Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭିଜନ ଡକ୍ୟୁମେଣ୍ଟ ୨୦୩୬ ଏବଂ ୨୦୪୭ ପ୍ରସ୍ତୁତି ସଂପର୍କିତ ନୀତି ଆୟୋଗଙ୍କ ସହିତ ବୈଠକ
ଜାତୀୟ ଖବର

ଭିଜନ ଡକ୍ୟୁମେଣ୍ଟ ୨୦୩୬ ଏବଂ ୨୦୪୭ ପ୍ରସ୍ତୁତି ସଂପର୍କିତ ନୀତି ଆୟୋଗଙ୍କ ସହିତ ବୈଠକ

November 17, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଭିଜନ ଡକ୍ୟୁମେଣ୍ଟ
ଭିଜନ ଡକ୍ୟୁମେଣ୍ଟ ୨୦୩୬ ଏବଂ ୨୦୪୭ ପ୍ରସ୍ତୁତି ସଂପର୍କିତ ନୀତି ଆୟୋଗଙ୍କ ସହିତ ବୈଠକ

ଭୁବନେଶ୍ବର: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ୨୦୩୬ ମସିହା ସୁଦ୍ଧା ବିକଶିତ ଓଡ଼ିଶା ଏବଂ ୨୦୪୭ରେ ଦେଶ ସ୍ୱାଧୀନତାର ଶତବାର୍ଷିକ ପାଳନ କରାଯିବାକୁ ଥିବାରୁ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ରଖି ପ୍ରସ୍ତାବିତ “ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ଭିଜନ ଡକ୍ୟୁମେଣ୍ଟ” ର ପ୍ରସ୍ତୁତି କାର୍ଯ୍ୟ ଅଗ୍ରଗତି ସଂପର୍କରେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ବି.ଭି.ଆର ସୁଭ୍ରମଣ୍ୟମ ଏବଂ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ସ୍ଥିତି ସମୀକ୍ଷା କରିଥିଲେ।

ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଗତକାଲି ଶନିବାର ଅନୁଷ୍ଠିତ ହୋଇଯାଇଥିବା ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ନୀତି ଆୟୋଗ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି ଟିମ୍ ଏବଂ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଦୂରଦୃଷ୍ଟି ସମ୍ପନ୍ନ ଦସ୍ତାବିଜ ତଥା ମାର୍ଗର୍ଦର୍ଶିକା ପ୍ରସ୍ତୁତି ନିମନ୍ତେ ବିଭିନ୍ନ ବିଭାଗ, ପରାମର୍ଶ ପ୍ରଦାନକାରୀ ଅନୁଷ୍ଠାନ ଏବଂ ଭିଜନ ଡକ୍ୟୁମେଣ୍ଟ ୱେବ୍ ପୋର୍ଟାଲ, ହ୍ୱାଟ୍ସ ଆପ୍ ଏବଂ ଇ-ମେଲ ଆଦି ଜରିଆରେ ଜନସାଧାରଣଙ୍କ ଠାରୁ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଓ ମତାମତ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ବୈଠକରୁ ଜଣାଯାଇଛି ଯେ, ବିଭିନ୍ନ ମାଧ୍ୟମରେ ଅଦ୍ୟାବଧି ୨୦୦୦ରୁ ଊର୍ଦ୍ଧ୍ୱ ପ୍ରସ୍ତାବ ଆସିଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି ପାଇଁ ଗତ ଅକ୍ଟୋବର ୩୧ ତାରିଖରେ ଓ୍ୱେବ୍ ପୋର୍ଟାଲ-“ଓଡିଶା ଭିଜନ ୨୦୩୬ ଏବଂ ୨୦୪୭” ର ଶୁଭାରମ୍ଭ କରି ଜନସାଧାରଣ, ବୁଦ୍ଧିଜୀବି, ନୀତି ନିର୍ଦ୍ଧାରକ , ଶିକ୍ଷାବିତ, ନାଗରିକ, ନାଗରିକ ସଂଗଠନ, ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠିତ ନେତୃବୃନ୍ଦ ଏବଂ ବିଶ୍ୱର ବିଭିନ୍ନ ଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଠାରୁ ପ୍ରସ୍ତାବ ଆହ୍ୱାନ କରିଛନ୍ତି।

