Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମୋଦି ଓ ଶାହାଙ୍କ ଗସ୍ତ ବିରୋଧରେ ବିକ୍ଷୋଭ କଲା ପ୍ରଦେଶ ଯୁବ କଂଗ୍ରେସ
ଜାତୀୟ ଖବର

ମୋଦି ଓ ଶାହାଙ୍କ ଗସ୍ତ ବିରୋଧରେ ବିକ୍ଷୋଭ କଲା ପ୍ରଦେଶ ଯୁବ କଂଗ୍ରେସ

November 30, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ମୋଦି ଓ ଶାହାଙ୍କ ଗସ୍ତ ବିରୋଧରେ ବିକ୍ଷୋଭ କଲା ପ୍ରଦେଶ ଯୁବ କଂଗ୍ରେସ

ଭୁବନେଶ୍ୱର: ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଶନିବାର ରଣଜିତ ପାତ୍ରଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବିରୋଧରେ ଏକ ବିକ୍ଷୋଭ ଶୋଭାଯାତ୍ରା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଲୋୟର ପିଏମ୍‌ଜିଠାରେ ପ୍ରତିବାଦ ପ୍ରଦର୍ଶନ କରିଥିଲା। ସେଠାରେ ଯୁବ କଂଗ୍ରେସ କର୍ମୀ ଓ ପୋଲିସ୍‌ଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଯୁବ କଂଗ୍ରେସ କର୍ମୀମାନେ ହାତରେ କଳା ବେଲୁନ୍‌, ମୁଣ୍ଡରେ କଳା ପଟି ଏବଂ ପ୍ଲାକାର୍ଡ଼ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୋଲିସ୍ ବ୍ୟାରିକେଡ଼ ଭାଙ୍ଗି ଆଗକୁ ଅଗ୍ରସର ହେଉଥିବା ବେଳେ, ପୋଲିସ୍ ଯୁବ କଂଗ୍ରେସ କର୍ମୀମାନଙ୍କୁ ବିକ୍ଷୋଭସ୍ଥଳରୁ ଗିରଫ କରି ଭ୍ୟାନ ଯୋଗେ ଉଠାଇ ନେଇଥିଲା ।

ଏହି ଆନ୍ଦୋଳନ ପରିପ୍ରେକ୍ଷୀରେ ଶ୍ରୀ ପାତ୍ର କହିଛନ୍ତି ଯେ, ମୋଦି ଓ ଶାହାଙ୍କ ଗସ୍ତ ଓଡ଼ିଶାର ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ନୁହେଁ । ବିଜେପି ଶାସନର ୬ ମାସରେ ଓଡ଼ିଶାରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିବା ବେଳେ ଏଠାରେ ଡିଜି ଓ ଆଇଜି ସମ୍ମିଳନୀର ମୂଲ୍ୟ କଣ ଅଛି? ଓଡ଼ିଆ ଅସ୍ମିତା କେବଳ ଶବ୍ଦରେ ସୀମିତ ରହିଛି । ଗତ ଜୁଲାଇ ମାସରେ ରାଜ୍ୟପାଳଙ୍କ ପୁଅ ଜଣେ କାର୍ଯ୍ୟରତ ଓଡ଼ିଆ ଅଫିସରଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁ ଲୁହାଣ କରିଥିବା ବେଳେ ପୋଲିସ୍ ଏପର୍ଯ୍ୟନ୍ତ ରାଜ୍ୟପାଳଙ୍କ ପୁଅକୁ ଗିରଫ କରିନାହିଁ । ଏ ରାଜ୍ୟରେ ଦୁଇଟି ଆଇନ କାମ କରୁଛି, ଗୋଟିଏ ରାଜ୍ୟପାଳ ପୁଅଙ୍କ ପାଇଁ ଏବଂ ଅନ୍ୟଟି ସାଧାରଣ ଜନତାଙ୍କ ପାଇଁ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରିୟ ଶଠ ଶିଳ୍ପପତି ଅଦାନୀ ସମଗ୍ର ଓଡ଼ିଶାକୁ ଅଧିକାର କରିବାକୁ ପ୍ରଚେଷ୍ଟା ଜାରି ରଖିଛି । ଧାମରା ଓ ଗୋପାଳପୁର ବନ୍ଦର ଅଧିକୃତ କରିଥିବା ବେଳେ ଭୁବନେଶ୍ୱର ବିମାନ ବନ୍ଦରକୁ ମଧ୍ୟ ଦଖଲ କରିଛି । ଗନ୍ଧମାର୍ଦ୍ଦନ ପର୍ବତକୁ ମଧ୍ୟ ଅଦାନୀ ହାତରେ ଟେକି ଦେବା ପାଇଁ ଚକ୍ରାନ୍ତ ଚାଲିଛି । ଏ ରାଜ୍ୟର ଖଣି, ଖାଦାନକୁ ଧୀରେ ଧୀରେ ଅଦାନୀ ଅଧିକାର କଲାଣି ।

