Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବେଦାନ୍ତ ପ୍ରତି ବିଜେଡି ସରକାରଙ୍କ ପ୍ରୀତି, ଛାଡ କରିଥିଲେ ୩୫୯୯ କୋଟି ଟଙ୍କାର ବିଦ୍ୟୁତ ବିଲ
ଜାତୀୟ ଖବର

ବେଦାନ୍ତ ପ୍ରତି ବିଜେଡି ସରକାରଙ୍କ ପ୍ରୀତି, ଛାଡ କରିଥିଲେ ୩୫୯୯ କୋଟି ଟଙ୍କାର ବିଦ୍ୟୁତ ବିଲ

December 12, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବେଦାନ୍ତ ପ୍ରତି ବିଜେଡି ସରକାରଙ୍କ ପ୍ରୀତି, ଛାଡ କରିଥିଲେ ୩୫୯୯ କୋଟି ଟଙ୍କାର ବିଦ୍ୟୁତ ବିଲ

ଭୁବନେଶ୍ବର: ବେଦାନ୍ତ କଂପାନୀ ପ୍ରତି ପୂର୍ବ ବିଜେଡି ସରକାରଙ୍କ ଥିଲା ଅହୁତେକ ପ୍ରୀତି। କାରଣ ବେଦାନ୍ତ ଝାରସୁଗୁଡା କଂପାନୀକୁ ସେତେବେଳର ସରକାର ଛାଡ କରିଥିଲେ ୩୫୯୯.୮୮କୋଟି ଟଙ୍କାର ବିଦ୍ୟୁତ ଶୁଳ୍କ। ଓଡିଶା ବିଧାନସଭାରେ ଏକ ଲିଖିତ ଉତ୍ତରରୁ ଏହା ଜଣାପଡିଛି। ଯାହାକୁ ନେଇ ରାଜ୍ୟରେ ବେଶ ଚର୍ଚ୍ଚା ଚାଲିଛି।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓଡିଶା ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନସିଂହଦେଓଙ୍କୁ ଏକ ଲିଖିତ ପ୍ରଶ୍ନ ପଚାରିଥିଲେ। ସେ ପଚରିଥିବା ପ୍ରଶ୍ନ ହେଲା ଯେ, ରାଜ୍ୟ ସରକାର କେତୋଟି କଂପାନୀକୁ କେତେ ଟଙ୍କାର ବିଦ୍ୟୁତ ଶୁଳ୍କ ଛାଡ କରିଛନ୍ତି। କେଉଁ ଆଧାରରେ ଏହି ଛାଡ କରାଯାଇଛି ତାହାର ଉତ୍ତର ଦେବେ କି ?

ଏହାର ଉତ୍ତରରେ ଶକ୍ତି ମନ୍ତ୍ରୀ କହିଥିଲେ ଯେ, ପୂର୍ବ ସରକାର ଅର୍ଥାତ ବିଜେଡି ସରକାରଙ୍କ ସମୟରେ ୧୪ଟି ଶିଳ୍ପ ସଂସ୍ଥାର ମୋଟ ୪୦୯୭.୬୭ କୋଟି ଟଙ୍କାର ବିଦ୍ୟୁତ ଦେୟ ଛାଡ଼ କରାଯାଇଛି। ସେଥିମଧ୍ୟରୁ କେବଳ ବେଦାନ୍ତ କଂପାନୀର ବିଦ୍ୟୁତ ଦେୟର ପରିମାଣ ହେଉଛି ୩୫୯୯.୮୮କୋଟି ଟଙ୍କା। ଏହା ୨୦୧୫-୧୬ ଆର୍ଥିକ ବର୍ଷରୁ ରାଜ୍ୟ ଶିଳ୍ପ ନୀତି ଓ ଏସଇଜେଡ୍ ନୀତି ଆଧାରରେ ରାଜ୍ୟ ସରକାର ଏହି ଛାଡ କରିଛନ୍ତି।

ଶକ୍ତି ମନ୍ତ୍ରୀ ତାଙ୍କ ଉତ୍ତରରେ ଆହୁରି କହିଛନ୍ତି ଯେ, ବେଦାନ୍ତ ସହିତ ପାରାଦୀପ ଆଇଓସିଏଲର ମଧ୍ୟ ବିଦ୍ୟୁତ ଶୁଳ୍କ ଛାଡ କରାଯାଇଛି। ରାଜ୍ୟ ସରକାର କରିଥିବା ଏମଓୟୁ ଆଧାରରେ ଆଇଓସିଏଲ କୁ ୩୧୪.୦୩ କୋଟି ଟଙ୍କାର ବିଦ୍ୟୁତ ଶୁଳ୍କକୁ ଛାଡ଼ କରିଛନ୍ତି। ବାକି ୧୨ଟି କମ୍ପାନୀର ବିଦ୍ୟୁତ ଶୁଳ୍କକୁ ତତକାଳୀନ ବିଜେଡି ସରକାର ନିଜର ଶିଳ୍ପ ନୀତିରେ ପ୍ରୋତ୍ସାହନ ଦେବା ଆଧାରରେ ଛାଡ଼ କରିଛନ୍ତି।

ତେବେ ବେଦାନ୍ତ କଂପାନୀର ଏତେ ଟଙ୍କା ଛାଡ କରିବା ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଏହି କଂପାନୀ ରାଜ୍ୟରେ ବେଶ ଲାଭ କରୁଥିବା ବେଳେ ଏତେ ପରିମାଣର ବିଦ୍ୟୁତ ବିଲ ଛାଡ କରିବା ସମସ୍ତଙ୍କୁ ସନ୍ଦେହରେ ପକାଇଛି।

Vedanta Company ବେଦାନ୍ତ ବେଦାନ୍ତ କଂପାନୀ
Share. Facebook Twitter LinkedIn Email WhatsApp Copy Link

Related Posts

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରୱେର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

May 18, 2026

ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

May 18, 2026

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026
Latest News

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରୱେର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

May 18, 2026

ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

May 18, 2026

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026

ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.