ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନୀତି ଆୟୋଗ ତତ୍ତ୍ୱାବଧାନରେ ଏହାର ପ୍ରମୁଖ ପଦକ୍ଷେପ ଅଟଳ ଇନୋଭେସନ ମିଶନ (ଏଆଇଏମ୍)ର କାର୍ଯ୍ୟ ପରିସର ବୃଦ୍ଧି କରିବା ଏବଂ ଏହାକୁ ୨୦୨୮ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅବଧି ପାଇଁ ଜାରି ରଖିବାକୁ ୨,୭୫୦ କୋଟି ଟଙ୍କାର ଆବଣ୍ଟିତ ବଜେଟ୍ ପ୍ରସ୍ତାବ ସହ ମଞ୍ଜୁର କରାଯାଇଛି।
ଏଆଇଏମ୍ ୨.୦ ହେଉଛି ବିକଶିତ ଭାରତ ଦିଗରେ ଏକ ପଦକ୍ଷେପ ଯାହା ଭାରତର ସକ୍ରିୟ ଉଦ୍ଭାବନ ଏବଂ ଉଦ୍ୟୋଗ ପରିବେଶକୁ ବିସ୍ତାର, ସୁଦୃଢ଼ ଏବଂ ଗଭୀର କରିବାକୁ ଲକ୍ଷ୍ୟ ରଖିଛି।
ଏହି ଅନୁମୋଦନ ଭାରତରେ ଏକ ଦୃଢ଼ ଉଦ୍ଭାବନ ଏବଂ ଉଦ୍ୟୋଗୀ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଏ । ଗ୍ଲୋବାଲ୍ ଇନୋଭେସନ୍ ଇଣ୍ଡେକ୍ସରେ ଭାରତ ୩୯ତମ ସ୍ଥାନରେ ଥିବା ବେଳେ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଥିବାରୁ ଅଟଳ ଇନୋଭେସନ ମିସନ୍ (ଏଆଇଏମ୍ ୨.୦)ର ପରବର୍ତ୍ତୀ ପର୍ଯ୍ୟାୟ ଭାରତର ବିଶ୍ୱ ସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାକୁ ଆହୁରି ବଢ଼ାଇବ ବୋଲି ଆଶା କରାଯାଉଛି। ଏଆଇଏମ୍ ଜାରି ରହିବା ଦ୍ୱାରା ବିଭିନ୍ନ କ୍ଷେତ୍ରରେ ଉନ୍ନତ ନିଯୁକ୍ତି, ଅଭିନବ ଉତ୍ପାଦ ଏବଂ ଉଚ୍ଚ ପ୍ରଭାବୀ ସେବା ସୃଷ୍ଟି କରିବାରେ ସିଧାସଳଖ ଯୋଗଦାନ ମିଳିବ।
ଅଟଳ ଟିଙ୍କରିଂ ଲ୍ୟାବ୍ସ (ଏଟିଏଲ୍) ଏବଂ ଅଟଳ ଇନକ୍ୟୁବେସନ୍ ସେଣ୍ଟର (ଏଆଇସି) ଭଳି ଏଆଇଏମ୍ ୧.୦ର ସଫଳତାକୁ ଆଧାର କରି ଏଆଇଏମ୍ ୨.୦ ମିଶନର ଆଭିମୁଖ୍ୟରେ ଗୁଣାତ୍ମକ ପରିବର୍ତ୍ତନ ଆଣିଛି। ଏଆଇଏମ୍ ୧.୦ ରେ ଭାରତର ତତ୍କାଳୀନ ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ନୂତନ ଉଦ୍ଭାବନ ଭିତ୍ତିଭୂମି ନିର୍ମାଣ କରୁଥିବା କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରିବା ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏଆଇଏମ୍ ୨.୦ରେ ଇକୋସିଷ୍ଟମରେ ଥିବା ଅଭାବକୁ ପୂରଣ କରିବା ଏବଂ କେନ୍ଦ୍ର ଓ ରାଜ୍ୟ ସରକାର, ଶିଳ୍ପ, ଶିକ୍ଷା ଏବଂ ସମୁଦାୟ ମାଧ୍ୟମରେ ସଫଳତା ହାସଲ କରିବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବା ଅନ୍ତର୍ଭୁକ୍ତ।