ସୁତରାଂ ବିଜେପି ଶାସନରେ ସମଗ୍ର ଓଡ଼ିଶାର ସମ୍ପଦ ଅଦାନୀ ଅଧିନକୁ ଚାଲିଯିବ । ଏଣୁ ଠକ ଅଦାନୀମୁକ୍ତ ଓଡ଼ିଶା ପାଇଁ ଯୁବ କଂଗ୍ରେସ ସଂଗ୍ରାମ କରିବ । ଏହାଛଡ଼ା ୩୦୦ ୟୁନିଟ୍ ମାଗଣା ବିଜୁଳି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ସୁଧାର, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ, ଦରଦାମ ବୃଦ୍ଧି ନିୟନ୍ତ୍ରଣ, ନିଯୁକ୍ତି ପ୍ରଭୃତି ନିର୍ବାଚନ ପୂର୍ବରୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ୬ ମାସ ଶାସନ ପରେ ସେହି ପ୍ରତିଶ୍ରୁତି ପାଣିର ଗାର ସଦୃଶ ହୋଇଛି ।

ଆଜି ଓଡ଼ିଶାବାସୀ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରଦାମ ଯୋଗୁ ହନ୍ତସନ୍ତ ହେଉଛିନ୍ତି । ଗୁଜୁରାଟର ଠକ କମ୍ପାନୀ ରଣଜିତ ବିଲ୍‌ଡକନ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣର ଦାୟିତ୍ୱ ନେଇଛି । ଭୁବନେଶ୍ୱରବାସୀ ଏହି ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆନନ୍ଦିତ ଥିଲେ, ମାତ୍ର ଯେଉଁ କମ୍ପାନୀ ଏହି ଦାୟିତ୍ୱ ନେଇଛି ସେଥିପାଇଁ ସମସ୍ତେ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି । କାରଣ ଏହା ଏକ କଳା ତାଲିକାଭୁକ୍ତ କମ୍ପାନୀ ।

ଯେଉଁଠାରେ ଏହି କମ୍ପାନୀ ବ୍ରିଜ୍ ନିର୍ମାଣ କରିଛି, ତାହା ଭୁଷୁଡ଼ି ପଡ଼ିଛି । ନିମ୍ନମାନର ରେଳଟ୍ରାକ୍‌, ରାସ୍ତା, ସ୍ୱେରେଜ ଓ ବ୍ରିଜ କାମ ଯୋଗୁ ଏହି କମ୍ପାନୀକୁ ଗୁଜୁରାଟ, ମଧ୍ୟପ୍ରଦେଶ ଓ ତାମିଲନାଡୁ ସରକାର କଳା ତାଲିକାଭୁକ୍ତ କରିଥିଲେ । ଏହି କମ୍ପାନୀ ଗୁଜୁରାଟ ସରକାରଙ୍କ କାଗଜପତ୍ର ଜାଲିଆତି କରି ରେଳବାଇରୁ କୋଟି କୋଟି ଟଙ୍କା ଠକି ନେଇଛି ।

