Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦୁଇ ଘଣ୍ଟା ଧରି ନେତାଙ୍କୁ ଟିୟୁସନ କରାଇଲେ ପ୍ରଧାନମନ୍ତ୍ରୀ ମୋଦି
ଜାତୀୟ ଖବର

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦୁଇ ଘଣ୍ଟା ଧରି ନେତାଙ୍କୁ ଟିୟୁସନ କରାଇଲେ ପ୍ରଧାନମନ୍ତ୍ରୀ ମୋଦି

November 30, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦୁଇ ଘଣ୍ଟା ଧରି ନେତାଙ୍କୁ ଟିୟୁସନ କରାଇଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବର: କେତେ ମିନିଟ ନୁହେଁ ପ୍ରାୟ ଦୁଇଘଣ୍ଟା ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ବିଜେପି ନେତାଙ୍କୁ କରାଇଛନ୍ତି ଟିୟୁସନ। ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ବିଜେପି କାର୍ଯ୍ୟାଳୟ ଆସିଥିଲେ। ସେଠାରେ ସାଂସଦ ବିଧାୟକ ତଥା ନେତାମାନେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ପ୍ରବେଶ କରିବା ପରେ ସେ ସମସ୍ତଙ୍କ ସହିତ ଆଲୋଚନା କରିଥିଲେ।

ଜଣେ ବିଧାୟକଙ୍କ ସହିବା ଅନୁସାରେ ମୋଦି ନେତାମାନଙ୍କୁ ତୃଣମୂଳ ସ୍ତରରେ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟର ବଡବଡ କାମ ଗ୍ରାମ୍ୟ ଲୋକଙ୍କର କାମରେ ଆସିପାରେ ନ ଆସିପାରେ। ସେମାନେ ଏହାକୁ ମନେ ରଖିପାରନ୍ତି ନହେଲେ ନାହିଁ। ହେଲେ ଆପଣମାନେ ତାଙ୍କର ଗୋଟିଏ ଛୋଟିଆ କାମ କରିଥିଲେ ସେମାନେ ସବୁବେଳ ପାଇଁ ମନେ ରଖିବେ। ସେଥିପାଇଁ ଆପଣମାନେ ତୃଣମୂଳ ସ୍ତରରେ ଲୋକଙ୍କ ସହିତ ରୁହନ୍ତୁ।

ସେହିପରି ଜଣେ ବିଧାୟକ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲେ ଯେ, ଆପଣ ପ୍ରଧାନମନ୍ତ୍ରୀ ଭାବେ ନିଜକୁ କିପରି ଅନୁଭବ କରୁଛନ୍ତି। ଏହାର ଉତ୍ତରରେ ମୋଦି କହିଥିଲେ ଯେ, ମୁଁ ଯେତେବେଳେ କୌଣସି ଫାଇଲରେ ଦସ୍ତଖତ କରେ ସେତେବେଳେ ପ୍ରଧାନମନ୍ତ୍ରୀ ବୋଲି ଭାବେ। ଅନ୍ୟସମୟରେ ମୁଁ ବିଜେପିର ଜଣେ କର୍ମକର୍ତ୍ତା ବୋଲି ଅନୁଭବ କରେ। ଏହାକୁ ନେଇ ସେଠାରେ ତାଳି ମାଡ ହୋଇଥିବାର ଜଣାପଡିଛି।

ତେବେ ପ୍ରକୃତରେ ମୋଦି କଣ କଥା ହେଲେ ସେ ନେଇ କୌଣସି ଦଳୀୟ ସ୍ପଷ୍ଟିକରଣ ରଖାଯାଇ ନାହିଁ। ହେଲେ ସେହି ଆଲୋଚନାରେ ଉପସ୍ଥିତି ଥିବା ନେତାଙ୍କ ଅନୁସାରେ ମୋଦି କୁଆଡେ ଗତ ଛଅମାସର ହିସାବ ନିକାସ ପଚାରି ବୁଝିଥିଲେ। ସେହିପରି ଆଗାମୀ ପଞ୍ଚାୟତ ନିର୍ବାଚନରେ କଣ ରଣନୀତି ରହିବ ସେ ନେଇ ମଧ୍ୟ ସମସ୍ତଙ୍କ ସହିତ ଆଲୋଚନା କରିଥିଲେ।

ବୈଠକ ସରିବା ପରେ ସମସ୍ତ ନେତାଙ୍କ ସହିତ ମୋଦି ଫଟୋସେସନ କରିଥିଲେ। ଏହାପରେ ଏକାଠି ରାତ୍ରୀ ଭୋଜନ କରିଥିଲେ। ଏହି ସମୟରେ ନେତାମାନେ ପ୍ରଧାନମନ୍ତ୍ରୀଙ୍କ ସହିତ ଖୋଲମଖୋଲା ଆଲୋଚନା କରିଥିବାର ଜଣାପଡିଛି। ତେବେ ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ନେତାମାନେ ବେଶ ଉତ୍ସାହିତ ହୋଇପଡିଛନ୍ତି। ଆଗାମୀ ଦିନରେ ଦଳ ପାଇଁ କିପରି କାମ କରିବେ ସେ ନେଇ ସମସ୍ତେ ନିଷ୍ପତି କରିଛନ୍ତି।

କହିବାକୁ ଗଲେ ମୋଦିଙ୍କ ସହିତ ଆଲୋଚନା ପରେ ନେତାମାନେ ପୁରା ଫୁଲ୍ ଚାର୍ଯ୍ୟ ହୋଇପଡିଥିବାର ଜଣାପଡିଛି।

ଓଡିଶାରେ ମୋଦି ପ୍ରଧାନମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.