ଏଆଇଏମ୍ ୨.୦ ଭାରତର ଉଦ୍ଭାବନ ଏବଂ ଉଦ୍ୟୋଗୀ ଇକୋସିଷ୍ଟମକୁ ତିନୋଟି ଉପାୟରେ ସୁଦୃଢ଼ କରିବା ପାଇଁ ଡିଜାଇନ୍ କରାଯାଇଛି: (କ) ଇନପୁଟ୍ ବୃଦ୍ଧି କରି (ଅର୍ଥାତ୍ ଅଧିକ ଉଦ୍ଭାବକ ଏବଂ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା), (ଖ) ସଫଳତା ହାର କିମ୍ବା ‘ଥ୍ରୁପୁଟ୍’ (ଅର୍ଥାତ୍, ଅଧିକ ଷ୍ଟାର୍ଟଅପ୍ ସଫଳ ହେବାରେ ସାହାଯ୍ୟ କରିବା) ଏବଂ (ଗ) ‘ଉତ୍ପାଦନ’ର ଗୁଣବତ୍ତା (ଅର୍ଥାତ୍ ଉତ୍ତମ ଚାକିରି, ଉତ୍ପାଦ ଏବଂ ସେବା ଉତ୍ପାଦନ) ରେ ଉନ୍ନତି ଆଣିବା।
ଦୁଇଟି କାର୍ଯ୍ୟକ୍ରମ ଇକୋସିଷ୍ଟମକୁ ଇନପୁଟ୍ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି:
ଇଂରାଜୀକହୁନଥିବା ଉଦ୍ଭାବକ, ଉଦ୍ୟୋଗୀ ଏବଂ ନିବେଶକଙ୍କ ସମ୍ମୁଖୀନ ହେଉଥିବା ପ୍ରବେଶ ପ୍ରତିବନ୍ଧକକୁ ହ୍ରାସ କରିବା ପାଇଁ ଭାରତର ୨୨ଟି ଅନୁସୂଚିତ ଭାଷାରେ ଉଦ୍ଭାବନ ଏବଂ ଉଦ୍ୟୋଗୀ ଇକୋସିଷ୍ଟମ୍ ନିର୍ମାଣ ପାଇଁ ଲାଙ୍ଗୁଏଜ୍ ଇନକ୍ଲୁସିଭ୍ ପ୍ରୋଗ୍ରାମ ଅଫ୍ ଇନୋଭେସନ୍ (ଲିପି)ପ୍ରତିଷ୍ଠା କରାଯିବ।
ଜମ୍ମୁ ଓ କଶ୍ମୀର (ଜମ୍ମୁ-କଶ୍ମୀର), ଲଦାଖ, ଉତ୍ତର-ପୂର୍ବ ରାଜ୍ୟ (ଉତ୍ତର ପୂର୍ବ), ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକ ଯେଉଁଠାରେ ଭାରତର ୧୫% ନାଗରିକ ବାସ କରନ୍ତି, ସେଠାରେ ଉଦ୍ଭାବନ ଏବଂ ଉଦ୍ୟୋଗୀ ଇକୋସିଷ୍ଟମ୍ ପାଇଁ କଷ୍ଟମାଇଜ୍ ଟେମ୍ପ୍ଲେଟ୍ ତିଆରି କରିବା ପାଇଁ ଫ୍ରଣ୍ଟିୟର ପ୍ରୋଗ୍ରାମ ରହିବ।ଟେମ୍ପଲେଟ୍ ବିକାଶ ପାଇଁ ୨୫୦୦ ନୂତନ ଏଟିଏଲ୍ ସୃଷ୍ଟି କରାଯିବ।
ଚାରୋଟି କାର୍ଯ୍ୟକ୍ରମ ଇକୋସିଷ୍ଟମର ଉନ୍ନତି ପାଇଁ ଲକ୍ଷ୍ୟ ରଖିଛି:
ମାନବ ପୁଞ୍ଜି ବିକାଶ କାର୍ଯ୍ୟକ୍ରମ ଭାରତର ଉଦ୍ଭାବନ ଏବଂ ଉଦ୍ୟୋଗୀ ଇକୋସିଷ୍ଟମ ନିର୍ମାଣ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ପେସାଦାର (ପରିଚାଳକ, ଶିକ୍ଷକ, ପ୍ରଶିକ୍ଷକ) ଉତ୍ପାଦନ ପାଇଁ ଏକ ବ୍ୟବସ୍ଥା ସୃଷ୍ଟି କରିବ। ପାଇଲଟ୍ ଏଭଳି ୫୫୦୦ ପ୍ରଫେସନାଲ ଉତ୍ପାଦନ କରିବେ।
ଡିପଟେକ୍ ରିଆକ୍ଟର ଗବେଷଣା ଭିତ୍ତିକ ଗଭୀର ବୈଷୟିକ ଷ୍ଟାର୍ଟଅପ୍ ଗୁଡ଼ିକୁ ବ୍ୟବସାୟୀକରଣ କରିବାର ଉପାୟ ପରୀକ୍ଷଣ ପାଇଁ ଏକ ଗବେଷଣା ସ୍ୟାଣ୍ଡବକ୍ସ ସୃଷ୍ଟି କରିବ ଯାହା ବଜାରକୁ ଆସିବା ପାଇଁ ଯଥେଷ୍ଟ ଅଧିକ ସମୟ ଏବଂ ଗଭୀର ନିବେଶ ଆବଶ୍ୟକ କରେ। ସର୍ବନିମ୍ନ ୧ଟି ଡିପଟେକ୍ ରିଆକ୍ଟର କାର୍ଯ୍ୟକ୍ଷମ ହେବ।
ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏକ ଦୃଢ଼ ଉଦ୍ଭାବନ ଏବଂ ଉଦ୍ୟୋଗୀ ଇକୋସିଷ୍ଟମ ଗଠନରେ ସହାୟତା କରିବା ପାଇଁ ଷ୍ଟେଟ୍ ଇନୋଭେସନ ମିଶନ (ସିମ୍) ଯାହା ସେମାନଙ୍କର ଶକ୍ତି କ୍ଷେତ୍ର ଉପରେ ଧ୍ୟାନ ଦିଏ। ସିମ୍ ନୀତି ଆୟୋଗର ରାଜ୍ୟ ସହାୟତା ମିଶନରଏକ ଅଂଶ ହେବ।
ଭାରତର ଉଦ୍ଭାବନ ଏବଂ ଉଦ୍ୟୋଗ ଇକୋସିଷ୍ଟମକୁ ଅନ୍ତର୍ଜାତୀୟ ସ୍ତରରେ ନେବା ପାଇଁ ଅନ୍ତର୍ଜାତୀୟ ଉଦ୍ଭାବନ ସହଯୋଗ କାର୍ଯ୍ୟକ୍ରମ। ହସ୍ତକ୍ଷେପର ଚାରିଟି କ୍ଷେତ୍ର ଚିହ୍ନଟ କରାଯାଇଛି: (କ) ବାର୍ଷିକ ଗ୍ଲୋବାଲ ଟିଙ୍କରିଂ ଅଲିମ୍ପିଆଡ୍ (ଖ) ଉନ୍ନତ ରାଷ୍ଟ୍ରମାନଙ୍କ ସହିତ ୧୦ଟି ଦ୍ୱିପାକ୍ଷିକ, ବହୁପାକ୍ଷିକ ଯୋଗାଯୋଗ ସୃଷ୍ଟି କରିବା (ଗ) ଏକ ଜ୍ଞାନ ସହଯୋଗୀ ଭାବରେ, ଜାତିସଂଘର ବିଶ୍ୱ ବୌଦ୍ଧିକ ସମ୍ପତ୍ତି ସଂଗଠନ (ଡବ୍ଲୁଆଇପିଓ) ଏଆଇଏମ୍ ଏବଂ ଏହାର କାର୍ଯ୍ୟକ୍ରମ (ଏଟିଏଲ୍, ଏଆଇସି)ର ମଡେଲ ଗୁଡ଼ିକୁ ଗ୍ଲୋବାଲ୍ ସାଉଥର ଦେଶ ଗୁଡ଼ିକରେ ବିସ୍ତାର କରିବାରେ ସାହାଯ୍ୟ କରିବା ଏବଂ (ଘ) ଭାରତ ପାଇଁ ଜି-୨୦ର ଷ୍ଟାର୍ଟଅପ୍ ୨୦ ଏନଗେଜମେଣ୍ଟ ଗ୍ରୁପ୍ କୁ ଆଙ୍କରିଂ କରିବା।
ଦୁଇଟି କାର୍ଯ୍ୟକ୍ରମ ଉତ୍ପାଦନର ଗୁଣବତ୍ତା (ଚାକିରି, ଉତ୍ପାଦ ଏବଂ ସେବା) ରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି:
ଉନ୍ନତ ଷ୍ଟାର୍ଟଅପ୍ ଗୁଡ଼ିକୁ ବଢ଼ାଇବାରେ ଶିଳ୍ପର ସମ୍ପୃକ୍ତି ବୃଦ୍ଧି କରିବା ପାଇଁ ଇଣ୍ଡଷ୍ଟ୍ରିଆଲ୍ ଆକ୍ସେଲେରେଟର କାର୍ଯ୍ୟକ୍ରମ। ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ (ପିପିପି) ମୋଡ୍ ରେ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ସର୍ବନିମ୍ନ ୧୦ଟି ଶିଳ୍ପ ଆକ୍ସେଲେରେଟର ସୃଷ୍ଟି କରାଯିବ।
ପ୍ରମୁଖ ଶିଳ୍ପ କ୍ଷେତ୍ରରେ ଷ୍ଟାର୍ଟଅପ୍ ଗୁଡ଼ିକୁ ସମନ୍ୱିତ ଏବଂ କିଣିବା ପାଇଁ କେନ୍ଦ୍ର ମନ୍ତ୍ରଣାଳୟରେ ଆଇଡିଏକ୍ସ ଭଳି ପ୍ଲାଟଫର୍ମ ନିର୍ମାଣ କରିବା ପାଇଁ ଅଟଳ ସେକ୍ଟୋରାଲ ଇନୋଭେସନ ଲଞ୍ଚପ୍ୟାଡ୍ (ଏଏସଆଇଏଲ) କାର୍ଯ୍ୟକ୍ରମ ରହିଛି। ପ୍ରମୁଖ ମନ୍ତ୍ରଣାଳୟଗୁଡ଼ିକରେ ସର୍ବନିମ୍ନ ୧୦ଟି ଲଞ୍ଚପ୍ୟାଡ୍ ନିର୍ମାଣ କରାଯିବ।