Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୪ର ଅଂଶଗ୍ରହଣକାରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ଆଜି ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୪ର ଅଂଶଗ୍ରହଣକାରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

December 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୪ର ଗ୍ରାଣ୍ଡ ଫାଇନାଲରେ ଯୁବ ଉଦ୍ଭାବକମାନଙ୍କ ସହ ଆଲୋଚନା କରିବେ। ଗ୍ରାଣ୍ଡ ଫାଇନାଲରେ ୧୩୦୦ରୁ ଅଧିକ ଛାତ୍ର ଦଳ ଅଂଶଗ୍ରହଣ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ।

ସ୍ମାର୍ଟ ଇଣ୍ଡିଆ ହାକାଥନ୍ (ଏସ୍ ଆଇଏଚ୍ )ର ସପ୍ତମ ସଂସ୍କରଣ ଆସନ୍ତା ଡିସେମ୍ବର ୧୧ ତାରିଖରୁ ଦେଶର ୫୧ଟି ନୋଡାଲ ସେଣ୍ଟରରେ ଆରମ୍ଭ ହେବ। ସଫ୍ଟୱେୟାର୍ ସଂସ୍କରଣ ୩୬ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ଥିବାବେଳେ ହାର୍ଡୱେର୍ ସଂସ୍କରଣ ୧୧ରୁ ୧୫ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଚାଲିବ। ପୂର୍ବ ସଂସ୍କରଣ ଭଳି, ଛାତ୍ର ଦଳଗୁଡିକ ମନ୍ତ୍ରଣାଳୟ କିମ୍ବା ବିଭାଗ କିମ୍ବା ଶିଳ୍ପ ଦ୍ୱାରା ଦିଆଯାଇଥିବା ସମସ୍ୟା ବିବୃତି ଉପରେ କାର୍ଯ୍ୟ କରିବେ କିମ୍ବା ଜାତୀୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ସହିତ ଜଡିତ ୧୭ଟି ବିଷୟବସ୍ତୁ ମଧ୍ୟରୁ ଯେକୌଣସି ବିଷୟରେ ଛାତ୍ର ନବସୃଜନ ବର୍ଗରେ ସେମାନଙ୍କର ଧାରଣା ଦାଖଲ କରିବେ। ଏହି କ୍ଷେତ୍ରଗୁଡ଼ିକ ହେଲା- ସ୍ୱାସ୍ଥ୍ୟସେବା, ଯୋଗାଣ ଶୃଙ୍ଖଳା ଏବଂ ଲଜିଷ୍ଟିକ୍ସ, ସ୍ମାର୍ଟ ଟେକ୍ନୋଲୋଜି, ଐତିହ୍ୟ ଓ ସଂସ୍କୃତି, ସ୍ଥାୟୀତା, ଶିକ୍ଷା ଓ ଦକ୍ଷତା ବିକାଶ, ଜଳ, କୃଷି ଓ ଖାଦ୍ୟ, ଉଦୀୟମାନ ପ୍ରଯୁକ୍ତି ବିଦ୍ୟା ଏବଂ ବିପର୍ଯ୍ୟୟ ପରିଚାଳନା।

ଚଳିତ ବର୍ଷର ସଂସ୍କରଣର କେତେକ ଆକର୍ଷଣୀୟ ସମସ୍ୟା ବିବୃତି ମଧ୍ୟରେ ଇସ୍ରୋ ଦ୍ୱାରା ଉପସ୍ଥାପିତ ‘ଚନ୍ଦ୍ରରେ ଅନ୍ଧକାର ଅଞ୍ଚଳର ବୃଦ୍ଧି ଚିତ୍ର’, ‘ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଉପସ୍ଥାପିତ ଏଆଇ, ସାଟେଲାଇଟ୍ ଡାଟା, ଆଇଓଟି ଏବଂ ଡାଇନାମିକ୍ ମଡେଲ୍ ବ୍ୟବହାର କରି ଏକ ରିୟଲ୍ ଟାଇମ୍ ଗଙ୍ଗା ଜଳ ଗୁଣବତ୍ତା ମନିଟରିଂ ସିଷ୍ଟମ୍ ବିକଶିତ କରିବା’ ଏବଂ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଉପସ୍ଥାପିତ ‘ଏଆଇ ସମନ୍ୱିତ ସ୍ମାର୍ଟ ଯୋଗ ମାଟ୍ ବିକଶିତ କରିବା’ ଆଦି ଅନ୍ତର୍ଭୁକ୍ତ।