ଭିଜନ ଡକ୍ୟୁମେଣ୍ଟରେ ଶିଳ୍ପ ଏବଂ ଭିତ୍ତିଭୂମି ବିକାଶ, ସାମାଜିକ ଏବଂ ମାନବ ବିକାଶ, ସଂସ୍କୃତି ଓ ଐତିହ୍ୟ,ପ୍ରଯୁକ୍ତି ଏବଂ ନବସୃଜନ, ଗ୍ରାମୀଣ ରୂପାନ୍ତରଣ ଓ ସୁଶାସନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି। ଚଳିତ ନଭେମ୍ବର ୨୦ ତାରିଖ ସୁଦ୍ଧା ଭିଜନ ଡକ୍ୟୁମେଣ୍ଟ ଓ୍ୱେବ୍ ପୋର୍ଟାଲ ଜରିଆରେ ପ୍ରସ୍ତାବ ଓ ମତାମତ ପ୍ରଦାନ କରିବା ବ୍ୟବସ୍ଥା ରହିଛି। ଓଡ଼ିଶାବାସୀଙ୍କ ଠାରୁ ଅଧିକରୁ ଅଧିକ ମତାମତ ଏବଂ ପ୍ରସ୍ତାବ ଦେବାକୁ ଅନୁରୋଧ କରାଯାଇଛି ।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ବିଭିନ୍ନ ନାଗରିକ ସମାଜ ଠାରୁ ଗୃହୀତ ପ୍ରସ୍ତାବ ସଂପର୍କରେ ଆଲୋକପାତ କରିଥିଲେ। ଚଳିତ ୨୦୨୪ ମସିହା ଏବଂ ଆଗାମୀ ୨୦୨୯ ସୁଦ୍ଧା ରାଜ୍ୟର ବିକାଶର ସ୍ଥିତି କିଭଳି ଥିବ ଏବଂ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ସଙ୍ଗେ ସଙ୍ଗେ ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ଓଡ଼ିଶାର ଯୋଗଦାନ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଆଗାମୀ ୨ ଦଶନ୍ଧି ଭିତରେ ଓଡ଼ିଶାର ଅର୍ଥନୀତି କିପରି ସୁଦୃଢ଼ ହୋଇ ଅଧିକ ଉତ୍ପାଦନଭିତ୍ତିକ କର୍ମନିଯୁକ୍ତି ସୃଷ୍ଟିହେବ ସେ ସଂପର୍କରେ ଆଲୋକପାତ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଜନସାଧାରଣଙ୍କ ଠାରୁ ପ୍ରସ୍ତାବ ଗ୍ରହଣ ପରେ ଏ ସଂପର୍କରେ ମୁକ୍ତ ଆଲୋଚନା କରାଯିବ। ଭିଜନ ଡକ୍ୟୁମେଣ୍ଟରେ ନିର୍ଦ୍ଦିଷ୍ଟ ମତାମତ ଏବଂ ବୋଧଗମ୍ୟ ହେବା ଭଳି ପ୍ରସ୍ତାବ, ଯାହାକି ରାଜ୍ୟ ତଥା ଦେଶର ଦୃତ ବିକାଶନ୍ମୋଖୀ ପରିବର୍ତ୍ତନରେ ସହାୟକ ହେବ, ସେଥିପ୍ରତି ଗୁରୁତ୍ୱ ରହିବ। ଏହି ଡକ୍ୟୁମେଣ୍ଟ ସମସ୍ତଙ୍କ ପାଇଁ ସୁସ୍ଥତା, ସମାନତା, ସମ୍ମାନର ସହିତ ଜୀବନଯାପନ ସହିତ ସାମଗ୍ରିକ ବିକାଶ ଉପରେ ପର‌୍ୟ୍ୟବସିତ ହେବ।

ପ୍ରସ୍ତାବ ଆଧାରରେ ବିଭିନ୍ନ ସଂସ୍ଥାଗତ ଆବଶ୍ୟକ ପରିବର୍ତ୍ତନ କରାଯିବା ଏବଂ ବିଭିନ୍ନ ବିଭାଗ ତରଫରୁ ସାମୟିକ ଏବଂ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତି ଉପରେ ମୁଖ୍ୟ ଶାସନ ସଚିବ ଆଲୋକପାତ କରିଥିଲେ। ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି ଭଳି ଗୁରୁତ୍ୱପୂର୍ଣ୍ଣ କାର‌୍ୟ୍ୟକୁ ଏକ ସୁଯୋଗ ଏବଂ ଆହ୍ୱାନ ଭାବେ ଗ୍ରହଣ କରାଯାଇ ଏହାକୁ ସମ୍ମିଳିତ ଭାବେ ସମସ୍ତଙ୍କ ପ୍ରଚେଷ୍ଟାରେ ସଂପାଦିତ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି ଏବଂ ଏହାକୁ ଅନୁମୋଦନ କରାଯିବା ପରେ ଏଥିରେ ରହିଥିବା ପ୍ରସ୍ତାବ ଧାର‌୍ୟ୍ୟ ଲକ୍ଷ୍ୟ ଅନୁସାରେ କିପରି ତୁରନ୍ତ କାର‌୍ୟ୍ୟକାରୀ ହେବ, ତାହା ଲକ୍ଷ୍ୟ ରହିଥିବା ସଂପର୍କରେ ନୀତି ଆୟୋଗ ମୁଖ୍ୟ କାର‌୍ୟ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୁଭ୍ରମଣ୍ୟମ ପ୍ରକାଶ କରିବା ସହିତ ଏହାର ପ୍ରସ୍ତୁତି ସଂପର୍କରେ ବିଭିନ୍ନ ପରାମର୍ଶ ଦେଇଥିଲେ।