ତେଣୁ ଏଭଳି ଏକ କମ୍ପାନୀକୁ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କରିବା ପାଇଁ ଯେଉଁ ଟେଣ୍ଡର ଦିଆଯାଇଛି ତାକୁ ରଦ୍ଦ କରିବାକୁ ଯୁବ କଂଗ୍ରେସ ଦାବି କରିଛି । ଏହି ବିକ୍ଷୋଭରେ ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ୟାସିର ନୱାଜ, ମନୋଜ ବିଶ୍ୱାଳ, ସୁଦୀପ ସାମଲ, ଅଜୟ ସାହୁ, ନିହାର ରଞ୍ଜନ ବେହେରା, ଗୋପନ ମାର୍ଥା, ବିଶ୍ୱଜିତ ସ୍ୱାଇଁ, କେଦାର ଦଳେଇ, ରଣଜିତ ସେନାପତି, ବଳରାମ ନନ୍ଦ, ସୁରଜ ରାଉତ, ବିଭୂପ୍ରସାଦ ଜେନା, କାର୍ତ୍ତିକ କାଣ୍ଡି, ଶାହରୁଖ୍ ଖାନ, ସକୁନା କଅଁର ପ୍ରମୁଖ ଶତାଧିକୀ ଯୁବ କଂଗ୍ରେସ କର୍ମୀ ସାମିଲ୍ ଥିଲେ ।

Congress ଓଡିଶା ଯୁବ କଂଗ୍ରେସ ସଭାପତି କଂଗ୍ରେସ ବିକ୍ଷୋଭ ଯୁବ କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ଏନସିପି ମିଶ୍ରଣର ବଡ଼ ସଙ୍କେତ: ମହାରାଷ୍ଟ୍ରର ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ ନିର୍ଣ୍ଣୟ କରିବେ ଶରଦ ପାୱାର!

January 30, 2026

ଷଷ୍ଠ ବିଜୟ ସହିତ ଫାଇନାଲ ସ୍ଥାନ ସୁରକ୍ଷିତ କଲା ବେଙ୍ଗାଲୁରୁ, ହାରିସ୍ ଏବଂ ମନ୍ଧାନାଙ୍କ ଚମତ୍କାର

January 30, 2026

ପିଟି ଉଷାଙ୍କ ସ୍ୱାମୀ ଭି. ଶ୍ରୀନିବାସନଙ୍କ ଦେହାନ୍ତ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୋକ ପ୍ରକାଶ

January 30, 2026

ସୁନା ଏବଂ ରୂପା ମୂଲ୍ୟରେ ବଡ ହ୍ରାସ: ୮ ହଜାରରୁ ୧୫ ହଜାର ପର୍ଯ୍ୟନ୍ତ କମିଲା ଦର

January 30, 2026
Latest News

ଏନସିପି ମିଶ୍ରଣର ବଡ଼ ସଙ୍କେତ: ମହାରାଷ୍ଟ୍ରର ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ ନିର୍ଣ୍ଣୟ କରିବେ ଶରଦ ପାୱାର!

January 30, 2026

ଷଷ୍ଠ ବିଜୟ ସହିତ ଫାଇନାଲ ସ୍ଥାନ ସୁରକ୍ଷିତ କଲା ବେଙ୍ଗାଲୁରୁ, ହାରିସ୍ ଏବଂ ମନ୍ଧାନାଙ୍କ ଚମତ୍କାର

January 30, 2026

ପିଟି ଉଷାଙ୍କ ସ୍ୱାମୀ ଭି. ଶ୍ରୀନିବାସନଙ୍କ ଦେହାନ୍ତ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୋକ ପ୍ରକାଶ

January 30, 2026

ସୁନା ଏବଂ ରୂପା ମୂଲ୍ୟରେ ବଡ ହ୍ରାସ: ୮ ହଜାରରୁ ୧୫ ହଜାର ପର୍ଯ୍ୟନ୍ତ କମିଲା ଦର

January 30, 2026

ମନ୍ତ୍ରୀଙ୍କ ସହାୟକଙ୍କ ମୃତ୍ୟୁ: ତଦନ୍ତ କରୁଛି କ୍ୟାପିଟାଲ ଥାନା ପୋଲିସ

January 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.