ନାମଲେଖା ଅବଧି ଚଳିତ ମାର୍ଚ୍ଚ ୩୦ କୁ ବୃଦ୍ଧି

March 17, 2026
Latest News

ଆଜି ଚୈତ୍ର ଦ୍ବିତୀୟ ମଙ୍ଗଳବାର: ପଢନ୍ତୁ ମା’ ମଙ୍ଗଳାଙ୍କର ନୀତିକାନ୍ତି

March 17, 2026

‘ଭୁଲ ପାଇଁ ମୋତେ ମଧ୍ୟ ଛାଡ ମିଳିବା ଉଚିତ୍’: ବିରାଟ ଓ ରୋହିତଙ୍କ ଉପରେ ଗମ୍ଭୀରଙ୍କ ବଡ଼ ବିବୃତ୍ତି

March 17, 2026

ଆଫଗାନିସ୍ତାନରେ ପାକିସ୍ତାନର ବିମାନ ଆକ୍ରମଣ: ୪୦୦ ମୃତ

March 17, 2026

ଜାତୀୟ ଓ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଜନଶୁଣାଣୀ ଶିବିର

March 17, 2026

ଇଗ୍ନୋର ନାମଲେଖା ଅବଧି ଚଳିତ ମାର୍ଚ୍ଚ ୩୦ କୁ ବୃଦ୍ଧି

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.