ଚଳିତ ବର୍ଷ ୫୪ଟି ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ସରକାର, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ଶିଳ୍ପ ସଂସ୍ଥା ପକ୍ଷରୁ ୨୫୦ରୁ ଅଧିକ ସମସ୍ୟା ବିବରଣୀ ଦାଖଲ କରାଯାଇଛି। ଅନୁଷ୍ଠାନ ସ୍ତରରେ ଆଭ୍ୟନ୍ତରୀଣ ହାକାଥନରେ ରେକର୍ଡ ୧୫୦% ବୃଦ୍ଧି ଘଟିଛି, ଯାହା ଏସଆଇଏଚ ୨୦୨୩ରେ ୯୦୦ରୁ ଅଧିକ ଥିବା ବେଳେ ଏସଆଇଏଚ ୨୦୨୪ରେ ଏହା ପ୍ରାୟ ୨୨୪୭କୁ ବୃଦ୍ଧି ପାଇଛି, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବବୃହତ ସଂସ୍କରଣ ରେ ପରିଣତ ହୋଇଛି । ଅନୁଷ୍ଠାନ ସ୍ତରରେ ଏସଆଇଏଚ ୨୦୨୪ରେ ୮୬,୦୦୦ରୁ ଅଧିକ ଦଳ ଅଂଶଗ୍ରହଣ କରିଛନ୍ତି ଏବଂ ଜାତୀୟ ସ୍ତରର ରାଉଣ୍ଡ ପାଇଁ ଏହି ଅନୁଷ୍ଠାନଗୁଡ଼ିକ ଦ୍ୱାରା ପ୍ରାୟ ୪୯,୦ ଛାତ୍ର ଦଳ (ପ୍ରତ୍ୟେକ ୬ ଜଣ ଛାତ୍ର ଏବଂ ୨ ଜଣ ପରାମର୍ଶଦାତାଙ୍କୁ ନେଇ) ସୁପାରିସ କରାଯାଇଛି।

ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଫେବୃୟାରୀ ୧୧ ତାରିଖ ବୁଧବାରରେ ଏହି ରାଶିକୁ ମିଳିବ ଭଲ ଖବର: ଜାଣନ୍ତୁ ରାଶିଫଳ

February 11, 2026

ମାନାବାର-ଜରତି ଷ୍ଟେସନ ମଧ୍ୟରେ ନବନିର୍ମିତ ଦ୍ୱିତୀୟ ଲାଇନର ଯାଞ୍ଚ କଲେ ରେଳ ସୁରକ୍ଷା କମିଶନର

February 10, 2026

ପରିବାର ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସଚିନ ତେନ୍ଦୁଲକର: ଜାଣନ୍ତୁ କାରଣ

February 10, 2026

“ଅନାସ୍ଥା ପ୍ରସ୍ତାବର ନିଷ୍ପତ୍ତି ନହେବା ଯାଏଁ…”: ଲୋକସଭା ବାଚସ୍ପତି ନେଲେ ବଡ ନିଷ୍ପତ୍ତି

February 10, 2026
Latest News

ଫେବୃୟାରୀ ୧୧ ତାରିଖ ବୁଧବାରରେ ଏହି ରାଶିକୁ ମିଳିବ ଭଲ ଖବର: ଜାଣନ୍ତୁ ରାଶିଫଳ

February 11, 2026

କଳିଙ୍ଗ ଷ୍ଟାଡିୟମରେ ୨୫୦ ନୂଆ ଆମ୍ବୁଲାନସ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 10, 2026

ମାନାବାର-ଜରତି ଷ୍ଟେସନ ମଧ୍ୟରେ ନବନିର୍ମିତ ଦ୍ୱିତୀୟ ଲାଇନର ଯାଞ୍ଚ କଲେ ରେଳ ସୁରକ୍ଷା କମିଶନର

February 10, 2026

ପରିବାର ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସଚିନ ତେନ୍ଦୁଲକର: ଜାଣନ୍ତୁ କାରଣ

February 10, 2026

“ଅନାସ୍ଥା ପ୍ରସ୍ତାବର ନିଷ୍ପତ୍ତି ନହେବା ଯାଏଁ…”: ଲୋକସଭା ବାଚସ୍ପତି ନେଲେ ବଡ ନିଷ୍ପତ୍ତି

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.