ଓଡ଼ିଶାର ପ୍ରାକୃତିକ ସମ୍ପଦ, ଜଙ୍ଗଲ ଆଚ୍ଛାଦନ, ମାନବ ସମ୍ବଳ, ଅବିବୃଦ୍ଧିଶୀଳ ଅର୍ଥନୀତି, ଶକ୍ତି ଉତ୍ପାଦନ, କ୍ରମବର୍ଦ୍ଧିଷ୍ଣୁ ଦକ୍ଷ ମାନବ ସମ୍ବଳ, ସାମାଜିକ-ଅର୍ଥନୈତିକ ସୂଚକାଙ୍କରେ କ୍ରମାଗତ ଉନ୍ନତି, ସାମୁଦ୍ରିକ ବେଳାଭୂମି, ବିଦ୍ୟୁତ୍ ଶକ୍ତି ଉତ୍ପାଦନ ବୃଦ୍ଧି, ସମୃଦ୍ଧ କଳା, ଐତିହ୍ୟ , ସାଂସ୍କୃତିକ ସ୍ଥଳ ଏବଂ ଉତ୍ସବଭିତ୍ତିକ ପର‌୍ୟ୍ୟଟନ, ଯୁବ ଶକ୍ତି, ଜଳ ଶକ୍ତି, ଭିତ୍ତିଭୂମି ସହ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ବହୁମୁଖୀ ସୁବିଧା ସୁଯୋଗ, ସମ୍ଭାବନା ଓ ବିକାଶର ଧାରା ଆଗାମୀ ଦିନରେ ସମୃଦ୍ଧ ଓଡ଼ିଶା ସଙ୍ଗେ ସଙ୍ଗେ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବ ବୋଲି ଆଶା କରାଯାଇଛି।

ଭିଜନ ଡକ୍ୟୁମେଣ୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆପଡାରେ ୧୧୦୦ରୁ ଅଧିକ କୋଟି ଟଙ୍କାର ୯୫୭ ପ୍ରକଳ୍ପର ଶୁଭାରମ୍ଭ ଓ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

October 6, 2025

ବିହାର ବିଧାନସଭା ନିର୍ବାଚନ ଦିନ ହେବ ଓଡିଶାର ନୂଆପଡା ଉପନିର୍ବାଚନ: ଜାଣନ୍ତୁ ତାରିଖ

October 6, 2025

ଘୋଷଣା ହେଲା ବିହାର ବିଧାନସଭା ନିର୍ବାଚନ ତାରିଖ, ଜାଣନ୍ତୁ କେଉଁଦିନ କଣ ଅଛି

October 6, 2025

କାଶ ସିରପର ଗୁଣବତ୍ତା ଏବଂ ଯୁକ୍ତିସଂଗତ ବ୍ୟବହାରକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଉଚ୍ଚସ୍ତରୀୟ ବୈଠକ

October 6, 2025
Latest News

ନୂଆପଡାରେ ୧୧୦୦ରୁ ଅଧିକ କୋଟି ଟଙ୍କାର ୯୫୭ ପ୍ରକଳ୍ପର ଶୁଭାରମ୍ଭ ଓ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

October 6, 2025

ବିହାର ବିଧାନସଭା ନିର୍ବାଚନ ଦିନ ହେବ ଓଡିଶାର ନୂଆପଡା ଉପନିର୍ବାଚନ: ଜାଣନ୍ତୁ ତାରିଖ

October 6, 2025

ଘୋଷଣା ହେଲା ବିହାର ବିଧାନସଭା ନିର୍ବାଚନ ତାରିଖ, ଜାଣନ୍ତୁ କେଉଁଦିନ କଣ ଅଛି

October 6, 2025

କାଶ ସିରପର ଗୁଣବତ୍ତା ଏବଂ ଯୁକ୍ତିସଂଗତ ବ୍ୟବହାରକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଉଚ୍ଚସ୍ତରୀୟ ବୈଠକ

October 6, 2025

ରାହୁଲ ଦ୍ରାବିଡଙ୍କ ପୁଅ ଅନବୟଙ୍କ ଚମତ୍କାର ପ୍ରଦର୍ଶନ!: ଦ୍ୱିତୀୟ ଥର ପାଇଁ ଜିତିଲେ KSCA ପୁରସ୍କାର

October 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.