Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଧାନ କଟା ସରିବା ପରେ ସେହି ଜମିରେ କଣ ହେବ, ପାଞ୍ଚଟି ସଂସ୍ଥା ସହ ବୁଝାମଣା କଲା କୃଷି ବିଭାଗ
ଜାତୀୟ ଖବର

ଧାନ କଟା ସରିବା ପରେ ସେହି ଜମିରେ କଣ ହେବ, ପାଞ୍ଚଟି ସଂସ୍ଥା ସହ ବୁଝାମଣା କଲା କୃଷି ବିଭାଗ

December 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଧାନ କଟା ସରିବା ପରେ ସେହି ଜମିରେ କଣ ହେବ, ପାଞ୍ଚଟି ସଂସ୍ଥା ସହ ବୁଝାମଣା କଲା କୃଷି ବିଭାଗ

ଭୁବନେଶ୍ବର: ଆଜି କୃଷି ଭବନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଆଇଆରଆରଆଇ (IRRI), ଆଇସିଆରଆଇଏସଏଟି (ICRISAT), ଆଇସିଏଆରଡ଼ିଏ (ICARDA), ଏମଏସଏସଆରଏଫ (MSSRF) ଓ ଏଏଫସି (AFC) ଇଣ୍ଡିଆ ଲିମିଟେଡ଼ ମଧ୍ୟରେ ଧାନ ପରବର୍ତ୍ତୀ ପଡ଼ିଆ ଜମିର ପରିଚାଳନା ନେଇ ୫ ଟି ଅନୁଷ୍ଠାନ ସହ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି।

ଏଥିରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତ ଥିଲେ। ରାଜ୍ୟରେ ପ୍ରାୟ ଅବ୍ୟବହୃତ ପ୍ରାୟ ୧୬ ଲକ୍ଷ ହେକ୍ଟର ଧାନ ପରବର୍ତ୍ତୀ ପଡ଼ିଆ ଜମି ଥିବାବେଳେ ଏହାର ସଦ୍ ବ୍ୟବହାର ଏବଂ ମାଟିର ଉର୍ବରତା ହ୍ରାସକୁ ଦୃଷ୍ଟିରେ ରଖି କୃଷି ବିଭାଗ ୨୦୨୨-୨୩ ବର୍ଷରେ ୭୦ ହଜାର ହେକ୍ଟର ଜମିରେ ଧାନ ପରବର୍ତ୍ତୀ ପଡ଼ିଆ ଜମି ମ୍ୟାନେଜମେଣ୍ଟ (Rice Fallow Management) ଆରମ୍ଭ କରିଥିଲେ।

ଧାନ ଫସଲ ପରେ ମାଟିରେ ଥିବା ଆର୍ଦ୍ରତାକୁ ବ୍ୟବହାର କରି ଏଥିରେ ସ୍ୱଳ୍ପ ଅବଧିରେ ଫଳୁଥିବା ଡାଲି ଜାତୀୟ ଶସ୍ୟ ଯଥା ମଶୁର ଡାଲି, ମଟର ଇତ୍ୟାଦି ଏବଂ ତୈଳଜାତୀୟ ଶସ୍ୟ ଯଥା ସୋରିଷ ଇତ୍ୟାଦିର ଉତ୍ପାଦନ କରି ମାଟିର ଉର୍ବରତା ବଜାୟ ରଖାଯାଇ ପାରିବ।ପ୍ରଥମ ବର୍ଷର ସଫଳତାକୁ ଆଧାର କରି ୨୦୨୩-୨୪ ବର୍ଷରେ ୩.୯ଲକ୍ଷ ହେକ୍ଟର ଜମିରେ ଏହାକୁ କରାଯାଇଥିଲା।

ଚଳିତ ବର୍ଷ ୪.୫୫ ଲକ୍ଷ ହେକ୍ଟର ଜମିରେ ଏହାକୁ କାର୍ଯ୍ୟକାରୀ କରାଯିବା ନେଇ ଲକ୍ଷ୍ୟ ରହିଛି l ଏଥିରେ ପ୍ରାୟ ୫ ଲକ୍ଷ୍ୟ ଚାଷୀ ଉପକୃତ ହେବେ। ଏଥିନିମନ୍ତେ, ୩.୪୫ଲକ୍ଷ ହେକ୍ଟର ଜମି ରାଜ୍ୟ ତରଫରୁ ସିଆରଏଫଏମ ଯୋଜନା ଅଧୀନରେ ଓ ୧.୧୦ ଲକ୍ଷ ହେକ୍ଟର ଜମି କେନ୍ଦ୍ର ସରକାରଙ୍କ ତରଫରୁ ଟିଆରଏଫଏ (TRFA) – ତୈଳବୀଜ ଯୋଜନା ମିଳୁଥିବା ଅନୁଦାନ ଅନ୍ତର୍ଭୁକ୍ତ ଅଟେ।

ଏହି ପ୍ରକଳ୍ପକୁ ସଫଳ କରିବା ପାଇଁ କୃଷି ବିଭାଗ ଆଇଆରଆରଆଇ(IRRI), ଆଇସିଆରଆଇଏସଏଟି (ICRISAT), ଆଇସିଏଆରଡ଼ିଏ (ICARDA), ଏମଏସଏସଆରଏଫ (MSSRF) ଓ ଏଏଫସି (AFC) ଇଣ୍ଡିଆ ଲିମିଟେଡ଼ ଭଳି ପ୍ରସିଦ୍ଧ ଅନ୍ତର୍ଜାତୀୟ ତଥା ଜାତୀୟ ଅନୁଷ୍ଠାନ ସହ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛି।

ରାଜ୍ୟ ସରକାରଙ୍କ ତରଫରୁ ପ୍ରାୟ ୨ଲକ୍ଷ ହେକ୍ଟର ଅମ୍ଳୀୟ ଅଞ୍ଚଳରେ ମାଟିର ସ୍ୱାସ୍ଥ୍ୟ ଏବଂ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପାଇଁ ଡୋଲୋମିଟିକ୍ ଚୂନ ପଥର ଯୋଗାଇ ଦିଆଯାଉଛି। ପ୍ରକଳ୍ପର ଅବସ୍ଥିତି ଓ ଅଗ୍ରଗତି ପରୀକ୍ଷଣ ନିମନ୍ତେ ରିଅଲ ଟାଇମ ମନିଟରିଂ ସିଷ୍ଟମର ବ୍ୟବହାର କରାଯିବ।

କୃଷି ଧାନ ଧାନଚାଷ ଧାନଚାଷ ପରେ
Share. Facebook Twitter LinkedIn Email WhatsApp Copy Link

Related Posts

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025
Latest News

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.